Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଭୁଲରେ କରନ୍ତୁ ନାହିଁ ଏହି ୮ଟି କାମ,ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ପବିତ୍ର ଶ୍ରାବଣ ମାସରେ ଭୁଲରେ କରନ୍ତୁ ନାହିଁ ଏଭଳି କାର୍ଯ୍ୟ। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ। ଏହି ମାସରେ ଅନେକ ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଇ ଥାଏ। ଶାସ୍ତ୍ର ଅନୁସାରେ ଦର୍ଶକ ବନ୍ଧୁ ଏହି ମାସ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଥାଏ। ଏହି ମାସରେ ଅନେକ ଦାନ ପୁଣ୍ୟ ଭଳି ଶୁଭ କାର୍ଯ୍ୟ କରାଯାଇଥାଏ। ଏହି ମାସ ଭଗବାନ ଶିବଙ୍କ ଉପାସନା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ନିଜର ମନସ୍କାମନା ପୂରଣ କରିବା ପାଇଁ ଏହି ମାସରେ ପଡ଼ୁଥିବା ସୋମବାରରେ ବ୍ରତ ରଖିବା ସହିତ କାଉଡ଼ି ଯାତ୍ରା ମଧ୍ୟ କରାଯାଇ ଥାଏ। ଏପରି କେତେ ଗୁଡିଏ କାର୍ଯ୍ୟ ରହିଛି ଯାହାକି ଏହି ପବିତ୍ର ଶ୍ରାବଣ ମାସରେ କରିବା ଉଚିତ ମଧ୍ୟ ହୋଇ ନଥାଏ। କାରଣ ଏହିସବୁ କାର୍ଯ୍ୟ କରିବା ଦ୍ୱାରା ମନୁଷ୍ୟକୁ ଶାରୀରିକ ଏବଂ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ସେହି ୮ଟି କାର୍ଯ୍ୟ, ଯାହାକୁ ଆପଣମାନେ କରିବା ଅନୁଚିତ। ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଉତ୍ତମ ମାସ ଅଟେ। ଏହି ମାସରେ ଆମକୁ କିଛି ଜିନିଷ ପ୍ରତି ସାବଧାନ ରହିବା ଆବଶ୍ୟକ।

ବନ୍ଧୁଗଣ ଶ୍ରାବଣ ମାସ ମଦ ମାଂସ ଆଦି ସେବନ କରିବା ଉଚିତ ନୁହେଁ। ବାହାଘର ଭଳି ଶୁଭ କାର୍ଯ୍ୟ ମଧ୍ୟ କରିବା ଅନୁଚିତ ହୋଇଥାଏ। ଏହାଛଡା ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଉଚିତ। ଶ୍ରାବଣ ମାସରେ ବ୍ୟକ୍ତିକୁ ସବୁଜ ପନିପରିବା ଓ ଶାଗ ଖାଇବା ଉଚିତ ହୋଇ ନଥାଏ ଏବଂ ଶରୀରରେ ତେଲ ଲଗାଇବା ଉଚିତ ନୁହେଁ। କଂସା ବାସନ ଭୋଜନ ଗ୍ରହଣ କରିବା ମଧ୍ୟ ଉଚିତ ନୁହେଁ। ପୂଜା ସମୟରେ ଶିବଲିଙ୍ଗ ଉପରେ ହଳଦୀ ଚଢ଼ାଇବା ଉଚିତ ହୋଇ ନଥାଏ। ଶିବଲିଙ୍ଗର ଚଢ଼ା ଯାଇଥିବା ହଳଦୀ ଶୁଭ ସଙ୍କେତ ଦେଇ ନଥାଏ। ଶ୍ରାବଣ ମାସରେ କ୍ଷୀର ସେବନ ମଧ୍ୟ ଭଲ ନୁହେଁ। ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କରିବା ମାନ୍ୟତା ରହିଛି। ଏହାଦ୍ବାରା ବାତ ରୋଗରୁ ମୁକ୍ତି ମିଳିଥାଏ। ଶ୍ରାବଣ ମାସରେ ଦିନରେ ଶୋଇବା ଉଚିତ ନୁହେଁ। ଏହି ମାସରେ ଆପଣଙ୍କୁ ବାଇଗଣ ଖାଇବା ଉଚିତ ହୋଇ ନଥାଏ। ବାଇଗଣକୁ ଅଶୁଭ ବୋଲି କୁହାଯାଏ। ଏଥିପାଇଁ ଦ୍ୱାଦଶୀ, ଚତୁର୍ଦ୍ଦଶୀ ଓ କାର୍ତ୍ତିକ ମାସରେ ଏହାକୁ ଖାଇବା ମନା କରାଯାଇଛି। ଶ୍ରାବଣ ମାସରେ ଯଦି ଆପଣଙ୍କ ଘର ସାମ୍ନାରେ ଷଣ୍ଢ ନଜର ଆସିଲେ ତାଙ୍କୁ ପିଟି ଘଉଡାଇବା ପରିବର୍ତେ କିଛି ଖାଇବାକୁ ଦିଅନ୍ତୁ। ଶ୍ରାବଣ ମାସରେ ଶିବଭକ୍ତଙ୍କ ଅପମାନ କେବେବି କରନ୍ତୁ ନାହିଁ। ଶିବ ଭକ୍ତଙ୍କୁ ସମ୍ମାନ କଲେ ଭଗବାନ ଶିବ ପ୍ରସନ୍ନ ହୋଇ ଥାଆନ୍ତି। ଏଥିପାଇଁ କିଛି ଲୋକେ କାଉଡିଆଙ୍କ ସେବା କରି ଥାଆନ୍ତି।

ବନ୍ଧୁଗଣ ଏହା ଥିଲା ସେହି କିଛି କାର୍ଯ୍ୟ ଯାହାକି ଆପଣ ଶ୍ରାବଣ ମାସରେ କରିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *