Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଶିବ ଲିଙ୍ଗରେ ଏହି ୫ଟି ଜିନିଷ ଅର୍ପଣ କରିବା ଦ୍ୱାରା ଲାଗିଥାଏ ଘୋର ପାପ।

ସେୟାର୍ କରନ୍ତୁ

ଶ୍ରାବଣ ମାସରେ ଶିବ ଲିଙ୍ଗରେ ଏହି ୫ଟି ଜିନିଷ ଅର୍ପଣ କରିବା ଦ୍ୱାରା ଲାଗିଥାଏ ଘୋର ପାପ।

ବନ୍ଧୁଗଣ ହିନ୍ଦୁଧର୍ମରେ ଶ୍ରାବଣ ମାସରେ ବିଶେଷ ମହତ୍ୱ ରହିଛି। ଶ୍ରାବଣ ମାସକୁ ଯଦି ବ୍ରତ ଏବଂ ପର୍ବବର୍ବାଣୀର ରାଜା କୁହାଯାଏ ତ କିଛି ଭୁଲ ହେବନାହିଁ। କାରଣ ଏହି ମାସର ପାଖାପାଖି ସବୁଦିନ କିଛି ନାଁ କିଛି ଦେବୀ ଦେବତାଙ୍କର ପୂଜା ବ୍ରତ ଆଦି କରାଯାଇଥାଏ। ଦେବତାଙ୍କର ଦେବତା ମହାଦେବଙ୍କର ଏହି ମାସ ସବୁଠୁ ପ୍ରିୟ ହୋଇଥାଏ। ସୋମବାର ଏହି ବାରଟି ଭଗବାନ ଶିବଙ୍କୁ ସମର୍ପିତ। ଏହିଦିନ ଭଗବାନ ଶିବଙ୍କର ପୂଜା ବ୍ରତ ଏବଂ ଆରାଧନା କରାଯାଇଥାଏ। ଶ୍ରାବଣ ମାସରେ କରାଯାଉଥିବା ସୋମବାର ବ୍ରତ ବିଶେଷ ଭାବରେ ଫଳ ପ୍ରଦାନକାରୀ ହୋଇଥାଏ। କିନ୍ତୁ ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କିଛି ବିଶେଷ କଥାର ଧ୍ୟାନ ଦେବା ଉଚିତ। କାରଣ ଭଗବାନ ଶିବ ଯେତେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ତାଙ୍କୁ ସେତେ ଜଲଦି କ୍ରୋଧ ବି ଆସିଥାଏ। ସେଥିପାଇଁ ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବା ସମୟରେ ଏହିସବୁ କଥାର ଧ୍ୟାନ ନିଶ୍ଚୟ ରଖନ୍ତୁ। ଏହି ୫ ଟି ଜିନିଷ ଭଗବାନ ଶିବଙ୍କୁ ଭୁଲରେ ବି ଚଢାନ୍ତୁ ନାହିଁ ନଚେତ ମିଳିବ ଘୋର ପାପ। ତେବେ ଆସନ୍ତୁ ଜାଣିନେବା ସେହି ୫ ଟି ଜିନସ ବିଷୟରେ।

ଭଗବାନ ଶିବ ବୈରାଗି ଅଟନ୍ତି। ସେଥିପାଇଁ କୌଣସି ଶୃଙ୍ଗାର ତାଙ୍କୁ ଚଢାନ୍ତୁ ନାହିଁ। ହଳଦୀ ଏବଂ କୁମକୁମ ମଧ୍ୟ ଚଢାନ୍ତୁ ନାହିଁ। ଯଦି ଅକ୍ଷତ ଚାଉଳ ଚଢ଼ାଉଛନ୍ତି ତେବେ ଏହା ଧ୍ୟାନ ରଖିବେ କି ଚାଉଳ ଟିକେବି ଭାଙ୍ଗି ନଥିବ। ତୁଳସୀ ପତ୍ର, କେତକୀ ଫୁଲ, ଭଗବାନ ଶିବଙ୍କ ପୂଜାରେ ବର୍ଜନୀୟ ଅଟେ। ଭଗବାନ ଶିବଙ୍କୁ ଧଳା ରଙ୍ଗର ଫୁଲ ଚଢାଇବା ବହୁତ ଭଲ ହୋଇଥାଏ। ଭଗବାନ ଶିବଙ୍କୁ ଭୁଲରେ ବି କେବେବି ଶଙ୍ଖ ଦ୍ୱାରା ଜଳ ଚଢାଇବେ ନାହିଁ। ଏପରି କରିବା ପୁରାଣରେ ବର୍ଜିତ ମାନାଯାଇଛି। ଭଗବାନ ଶିବଙ୍କ ପୂଜାରେ ନଡ଼ିଆର ବ୍ୟବହାର କରିବା ଉଚିତ ନୁହେଁ। କାରଣ ନଡ଼ିଆର ସମ୍ବଦ୍ଧ ଶ୍ରୀ ଅର୍ଥାର ମାତା ଲକ୍ଷ୍ମୀଙ୍କ ସହିତ ରହିଛି। ଯାହାର ସମ୍ବଦ୍ଧ ଭଗବାନ ବିଷ୍ଣୁଙ୍କ ସହିତ ରହିଛି। ସେଥିପାଇଁ ଭଗବାନ ଶିବ ଲିଙ୍ଗରେ ନଡିଆ ପାଣି ବି ଚଢାଇବା ଉଚିତ ନୁହେଁ। ଭଗବାନ ଶିବଙ୍କୁ ବେଲ ପତ୍ର ଚଢାଇବା ସମୟରେ ଏହା ଧ୍ୟାନ ରଖିବେ କି ୩ ଟି ପତ୍ର ପରସ୍ପର ସହିତ ଯେପରି ଯୋଡି ହୋଇ ରହିଥିବ ଏବଂ ଏହା ଯେପରି ଛିଡି ନଥିବ। ଭଗବାନ ଶିବଙ୍କ ପୂଜାରେ କଳା ରାଶିର ପ୍ରୟୋଗ କରନ୍ତୁ ନାହିଁ ଏବଂ ପୂଜାରେ କଳା ରଙ୍ଗର ବସ୍ତ୍ର ପିନ୍ଧି ଯାଆନ୍ତୁ ନାହିଁ। ଯଦି ସମ୍ଭବ ପୁରା ଶ୍ରାବଣ ମାସରେ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ। ବନ୍ଧୁଗଣ ଏହିସବୁ କଥାର ବିଶେଷ ଧ୍ୟାନ ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *