Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ କର୍କଟ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସଟି କର୍କଟ ରାଶିର ଲୋକଙ୍କ ପାଇଁ କିପରି କଟିବ, କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯେଉଁମାନଙ୍କର ଜାତକ ନାହିଁ ବା ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହୀ ଅଛନ୍ତି, ସେମାନେ ନିଜ ନାମରୁ ରାଶି ନକ୍ଷତ୍ର ବିଷୟରେ କିପରି ଜାଣିବେ ସେହି ବିଷୟରେ ଆସନ୍ତୁ ଆଲୋଚନା କରିବା। ତେବେ କର୍କଟ ରାଶିର ଲୋକଙ୍କ ନାମର ପ୍ରଥମ ଅକ୍ଷର ହୀ, ହୁ, ହେ, ହୋ, ଡା, ଡି ହୋଇଥିବ, ତେବେ ସେମାନଙ୍କର କର୍କଟ ରାଶି ହେବ। ରାଶିର ତିନୋଟି ନକ୍ଷତ୍ର ପୁନର୍ପଶୁ, ପୁଷ୍ୟା, ଅଶ୍ଳେଷା ନକ୍ଷତ୍ର। ଯାହାଫଳରେ ୭/୪,୮/୪,୯/୪। ରାଶିର ଚିହ୍ନ ହେଉଛି କଙ୍କଡା। ରାଶିର ସ୍ବାମୀ ହେଉଛନ୍ତି ଚନ୍ଦ୍ର। ରାଶିର ତତ୍ତ୍ଵ ହେଉଛି ଜଳ ତତ୍ତ୍ଵ। ରାଶିର ସ୍ଵଭାବ ହେଉଛି ସୌମ୍ୟ ସ୍ଵଭାବ। ରାଶିର ସ୍ୱରୂପ ହେଉଛି ଚର। ରାଶିର ଦିଗ ହେଉଛି ଉତ୍ତର ଦିଗ। ରାଶିର ଗୁଣ ହେଉଛି ସତ୍ଵ ଗୁଣୀ। ରାଶିର କାଳ ପୁରୁଷ ହେଉଛି ଛାତି ଏବଂ ହୃଦୟ।

ରାଶିର ଶୁଭ ରତ୍ନ ହେଉଛି ମୋତି। ରାଶିର ଶୁଭ ରଙ୍ଗ ହେଉଛି ଧଳା ବା କ୍ରିମ ରଙ୍ଗ। ରାଶିର ଶୁଭ ବାର ହେଉଛି ସୋମବାର । ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ। ରାଶିର ଶୁଭ ଦେବୀ ହେଉଛନ୍ତି ଭୁବନେଶ୍ଵରୀ। ବ୍ରତ ଉପବାସ ପାଇଁ ଶୁଭ ଦିନ ହେଉଛି ସୋମବାର , ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହେବ। ରାଶିର ଭାଗ୍ୟ ଅଙ୍କ ହେଉଛି ୨ । ଇଂରାଜୀ ତାରିଖ ଅନୁସାରେ ଯେଉଁମାନଙ୍କର ଜାତକ ନାହିଁ, ଏହି ନାମ ଅନୁସାରେ ଯଦି ସ୍ଥିର କରିଛନ୍ତି ନିଜର ରାଶି ତାହେଲେ ପ୍ରତ୍ୟେକ ଇଂରାଜୀ ମାସର ୨,୧୧,୨୦,୨୯ ତାରିଖ ମାନଙ୍କର ଯଦି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହେଲେ ନିଶ୍ଚିତ ରୂପରେ ଶୁଭ ଫଳ ପ୍ରାପ୍ତ ହେବ। ରାଶିର ମିତ୍ର ରାଶି ହେଉଛି ସବୁ ରାଶି । ଶତ୍ରୁ ରାଶି କେହି ନାହିଁ। ଘାତ ବାର ହେଉଛି ବୁଧବାର। ଘାତ ନକ୍ଷତ୍ର ହେଉଛି ଅନୁରାଧା ନକ୍ଷତ୍ର। ଘାତ ତିଥି ଷଷ୍ଠୀ ତିଥି। ଘାତ ଚନ୍ଦ୍ର ହେଉଛି ସିଂହ ଚନ୍ଦ୍ର। ସିଂହ ରାଶିରେ ଚନ୍ଦ୍ରମା ବିଦ୍ୟମାନ ହେଲେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ସେଥିପାଇଁ ସତର୍କ ରୁହନ୍ତୁ। ରାଶିର ବ୍ୟକ୍ତିତ୍ଵ ହେଉଛି ଅଧ୍ୟୟନ ପ୍ରିୟ ଏବଂ ସଦାଚାରୀ, କଳା କୁଶଳ ବିଖ୍ୟାତ।

ତେବେ ୨୦୨୧ ମସିହା କର୍କଟ ରାଶିର ଲୋକଙ୍କର ଶାରୀରିକ ପୀଡା ଦୂର ହୋଇଯିବ। ଯଶ କୀର୍ତ୍ତି, ମାନସମ୍ମାନ ବୃଦ୍ଧି ପାଇବ। ରାଜନୀତି କ୍ଷେତ୍ରରେ ନିମ୍ମବର୍ଗର ଲୋକଙ୍କ ଠାରୁ ସତର୍କ ରୁହନ୍ତୁ। ଯାନବାହାନ, ଜମିବାଡ଼ି, ଗୃହ ପ୍ରତିଷ୍ଠା କରି ପାରନ୍ତି। ଧର୍ଯ୍ୟ ସହନଶୀଳତା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କରିବେ ଏବଂ ସଫଳତା ଅର୍ଜନ କରିବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଦୂର ହୋଇଯିବ। କୋର୍ଟ କଚେରୀ ମାମଲାରେ ଆଶ୍ୱସ୍ତି ମିଳିବ। ନୂଆ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଅଧିକ ଶୁଭ ଫଳ ପ୍ରାପ୍ତ ହେବା ପାଇଁ ଭୋକିଲା ଲୋକଙ୍କୁ ଖାଦ୍ୟ ଦାନ କରନ୍ତୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *