Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ :୩୧ ଜୁଲାଇ ୨୦୨୧ ,ଶନିବାର : ଶନିବାର ଦିନ ଏହି ୭ଟି ରାଶି ପାଇଁ ଧନର ଲାଭ ହୋଇପାରେ, ପଢନ୍ତୁ ଶନିବାର ଦିନର ରାଶିଫଳ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୩୧ ଜୁଲାଇ ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩୧ ଜୁଲାଇ ୨୦୨୧।

ମେଷ ରାଶି:

ଆଜିର ଦିନ ଆପଣଙ୍କ ପାଇଁ ଚିନ୍ତାଭରା ରହିପାରେ।ଆଜି ଆପଣଙ୍କୁ ଏପରି କିଛି ସମସ୍ୟା ଆସିପାରେ ଯାହାକୁ ଦେଖି ଆପଣ ଭୟଭୀତ ହୋଇପାରନ୍ତି କିନ୍ତୁ ଏହା ଭଲ ଯେ ଆପଣ ସାହସ ହରାଇବେ ନାହିଁ ଜୀବନରେ ଏପରି ପରିବର୍ତ୍ତନ ଘଟେ। ଯଦି ଆପଣ ଆଜି ନିଜ ପିଲାଙ୍କୁ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହାଁନ୍ତି ତେବେ ଦିନଟି ତାଙ୍କ ପାଇଁ ଭଲ ରହିବ। ଆଜି ଆପଣ କୌଣସି ବନ୍ଧୁଙ୍କଠାରୁ ସାହାଯ୍ୟ ମାଗିପାରନ୍ତି ଯିଏ ଏକ ବ୍ୟବସାୟ କାରବାର ଚୂଡ଼ାନ୍ତ କରିବାରେ ଆପଣଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିବେ। ଆଜି ଆପଣ ସନ୍ଧ୍ୟାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

ବୃଷ ରାଶି:

ଆଜିର ଦିନ ଆପଣଙ୍କୁ ଅନ୍ୟ ଭରସାରେ ରହିବାକୁ ପଡିବ ନାହିଁ। ଯଦି ଆଜି ଆପଣ ଅନ୍ୟମାନଙ୍କ ଉପରେ କୌଣସି କାର୍ଯ୍ୟକୁ ସ୍ଥଗିତ ରଖିବେ ତେବେ ଏହା ଭବିଷ୍ୟତରେ ଆପଣଙ୍କୁ ଅସୁବିଧାରେ ପକାଇପାରେ କାରଣ ନିଜେ ନିଜ କାମ କରିବାର ଅଭ୍ୟାସ କରନ୍ତୁ ନଚେତ ଆପଣ କେବଳ କ୍ଷତି ସହିବେ। ଯଦି ଚାକିରି ସହିତ ଜଡିତ ଲୋକମାନେ କିଛି ପାର୍ଟ ଟାଇମ କାମ କରିବାକୁ ଚିନ୍ତା କରୁଛନ୍ତି ତେବେ ଆଜି ସେମାନଙ୍କ ପାଇଁ ଏକ ଭଲ ଦିନ ରହିବ। ଯଦି ଆପଣଙ୍କର କୌଣସି ବିଚାରାଧୀନ ସରକାରୀ କାର୍ଯ୍ୟ ଅଛି ତେବେ ଏହାକୁ ଠିକ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ ନଚେତ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ।

ମିଥୁନ ରାଶି:

ଆଜିର ଦିନ ଆପଣଙ୍କର ଶତ୍ରୁମାନେ ଆପଣଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରନ୍ତି ଯେଉଁଥିରୁ ଆପଣଙ୍କୁ ଭୟଭୀତ ହେବାକୁ ପଡିବ ନାହିଁ। ଆଜି ଆପଣ ପିଲାମାନଙ୍କ ସାହାଯ୍ୟରେ କିଛି କାର୍ଯ୍ୟ ସମାପ୍ତ କରିବେ ଯାହା ଆପଣ ଦେଖି ଖୁସି ହେବେ। ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ। ଆଜି ସନ୍ଧ୍ୟାରେ ଆପଣଙ୍କର ନିଜ ମାଙ୍କ ସହିତ କିଛି ବିତର୍କ ହୋଇପାରେ ଯେଉଁଥିରେ ଆପଣ ଆପଣଙ୍କର ବକ୍ତବ୍ୟର କୋମଳତାକୁ ବଜାୟ ରଖିବାକୁ ପଡିବ ନଚେତ ଏହା ଆପଣଙ୍କର ସମ୍ପର୍କରେ ଏକ ବିବାଦ ସୃଷ୍ଟି କରିପାରେ ଏବଂ ବଡ଼ ମାନଙ୍କ କଥା ଶୁଣିବା ଏକ ଭଲ କଥା ଅଟେ।

କର୍କଟ ରାଶି:

ଆଜିର ଦିନ ଆପଣ ସମାଜର କାର୍ଯ୍ୟରେ ବ୍ୟତୀତ କରିବେ। ଆଜି ଆପଣ ଆପଣଙ୍କର ବ୍ୟବସାୟକୁ ଦିନକୁ ଦୁଇ ଗୁଣା ରାତି ଦୁଇଗୁଣା ପ୍ରଗତିକୁ ଦେଖି ଖୁସି ହେବେ ଏବଂ ଆପଣ ଅଗ୍ରଗତି କରିବେ। ଯଦି ଆପଣ କୌଣସି ସଂସ୍ଥା ସହିତ ଜଡିତ ଅଛନ୍ତି ତେବେ ଆଜି ଏଥିରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ। ଆଜି ଆପଣ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ଆଜି ଆପଣ ନିଜ ହାତରେ ଅନେକ ରୋଜଗାରର ସୁଯୋଗ ପାଇବେ ଯେଉଁଥିରେ ଯୋଗ ଦେଇ ଆପଣ ଜୀବନରେ ସଫଳତା ହାସଲ କରିବେ। ସରକାରୀ ଚାକିରି ସହିତ ଜଡିତ ଲୋକମାନେ ଆଜି କୌଣସି ମହିଳା ବନ୍ଧୁଙ୍କ ସାହାଯ୍ୟରେ ପଦୋନ୍ନତି ପାଇପାରନ୍ତି।

ସିଂହ ରାଶି:

ଆଜିର ଦିନ ଆପଣଙ୍କ ଆର୍ଥିକ ସ୍ଥିତିରେ ଶକ୍ତିଶାଳୀ ଦେବ। ଆଜି ଆପଣ ଯଦି ନିଜର କାର୍ଯ୍ୟକ୍ଷେତ୍ରରେ କିଛି ଯୋଜନା ଆରମ୍ଭ କରିଛନ୍ତି ତେବେ ଆପଣ ସେମାନଙ୍କଠାରୁ ଲାଭ ପାଇବା ଆରମ୍ଭ କରିବେ ଯେଉଁଥିପାଇଁ ମନରେ ଖୁସି ରହିବ। ଆଜି ଆପଣ ମଧ୍ୟ ଆପଣଙ୍କର ଘରୋଇ ଜିନିଷ କିଣିବାରେ କିଛି ଟଙ୍କା ଖର୍ଚ୍ଚ କରିବେ କିନ୍ତୁ ଆପଣଙ୍କୁ ଆପଣଙ୍କର ଆୟ ଏବଂ ବ୍ୟୟକୁ ଧ୍ୟାନରେ ରଖି କାର୍ଯ୍ୟ କରିବାକୁ ପଡିବ ନଚେତ ଭବିଷ୍ୟତରେ ଆପଣ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ପିଲାମାନେ ଭଲ କାମ କରୁଥିବାର ଦେଖିବା ପରେ ଆଜି ମନରେ ଖୁସି ରହିବ।ଆପଣ ନିଜର ଅତୀତର ଭୁଲରୁ ଶିଖିବେ ଏବଂ ଆଗକୁ ବହୁତ ଚିନ୍ତା କରି ଚାଲିବେ।

କନ୍ୟା ରାଶି:

ଆଜିର ଦିନ ଆପଣଙ୍କ ପାଇଁ ନିଶ୍ଚିତ ଭାବରେ ଫଳଦାୟକ ରହିବ। ଆଜି ଆପଣ ନିଜ ମିତ୍ର ଏବଂ ପରିଜନଙ୍କ ଯୋଗୁ କିଛି ଅଧିକ ଚିନ୍ତିତ ହୋଇପାରନ୍ତି ଏବଂ ସେମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ମଧ୍ୟ ଆଗକୁ ଆସିବେ। ଆପଣଙ୍କୁ ନିଜ ବିଷୟରେ ଅଧିକ ଚିନ୍ତା କରିବାକୁ ହେବ କିନ୍ତୁ ଯଦି ଆପଣ ଅନ୍ୟ ମାନଙ୍କ କଥା ଚିନ୍ତା କରିବେ ତ ଲୋକେ ତାହା ଆପଣଙ୍କର ଲୋଭ ବୋଲି ଭାବିବେ।ସେଥିପାଇଁ ଆଜି ଆପଣଙ୍କୁ ନିଜକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆପଣ ଆପଣଙ୍କର ପରିବାର ସଦସ୍ୟଙ୍କ ଅଭିଳାଷ ପୂରଣ କରିବାରେ ମଧ୍ୟ ସଫଳ ରହିବେ। ସନ୍ଧ୍ୟା ସମୟ ଆଜି ଆପଣ ନିଜ ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରନ୍ତି।

ତୁଳା ରାଶି:

ଆଜିର ଦିନ ଆପଣଙ୍କ ପାଇଁ ସାଧାରଣ ରହିବ। ଆଜି କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅନ୍ୟ ଭରସାରେ ରହିବାକୁ ହେବ ନାହିଁ। ଯଦି ଏମିତି କରନ୍ତି ତ ଆପଣଙ୍କୁ ବହୁତ ବଡ଼ କ୍ଷତି ହୋଇପାରେ। ଆଜି ଆପଣ ଆପଣଙ୍କ ନିଜର ପରିବାର ଏବଂ ଚାକିରୀରେ ସହକର୍ମୀମାନଙ୍କ ସହିତ କୌଣସି ବିତର୍କ କରୁଛନ୍ତି ତେବେ ତାହା ମଧ୍ୟ ଆଜି ଶେଷ ହେବ ଯେଉଁଥିପାଇଁ ମନ ଖୁସି ରହିବ। ପିଲାମାନେ ଭଲ କାମ କରୁଥିବାର ଦେଖି ମନରେ ଖୁସି ରହିବ। ଆଜି ଆପଣ ନିଜର ଜୀବନସାଥୀଙ୍କ ପାଇଁ ଏକ ଉପହାର କିଣି ପାରନ୍ତି। ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଆଜି ଏକ ଭଲ ଦିନ ରହିବ।

ବିଛା ରାଶି:

ଆଜିର ଦିନ ଆପଣଙ୍କ ପାଇଁ କିଛି ଭାବନାତ୍ମକ ପରିଣାମ ନେଇ ଆସିବ। ଆଜି ଆପଣଙ୍କୁ ନିଜ ଭାଇ ଭଉଣୀଙ୍କ ଜୀବନ ସମ୍ବଦ୍ଧିତ କୌଣସି ନିଷ୍ପତି ନେବାକୁ ପଡିବ ତ ବହୁତ ଭାବି ଚିନ୍ତି କରନ୍ତୁ କାହିଁକିନା ଆପଣଙ୍କ ମନ ଏବଂ ବିବେକରୁ ନେଇଥିବା ନିଷ୍ପତି ଆପଣଙ୍କୁ ଲାଭ ହେବ। କାହାର ଚାପରେ ଆସି କୋଉଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି ଆପଣ କୌଣସି ବ୍ୟବସାୟ ସହଯୋଗୀଙ୍କଠାରୁ ଋଣ ନେଇପାରନ୍ତି କିନ୍ତୁ ଆଜି ଆପଣଙ୍କୁ ଏହା ସହଜରେ ମିଳିଯିବ। ଆଜି ଆପଣ ମଧ୍ୟ ଆପଣଙ୍କର ଦୀର୍ଘ ବିଚାରାଧୀନ କାର୍ଯ୍ୟକୁ ସମାପ୍ତ କରିବା ପାଇଁ ମନସ୍ଥ କରିବେ।

ଧନୁ ରାଶି:

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଉତ୍ତମ ଫଳପ୍ରଦ ରହିବ। ଆଜି ଆପଣଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଯିବା ଯୋଗୁ ଲାଭର ସୁଯୋଗ ସ୍ପଷ୍ଟ ଭାବରେ ଦେଖାଯିବ ଯାହା ଆପଣଙ୍କୁ ଖୁସି କରିବ। ଆଜି କାହାର ସାକ୍ଷତ ଆପଣଙ୍କ ପାଇଁ ଉତ୍ସାହଜନକ ପ୍ରମାଣିତ ହେବ। ଆଜି ଆପଣ ସାମାଜିକ ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳ ରହିବେ।ଆଜି ଆପଣ କୌଣସି ମହିଳା ବନ୍ଧୁଙ୍କ ସାହାଯ୍ୟରେ ଚାକିରିରେ ପଦୋନ୍ନତି ପାଇପାରନ୍ତି। ସନ୍ଧ୍ୟା ସମୟରେ ଆଜି ଆପଣ ନିଜ ଜୀବନସାଥୀଙ୍କୁ କୋଉଣସି ସ୍ଥାନକୁ ବୁଲିବାକୁ ନେଇଯାଇପାରନ୍ତି।

ମକର ରାଶି:

ଆଜି ସମସ୍ୟା ଭରା ରହିବ।ଆଜି ଆପଣଙ୍କୁ ନିଜ ପ୍ରେମୀ ଅଥବା ପ୍ରିୟଜନଙ୍କ ପାଇଁ କୌଣସି ଜିନିଷ କିମ୍ବା ପଦାର୍ଥ କିଣିବାରେ ବ୍ୟସ୍ତତାରେ ରହିବେ।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଉପରେ କାର୍ଯ୍ୟ ଚାପ ରହିବ ଯେଉଁ କାରଣରୁ ଆପଣ ଟିକେ ଦ୍ୱନ୍ଦ୍ୱରେ ପଡ଼ିବେ କିନ୍ତୁ  ସନ୍ଧ୍ୟା ସମୟରେ ଏହା ସବୁ ଶେଷ ହେବ। ଆଜି ଆପଣଙ୍କୁ ଯାନର ବ୍ୟବହାରରେ ସତର୍କ ରହିବାକୁ ପଡିବ କାରଣ ଏଥିରେ ହଠାତ ଭୁଲ ହେତୁ ଆପଣଙ୍କ ଟଙ୍କା ଖର୍ଚ୍ଚ ହୋଇପାରେ। ପ୍ରେମ ଜୀବନ ବିତାଉଥିବା ଲୋକଙ୍କ ପାଇଁ ଆଜି ଭଲ ଦିନ ରହିବ। ଆଜି ଆପଣ ନିଜ ପିତାମାତାଙ୍କ ସେବାରେ ସନ୍ଧ୍ୟା ସମୟ ବିତାଇବେ।

କୁମ୍ଭ ରାଶି:

ଆଜିର ଦିନ ଆପଣଙ୍କ ମନ କିଛି ସମସ୍ୟାରେ ଭରି ରହିବ। ଆଜି ଆପଣ ନିଜ ସାଙ୍ଗ ସହିତ ନିଜର ମନ କଥା କହିବେ ଯାହା ଆପଣଙ୍କୁ ଭଲ ପରାମର୍ଶ ଦେବ। ଯାହା ଦ୍ୱାରା ଆପଣ ନିଜ ସମସ୍ୟାକୁ କମ କରିବାରେ ଅଳ୍ପ ସମର୍ଥ ରହିବେ।ଘରର ବାତାବରଣ ଆଜି ଚାପଗ୍ରସ୍ତ ରହିପାରେ କିନ୍ତୁ ଯଦି ଆପଣଙ୍କର ନିଜର ଜୀବନସାଥୀଙ୍କ ସହିତ ମତଭେଦ ଚାଲିଥାଏ ତ ତାହା ଆଜି ସମାପ୍ତ ହେବ। ସନ୍ଧ୍ୟା ସମୟରେ ଆଜି ଆପଣଙ୍କୁ ନିଜ ମାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ହେବ,ସେଥିରେ କିଛି ହ୍ରାସ ହୋଇପାରେ।

ମୀନ ରାଶି:

ଆଜି ଆପଣଙ୍କର ମନ ଖୁସିରେ ପରିପୂର୍ଣ୍ଣ ରହିବ। ଭଉଣୀର ବିବାହରେ ଆସୁଥିବା ବାଧାକୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରିୟଜନଙ୍କ ସାହାଯ୍ୟ ନେବାକୁ ପଡିପାରେ। ଆଜି ଆପଣଙ୍କୁ ଯଦି କେହି କ୍ରୋଧ ଦେବାକୁ ଚେଷ୍ଟା କରନ୍ତି ତଥାପି ଆପଣଙ୍କୁ କ୍ରୋଧି ଆସିବ ନାହିଁ। ଆପଣଙ୍କର ମନ ଖୁସି ରହିବ ଯେଉଁଥିପାଇଁ ଆପଣ ଖରାପ ପରିବେଶକୁ ମଧ୍ୟ ଭଲ କରିବାକୁ ସମର୍ଥ ହେବେ। ଛାତ୍ରମାନେ ଅଧ୍ୟୟନରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ଏହିପରି କିଛି ଖର୍ଚ୍ଚ ଆପଣଙ୍କ ସାମ୍ନାକୁ ଆସିପାରେ ଯାହାକୁ ଆପଣ ନଚାହିଁଲେ ବି କରିବାକୁ ପଡିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *