Excuse Me Odisha

ଯାହା କହିବୁ ସତ କହିବୁ

ଅଗଷ୍ଟ 2021 : ଅଗଷ୍ଟ ମାସଟି କିପରି କଟିବ ବୃଷ ରାଶିର ଲୋକଙ୍କ ପାଇଁ ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଅଗଷ୍ଟ ମାସଟି ବୃଷ ରାଶି ଜାତ ବ୍ୟକ୍ତି ମାନଙ୍କର କେମିତି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କର ପାଇଁ ପ୍ରତିକାର। ସେହି ବିଷୟରେ ଜାଣିବା। ତେବେ ଯେଉଁମାନଙ୍କର ଯେଉଁ ମାନଙ୍କର ଜାତକ ନାହିଁ ଯେଉଁ ମାନନେ ଭବିଷ୍ୟତ ବିଷୟରେ ଜାଣି ପାରୁନାହାନ୍ତି ବା ଯେଉଁମାନେ ଟିକେ ଭଲ ମନ୍ଦ ବିଷୟରେ ଜାଣିବା ପାଇଁ ବୁଝିବା ପାଇଁ ଆଗ୍ରହି ଅଛନ୍ତି ସେମାନେ ନିଜର ନାମରୁ ରାଶି ନକ୍ଷତ୍ରରୁ ଜାଣି କଣ କରିବେ କଣ ନକରିବେ ସେ ବିଷୟରେ ଆସନ୍ତୁ ଜାଣିବା।ତେବେ ପ୍ରଥମେ ଜାଣିବାକୁ ହେବ ବୃଷ ରାଶି ଜାତ ବ୍ୟକ୍ତି ବିଶେଷ ମାନେ ଯେଉଁମାନେ ନିଜର ରାଶି ଜାଣି ନାହାନ୍ତି ତେବେ ନାମର ପ୍ରଥମ ଅକ୍ଷରରୁ ବୃଷ ରାଶି ବୋଲି ଜାଣି ଏଇ ଯେଉଁ ଆମର ପ୍ରତିକାର ଦିଆଯାଉଛି ଯେଉଁ ରାଶି ଫଳ କୁହାଯାଉଛି ସେହି ହିସାବରେ ଯଦି ଚାଲନ୍ତି ତେବେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ। ତେବେ ଆପଣଙ୍କର ନାମର ପ୍ରଥମ ଅକ୍ଷର ଯଦି ଇ,ଉ,ଏ ଅ,ବା,ବି,ବୁ,ବେ,ହୋଇଥାଏ ତେବେ ଆପଣଙ୍କର ରାଶି ବୃଷ ରାଶି ହୋଇଥାଏ। ଜନ୍ମ ଜାତକରେ ଯେଉଁ ରାଶି ଥାଉନା କାହିଁକି ଯଦି ଏହି ଅକ୍ଷରର ନାମର ପ୍ରଥମ ପ୍ରଥମ ଅକ୍ଷରକୁ ଜାଣି ରାଶି ସ୍ଥୟ କରିକି ହିଁ ଏହି ରାଶି ଫଳ ଦେଖନ୍ତି ତାହେଲେ ଅନେକାଂଶରେ ନିଶ୍ଚୟ ଆପଣଙ୍କର ରାଶି ଫଳ ଘଟିବ ବା ଘଟୁଛି ମଧ୍ୟ।ତେବେ ଯେଉଁମାନଙ୍କର ବୃଷ ରାଶି ସେମାନଙ୍କର ୩ ଟି ନକ୍ଷତ୍ର ମଧ୍ୟ ଭୋଗ ହେବ। ୩ ଟି ନକ୍ଷତ୍ର ହେଉଛି କୃତିକା ନକ୍ଷତ୍ର,ରୋହିଣୀନକ୍ଷତ୍ର, ମୁର୍ଗଶୀରା ନକ୍ଷତ୍ରରେ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆପଣ ଜାଣିବାକୁ ହେବ। ଆପଣଙ୍କର ରାଶିର ଚିହ୍ନ ବୃଷବ ବା ଷଣ୍ଢ। ରାଶି ସ୍ୱାମୀ ହେଉଛନ୍ତି ଶୁକ୍ର। ରାଶିର ତତ୍ୱ ହେଉଛି ପୃଥିବୀ ତତ୍ୱ। ରାଶିର ସ୍ୱରୂପ ହେଉଛି ସ୍ଥିର।ରାଶିର ଦିଗ ହେଉଛି ଦକ୍ଷିଣ ଦିଗ।ରାଶିର ଗୁଣ ସ୍ତ୍ରୀ ଗୁଣ ବା ରଜ ଗୁଣି। ରାଶି ଜାତି ହେଉଛି ବୈସ୍ୟ। ରାଶିର ପ୍ରକୃତି ହେଉଛି ବାତ ପ୍ରକୃତି। ରାଶିର ସ୍ବାଭାବ ହେଉଛି ସୌମ୍ୟ ସ୍ଵଭାବ।

ରାଶିର କାଳପୁରୁଷର ଅଙ୍ଗ ହେଉଛି ମୁଖ।ରାଶିର ଶୁଭ ରତ୍ନ ହେଉଛି ହୀରା ବା ଶ୍ୱେତ ପ୍ରବାଳ ଶ୍ୱେତ ପ୍ରଖରାଜ ମଧ୍ୟ ଧାରଣ କରିପାରିବେ। ଆପଣଙ୍କ ରାଶିର ଶୁଭ ରଙ୍ଗ ହେଉଛି ଧଳା। ରାଶିର ,ଶୁଭ ବାର ହେଉଛି ବୁଧବାର,ଶୁକ୍ରବାର ଓ ଶନିବାର।ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶିବ, ବିଷ୍ଣୁ ଏବଂ ଭୈରବ। ରାଶିର ଶୁଭ ଦେବୀ ହେଉଛନ୍ତି ମା ଲକ୍ଷ୍ମୀ,କମଳା,ମାତା ସନ୍ତୋସି। ରାଶିର ବ୍ରତ ଉପବାସ ବାର ହେଉଛି ସୋମବାର ଏବଂ ଶୁକ୍ରବାରରେ କରିବା ଉଚିତ। ରାଶିର ଭାଗ୍ୟଙ୍କ ହେଉଛି ୬। ତେବେ ରାଶିର ଇଂରାଜୀ ତାରିଖ ଅନୁସାରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ଯଦି ଜାତକ ନାହିଁ ତାହେଲେ ଏହି ବୃଷ ରାଶିକୁ ସ୍ଥିର କଲା ପରେ ପ୍ରତ୍ୟକ ମାସର ୬ ତାରିଖ, ୧୫ ତାରିଖ,୨୪ ତାରିଖରେ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି ତାହେଲେ ସେଥିରେ ନିଶ୍ଚିତ ବିନା ବାଧା ବିଘ୍ନରେ ବିଜୟୀ ହେବେ। ରାଶିର ମିତ୍ର ରାଶି ହେଉଛନ୍ତି ମକର ରାଶି ଏବଂ କୁମ୍ଭ ରାଶି। ରାଶିର ଶତ୍ରୁ ରାଶି ହେଉଛନ୍ତି ସିଂହ ରାଶି, ଧନୁ ରାଶି, ମୀନ ରାଶି। ଘାତ ବାର ହେଉଛି ଶନିବାର। ଘାତ ନକ୍ଷତ୍ର ହେଉଛି ହସ୍ତା ନକ୍ଷତ୍ର। ଘାତ ତିଥି ହେଉଛି ଚତୁର୍ଥୀ ତିଥି। ଘାତ ଚନ୍ଦ୍ର ହେଉଛି କନ୍ୟା ଚନ୍ଦ୍ର। କନ୍ୟା ରାଶିରେ ଯେତେବେଳେ ଚନ୍ଦ୍ର ବିଦ୍ୟମାନ କରୁଛନ୍ତି ସେତେବେଳେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ତେବେ ବୃଷ ରାଶିର ବ୍ୟକ୍ତିତ୍ୱ ହେଉଛି ବା ସକାରାତ୍ମକ ତତ୍ୱ ହେଉଛି ଶୁବତି, ଶୁଚି ପ୍ରିୟ,ପ୍ରବଳ ସ୍ମରଣ ଶକ୍ତି ନ୍ୟାୟ ଗୁଣ ସମ୍ପର୍ଣ୍ଣ, କୀର୍ତିବାନ,ପୂଜନୀୟ,ଗୁଣ ଶ୍ରେଷ୍ଠ,ବହୁ ଧନ ଯୁକ୍ତ ହୋଇଥାନ୍ତି।ତେବେ ୨୦୨୧ ମସିହା ଅଗଷ୍ଟ ମାସରେ ବୃଷ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କ ପାଇଁ ଅତ୍ୟନ୍ତ ଯୋଗ ପ୍ରଦ ସମୟ ଯୋଗେ କାରବାର ଦିଗରୁ ଲାଭବାନ ହେବେ।ନିଜର ପ୍ରତିପତି ବିସ୍ତାର କରିପାରିବେ।

ବ୍ୟବସାୟରେ ଉନ୍ନତି ହେବା ସହ ପ୍ରବଳ ଲାଭ ମଧ୍ୟ ପାଇବେ। ସରକାରୀ କର୍ମଚାରୀ ମାନେ କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦନ୍ନତି ପାଇବେ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ମଧ୍ୟ ବୃଦ୍ଧି ହେବ।ତଳୁ ଉପର ସ୍ତର ଯାଏ ଆଦୃତି ମାନ୍ୟତା ଅର୍ଜନ କରିବେ।ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ।କୃଷି କ୍ଷେତ୍ରରେ ସଫଳତା ଦେଖାଦେବ। ଧାର୍ମିକ କାର୍ଯ୍ୟରେ ମଧ୍ୟ ରୁଚି ବୃଦ୍ଧି ହେବ। ପ୍ରେମିକ ପ୍ରେମିକା ମାନେ ପ୍ରେମ ସମ୍ବଦ୍ଧିୟ କ୍ଷେତ୍ରରେ ସଫଳ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବା ସହିତ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ପାଇପାରନ୍ତି। ମାଲି ମକର୍ଦମାରେ ମୁଣ୍ଡ ଉଚ୍ଚା ରହିବ।ରାଜନୀତି କ୍ଷେତ୍ରରେ ମିଛ ଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। ମାନ ପ୍ରତିଷ୍ଠା ମଧ୍ୟ ଅକ୍ଷୁଣ୍ଣ ରହିବ। ସମ୍ପତି ସମ୍ବଦ୍ଧିୟ ବିବାଦ ଠିକ ଲୋକ ମଧ୍ୟସ୍ଥିତିରେ ସମାଧାନ ହୋଇଯିବ। ଅନେକ ପ୍ରକାରର ଅସୁବିଧାର ମଧ୍ୟ ସମୁଖୀନ ହୋଇପାରନ୍ତି। ତେବେ ପ୍ରତିକାର ସ୍ୱରୂପ: ପ୍ରତ୍ୟକ ଦିନ ଯଦି ଗୋମାତାଙ୍କୁ କିଛି କିଛି ଖାଇବାକୁ ଦେଉଥାନ୍ତି ତାହେଲେ ଏ ମାସଟି ବହୁତ ଭଲରେ ଭଲରେ କଟିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *