Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ କନ୍ୟା ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସ କନ୍ୟା ରାଶିର ଲୋକଙ୍କ ପାଇଁ କିପରି କଟିବ, କଣ କରିବେ ଅଶୁଭ ଗ୍ରହ ପାଇଁ ଉପଚାର ଆସନ୍ତୁ ଜାଣିବା। ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣି ନାହାନ୍ତି ସେମାନେ ନିଜର ନାମର ପ୍ରଥମ ଅକ୍ଷରରୁ ଜାଣି ପାରିବେ। ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ପୋ, ପା, ପି, ପୁ, ସ, ଠ, ପେ ହୋଇଥାଏ , ତେବେ ଆପଣଙ୍କର କନ୍ୟା ରାଶି ହେବ। କନ୍ୟା ରାଶିର ତିନୋଟି ନକ୍ଷତ୍ର ଭୋଗ ହେଉଛି ଉତ୍ତରା ଫାଲଗୁନୀ, ହସ୍ତା, ଚିତ୍ର ନକ୍ଷତ୍ର। ଯାହାକି ୧୨/୬ ,୧୩/୬, ୧୪/୬। ଆପଣଙ୍କ ରାଶିର ଚିହ୍ନ ହେଉଛି ଗୋଟିଏ କନ୍ୟା ହାତରେ ଧାନ ଓ ଅଗ୍ନି ଧରି ଥିବାର ଚିହ୍ନ। ରାଶିର ସ୍ବାମୀ ହେଉଛନ୍ତି ବୁଧ ମହାଗ୍ରହ। ରାଶିର ତତ୍ତ୍ଵ ହେଉଛି ପୃଥିବୀ ତତ୍ତ୍ଵ।ରାଶିର ଦ୍ୱାରୁପ ହେଉଛି ଦ୍ଵିସ୍ଵଭାବ।

ରାଶିର ଦିଗ ହେଉଛି ଦକ୍ଷିଣ ଦିଗ। ରାଶି ଗୁଣ ହେଉଛି ସ୍ତ୍ରୀ ଗୁଣ। ରାଶି ଜାତି ହେଉଛି ବୈଷ୍ୟ ଜାତି। ରାଶିର ପ୍ରକୃତି ହେଉଛି ବାତ ପ୍ରକୃତି। ରାଶିର ସ୍ଵଭାବ ହେଉଛି ସୌମ୍ୟ ସ୍ଵଭାବ। ରାଶିର ଅଙ୍ଗ ହେଉଛି ଉଦର ବା ପେଟ। ରାଶିର ଶୁଭ ରତ୍ନ ପାନ୍ନା।ରାଶିର ଶୁଭ ରଙ୍ଗ ସବୁଜ। ରାଶିର ଶୁଭ ବାର ରବିବାର ଓ ବୁଧବାର। ରାଶିର ଶୁଭ ଦେବତା ହେଉଛି ଶ୍ରୀଗଣେଶ। ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିପୁରା ସୁନ୍ଦରୀ। ବ୍ରତ ଉପବାସ ଯଦି ବୁଧବାର ଦିନ କରିବେ ତାହେଲେ ଶୁଭ ଫଳ ପ୍ରାପ୍ତ ହେବ।ରାଶିର ଭାଗ୍ୟ ଅଙ୍କ ହେଉଛି ୫। ରାଶିର ଶୁଭ ତାରିଖ ହେଉଛି ୫,୧୪,୨୩। ରାଶିର ମିତ୍ର ରାଶି ହେଉଛି ମେଷ, ମିଥୁନ, ସିଂହ, ତୁଳା ରାଶି। ରାଶିର ଶତ୍ରୁ ରାଶି ହେଉଛି କର୍କଟ। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ହେଉଛି ଶ୍ରବଣା ନକ୍ଷତ୍ର। ଘାତ ତିଥି ଅଷ୍ଟମୀ ତିଥି। ଘାତ ଚନ୍ଦ୍ର ମିଥୁନ ଚନ୍ଦ୍ର। ମିଥୁନ ରାଶିରେ ଚନ୍ଦ୍ର ବିରାଜମାନ କରୁଥିଲେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ।

କନ୍ୟା ରାଶି ଲୋକଙ୍କ ବ୍ୟକ୍ତିତ୍ଵ ହେଉଛି ଧନଧାନ୍ୟ , ଦାସଦାସୀ , ଚତୁର, ସୁନ୍ଦର, ସୁଶୀଳ, ସତ୍କର୍ମ କର୍ତ୍ତା, ଜୀବନସାଥୀଙ୍କୁ ଖୁସିରେ ରଖିଥାନ୍ତି। ତେବେ ୨୦୨୧ ମସିହା ଅଗଷ୍ଟ ମାସଟି କନ୍ୟା ରାଶିର ଲୋକଙ୍କ ପାଇଁ କିପରି କଟିବ ସେହି ବିଷୟରେ ଜାଣିବା। ଏମାନେ ଅଧିକ ଲାଭବାନ ହେବେ। ବିଦେଶ ଯାତ୍ରା କରି ପାରନ୍ତି। ବ୍ୟବସାୟରେ ବିଶେଷ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। କର୍ମଚାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। କୋର୍ଟକଚେରୀ ମାମଲାରେ ପରସ୍ପର ସମାଧାନ ହେବ। ସୁସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳ କରିବେ। ଛାତ୍ରଛାତ୍ରୀ କଠିନ ପରିଶ୍ରମର ଫଳ ପ୍ରାପ୍ତ କରିବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦୂର ହୋଇଯିବ। ଆୟ ଉପାର୍ଜନ କ୍ଷେତ୍ର ପ୍ରତି ସେପରି କିଛି ସଙ୍କଟ ଉତ୍ପନ୍ନ ହେବ ନାହିଁ।ଅଧିକ ଶୁଭ ଫଳ ପ୍ରାପ୍ତି ହେବା ପାଇଁ ନିମ୍ବ କାଠରେ ଚନ୍ଦନ କରି ଧାରଣ କରନ୍ତୁ, ମାସଟି ଭଲରେ ଅତିବାହିତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *