Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ କୁମ୍ଭ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସଟି କୁମ୍ଭ ରାଶି ଜାତ ମହିଳା ପୁରୁଷମାନଙ୍କର କେମିତି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯେଉଁ ମାନଙ୍କର ଜାତକ ନାହିଁ ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିପାରୁ ନାହାନ୍ତି,ଯେଉଁମାନେ ଭବିଷ୍ୟତ ବିଷୟରେ ଟିକେ ଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ ବା ଇଛୁକ ଅଛନ୍ତି ସେମାନେ ନିଜ ନାମରୁ ରାଶି ନକ୍ଷତ୍ର ଜାଣି କଣ କରିବେ ନକରିବେ କଣ ଶୁଭା ଶୁଭ ଫଳ ପାଇବେ କି ଅଶୁଭ ଫଳ ପାଇବେ ସେ ବିଷୟରେ ଆସନ୍ତୁ ଆଲୋଚନା କରିବା। ତେବେ ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଗୁ, ଗେ, ଗ, ସା, ସି, ସୁ,ସେ, ତ ହୋଇଥାଏ ତେବେ ଆପଣଙ୍କର କୁମ୍ଭ ରାଶି ହେବ। ଏବଂ କୁମ୍ଭ ରାଶି ଜାତ ବ୍ୟକ୍ତି ମାନଙ୍କର ଧ୍ୱନିଷ୍ଠା ନକ୍ଷତ୍ର, ସତବିଛା ନକ୍ଷତ୍ର, ପୂର୍ବ ଭାଦ୍ରବ ନକ୍ଷତ୍ରରେ ସେ ଜନ୍ମ ହୋଇଥିବେ। ଏହି ନକ୍ଷତ୍ର ଏହି ରାଶି ଅନୁସାରେ ନକ୍ଷତ୍ର ହେବ। ତେବେ ୨୩/୧୧, ୨୪/୧୧, ୨୫/୧୧ କୁମ୍ଭ ରାଶି ହେବ। ଆପଣଙ୍କ ରାଶିର ଚିହ୍ନ ହେଉଛି କଳସ ଧରିଥିବା ଜଣେ ସ୍ତ୍ରୀ। ରାଶି ସ୍ୱାମୀ ହେଉଛନ୍ତି ଗ୍ରହରାଜ ଶନିଶ୍ଚର। ରାଶି ତତ୍ୱ ହେଉଛି ବାୟୁ ତତ୍ୱ। ରାଶିର ସ୍ୱରୂପ ହେଉଛି ସ୍ଥିର ରାଶିର ଦିଗ ହେଉଛି ପଶ୍ଚିମ। ରାସୁର ଗୁଣ ହେଉଛି ପୁରୁଷ ବା ତମ ଗୁଣୀ। ରାଶି ଜାତି ହେଉଛି ଶୁଦ୍ର। ରାଶି ପ୍ରକୃତି ହେଉଛି ତ୍ରିଧାତୁ ପ୍ରକୃତି। ରାଶିର ସ୍ୱଭାବ ହେଉଛି କ୍ରୁର ସ୍ୱଭାବ। ରାଶିର ଅଙ୍ଗ ହେଉଛି ପାଦ। ରାଶିର ଶୁଭ ରତ୍ନ ହେଉଛି ନିଳା। ରାଶିର ଶୁଭ ରଙ୍ଗ ହେଉଛି ନୀଳ ରଙ୍ଗ ଆକାଶିଆ ରଙ୍ଗ ଓ କଳା ରଙ୍ଗ। ରାଶିର ଶୁଭ ବାର ହେଉଛି ଶୁକ୍ରବାର ଏବଂ ଶନିବାର। ରାଶିର ଶୁଭ ଦେବତା ହେଉଛନ୍ତି ଶନିଦେବ ଏବଂ ଶିବ ଭଗବାନ। ରାଶିର ଶୁଭ ଦେବୀ ହେଉଛନ୍ତି ମା ଦକ୍ଷିଣ କାଳୀ। ରାଶିର ବ୍ରତ ଉପବାସ ହେଉଛି ଶନିବାର। ରାଶିର ଭାଗ୍ୟଙ୍କ ହେଉଛି ୮।

ରାଶିର ପ୍ରତ୍ୟକ ମାସର ଇଂରାଜୀ ମାସର ତାରିଖ ହିସାବରେ ଦେଖିଲେ ୮ତାରିଖ, ୧୭ ତାରିଖ, ୨୬ ତାରିଖ ହେଉଛି ଅତ୍ୟନ୍ତ ଶୁଭ। ଏଇ ୮ତାରିଖ, ୧୭ ତାରିଖ, ୨୬ ତାରିଖ ମାନଙ୍କରେ ଯଦି ଏଇ ରାଶିର ବ୍ୟକ୍ତିମାନେ ବା ଏଇ ନାମର ପ୍ରଥମ ଅକ୍ଷର ଏଇ ହେଉ ୯ ଟି ଅକ୍ଷର ଜଣାଇଥିଲୁ ସେହି ଅକ୍ଷର ଭିତରୁ ଯଦି ହୋଇଥାଏ ତାହେଲେ ସେମାନଙ୍କର ଏଇ ରାଶି ନକ୍ଷତ୍ର ହେବା ଯୋଗେ ପ୍ରତ୍ୟକ ମାସର ୮ତାରିଖ, ୧୭ ତାରିଖ, ୨୬ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହେଲେ ଶୁଭ କାର୍ଯ୍ୟଟି ନିର୍ବିଘ୍ନରେ କରନ୍ତୁ ଯାତ୍ରା ଯଦି କରିବାକୁ ଥାଏ କାହାର ଗୃହାରମ୍ଭ କରିବାକୁ ଥାଏ କିମ୍ବା କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଥାଏ, କର୍ମରେ ନିଯୁକ୍ତି ପାଇବା ପାଇଁ ଯଦି ଥାଏ ତାହେଲେ କର୍ମ କ୍ଷେତ୍ରରେ ମଧ୍ୟ ଯୋଗ ଦେଇପାରିବେ। ଏଇ ତାରିଖ ମାନଙ୍କରେ ଯଦି ଯୋଗ ଦେଉଛନ୍ତି ତାହେଲେ ଭବିଷ୍ୟତ ଅତ୍ୟନ୍ତ ଉଜ୍ଵଳମୟ ହେବ। ରାଶିର ମିତ୍ର ରାଶି ହେଉଛନ୍ତି ବୃଷ ରାଶି, ମକର ରାଶି ଏବଂ ମୀନ ରାଶି। ରାଶିର ଶତ୍ରୁ ରାଶି ହେଉଛନ୍ତି ମେଷ ରାଶି, କର୍କଟ ରାଶି ସିଂହ ରାଶି। ରାଶିର ଘାତ ବାର ହେଉଛି ଗୁରୁବାର।

ଘାତ ନକ୍ଷତ୍ର ହେଉଛି ଆଦ୍ରା ନକ୍ଷତ୍ର। ଘାତ ତିଥି ହେଉଛି ଚତୁର୍ଥୀ ତିଥି। ଘାତ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ଧନୁ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ସେତେବେଳେ ପାଞ୍ଜି ଦେଖି କିମ୍ବା ଜ୍ୟୋତିଷ ଙ୍କଠୁ ପରାମର୍ଶ ନେଇ ଏଇ ସମୟରେ କେବେ ମଧ୍ୟ କୌଣସି ଦୂର ଯାତ୍ରା କରନ୍ତୁ ନାହିଁ, ଗୃହାରମ୍ଭ କରନ୍ତୁ ନାହିଁ, ଯାନ ଆରୋହଣ କରନ୍ତୁ ନାହିଁ ବା ନୂତନ ଯାନ ଜାଗା ଜମି ଏସବୁ କ୍ରୟ ବିକ୍ରୟ କରନ୍ତୁ ନାହିଁ। ତେବେ ଏହି ରାଶିର ବ୍ୟକ୍ତିତ୍ୱ ହେଉଛି ଅତ୍ୟନ୍ତ ସାହସୀ,ନିଷ୍କପଟ ଚରିତ୍ର, ଶତ୍ରୁଜୟୀ, ଦୟାଳୁ,ଦାନୀ, ପ୍ରିୟ ଭାଷୀ, ପଣ୍ଡିତ କାର୍ଯ୍ୟ କୁଶଳ, ଶିଳ୍ପୀ, ଯାତ୍ରା ପ୍ରିୟ, ମିଷ୍ଠାନ ଭୋଜି, ପ୍ରସନ୍ନ ଚିତ, ସୁଗନ୍ଧ ପ୍ରିୟ, ସୁନ୍ଦର ମୁଖ, ଅଳ୍ପା ହାରି, ବିନୟୀ କଷ୍ଟ ସହିଷ୍ଣୁ, ତପସ୍ୱୀ, ଶାନ୍ତ ସ୍ୱଭାବ, ବୁଦ୍ଧିମାନ, ଅନେକ ବିଦ୍ୟା ଅଭ୍ୟାସ କରିଥାନ୍ତି। ବ୍ୟବସାୟ କୁଶଳ, ବାଲ୍ୟାବସ୍ଥାରେ ମଧ୍ୟ ଧନୀ ହୋଇଥାନ୍ତି ବା ଧନୀ ଘରେ ଜନ୍ମ ଗ୍ରହଣ କରିଥାନ୍ତି।

ତେବେ ୨୦୨୧ ମସିହା ଅଗଷ୍ଟ ମାସରେ କୁମ୍ଭ ରାଶି ଜାତ ମହିଳା ଓ ପୁରୁଷମାନେ ମାନସିକ, ଭୌତିକ, ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହୋଇ ନୂତନ ଚାକିରୀ ପାଇଁ ପ୍ରୟାସରତ ଯୁବକ ଯୁବତୀମାନେ ଉତ୍ସାହ ଜନକ ସମାଚାର ପାଇବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ସାକ୍ଷତକାରରେ ମଧ୍ୟ ଉତ୍ତୀର୍ଣ୍ଣ ହେବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବା ପାଇଁ ପ୍ରୟାସରତ ରହିବେ। ସ୍ବାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। କର୍ମ କ୍ଷେତ୍ରରେ କିଛି ନୂଆ ସୁଯୋଗ ଆସିବ। ପରିଶ୍ରମ କାର୍ଯ୍ୟ କରି ପ୍ରଶଂସିତ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚ ଆଶା ସଫଳ ହୋଇ ଦୂର ଯାତ୍ରାରେ ଲାଭ ପାଇବେ। ସହକର୍ମୀ ମାନଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ନୂଆ ନୂଆ ବ୍ୟବସାୟକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ବ୍ୟବସାୟିକ ସ୍ଥିତି ଅଚାନକ ବୃଦ୍ଧି ହେବା ଫଳରେ ଆଶାନୁରୂପ ଅର୍ଥାଗମ ହେବ। ବ୍ୟବସାୟ କ୍ଷେତ୍ରକୁ ସୁସଜିତ କରି ପ୍ରଚୁର ଲାଭବାନ ମଧ୍ୟ ହେବେ।

ଉତ୍ତରାଧିକାରୀ କ୍ଷେତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ମଧ୍ୟ ଏ ମାସରେ ଅଛି। ଅଚାନକ ବନ୍ଧୁ ବାନ୍ଧବଙ୍କର ସମାଗମ ହେବ। ବନ୍ଧୁ ମାନଙ୍କ ଠାରୁ ଉପହାର ମଧ୍ୟ ପ୍ରାପ୍ତି ହୋଇପାରେ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଗୃହ ପାଳିତ ପଶୁ ଯାନ ବାହନ ଇତ୍ୟାଦି କ୍ରୟ ବିକ୍ରୟ କରି ବିଶେଷ ଲାଭବାନ ହେବେ। ଆର୍ଥିକ ସମସ୍ୟା ନିଶ୍ଚିତ ଭାବେ ସମାଧାନ ହୋଇଯିବ।କୌଣସି ଶୁଭ କାର୍ଯ୍ୟ କରିବାକୁ ମଧ୍ୟ ଆୟୋଜନ କରିପାରନ୍ତି। ମାଲିକ ସପକ୍ଷ ସଙ୍ଗଠନ ନେତୃତ୍ୱ ନେଇ କତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। ବିଚାର ବିଭାଗ ପ୍ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରତ୍ୟକ ଦିନ ବୁଲା କୁକୁରଙ୍କୁ କିଛି କିଛି ଖାଇବାକୁ ଦିଅନ୍ତୁ। ଦେଖିବେ ମାସଟି ବହୁତ ଭଲରେ ଭଲରେ ବ୍ୟତୀତ କରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *