Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ମେଷ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସ ମେଷ ରାଶି ଜାତ ବ୍ୟକ୍ତି ମାନଙ୍କର କେମିତି କଟିବ କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଆସନ୍ତୁ ଜାଣିବା। ଯେଉଁମାନଙ୍କର ଜାତକ ନାହିଁ ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି ଯେଉଁ ମାନନେ ଭବିଷ୍ୟତ ବିଷୟରେ ଜାଣି ପାରୁନାହାନ୍ତି ବା ଯେଉଁମାନେ ଟିକେ ଭଲ ମନ୍ଦ ବିଷୟରେ ଜାଣିବା ପାଇଁ ବୁଝିବା ପାଇଁ ଆଗ୍ରହି ଅଛନ୍ତି ସେମାନେ ନିଜର ନାମରୁ ରାଶି ନକ୍ଷତ୍ରରୁ ଜାଣି କଣ କରିବେ କଣ ନକରିବେ ସେ ବିଷୟରେ ଆସନ୍ତୁ ଜାଣିବା। ସେମାନେ ନିଜର ନାମରୁ ରାଶି ନକ୍ଷତ୍ର ଜାଣି କଣ କରିବେ କଣ ନକରିବେ ସେ ବିଷୟରେ ଅବଗତ ହେବା ଦରକାର। ଯଦି ଆପଣ ମାନଙ୍କର ବା ଯେଉଁମାନଙ୍କର ନାମର ପ୍ରଥମ ଅକ୍ଷର ଚୁ,ଚେ ,ଚ,ଲା,ଲି,ଲୁ, ଲେ,ଲ,ଆ, ହୋଇଥିବ ତେବେ ଆପଣଙ୍କର ରାଶି ମେଷ ରାଶି ହେବ।ଆମର ଏଇ ମାସିକ ରାଶିଫଳ ମଧ୍ୟ ଆପଣ ଦେଖିପାରିବେ। ଯଦି ଜାତକ ନଥାଏ ତେବେ ମେଷ ରାଶିରେ ୩ ଟି ନକ୍ଷତ୍ର ଭୋଗ ହେବ।ଅଶ୍ୱନି ନକ୍ଷତ୍ର,ଦିଜା ନକ୍ଷତ୍ର ଓ କୃତିକା ନକ୍ଷତ୍ର।ଆପଣଙ୍କ ରାଶିର ଚିହ୍ନ ହେଉଛି ମଣ୍ଢା ବା ମେଷ। ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ମହାଗ୍ରହ।

ରାଶି ତତ୍ୱ ହେଉଛି ଅଗ୍ନି ତତ୍ୱ। ରାଶିର ସ୍ୱରୂପ ହେଉଛି ଚୋର, ରାଶିର ଦିଗ ହେଉଛି ପୂର୍ବ ଦିଗ। ରାଶିର ଗୁଣ ହେଉଛି ପୁରୁଷ ଗୁଣ। ରାଶି ଜାତି ହେଉଛି କ୍ଷତ୍ରିୟ। ରାଶିର ସ୍ୱଭାବ ହେଉଛି କ୍ରୁର ସ୍ୱଭାବ। ରାଶିର ପ୍ରକୃତି ହେଉଛି ପିତ ପ୍ରକୃତି।ରାଶି ଯଦି କାଳ ଚକ୍ରର ବା କାଳ ପୁରୁଷର ଅଙ୍ଗ ହିସାବରେ ଆମେ ଦେଖିବା ତାହେଲେ ମେଷ ରାଶି ହେଉଛି ମୁଣ୍ଡର ଅଧିପତି। ରାଶିର ଶୁଭ ରତ୍ନ ହେଉଛି ରକ୍ତ ପ୍ରବାଳ। ରାଶିର ଶୁଭ ରଙ୍ଗ ହେଉଛି ନାଲି ରଙ୍ଗ।ରାଶିର ଶୁଭ ବାର ହେଉଛି ସୋମବାର ମଙ୍ଗଳବାର ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ଶିବ ଭୈରବ ହନୁମାନ ଏବଂ ରାଶିର ଶୁଭ ଦେବୀ ହେଉଛନ୍ତି ମା ମଙ୍ଗଳା। ରାଶିର ବ୍ରତ ଏବଂ ଉପବାସ ମଙ୍ଗବାର ଯଦି ପାଳନ କରନ୍ତି ତାହେଲେ ବ୍ରତ ଉପବାସରେ ନିଶ୍ଚିୟ ସଫଳତା ମିଳିବ। ରାଶିର ଭାଗ୍ୟଙ୍କ ହେଉଛି ୯। ସଂଖ୍ୟା ୯ ହେଉଛି ଭାଗ୍ୟଙ୍କ। ରାଶିର ଇଂରାଜି ହିସାବରେ ତାରିଖ ହେଉଛି ୯ ତାରିଖ,୧୮ ତାରିଖ, ୨୭ ତାରିଖରେ ଏହି ତାରିଖରେ ମାନଙ୍କରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଥାନ୍ତି ତାହେଲେ ଯଦି ଜାତକ ନାହିଁ ଜାଣି ପାରୁନାହାନ୍ତି କଣ କେତେବେଳେ କରିବେ ତେବେ ୯ ତାରିଖ,୧୮ ତାରିଖ, ୨୭ ତାରିଖରେ ମେଷ ରାଶି ଜାତ ମହିଳା ପୁରୁଷମାନେ ଯଦି କୌଣସି କାର୍ଯ୍ୟ ଆରମ୍ଭ କରନ୍ତି ତାହାଲେ ତାହା ନିର୍ବିଘ୍ନରେ କରିପାରିବେ ଏବଂ ନିର୍ବିଘ୍ନରେ ମଧ୍ୟ ସମ୍ପର୍ଣ୍ଣ ହେବ।

ରାଶିର ମିତ୍ର ରାଶି ହେଉଛନ୍ତି ମିଥୁନ ରାଶି,କନ୍ୟା ରାଶି, ତୁଳା ରାଶି,ମକର ରାଶି ଏବଂ କୁମ୍ଭ ରାଶି।କିନ୍ତୁ ରାଶିର ଶତ୍ରୁ ଗ୍ରହ ହେଉଛନ୍ତି ବୁଧ ଗ୍ରହ କେବଳ। ରାଶିର ଘାତ ବାର ହେଉଛି ରବିବାର। ଘାତ ନକ୍ଷତ୍ର ହେଉଛି ସ୍ବାଧି ନକ୍ଷତ୍ର, ମଘା ନକ୍ଷତ୍ର ଘାତ ନକ୍ଷତ୍ର ହେଉଛି ମୋଘା ନକ୍ଷତ୍ର। ଘାତ ତିଥି ହେଉଛି ଷଷ୍ଠୀ ତିଥି ଘାତ ଚନ୍ଦ୍ର ହେଉଛି ମେଷ ଚନ୍ଦ୍ର।ମେଷ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରିଥିବେ ସେତେବେଳେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ ବା କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ରାଶିର ବ୍ୟକ୍ତିତ୍ୱ ହେଉଛି ଅତ୍ୟନ୍ତ ସାହସୀ,ଉଚ୍ଚଅଭିଳାସି,ଅତ୍ୟନ୍ତ ଶହନଶୀଳ,ଦୃଢ଼ ନିଶ୍ଚୟୀ,ପରିଶ୍ରମୀ, କାର୍ଯ୍ୟ କ୍ଷେତ୍ରରେ ଉତ୍ସାହି,ସତ୍ୟବାଦୀ,ମିଷ୍ଠାନ ଭଜନ ପ୍ରିୟ,ଜନସେବକ ହୋଇଥାନ୍ତି।

ତେବେ ୨୦୨୧ ମସିହା ଅଗଷ୍ଟ ମାସରେ ମେଷ ରାଶି ଜାତ ମହିଳା ପୁରୁଷ ମାନଙ୍କର ପୁରୁଣା ରୋଗର ପ୍ରକୋପ ହ୍ରାସ ପାଇ ଶରୀର ସୁସ୍ଥ ରହିବ। କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇଯିବ। ପାରିବାରିକ କ୍ଷେତ୍ରରେ ପରସ୍ପର ପ୍ରତି ବିଶ୍ଵାସ ଭରସା ନିଷ୍ଠା ବୃଦ୍ଧି ପାଇବ। ଶିକ୍ଷାର୍ଥୀ ମାନେ ଅଧ୍ୟବ୍ୟବସାୟର ଉତ୍ତମ ଫଳ ଆସ୍ଵାଦନ କରିପାରିବେ। ବ୍ୟବସାୟୀ ମାନେ ଯଦି ବ୍ୟବସାୟ କରୁଛନ୍ତି ବା କାରବାର କରୁଛନ୍ତି କାରବାର ଦିଗରୁ ପ୍ରଚୁର ଲାଭବାନ ହେବେ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ବିଶେଷ ଲାଭବାନ ହେବେ। ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ବେୟ ପ୍ରାୟ ସମାନ ରହିବ।ଶିଳ୍ପୀ ସାହିତିକ ସଂଗୀତଜ୍ଞ ମାନେ ଖ୍ୟାତି ଅର୍ଜନ କରିବେ ।ଦୂର ଯାତ୍ରାର ସୁଯୋଗ ପାଇ ନୂତନ ଯୋଜନାର ଫଳ ପାଇବା ସହଜ ସରଳ ହୋଇଯିବ। ରାଜନୀତି କ୍ଷେତ୍ରତେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ପାଇବ। କେତେକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ କମ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ। କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଅନୁଚିତ। ଏ ମାସରେ ଲଟେରୀ ଜୁଆ ଖେଳରୁ ନିବୃତ ରୁହନ୍ତୁ ନଚେତ କ୍ଷତି ସହିବାକୁ ପଡିବ। ତେବେ ଶରୀର ପ୍ରତି ମଧ୍ୟ ସଜାଗ ରୁହନ୍ତୁ।ପ୍ରତିକାର ସ୍ୱରୂପ: ପ୍ରତ୍ୟକ ଦିନ ବୁଲା କୁକୁରକୁ କିଛି କିଛି ଖାଇବାକୁ ଦିଅନ୍ତୁ। ଦେଖିବେ ଏ ମାସଟି ବହୁତ ଭଲରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *