Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ମିଥୁନ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ୨୦୨୧ ମସିହା ଅଗଷ୍ଟ ମାସଟି କିପରି କଟିବ ମିଥୁନ ରାଶିର ଲୋକଙ୍କ ପାଇଁ, କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯେଉଁ ମାନଙ୍କର ଜାତକ ନାହିଁ ବା ଭବିଷ୍ୟତ ବିଷୟରେ ଜାଣି ପାରୁ ନାହାନ୍ତି, ସେମାନେ ନିଜ ନାମରୁ ରାଶି ନକ୍ଷତ୍ର ବିଷୟରେ ଜାଣି କଣ କରିବେ, କଣ ନ କରିବେ ଆସନ୍ତୁ ସେହି ବିଷୟରେ ଜାଣିବା। ବିଶେଷକରି ମିଥୁନ ରାଶିର ବ୍ୟକ୍ତି ମାନଙ୍କର ନାମର ପ୍ରଥମ ଅକ୍ଷର ଯଦି କା, କି, କୁ, ଧ, ଡ, ଛ, କେ, କୋ, ହା ହୋଇଥାଏ, ତେବେ ଆପଣଙ୍କ ରାଶି ମିଥୁନ ରାଶି ହିଁ ହେବ। ସେମାନେ ତିନୋଟି ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଛନ୍ତି। ଯାହାକି ମୃଗଶିରା ନକ୍ଷତ୍ର, ଆଦ୍ରା ନକ୍ଷତ୍ର, ପୁନର୍ବସୁ ନକ୍ଷତ୍ର। ୫/୩, ୬/୩, ୭/୩ ରାଶି ନକ୍ଷତ୍ର ଜାଣିବାକୁ ପଡ଼ିବ। ଆପଣଙ୍କ ରାଶିର ଚିହ୍ନ ହେଉଛି ସ୍ତ୍ରୀ ପୁରୁଷ ଯୁକ୍ତ ଚିହ୍ନ। ରାଶିର ସ୍ବାମୀ ହେଉଛନ୍ତି ବୁଧ ଗ୍ରହ। ରାଶିର ତତ୍ତ୍ଵ ହେଉଛି ବାୟୁ ତତ୍ତ୍ଵ। ରାଶିର ସ୍ୱରୂପ ହେଉଛି ଦ୍ଵିସ୍ଵଭାବ।ରାଶିର ଦିଗ ହେଉଛି ପଶ୍ଚିମ। ରାଶିର ଗୁଣ ହେଉଛି ପୁରୁଷ ବା କୁମାର। ରାଶି ଜାତି ହେଉଛି ଶୁଦ୍ର। ରାଶି ପ୍ରକୃତି ହେଉଛି ତ୍ରିଧାତୁ। ରାଶିର ସ୍ଵଭାବ ହେଉଛି କ୍ରୂର ସ୍ଵଭାବ। ରାଶିର କାଳପୁରୁଷ ଅଙ୍ଗ ହେଉଛି ଦୁଇ କାନ୍ଧ। ରାଶିର ଶୁଭ ରତ୍ନ ହେଉଛି ପାନ୍ନା। ରାଶିର ଶୁଭ ରଙ୍ଗ ହେଉଛି ଶାଗୁଆ ରଙ୍ଗ। ରାଶିର ଶୁଭ ବାର ହେଉଛି ବୁଧବାର । ରାଶିର ଶୁଭ ଦେବତା ହେଉଛନ୍ତି ଶ୍ରୀଗଣେଶ। ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିପୁରା ସୁନ୍ଦରୀ। ରାଶିର ବ୍ରତ ଉପବାସ ପାଇଁ ଯଦି ବୁଧବାର ଓ ଶନିବାର କରନ୍ତି ତାହେଲେ ଶୁଭ ଫଳ ପ୍ରାପ୍ତି ହେବ। ରାଶିର ଶୁଭ ଅଙ୍କ ହେଉଛି ୫। ଯେଉଁମାନଙ୍କର ଜାତକ ନାହିଁ ସେମାନେ ଯଦି ପ୍ରତ୍ୟେକ ଇଂରାଜୀ ମାସର ୫,୧୪,୨୩ ତାରିଖରେ କୌଣସି ଶୁଭ କାର୍ଯ୍ୟ କଲେ, ନିଶ୍ଚିତ ସଫଳତା ପ୍ରାପ୍ତ ହେବ।ରାଶିର ମିତ୍ର ରାଶି ହେଉଛନ୍ତି ମେଷ, କନ୍ୟା, ସିଂହ, ତୁଳା ରାଶି।ରାଶିର ଶତ୍ରୁ ରାଶି ହେଉଛନ୍ତି କର୍କଟ ରାଶି। ଘାତ ବାର ସୋମବାର। ଘାତ ନକ୍ଷତ୍ର ସ୍ଵାତୀ ନକ୍ଷତ୍ର। ଘାତ ତିଥି ହେଉଛି ଅଷ୍ଟମୀ ତିଥି। ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର। କୁମ୍ଭ ରାଶିରେ ଚନ୍ଦ୍ରମା ବିଦ୍ୟମାନ କଲାବେଳେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ।

ତେବେ ମିଥୁନ ରାଶିର ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ଵ ହେଉଛି ଅତ୍ୟନ୍ତ ଚତୁର, ବିଦ୍ୟମାନ, ଦୂରଦର୍ଶୀ, ବୁଦ୍ଧିମାନ, ଗଣିତ ଶାସ୍ତ୍ର ବିଶାରଦ। ଅନେକ କ୍ଷେତ୍ରରେ ମୁଖ୍ୟ ଭୂମିକା ମଧ୍ୟ ଗ୍ରହଣ କରିଥାନ୍ତି। ତେବେ ୨୦୨୧ ମସିହା ଅଗଷ୍ଟ ମାସରେ ପୁରୁଷ ଓ ମହିଳା ଜାତକ ମାନଙ୍କର ବ୍ୟୟ ତୁଳନାରେ ଆୟ ଅଧିକ ହେବ।ଆର୍ଥିକ ଅନାଟନ ମଧ୍ୟ ଦୂରେଇ ଯିବ। କର୍ମ ସନ୍ଧାନି ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିବେ। ସରକାରୀ କର୍ମଚାରୀ ମାନଙ୍କର ମାନସମ୍ମାନ ବୃଦ୍ଧି ହେବା ସହିତ ଆଶା ଆକାଂକ୍ଷା ପୂରଣ ହେବ। ବନ୍ଧୁଙ୍କ ସହଯୋଗରେ ନୂଆ ପନ୍ଥା ଅନୁସରଣ କରିବେ। ଦାମ୍ପତ୍ୟ ସୁଖରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଛାତ୍ରଛାତ୍ରୀ ମାନେ ଶୁଭ ଫଳ ପ୍ରାପ୍ତ କରିବେ। ସାମାଜିକ କ୍ଷେତ୍ରରେ ସମ୍ମାନିତ ହେବେ।ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ଅଧିକ ଶୁଭ ଫଳ ପ୍ରାପ୍ତି ପାଇଁ ପ୍ରତ୍ୟେକଦିନ ଗୁରୁଜନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ, ଦେଖିବେ ମାସଟି ସୁଖମୟ ଅତିବାହିତ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *