Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ମୀନ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସଟି ମୀନ ରାଶି ଜାତ ମହିଳା ପୁରୁଷମାନଙ୍କର କେମିତି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯେଉଁ ମାନଙ୍କର ଜାତକ ନାହିଁ ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣି ପାରୁନାହାନ୍ତି ଯେଉଁ ନିଜର ରାଶି ନକ୍ଷତ୍ର ଜାଣିନାହାନ୍ତି କିନ୍ତୁ ଟିକେ ଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ ବା ଇଛୁକ ଅଛନ୍ତି ସେମାନେ ନିଜ ନାମରୁ ରାଶି ନକ୍ଷତ୍ର ଜାଣି କଣ କରିବେ ନକରିବେ ଶୁଭ ଫଳ ପାଇବେ କି ଅଶୁଭ ଫଳ ପାଇବେ ସେ ବିଷୟରେ ଆସନ୍ତୁ ଆଲୋଚନା କରିବା। ତେବେ ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଦି ଦୁ ଥ ଛ ଞ ତେ ଦ ଚା ଚି ହୋଇଥାଏ ତେବେ ଆପଣଙ୍କର ମିନ ରାଶି ହେବ। ଏବଂ ମୀନ ରାଶିର ଯେଉଁ ୩ ଟି ନକ୍ଷତ୍ର ଅଛି ତାହା ହେଉଛି ପୂର୍ବ ଭାଦ୍ରବ ନକ୍ଷତ୍ର,ଉତ୍ତର ଭାଦ୍ରବ ନକ୍ଷତ୍ର, ରେବତୀ ନକ୍ଷତ୍ର ମଧ୍ୟ। ଯାହାକି ୨୫/୧୨,୨୬/୧୨,୨୭/୧୨ ମୀନ ରାଶି ହେବ। ଆପଣଙ୍କ ମୀନ ରାଶିର ଚିହ୍ନ ହେଉଛି ଲାଞ୍ଜ ଆଉ ମୁହଁ ଥିବା ଯୁକ୍ତ ଦୁଇଟି ମାଛ। ରାଶି ସ୍ୱାମୀ ହେଉଛନ୍ତି ଦେବଗୁରୁ ବୃହଷ୍ପତି। ରାଶି ତତ୍ୱ ହେଉଛି ଜଳ ତତ୍ୱ। ରାଶିର ସ୍ୱଭାବ ହେଉଛି ଦି ସ୍ୱଭାବ।

ରାଶିର ଦିଗ ହେଉଛି ଉତ୍ତର। ରାଶିର ଗୁଣ ହେଉଛି ସ୍ତ୍ରୀ ବା ସତ ଗୁଣୀ। ରାଶି ଜାତି ହେଉଛି ବ୍ରାହ୍ମଣ। ରାଶି ପ୍ରକୃତି ହେଉଛି କଫ ପ୍ରକୃତି। ରାଶିର ସ୍ୱଭାବ ହେଉଛି ସୌମ୍ୟ ସ୍ୱଭାବ। ରାଶିର ଅଙ୍ଗ ଚରଣ ଯୁଗଳ। ରାଶିର ଶୁଭ ରତ୍ନ ହେଉଛି ପ୍ରଖରାଜ। ରାଶିର ଶୁଭ ରଙ୍ଗ ହେଉଛି ହଳଦିଆ। ରାଶିର ଶୁଭ ବାର ହେଉଛି ରବିବାର ଏବଂ ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ବିଷ୍ଣୁ ନାରାୟଣ। ରାଶିର ଶୁଭ ଦେବୀ ହେଉଛନ୍ତି ତାରା ତାରିଣୀ ବା ତାରିଣୀ। ରାଶିର ବ୍ରତ ଉପବାସ ହେଉଛି ଗୁରୁବାର। ରାଶିର ଭାଗ୍ୟଙ୍କ ହେଉଛି ୩। ରାଶିର ପ୍ରତ୍ୟକ ଇଂରାଜୀ ମାସର ୩ ତାରିଖ, ୧୨ ତାରିଖ,୨୧ ତାରିଖ,୩୦ ତାରିଖ ହେଉଛି ଅତ୍ୟନ୍ତ ଶୁଭ। ଏଇ ତାରିଖ ମାନଙ୍କରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ଗୃହାରମ୍ଭ କରିବାକୁ ଯାଉଛନ୍ତି, ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି କିମ୍ବା ଯାନ ଆରୋହଣ କରିବାକୁ ଯାଉଛନ୍ତି, ଯାନ କିଣିବାକୁ ଚାହୁଁଛନ୍ତି,ଯଦି ଦୂର ଯାତ୍ରା କରିବାକୁ ଚାହୁଁଛନ୍ତି ତାହେଲେ ନିର୍ବିଘ୍ନରେ କରିପାରିବେ ନିଶ୍ଚୟ ସଫଳତା ପ୍ରାପ୍ତି ହେବ। ରାଶିର ମିତ୍ର ରାଶି ହେଉଛନ୍ତି କର୍କଟ ରାଶି, ବିଛା ରାଶି।

ରାଶିର ଶତ୍ରୁ ରାଶି ହେଉଛନ୍ତି ମେଷ ରାଶି, ସିଂହ ରାଶି, ଧନୁ ରାଶି। ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ଅଶ୍ଳୀସା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ଵିତୀୟା ତିଥି। ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର। କୁମ୍ଭ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ସେତେବେଳେ ପାଞ୍ଜି ଦେଖି କିମ୍ବା ଜ୍ୟୋତିଷ ଙ୍କଠୁ ପରାମର୍ଶ ନେଇ ଏଇ ସମୟରେ କେବେ ମଧ୍ୟ ଯାନ ବାହନ ଆରୋହଣ କରନ୍ତୁ ନାହିଁ, ନୂତନ ଯାନ ବାହନ କିଣନ୍ତୁ ନାହିଁ, ଜାଗା ଜମି ମଧ୍ୟ କିଣନ୍ତୁ ନାହିଁ, ଗୃହାରମ୍ଭ କରନ୍ତୁ ନାହିଁ, ଦୂର ଯାତ୍ରା ମଧ୍ୟ କରନ୍ତୁ ନାହିଁ। ଏତିକି ଯଦି ସତର୍କ ରୁହନ୍ତି ପ୍ରତ୍ୟକ ମାସରେ ଅଢେଇ ଦିନକୁ ଯଦି ତ୍ୟାଗ କରନ୍ତି ତାହେଲେ ଜୀବନରେ ନିଶ୍ଚୟ ଉନ୍ନତି କରିପାରିବେ। ଏହି ରାଶିର ବ୍ୟକ୍ତିତ୍ୱ ହେଉଛି ନିର୍ମଳ ବୁଦ୍ଧି, ନିର୍ମଳ ଚରିତ୍ର, ଚତୁର ଅନେକ ଗୁଣ ଯୁକ୍ତ। ଜିତେନ୍ଦ୍ରିୟ ମଧ୍ୟ ହୋଇଥାନ୍ତି। ଜଳକ୍ରୀଡା ପ୍ରେମୀ, ପତଳା ଶରୀର, ଅସ୍ତ୍ରଶସ୍ତ୍ର ଚାଳକ ମଧ୍ୟ ହୋଇଥାନ୍ତି। ସତ କାର୍ଯ୍ୟରେ ଧନ ଖର୍ଚ୍ଚ କରନ୍ତି। ଶତ୍ରୁନାଶକ ହୋଇଥାନ୍ତି। ଶତ୍ରୁମାନେ ତାଙ୍କର କିଛି କ୍ଷତି କରିପାରନ୍ତି ନାହିଁ।

ତେବେ ୨୦୨୧ ମସିହା ଅଗଷ୍ଟ ମାସରେ ମୀନ ରାଶି ଜାତ ମହିଳା ଓ ପୁରୁଷମାନଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ଭାବରେ ସମାଧାନ ହୋଇଯିବ। ଧନଧାନ୍ୟ ଐଶ୍ଵର୍ଯ୍ୟ ମାନ ସମ୍ମାନ ତଥା ପରାକ୍ରମରେ ବୃଦ୍ଧି ହେବ। ଭାଗିଦାର ବ୍ୟବସାୟ ପାଇଁ ସାହାର୍ଯ୍ୟ ସହଯୋଗ ଅଚାନକ ମିଳିବ। ବ୍ୟବସାୟରେ ଆଶାତୀତ ଲାଭ ପାଇ କିଛି ନୂତନ ପଦାର୍ଥ ମଧ୍ୟ ସଂଗ୍ରହ କରିବା ପାଇଁ ଦୂର ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ସେନାନାୟକ ବା ପୁଲିସ ହାକିମ ଅଥବା ପ୍ରଶାସକ ମାନଙ୍କର ଉନ୍ନତି ହେବ। ଅଟକି ଯାଇଥିବା ଧନ ଉଧାର ଦେଇଥିବା ଟଙ୍କା ଋଣ କରିଥିବା ଅର୍ଥ ଅତି ସହଜରେ ହସ୍ତଗତ ହୋଇଯିବ। ଭୂମି ଯାନ ବାହନ କ୍ରୟ କରିପାରିବେ। ଗୃହ ନିର୍ମାଣ କରିବାରେ ମଧ୍ୟ କିଛି ଅର୍ଥ ଖର୍ଚ୍ଚ କରିବାକୁ ପଡିବ। ଛାତ୍ରଛାତ୍ରୀମାନେ ପ୍ରତିତ୍ପନ କାରଣରୁ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ଖୁସି ଗପ ଏବଂ ମୌଜ ମଜଲିସ କରିବା ପାଇଁ ମଧ୍ୟ ସମୟ ପାଇବେ। ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ। ସମାଜ କଲ୍ୟାଣ ଧର୍ମାନୁଷ୍ଠାନରେ ମଠ ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବଢିଯିବ। ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। କର୍ମ କ୍ଷେତ୍ରରେ ପରସ୍ପରକୁ ସାହାର୍ଯ୍ୟ ସହଯୋଗ କରି ଗଠନ ମୂଳକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ। ଉତ୍ତମ ରୋଜଗାର ମଧ୍ୟ କରିପାରିବେ। ପ୍ରତ୍ୟକ ଦିନ ସକାଳୁ ମା ବାପା ଗୁରୁ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। କାର୍ଯ୍ୟ ଆରମ୍ଭ କରନ୍ତୁ। ମାସଟି ବହୁତ ଭଲରେ ଭଲରେ କଟେଇ ଦେଇପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *