Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ବିଛା ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସରେ ବିଛା ରାଶି ଜାତ ମହିଳା ପୁରୁଷମାନେ କେମିତି କଟେଇବେ। ପ୍ରତିକାର। ଯେଉଁମାନଙ୍କର ଜାତକ ନାହିଁ ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣି ପାରୁନାହାନ୍ତି ଯେଉଁମାନେ ଭଲ ମନ୍ଦ ବିଷୟରେ ଟିକେ ଜାଣିବା ପାଇଁ ଆଗ୍ରହୀ ଅଛନ୍ତି ଇଛୁକ ଅଛନ୍ତି କିନ୍ତୁ ସେମାନେ ଜାଣି ପାରୁନାହାନ୍ତି ଯଦି ସେମାନେ ନିଜର ନାମରୁ ରାଶି ନକ୍ଷତ୍ର ଜାଣି କଣ କରିବେ କଣ ନକରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ଯଦି ଆପଣଙ୍କର ପ୍ରଥମ ଅକ୍ଷର ତ,ନା,ନି,ନୁ,ନେ,ନ,ଜା,ଜି,ଜୁ ହୋଇଥାଏ ତେବେ ଆପଣଙ୍କର ବିଛା ରାଶି ହେବ ଏବଂ ବିଛା ରାଶିର ନକ୍ଷତ୍ର ହେଉଛି ବିଶାଖା,ଅନୁରାଧା,ଜ୍ୟାଷ୍ଠା। ୧୬/୮,୧୭/୮,୧୮/୮। ବିଛା ରାଶି ହେବ।ଆପଣଙ୍କ ରାଶିର ଚିହ୍ନ ହେଉଛି ବିଛା। କଙ୍କଡା ବିଛା ବା ତେନ୍ତୁଳିଆ ବିଛା। ରାଶି ସ୍ୱାମୀ ହେଉଛନ୍ତି ମଙ୍ଗଳ ମହାଗ୍ରହ। ରାଶି ତତ୍ୱ ହେଉଛି ଜଳ ତତ୍ୱ। ରାଶିର ସ୍ୱରୂପ ହେଉଛି ସ୍ଥିର। ରାଶିର ଦିଗ ହେଉଛି ଉତ୍ତର ଦିଗ।ରାଶିର ଗୁଣ ହେଉଛି ସ୍ତ୍ରୀ ଗୁଣୀ। ରାଶି ଜାତି ହେଉଛି ବ୍ରାହ୍ମଣ। ରାଶିର ପ୍ରକୃତି ହେଉଛି କଫ ପ୍ରକୃତି। ରାଶିର ସ୍ୱଭାବ ହେଉଛି ସୌମ୍ୟ।

ରାଶିର ଅଙ୍ଗ ବା କାଳ ପୁରୁଷର ଅଙ୍ଗ ହେଉଛି ପିଠି। ରାଶିର ଶୁଭ ରତ୍ନ ହେଉଛି ରକ୍ତ ପ୍ରବାଳ। ରାଶିର ଶୁଭ ରଙ୍ଗ ହେଉଛି ନାଲି। ରାଶିର ଶୁଭ ବାର ହେଉଛି ମଙ୍ଗଳବାର।ରାଶିର ଶିବ ଦେବତା ହେଉଛି ଶିବ,ଭୈରବ,ହନୁମାନ। ରାଶିର ଶୁଭ ଦେବୀ ହେଉଛି ମା ମଙ୍ଗଳା। ତେବେ ରାଶିର ଭାଗ୍ୟଙ୍କ ହେଉଛି ୯। ରାଶିର ତାରିଖ ହେଉଛି ୯ ତାରିଖ,୧୮ ତାରିଖ ବା ୨୭ ତାରିଖ। ଇଂରାଜୀ ମାସର ଏଇ ୯,୧୮ ବା ୨୭ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଥାନ୍ତି ତାହେଲେ ନିଶ୍ଚୟ ଏଇ ମାସରେ ମଧ୍ୟ ୯ ତାରିଖ,୧୮ ତାରିଖ ବା ୨୭ ତାରିଖ ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି ତାହେଲେ ନିର୍ବିଘ୍ନରେ ତାହା ପୂରଣ ହୋଇପାରିବ।ରାଶିର ମିତ୍ର ରାଶି ହେଉଛି କର୍କଟ ରାଶି,ସିଂହ ରାଶି, ଧନୁ ରାଶି, ମୀନ ରାଶି।

ଶତ୍ରୁ ରାଶି ମିଥୁନ ରାଶି, କନ୍ୟା ରାଶି। ରାଶିର ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ରେବତୀ ନକ୍ଷତ୍ର, ଘାତ ତିଥି ହେଉଛି ଦଶମୀ ତିଥି, ଘାତ ଚନ୍ଦ୍ର ହେଉଛି ବୃଷ ଚନ୍ଦ୍ର। ବୃଷ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରୁଛନ୍ତି ସେତେବେଳେ ଲକ୍ଷ ରଖନ୍ତୁ ବା ପାଞ୍ଜି ଦେଖନ୍ତୁ ବୃଷ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରୁଛନ୍ତି ବା ସେହି ସମୟରେ ବା ସେହି ଯେଉଁ ଅଢେଇ ଦିନ ଜାତ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।ଆଉ ସବୁ କରିପାରିବେ। କିନ୍ତୁ ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ତେବେ ବିଛା ରାଶି ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ୱ ହେଉଛି ସ୍ୱାବଲମ୍ବୀ,ପରିଶ୍ରମୀ,ସୁନ୍ଦର ଶରୀର,ରାଜ ଦ୍ୱାରରେ ପ୍ରତିଷ୍ଠା,ପ୍ରତିପତି ପାଇଥାନ୍ତି। ସମସ୍ତ ଲକ୍ଷଣ ଶୁଭ ହୋଇଥାଏ। ଅନେକ ଶିଳ୍ପତ ମଧ୍ୟ ହୋଇଥାନ୍ତି। ବ୍ୟବସାୟରେ ବିଶେଷ ଲାଭବାନ ମଧ୍ୟ ହୋଇଥାନ୍ତି।

ତେବେ ୨୦୨୧ ମସିହା ଅଗଷ୍ଟ ମାସରେ ବିଛା ରାଶି ଜାତ ମହିଳା ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ସନ୍ତାନ ସନ୍ତତି ମାନଙ୍କର ଶୁଭ ଖବର ପାଇ ଖୁସି ହୋଇଯିବେ। ଶତ୍ରୁନାଶ,ଧନ ପ୍ରାପ୍ତି,ମିତ୍ର ଲାଭ,ଉଚ୍ଚ ସମ୍ମାନ ମଧ୍ୟ ପାଇବେ। ପାରିବାରିକ ସ୍ତରରେ ଅସନ୍ତୋଷ,ଅକ୍ଷବ,ଅବଶୋଷ ଦୂରେଇ ଯାଇ ଶାନ୍ତି ଶୃଙ୍ଖଳା ସହ ପରିବାରରେ ମାନ ମନାନ୍ତର ଦୂରେଇ ଯାଇ ସୁଖ ଶାନ୍ତି ମିଳିବ। ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ। ବ୍ୟବସାୟ କ୍ଷେତ୍ରରେ ସାମୁହିକ ପ୍ରୟାସ ସହଯୋଗ ଦ୍ୱାରା ଆଗକୁ ବଢ଼ିପାରିବେ। କାରବାରରେ ସୀମା ବଢ଼ାଇବା ଫଳରେ ସନ୍ତୋଷ ଦେଖାଦେବ। ଭିନ୍ନ ରାସ୍ତାରେ ଆୟ ବୃଦ୍ଧିର ଯୋଜନା ମଧ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲ ହୋଇ ମୂଳ ଆଭିମୁଖ୍ୟ ହେବ। ବାଦ ବିବାଦ, ମାଲି ମକର୍ଦ୍ମମା,ପ୍ରତିଯୋଗୀତା ପରୀକ୍ଷା,ଭ୍ରମଣ ସଂକ୍ରାନ୍ତୀୟ ବ୍ୟବସାୟରେ ବିଶେଷ ଲାଭବାନ ହେବେ।ଯାନ ବାହନ ବ୍ୟବସାୟରେ ମଧ୍ୟ ବିଶେଷ ଲାଭବାନ ହେବେ।

ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ। ଛାତ୍ରଛାତ୍ରୀ ମାନଙ୍କର ବ୍ୟବସ୍ଥିତ ହେତୁ ଶାନ୍ତି ଉପୁଜିବ। ନିଜର ପ୍ରତିଷ୍ଠା ସୁନାମ ବଢିବା ସହ ଆୟ ମଧ୍ୟ ଉତ୍ତମ ହେବ। ନାନା ବାଟରେ ଘମାଘୋଟ ଘଟିବ। ନୂତନ ଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଧାରଣ କରିବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳିନ ହେବ। ପ୍ରେମିକ ପ୍ରେମିକା ମାନଙ୍କର ଚିତ ପ୍ରସନ୍ନ ରହିବା ସହିତ କାର୍ଯ୍ୟ ସିଦ୍ଧି ହେବ। ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ପ୍ରତ୍ୟକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ଼ ରହିବ। ରାଜନୀତିରେ ଲୋକ ସମର୍ଥନ ପ୍ରଚୁର ମିଳିବା ଫଳରେ ପ୍ରଶଂସିତ ହେବେ। କାହାରି ପାଖେ ମୁଣ୍ଡ ମଧ୍ୟ ନଇଁବ ନାହିଁ। ବାପା ମା ଗୁରୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ପ୍ରତ୍ୟକ ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ ଦେଖିବେ ମାସଟି ବହୁତ ଭଲରେ ବ୍ୟତୀତ ହେବ।

ଯାତ୍ରା ନକରିବା ଉଚିତ। ବ୍ୟବସାୟ ଆରମ୍ଭ ନକରିବା ଉଚିତ। ଗୃହାରମ୍ଭ ନକରିବା ଉଚିତ।କ୍ଷର ନହେବା ହଣାକଟା କାର୍ଯ୍ୟ କିଛି ନକରିବା ବା ଯାନ କିଣିବା ବା ଯାନ ଆରୋହଣ ଏସବୁ କାର୍ଯ୍ୟ ନକରିବା ଉଚିତ।ତେବେ ୨୦୨୧ ମସିହା ମଇ ମାସରେ ମହିଳା ଏବଂ ପୁରୁଷମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ବକୀୟ ଅର୍ଥ କିଛି ମିଳିଯାଇପାରିବ। କରଜର ମାତ୍ରା ମଧ୍ୟ ହ୍ରାସ ପାଇବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ ହୋଇପାରିବ। ଦୂର ଯାତ୍ରାର ସୁଯୋଗ ପାଇପାରନ୍ତି। ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା,ମାଲିମକର୍ଦମା,ସାକ୍ଷତକାରରେ ବିଜୟୀ ହେବେ। ଦୂର ଯାତ୍ରାର ସୁଯୋଗ ପାଇବେ। ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ ସମୟ।ନୂତନ କର୍ମ ପ୍ରାପ୍ତିର ସୁଯୋଗ ପାଇପାରନ୍ତି। ଆୟ ଉପାର୍ଜନରେ ମଧ୍ୟ ବୃଦ୍ଧି ହେବ। ପାରିବାରିକ ସମସ୍ୟାରେ ଭାରସାମ୍ୟ ରକ୍ଷା କରି ନିମ୍ନ ବର୍ଗ ଯୋଗେ ପରିସ୍ଥିତିକୁ ନିଜ ତରଫରୁ ନେଇ ସ୍ୱାର୍ଥ ସିଦ୍ଧିକୁ ମଧ୍ୟ ପ୍ରଶସ୍ତ କରିବେ।

ପୁଅ ଝିଅଙ୍କ କର୍ମ ସ୍ଥିର ହେବା ଫଳରେ ଖୁସି ହେବେ। କର୍ମ ସଦ୍ଧାନିମାନେ କର୍ମ ନିଯୁକ୍ତିର ମଧ୍ୟ ସଫଳତା ଲାଭ କରିପାରନ୍ତି। ବ୍ୟାପାର ବିସ୍ତାର,ଜାଗା,ଜମି,ଉଚ୍ଚ ସ୍ତରୀୟ ବାହନ କ୍ରୟ କରିପାରନ୍ତି। କଳା, ସାହିତ୍ୟ,ଚଳଚ୍ଚିତ୍ର, ସଂଗୀତ ଆଦି କ୍ଷେତ୍ରରେ ମଧ୍ୟ ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ। ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥତ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭକ୍ତା ହେବେ। ଅବିବାହିତ ଯୁବକ ଯୁବତୀ ମାନେ ବିବାହ କରିବାର ମଧ୍ୟ ସୁଯୋଗ ପାଇବେ। ଜମି ଜମା ସଂକ୍ରାନ୍ତିୟ ଗୁରୁତ୍ୱପୁର୍ଣ କାର୍ଯ୍ୟ ସମ୍ପାଦନ ହେବ। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହେବେ। ବନ୍ଧୁ ମିତ୍ରଙ୍କ ସହ ମୋନରଞ୍ଜନ ଭ୍ରମଣ ଫଳରେ ହସ ଖୁସିର ବାତାବରଣ ସୃଷ୍ଟି ହେବ। ଉଛଅଧିକାରୀ ଏବଂ ସହକର୍ମୀମାନେ କାର୍ଯ୍ୟ କ୍ଷେତ୍ରରେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା,ମାନ ସମ୍ମାନରେ ମଧ୍ୟ ବୃଦ୍ଧି ହେବ। ଆପଣା ଲୋକଙ୍କର ସହଯୋଗ ବୃଦ୍ଧି ପାଇବା ଫଳରେ ପୈତୃକ ସମ୍ପତିକୁ ନେଇ ଭାତୃ ବିବାଦ ଯଦି ଥାଏ ତାହେଲେ ତାକୁ ମେଣ୍ଟେଇ ଦେଇପାରିବେ। ସୁଖ ଶାନ୍ତିରେ ଏହି ମାସଟି ମଧ୍ୟ ଗତି କରିପାରିବେ ବା କଟେଇଦେଇ ପାରିବେ। ପ୍ରତ୍ୟକ ଦିନ ଗୋମାତାଙ୍କୁ କିଛି ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ଏହି ମାସଟି ବହୁତ ଭଲରେ ଭଲରେ କଟେଇ ପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *