Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ କେଉଁ ସମୟରେ ମୁଣ୍ଡରେ ଓଢଣା ଦେଲେ ସ୍ୱାମୀଙ୍କର ଆୟୁଷ ଦୁଇଗୁଣା ବଢିଯାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ସ୍ତ୍ରୀ କେଉଁ ସମୟରେ ମୁଣ୍ଡରେ ଓଢଣା ଦେବା ଉଚିତ। ଯାହା ଦ୍ୱାରା ସ୍ୱାମୀଙ୍କର ଆୟୁଷ ଦୁଇଗୁଣା ବଢିଯାଏ। ବନ୍ଧୁଗଣ ଆମ ଭାରତୀୟ ସଂସ୍କୃତିରେ ପୁରୁଷ ମାନଙ୍କ ପାଇଁ ଯେମିତି ସଭ୍ୟ ଆଚରଣ ବିଷୟରେ କୁହାଯାଇଛି ଠିକ ସେମିତି ମହିଳାମାନଙ୍କ ପାଇଁ ମଧ୍ୟ କିଛି ନିୟମ ରଖାଯାଇଛି। ଯାହା ତାଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ। ତେବେ ଯେଉଁ ଘରର ମୁଖ୍ୟ ମହିଳା ଯେଉଁ ଭଳି ଆଚରଣ କରିଥାନ୍ତି ତାଙ୍କର ଆସନ୍ତା ବଂଶଧର ମଧ୍ୟ ଠିକ ସେହିପରି କାମ କରିଥାନ୍ତି ଓ ମହିଳା ମାନଙ୍କର ଆଚରଣ ଦ୍ୱାରା ଜଣା ପଡିଥାଏ ଯେ ଘରର ଉନ୍ନତି ହେବ ନାଁ ଅବନତି ହେବ। ତେଣୁ ମହିଳା ମାନଙ୍କୁ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। ଜଣେ ମହିଳା ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ କରିପାରେ ଆଉ ସେହି ମହିଳା ଚାହିଁଲେ ଘରକୁ ନର୍କ ମଧ୍ୟ କରିପାରେ। ସେଥିପାଇଁ ମହିଳା ମାନଙ୍କର ଅପମାନ ଠାରୁ ବଡ଼ ଅଧର୍ମ କର୍ମ ଏହି ଦୁନିଆରେ ଆଉ କିଛି ନାହିଁ। ତେବେ ଆସନ୍ତୁ ଜାଣିନେବା ମହିଳାମାନେ କାହିଁକି ମୁଣ୍ଡରେ ଓଢଣୀ ଦିଅନ୍ତି। ଓଢଣୀ ନଦେବାର ଫଳ କଣ ହୋଇଥାଏ ଏବଂ କେଉଁ ସମୟରେ ମୁଣ୍ଡରେ ଓଢଣୀ ଦେବା ଉଚିତ।

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ମହିଳା ମାନଙ୍କୁ ନିଜ ମୁଣ୍ଡ ଉପରେ ଓଢଣୀ ଦେବା ଉଚିତ। କାହିଁକିନା ଆମ ମୁଣ୍ଡରେ ଗୋଟିଏ ଚକ୍ର ରହିଥାଏ। ଯାହା ଏପଟ ସେପଟ କଥାକୁ ସବୁବେଳେ ବିଚାର କରୁଥାଏ। କିନ୍ତୁ ମୁଣ୍ଡରେ ଓଢଣୀ ଦେବା ଦ୍ୱାରା ଆମ ଶରୀରର ଚକ୍ର ସହିତ ମୁଣ୍ଡର ଚକ୍ର ଏକାଗ୍ର ହୋଇ ଗୋଟିଏ ଧ୍ୟାନ କରିଥାଏ। ଯାହା ଦ୍ୱାରା ମନୁଷ୍ୟର ମନ ଶାନ୍ତ ରହିଥାଏ। ଏବଂ ମନୁଷ୍ୟ ଭଗବାନଙ୍କୁ ନିଜର ସୁଖ ଏବଂ ଦୁଃଖ କଥା କହିଦେଇଥାଏ। ତେବେ ଏହା ଦ୍ବାରା ଆମ ମନରେ କିଛି ଖରାପ ବିଚାର ଆସିନଥାଏ। ଆଉ ଆମ ଶରୀରରେ ସକାରାତ୍ମକ ବିଚାରର ସଂଚାର ହୋଇଥାଏ। ତେଣୁ ମହିଳା ମାନଙ୍କୁ ମୁଣ୍ଡରେ ଓଢଣୀ ଦେବା ନିହାତି ଆବଶ୍ୟକ।

ଯେତେବେଳେ କୌଣସି ଗୁରୁଜନ ଲୋକ ଆପଣଙ୍କ ଘରକୁ ଆସନ୍ତି ସେତେବେଳେ ତାଙ୍କୁ ସମ୍ମାନ ଦେବା ପାଇଁ ଆପଣମାନେ ମୁଣ୍ଡରେ ଓଢଣୀ ଦେଲେ ସେ ବହୁତ ଖୁସି ହୋଇ ଆପଣଙ୍କୁ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇଥାନ୍ତି। ଯାହା ଆପଣ ମାନଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ଏବଂ ଏହି ଆଶୀର୍ବାଦ ଆପଣଙ୍କର ସ୍ୱାମୀଙ୍କର ଆୟୁଷକୁ ଦୁଇଗୁଣା କରି ଦେଇଥାଏ। ତେବେ ଶାସ୍ତ୍ରୁ ଅନୁଯାୟୀ ଏହା ମଧ୍ୟ କୁହାଯାଇଛି କି ଭଗବାନଙ୍କ ପୂଜାରେ ଭୋଗ କରିବା ବେଳେ ଭୋଗରେ ଯଦି ଚୁଟି ବା କେଶ ବାହାରି ଥାଏ ତେବେ ସେହି ଭୋଗ ଅଶୁଭ ହୋଇଯାଇଥାଏ। ସେଥିପାଇଁ ମହିଳା ମାନଙ୍କୁ ପୂଜା କରିବା ସମୟରେ ମୁଣ୍ଡରେ ଓଢଣା ଦେବା ଆବଶ୍ୟକ। ଯାହା ଦ୍ୱାର ମୁଣ୍ଡର କେଶ ଝଡି ଭୋଗରେ ପଡିବ ନାହିଁ। ଏହା ଛଡା ପୂଜା ପର୍ବରେ ମହିଳାମାନେ ମୁଣ୍ଡ ଧୋଇ ଗାଧୋଇ ଥାନ୍ତି। ଯାହାର ଫଳ ସ୍ୱରୂପ ସେ କେଶ ଖୋଲା ରଖନ୍ତି। ତେବେ ଅନ୍ୟ ପୁରୁଷଙ୍କର ନଜର ତାଙ୍କର କେଶ ଉପରେ ପଡିଲେ ଖରାପ ବୋଲି କୁହାଯାଇଥାଏ। ସେଥିପାଇଁ କେଶ ଖୋଲା ନରଖି ଓଢଣୀ ଦେବା ବହୁତ ଆବଶ୍ୟକ ହୋଇଥାଏ। ତେବେ ଏହା ବ୍ୟତୀତ ମଧ୍ୟ ମହିଳା ମାନେ ମୁଣ୍ଡରେ ଓଢଣା ଦେବା ଦ୍ୱାରା ତାଙ୍କର ସୌନ୍ଦର୍ଯ୍ୟ ଦୁଇଗୁଣା ହୋଇଯାଏ। ଏଥି ସହିତ ଅଧିକ ସମ୍ମାନ ମଧ୍ୟ ତାଙ୍କୁ ମିଳିଥାଏ। ତେବେ ବନ୍ଧୁଗଣ ମହିଳାମାନେ ଠାକୁରଙ୍କ ପୂଜା କରିବା ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଏବଂ ପିତାମାତା ଏବଂ ଗୁରୁଜନ ମାନଙ୍କୁ ପ୍ରଣାମ କରିବା ସମୟରେ ମୁଣ୍ଡରେ ନିଶ୍ଚିତ ଭାବରେ ଓଢଣା ଦେବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *