Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ସିଂହ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସଟି ସିଂହ ରାଶିର ଲୋକଙ୍କ ପାଇଁ କିପରି କଟିବ, କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯେଉଁମାନଙ୍କର ଜାତକ ନାହିଁ ବା ଭବିଷ୍ୟତ ଜାଣି ପାରୁ ନାହାଁନ୍ତି, ସେମାନେ ନିଜର ନାମରୁ ରାଶି ନକ୍ଷତ୍ର ଜାଣି ପାରିବେ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ମା, ମି, ମୁ , ଟା, ଟି, ଟୁ, ଟେ ହୋଇଥାଏ, ତେବେ ଆପଣ ଜାଣିବେ ଯେ ଆପଣଙ୍କର ସିଂହ ରାଶି। ନକ୍ଷତ୍ର ହେଉଛି ମଘା ନକ୍ଷତ୍ର, ପୂର୍ବା ଫାଲଗୁନୀ ନକ୍ଷତ୍ର, ଉତ୍ତରା ଫାଲଗୁନୀ ନକ୍ଷତ୍ର। ୧୦/୫,୧୧/୫, ୧୨/୫। ଆପଣଙ୍କ ରାଶିର ଚିହ୍ନ ହେଉଛି ସିଂହ। ରାଶିର ସ୍ବାମୀ ହେଉଛନ୍ତି ସୂର୍ଯ୍ୟ ବା ରବି। ରାଶି ତତ୍ତ୍ଵ ହେଉଛି ଅଗ୍ନି। ରାଶିର ସ୍ୱରୂପ ହେଉଛି ସ୍ଥିର। ରାଶିର ଦିଗ ହେଉଛି ପୂର୍ବ ଦିଗ। ରାଶିର ଗୁଣ ହେଉଛି ପୁରୁଷ ବା ସତ୍ଵ ଗୁଣୀ।

ରାଶି ଜାତି ହେଉଛି କ୍ଷତ୍ରିୟ। ରାଶି ପ୍ରକୃତି ହେଉଛି ପିତ୍ତ ପ୍ରକୃତି। ରାଶିର ସ୍ଵଭାବ ହେଉଛି କ୍ରୂର। ରାଶିର ଅଙ୍ଗ ହେଉଛି ହୃଦୟ। ରାଶିର ଶୁଭ ରତ୍ନ ହେଉଛି ମାଣିକ୍ୟ। ରାଶିର ଶୁଭ ରଙ୍ଗ ହେଉଛି କମଳା, ହଳଦିଆ, ନାଲି।ରାଶିର ଶୁଭ ବାର ହେଉଛି ରବିବାର ଓ ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ସୂର୍ଯ୍ୟ ବା ରବି। ରାଶିର ଶୁଭ ଦେବୀ ହେଉଛନ୍ତି ମାତଙ୍ଗି। ରବିବାର ଓ ମଙ୍ଗଳବାର ବ୍ରତ ଉପବାସ କଲେ ଶୁଭ ଫଳ ପ୍ରାପ୍ତ ହେବ। ରାଶିର ଭାଗ୍ୟ ଅଙ୍କ ହେଉଛି ୧। ଇଂରାଜୀ ମାସରେ ଶୁଭ ତାରିଖ ହେଉଛି ୧,୧୦,୧୯,୨୮। ଏହି ତାରିଖ ମାନଙ୍କରେ ଯଦି ଆପଣ ଶୁଭ କାର୍ଯ୍ୟ କରୁଛନ୍ତି ତାହେଲେ କୌଣସି ବାଧା ବିଘ୍ନ ଆସିବ ନାହିଁ। ରାଶିର ମିତ୍ର ରାଶି ହେଉଛି ମେଷ, ମିଥୁନ, କର୍କଟ, କନ୍ୟା, ବିଛା, ଧନୁ, ମୀନ। ରାଶିର ଶତ୍ରୁ ରାଶି ବୃଷ, ତୁଳା, ମକର, କୁମ୍ଭ ରାଶି। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ହେଉଛି ମୂଳା ନକ୍ଷତ୍ର। ଘାତ ତିଥି ନବମୀ । ଘାତ ଚନ୍ଦ୍ର ମକର ଚନ୍ଦ୍ର। ବିଶେଷକରି ରାଶିର ସ୍ଵଭାବ ହେଉଛି ପ୍ରବଳ ପରାକ୍ରମୀ, ମହତ୍ଵକାଙ୍କ୍ଷୀ, ସୁନ୍ଦର ଶରୀର, ଭ୍ରମଣ ପ୍ରିୟ,ରାଜକୀୟ କ୍ଷେତ୍ରରେ ସର୍ବଦା ଉନ୍ନତି କରି ଚାଲିଥାନ୍ତି।

ତେବେ ୨୦୨୧ ମସିହା ଅଗଷ୍ଟ ମାସରେ କିପରି ସମୟ ଅତିବାହିତ କରିବେ, ସେମାନେ ମାନସିକ, ଶାରୀରିକ, ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ ଏହି ମାସରେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତ ହେବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ପ୍ରୟାସ କରିବେ। କାରବାରରେ ଉତ୍ତମ ଆମଦାନୀ ହେବା ସହିତ ଅଧିକ ଲାଭ ହେବ।ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ। ପୈତୃକ ସମ୍ପତ୍ତିକୁ ନେଇ ଯଦି ପରିବାରରେ ଅଶାନ୍ତି ରହିଥିବ ତାହେଲେ ତାହା ଦୂର ହୋଇଯିବ। ପ୍ରେମୀ ଯୁଗଳ ସୁଖଦ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଗୃହ ଉପକରଣ କ୍ରୟ କରି ପାରନ୍ତି। ଅନ୍ୟର ଦୁଃଖ ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରୟାସ କରିବେ। ଛାତ୍ରଛାତ୍ରୀ ନୂଆ ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଅଧିକ ଶୁଭ ଫଳ ପ୍ରାପ୍ତ ହେବା ପାଇଁ କୁଆ ଓ ପାରା ମାନଙ୍କୁ ପ୍ରତ୍ୟେକଦିନ କିଛି ଚାଉଳ ଖାଇବାକୁ ଦିଅନ୍ତୁ, ଦେଖିବେ ଏହି ମାସଟି ଭଲରେ ଅତିବାହିତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *