Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ମକର ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସରେ ମକର ରାଶି ଜାତ ମହିଳା ପୁରୁଷମାନଙ୍କର କେମିତି କଟିବ କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯେଉଁମାନଙ୍କର ଜାତକ ନାହିଁ ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣି ପାରୁନାହାନ୍ତି ଯେଉଁମାନେ ଭଲ ମନ୍ଦ ବିଷୟରେ ଟିକେ ଜାଣିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ ନିଜର ନାମରୁ ରାଶି ନକ୍ଷତ୍ର ଜାଣି କଣ କରିବେ କଣ ନକରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ତେବେ ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଭୋ,ଜା,ଜି,ଜୁ,ଯେ,ଜୋ,ଖା,ଗା,ଗି ହୋଇଥାଏ ତେବେ ଆପଣଙ୍କର ରାଶି ମକର ରାଶି ହିଁ ହେବ। ୩ ଟି ନକ୍ଷତ୍ର ହେଉଛି ମକର ରାଶିର । ମକର ରାଶିର ନକ୍ଷତ୍ର ହେଉଛି ଉତ୍ତରାସାଢା ମକର,ଶ୍ରବଣା ମକର, ଧନିଷ୍ଠା ମକର। ରାଶିର ଶୁଭ ରଙ୍ଗ ହେଉଛି ନୀଳ,ଆକାଶିଆ,କଳା।ବା ୨୧/୧୦,୨୨/୧୦,୨୩/୧୦। ମକର ରାଶି ବା ଆପଣଙ୍କ ରାଶିର ଚିହ୍ନ ହେଉଛି କୁମ୍ଭୀର ବା ମଗର। ରାଶି ସ୍ୱାମୀ ହେଉଛନ୍ତି ଗ୍ରହରାଜ ଶନିଶ୍ଚର।ରାଶି ତତ୍ୱ ହେଉଛି ପୃଥିବୀ ତତ୍ୱ। ରାଶିର ସ୍ୱରୂପ ହେଉଛି ଚଳ ସ୍ୱରୂପ। ରାଶିର ଦିଗ ହେଉଛି ଦକ୍ଷିଣ ଦିଗ। ରାଶିର ଗୁଣ ହେଉଛି ସ୍ତ୍ରୀ ବା ତମ ଗୁଣୀ। ରାଶି ଜାତି ହେଉଛି ବୈସ୍ୟ ଜାତି। ରାଶି ପ୍ରକୃତି ହେଉଛି ବାତ ପ୍ରକୃତି। ରାଶିର ସ୍ୱାଭାବ ହେଉଛି ସୌମ୍ୟ।ରାଶିର ଅଙ୍ଗ ବା କାଳ ପୁରୁଷର ଅଙ୍ଗ ହେଉଛି ଆଣ୍ଠୁଗଣ୍ଠି। ରାଶିର ଶୁଭ ରତ୍ନ ହେଉଛି ନିଳା। ରାଶିର ଶୁଭ ରଙ୍ଗ ହେଉଛି ନୀଳ ରଙ୍ଗ ବା ଆକାଶିଆ ରଙ୍ଗ ବା କଳା ରଙ୍ଗ।ରାଶିର ଶୁଭବାର ହେଉଛି ଶନିବାର।

ରାଶିର ଶୁଭ ଦେବତା ହେଉଛନ୍ତି ଗ୍ରହରାଜ ଶନିଶ୍ଚର ବା ଭଗବାନ ଶିବ। ରାଶିର ଶୁଭ ଦେବୀ ହେଉଛନ୍ତି ମା ଦକ୍ଷିଣ କାଳୀ। ରାଶିର ବ୍ରତ ଉପବାସ ଶନିବାର ବା ସୋମବାର ଯଦି କରନ୍ତି ନିଶ୍ଚୟ ସଫଳତା ମିଳିବ।ରାଶିର ଭାଗ୍ୟଙ୍କ ହେଉଛି ୮।ପ୍ରତ୍ୟକ ମାସର ୮ତାରିଖ,୧୭ ତାରିଖ, ୨୬ ତାରିଖ ହେଉଛି ଅତ୍ୟନ୍ତ ଶୁଭ। ଯଦି ଏଇ ମାସରେ କୌଣସି ଶୁଭ କାର୍ଯ୍ୟ କରିବାକୁ ଥାଏ ତାହେଲେ ୮ତାରିଖ,୧୭ ତାରିଖ, ୨୬ ତାରିଖରେ ନିର୍ଧାରଣ କରନ୍ତୁ। ଏଇ ସମୟରେ ବା ଏଇ ତାରିଖରେ ଯଦି କାର୍ଯ୍ୟ ଆରମ୍ଭ କରୁଛନ୍ତି ତାହେଲେ ନିଶ୍ଚୟ ସଫଳତା ପ୍ରାପ୍ତି ହେବ। ରାଶିର ମିତ୍ର ରାଶି ହେଉଛନ୍ତି ବୃଷ ରାଶି, ମିଥୁନ ରାଶି, କନ୍ୟା ରାଶି, ତୁଳା ରାଶି, କୁମ୍ଭ ରାଶି। ରାଶିର ଶତ୍ରୁ ରାଶି ହେଉଛି ସିଂହ ରାଶି। ଘାତ ବାର ମଙ୍ଗଳବାର। ଘାତ ନକ୍ଷତ୍ର ରୋହିଣୀ ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱାଦଶୀ ତିଥି। ଘାତ ଚନ୍ଦ୍ର ସିଂହ ଚନ୍ଦ୍ର। ସିଂହ ଚନ୍ଦ୍ର ଭୋଗ ହେଉଥିବା ବେଳେ ବା ସିଂହ ରାଶିରେ ଚନ୍ଦ୍ରମା ବିଦ୍ୟମାନ କରୁଥିଲା ବେଳେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ, ଦୂର ଯାତ୍ରା କରନ୍ତୁ ନାହିଁ, ଗୃହାରମ୍ଭ, କ୍ଷର ହେବା ଏସବୁ କାର୍ଯ୍ୟ କେବେହେଲେ କରିବେ ନାହିଁ ଏହି ସମୟରେ।

ତେବେ ମକର ରାଶିର ବ୍ୟକ୍ତିତ୍ୱ ହେଉଛି ସୁନ୍ଦର ସ୍ୱରୂପ କ୍ଷୀଣ କୋଠି ସ୍ଥୁଳ ଶରୀର,ସଂଗୀତଜ୍ଞ ସୋଧର୍ମ ପ୍ରିୟ,ସୋ ଗୁଣପ୍ରିୟ,ନୀତିଜ୍ଞ,ପ୍ରବାସୀ,ଧନୀ ଧର୍ଯ୍ୟବାନ ସବୁ ଲକ୍ଷଣରେ ମଧ୍ୟ ସମ୍ପର୍ଣ୍ଣ।ରାଜ୍ୟ ବା ରାଜ୍ୟ ବ୍ୟକ୍ତି ବା ରାଜ ସୁଖ ଭୋଗ କରନ୍ତି ସନ୍ତା ସନ୍ତତି ମଧ୍ୟ ସୁଖ ଭୋଗ କରନ୍ତି ସତ୍ୟବାଦୀ ଦୟାଳୁ ଶ୍ରେଷ୍ଠ ସ୍ମରଣଶକ୍ତିବାନ, କୋପି, ଦୃଢ଼ ପ୍ରତିଜ୍ଞ,ଧାର୍ମିକ,ଭାଗ୍ୟଶାଳୀ,ଯସ୍ୱଶି,ଉଚ୍ଚପଦାଧିକାରୀ ମଧ୍ୟ ହୋଇଥାନ୍ତି।ବିଦ୍ୱାନ, ଦାନୀ,ପ୍ରଭାବଶାଳୀ, ଉତ୍ତମ ଗୁଣ ବର୍ତୀ ଦାମ୍ଫତ୍ୟ ସୁଖୀ ଅଧିକାରୀଙ୍କ ଅଧିକାର ମଧ୍ୟ ପାଇଥାନ୍ତି।ଶତ୍ରୁଙ୍କ ଠାରୁ ବିଜୟୀ ମଧ୍ୟ ହୋଇଥାନ୍ତି। ସୁଖୀ ଗାଇବା ବଜାଇବାରେ ମଧ୍ୟ ନିପୁଣ ହୋଇଥାନ୍ତି। ପରପକାରୀ ଜସ୍ୱସି ମଧ୍ୟ ହୋଇଥାନ୍ତି।

ତେବେ ୨୦୨୧ ମସିହା ଅଗଷ୍ଟ ମାସରେ ମକର ରାଶି ମହିଳା ଓ ପୁରୁଷ ମାନଙ୍କର ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଜାରି ରଖିବେ। ପରୀକ୍ଷା ପ୍ରତିଯୋଗିତା ସାକ୍ଷାତକାରରେ ମଧ୍ୟ ଉଚ୍ଚ ପ୍ରଶଂସିତ ହେବେ। ଶାରୀରିକ ସୁସ୍ଥତା ଦେଖାଦେବ। ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ମନ ଖୁସି ରହିବ। ଯଦି ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନିତ ହୋଇ ସମ୍ପତ୍ତି ମଧ୍ୟ କ୍ରୟ କରିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସମ୍ବଦ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ କିମ୍ବା ଡାକ୍ତରୀ ପାଠ ପଢୁଥିଲେ ବିଶେଷ ସଫଳତା ଲାଭ ହେବ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୁର୍ଣ ହୋଇଯିବ।

ସନ୍ତାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ ଗୃହ, ନୂତନ ଯାନ,ନୂତନ ବ୍ୟବସାୟ,ନୂତନ ଜାଗା ଜମି ମଧ୍ୟ ପ୍ରାପ୍ତି ହୋଇପାରେ। ଚାକିରୀ ପାଇଁ ଚେଷ୍ଟା କରୁଥିଲେ ଶିକ୍ଷା କ୍ଷେତ୍ର କିମ୍ବା ଧର୍ମାନୁଷ୍ଠାନ,ଭୋଜନାଳୟ, ଶ୍ୱାସ, ପ୍ରଶାସନ ବିଭାଗ, ଖାଦ୍ୟ ସମ୍ବଧିୟ ବିଭାଗ,ଖାଦ୍ୟ ପ୍ରସ୍ତୁତି କରୁଥିବା କଳକାରଖାନାରେ ଯୋଗାଯୋଗ କରନ୍ତୁ। ରାଜନୀତି କ୍ଷେତ୍ରରେ ଅନୁକୂଳ ହେତୁ ଲୋକ ସମର୍ଥନ ବୃଦ୍ଧି ପାଇବ। ପୈତୃକ ସମ୍ପତି ପାରିବାରିକ ଦ୍ଵନ୍ଦର ସମାଧାନ ହେବା ଯୋଗେ ଚିତ ପ୍ରସନ୍ନ ରହିବ। ବ୍ୟବସାୟରେ ଉଚ୍ଚ ଆଶାରେ ଆଗେଇ କାର୍ଯ୍ୟ ସିଦ୍ଧି ହେବା ଫଳରେ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇବେ। ପରିବହନ ବ୍ୟବସାୟରେ ବିଶେଷ ସମସ୍ୟା ଥିଲେ ତାକୁ ସମାଧାନ କରିଦେଇ ଆନନ୍ଦିତ ହେବେ।ପ୍ରତ୍ୟକ ଦିନ ଗୋମାତାଙ୍କୁ କିଛି ନାଁ କିଛି ଖାଇବାକୁ ଦିଅନ୍ତୁ। ତାହେଲେ ଦେଖିବେ ମାସଟି ବହୁତ ଭଲରେ ଭଲରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *