Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ଧନୁ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସରେ ଧନୁ ରାଶି ଜାତ ମହିଳା ପୁରୁଷମାନଙ୍କର କେମିତି କଟିବ। ଯେଉଁ ମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣି ପାରୁନାହାନ୍ତି ଯେଉଁମାନେ ଟିକେ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆଗ୍ରହୀ ଅଛନ୍ତି ସେମାନେ ନିଜର ନାମରୁ ରାଶି ନକ୍ଷତ୍ର ଜାଣି କଣ କରିବେ କଣ ନକରିବେ ସେହି ବିଷୟରେ ଆସନ୍ତୁ ଆଲୋଚନା କରିବା। ତେବେ ଜାତକରେ ଯଦି ଧନୁ ରାଶି ହୋଇଥାଏ ତାହେଲେ ତ ଆପଣ ଅବଗତ ହେଲେ ଧନୁ ରାଶି ବୋଲି କିନ୍ତୁ ଯେଉଁ ମାନଙ୍କର ଜାତକ ନାହିଁ ସେମାନଙ୍କ ନାମର ପ୍ରଥମ ଅକ୍ଷର ଯଦି ଯେ,ଜ,ଭା,ଭି,ଭୁ,ଥା,ଠା,ଫା,ଢା,ଫେ ହୋଇଥିବ ତେବେ ସେମାନଙ୍କ ମଧ୍ୟ ଧନୁ ରାଶି ହେବ। ତେବେ ଧନୁ ରାଶିର ୩ ଟି ନକ୍ଷତ୍ର,ଯାହାକି ମୂଳା ନକ୍ଷତ୍ର ପୂର୍ବାଶାଢା ନକ୍ଷତ୍ର ଉତ୍ତରା ସାଢା ନକ୍ଷତ୍ର। ୧୯/୯ଧନୁ, ୨୦/୯ ଧନୁ ୨୧/୯ ଧନୁ ରାଶି ହେବ। ଆପଣଙ୍କ ରାଶିର ଚିହ୍ନ ହେଉଛି ଧନୁତିର ଧାରଣ କରିଥିବା ଜଣେ ବୀର ପୁରୁଷ। ରାଶି ସ୍ୱାମୀ ହେଉଛନ୍ତି ବୃହସ୍ପତି ମହାଗ୍ରହ ରାଶି ତତ୍ୱ ହେଉଛି ଅଗ୍ନି ତତ୍ୱ, ରାଶିର ସ୍ଵଭାବ ହେଉଛି ଦି ସ୍ଵଭାବ। ରାଶିର ଦିଗ ହେଉଛି ପୂର୍ବ ଦିଗ।ରାଶିର ଗୁଣ ହେଉଛି ପୁରୁଷ ଗୁଣି ବା ସତ ଗୁଣି। ରାଶିର ଜାତି ହେଉଛି କ୍ଷତ୍ରିୟ। ରାଶି ପ୍ରକୃତି ହେଉଛି ପିତ ପ୍ରକୃତି। ରାଶି ସ୍ଵଭାବ ହେଉଛି କ୍ରୁର ସ୍ଵଭାବ।

ରାଶିର ଅଙ୍ଗ ବା କାଳପୁରୁଷର ଅଙ୍ଗ ହେଉଛି ଜଙ୍ଘ। ରାଶିର ଶୁଭ ରତ୍ନ ହେଉଛି ପ୍ରଖରାଜ,ପିତ ପ୍ରଖରାଜ। ରାଶିର ଶୁଭ ରଙ୍ଗ ହେଉଛି ହଳଦିଆ ରଙ୍ଗ।ରାଶିର ଶୁଭବାର ହେଉଛି ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ବିଷ୍ଣୁ ନାରାୟଣ। ରାଶିର ଶୁଭ ଦେବୀ ହେଉଛନ୍ତି ଉଗ୍ରତାରା ବା ତାରା ତାରିଣୀ। ରାଶିର ବ୍ରତ ଉପବାସ ବାର ହେଉଛି ଗୁରୁବାର। ଗୁରୁବାର ମାନଙ୍କରେ ଯଦି କୌଣସି ବ୍ରତ ଉପାସନା ପାଳନ କରନ୍ତି ଆମିଷ ନଖାନ୍ତି ତାହେଲେ ବହୁତ ଫଳ ମିଳିବ।ରାଶିର ଭାଗ୍ୟଙ୍କ ବା ସଂଖ୍ୟା ଶୁଭ ସଂଖ୍ୟା ହେଉଛି ୩। ତେବେ ରାଶିର ପ୍ରତ୍ୟକ ମାସର ଇଂରାଜୀ ମାସର ତାରିଖ ହିସାବରେ ଦେଖିଲେ ୩ ତାରିଖ ,୧୨ ତାରିଖ ଏବଂ ୩୦ ତାରିଖ ହେଉଛି ଶୁଭ ତାରିଖ। ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ବା ଏହି ମାସରେ ୩ ତାରିଖ ,୧୨ ତାରିଖ ଏବଂ ୩୦ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାର ଥାଏ,ଯଦି ବ୍ୟବସାୟ ଆରମ୍ଭ କରିବାକୁ ଯଦି ଯାଉଥାନ୍ତି ବା କୌଣସି ଜାଗାକୁ ଯାତ୍ରା କରିବାକୁ ପଡୁଥାଏ ତେବେ ଏହି ତାରିଖ ମାନଙ୍କରେ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି ତ ନିଶ୍ଚୟ ସଫଳତା ଲାଭ କରିବେ। ରାଶିର ମିତ୍ର ରାଶି ମେଷ ରାଶି, କର୍କଟ ରାଶି, ସିଂହ ରାଶି, ବିଛା ରାଶି ଏବଂ ମୀନ ରାଶି। ଶତ୍ରୁ ରାଶି ବୃଷ ରାଶି, ମିଥୁନ ରାଶି,କନ୍ୟା ରାଶି, ତୁଳା ରାଶି। ରାଶିର ଘାତ ବାର ହେଉଛି ଶୁକ୍ରବାର।

ଘାତ ନକ୍ଷତ୍ର ହେଉଛି ବିଜା ନକ୍ଷତ୍ର।ଘାତ ତିଥି ହେଉଛି ଦ୍ୱିତୀୟା। ଘାତ ଚନ୍ଦ୍ର ହେଉଛି ମୀନ ଚନ୍ଦ୍ର।ମୀନ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରୁଥିବେ ପାଞ୍ଜି ଦେଖିକରି ସ୍ଥିର କରନ୍ତୁ ଏବଂ ଜ୍ୟୋତିଷ ମାନଙ୍କୁ ପଚାରିକି ମଧ୍ୟ ସ୍ଥିର କରନ୍ତୁ ପ୍ରତ୍ୟକ ମାସରେ ଏହି ଅଢେ଼ଇ ଦିନ ଭୋଗ ହେବ ମିନ ଚନ୍ଦ୍ର। ଯେତେବେଳେ ମୀନ ଚନ୍ଦ୍ର ଭୋଗ ହେଉଥିବ ସେତେବେଳେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ବା ଦୂର ଯାତ୍ରା କରନ୍ତୁ ନାହିଁ କଶ୍ମୀନ କାଳେ। ତେବେ ରାଶିର ବ୍ୟକ୍ତିତ୍ୱ ମୀନ ରାଶିର ବ୍ୟକ୍ତିତ୍ୱ ହେଉଛି ଅତ୍ୟନ୍ତ ସୁନ୍ଦର, ଶତ୍ରୁଜୟୀ,ସିତଜ୍ଞ,ବାଲ୍ୟବସ୍ଥାରେ ମଧ୍ୟ ଧନୀ ହୋଇଥାନ୍ତି। ବିଶେଷ ବଳବାନ,ସତ୍ୟବାଦୀ, ଅନେକ କଳାଜ୍ଞତା,ନିର୍ମଳ ଚରିତ୍ର,ମିତ ବୟୀ,ସ ପରାକ୍ରମରେ ଭାଗ୍ୟ ଉଦୟ କରିଥାନ୍ତି। ମାନସିକ ସ୍ଥିତି ସୁଦୃଢ଼ ହୋଇଥାଏ।ରାଜକୀୟ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ। ସୁ ବକ୍ତା ହୋଇପାରିଥାନ୍ତି। କଥପଯୋଗ ମଧ୍ୟ ହୋଇଥାନ୍ତି। ପବିତ୍ର କାର୍ଯ୍ୟ କୁଶଳ ସାହସୀ ମଧ୍ୟ ହୋଇଥାନ୍ତି।

ତେବେ ୨୦୨୧ ମସିହା ଅଗଷ୍ଟ ମାସରେ ଧନୁ ରାଶି ଜାତ ମହିଳା ପୁରୁଷମାନଙ୍କର ଶାରୀରିକ ଅସୁସ୍ଥତା ଦୂର ହୋଇଯିବ।ମାନସିକ ସୁସ୍ଥତା ଅନୁଭବ କରିବେ। ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବ। ବ୍ୟବସାୟରେ ଆତ୍ମବିଶ୍ବାସ ବୃଦ୍ଧି ହେବା ଫଳରେ କମ ପରିଶ୍ରମରେ ଆଶା ଜନକ ଫଳ ପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କର ସହଯୋଗ ପ୍ରେରଣା ଆର୍ଥିକ ସହାୟତାରେ ନୂତନ ପନ୍ଥା କିଛି ଅନୁସରଣ କରିପାରନ୍ତି। ପରିବାର ଜନଙ୍କର ଉନ୍ନତିରେ ଆନନ୍ଦିତ ହେବେ। ପାରିବାରିକ ଜୀବନ ସୁଖମୟ ମଧ୍ୟ ହେବ। ଦାମ୍ପତ୍ୟ ସୁଖରେ ଆଶା ଜନକ ଫଳ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ଵର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ଦୋଳ ସମର୍ଥନ ବଢିବା ସହ ମୁଖ୍ୟ ନେତାଙ୍କର ପ୍ରିୟ ପାତ୍ର ହୋଇପାରିବେ। କର୍ମ କ୍ଷେତ୍ରରେ ଆନ୍ତରିକ ଉତ୍ସାହ ବୃଦ୍ଧି ହେବା ଫଳରେ ଜଟିଳ ସମସ୍ୟାର ସମାଧାନ କରି ମାନ ସମ୍ମାନ ପାଇବେ। କୌଣସି ବନ୍ଧୁଙ୍କ ଦ୍ୱାରା ଶୁଭ ସମାଚାର ମଧ୍ୟ ମିଳିବାକୁ ପାଇବେ।କମିଶନ କ୍ଷେତ୍ର କାର୍ଯ୍ୟରେ ପ୍ରଚୁର ଲାଭ ପାଇବେ। ଶ-ତ୍ରୁ ବା ବିରୋଧୀ କୌଣସି କ୍ଷତି କରିପାରିବେ ନାହିଁ। ଶତ୍ରୁ ମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିପାରନ୍ତି। ଅର୍ଥକୁ ଭଗବାନ ଜ୍ଞାନ କରି ବିବା-ଦ ମାନ ପରିସ୍ଥିତିର ବି ସମୁଖୀନ ହେବାକୁ ପଡିପାରେ। ସ୍ଥଳ ପରିବର୍ତ୍ତନ ଯୋଗେ ଅସନ୍ତୋଷର କାରଣ ମଧ୍ୟ ହେବ। ପ୍ରତିକାର ସ୍ୱରୂପ: ତେବେ ପ୍ରତ୍ୟକ ଦିନ ବୁଲା କୁକୁରକୁ କିଛି କିଛି ଖାଇବାକୁ ଦିଅନ୍ତୁ ଦେଖିବେ ମାସଟି ବହୁତ ଭଲରେ ଭଲରେ ବ୍ୟତୀତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *