Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ତୁଳା ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଅଗଷ୍ଟ ମାସ ତୁଳା ରାଶିର ଲୋକଙ୍କ ପାଇଁ କିପରି କଟିବ, କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର? ଯେଉଁମାନଙ୍କର ଜାତକ ନାହିଁ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ର ଜାଣି କଣ କରିବେ ଆସନ୍ତୁ ଆଲୋଚନା କରିବା। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର କେ, ରା, ରି, ରୁ, ରେ, ରୋ, ତା, ତି, ତୁ ହୋଇଥାଏ ତାହେଲେ ଆପଣଙ୍କ ରାଶି ତୁଳା ହେବ। ନକ୍ଷତ୍ର ଗୁଡ଼ିକ ହେଉଛି ଚିତ୍ରା , ସ୍ଵାତୀ, ବିଶାଖା ନକ୍ଷତ୍ର। ଯାହାକି ୧୪/୭, ୧୫/୭, ୧୬/୭। ଆପଣଙ୍କ ରାଶିର ଚିହ୍ନ ହେଉଛି ତରାଜୁ ବା ନିକିତି। ରାଶି ସ୍ବାମୀ ହେଉଛନ୍ତି ଶୁକ୍ର ମହାଗ୍ରହ। ରାଶି ତତ୍ତ୍ଵ ହେଉଛି ବାୟୁ ତତ୍ତ୍ଵ। ରାଶିର ସ୍ଵଭାବ ହେଉଛି କ୍ରୂର। ରାଶିର ସ୍ୱରୂପ ହେଉଛି ଚର। ରାଶି ଦିଗ ହେଉଛି ପଶ୍ଚିମ ଦିଗ। ରାଶିର ଗୁଣ ହେଉଛି ପୁରୁଷ । ରାଶି ଜାତି ହେଉଛି ଶୁଦ୍ର। ରାଶି ଧାତୁ ହେଉଛି ତ୍ରିଧାତୁ। ରାଶିର ଅଙ୍ଗ ଗୁପ୍ତାଙ୍ଗ।ରାଶିର ଶୁଭ ରତ୍ନ ହେଉଛି ହୀରା। ରାଶିର ଶୁଭ ରଙ୍ଗ ହେଉଛି ଧଳା। ରାଶିର ଶୁଭ ବାର ହେଉଛି ଶୁକ୍ରବାର। ଶୁକ୍ରବାର ମାନଙ୍କରେ କୌଣସି ବ୍ରତ ଉପବାସ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ରାଶିର ଶୁଭ ଦେବତା ହେଉଛନ୍ତି କୁବେର। ରାଶିର ଶୁଭ ଦେବୀ ହେଉଛନ୍ତି ମା ସନ୍ତୋଷୀ। ରାଶିର ଭାଗ୍ୟ ଅଙ୍କ ହେଉଛି ୬। ଇଂରାଜୀ ମାସର ଶୁଭ ତାରିଖ ହେଉଛି ୬,୧୫,୨୪। ଏହି ତାରିଖ ମାନଙ୍କରେ ଯଦି ଶୁଭ କାର୍ଯ୍ୟ କରନ୍ତି ତାହେଲେ ନିଶ୍ଚିତ ରୂପରେ ସଫଳତା ମିଳିବ। ରାଶିର ମିତ୍ର ରାଶି ହେଉଛି ମିଥୁନ, କର୍କଟ, କନ୍ୟା, ମକର, କୁମ୍ଭ। ରାଶିର ଶତ୍ରୁ ରାଶି ହେଉଛି ସିଂହ ରାଶି। ଘାତ ବାର ଗୁରୁବାର। ଘାତ ନକ୍ଷତ୍ର ହେଉଛି ସତଭିସା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱାଦଶୀ ତିଥି। ଘାତ ଚନ୍ଦ୍ର ହେଉଛି ଧନୁ ଚନ୍ଦ୍ର। ରାଶିର ବ୍ୟକ୍ତିତ୍ଵ ହେଉଛି ପରାକ୍ରମୀ, ବୈଭବଶାଳୀ, ସୁଖୀ, ଚତୁର, ବୁଦ୍ଧିମାନ, କଳା ପ୍ରେମୀ, ରାଜାଙ୍କ ପ୍ରିୟପାତ୍ର ହୋଇଥାନ୍ତି, ପିତାମାତାଙ୍କ ପୂଜକ ମଧ୍ୟ ହୋଇଥାନ୍ତି।

୨୦୨୧ ମସିହା ତୁଳା ରାଶି ଜାତ ଲୋକଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ପଦୋନ୍ନତୀ ମିଳିପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ନିଜର ଚତୁରତା ଓ ବିବେକ ସାହାଯ୍ୟରେ କଠିନ ପରିସ୍ଥିତିର ସାମ୍ନା କରି ପାରିବେ। ପାରିବାରିକ ସ୍ତରରେ କିଛି ଅଶାନ୍ତି ଦେଖା ଦେଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସନ୍ତାନଙ୍କ ବିଶେଷ ମହତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରି ଆନନ୍ଦିତ ଅନୁଭବ କରିବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖା ଦେବ। ରାଜନୀତି କ୍ଷେତ୍ରରେ ନିଜର ସ୍ଥାନକୁ ସୁଦୃଢ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ଅଧିକ ଲାଭବାନ ହେବେ। ଆର୍ଥିକ ମାନ୍ଦାବସ୍ଥା ଦୂର ହୋଇଯିବ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଦ୍ୱାରା ଲୋକମାନେ ଆପଣଙ୍କୁ ସମ୍ମାନିତ କରିବେ। ଅଧିକ ଶୁଭ ଫଳ ପ୍ରାପ୍ତ ହେବା ପାଇଁ ପ୍ରତ୍ୟେକଦିନ ପିତାମାତା ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ, ଦେଖିବେ ଏହି ମାସଟି ଆପଣଙ୍କର ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *