Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ କରନ୍ତୁ ଏଭଳି କାର୍ଯ୍ୟ, ଜୀବନ ବଦଳି ଯିବ।

ସେୟାର୍ କରନ୍ତୁ

ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଇଥାଏ। ଭଗବାନ ଶିବଙ୍କ ଭକ୍ତ ମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ବିଶେଷ ପୂଜାର୍ଚ୍ଚନା କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ କେଉଁ କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ। ଶ୍ରାବଣ ମାସରେ ପ୍ରତ୍ୟେକଦିନ ଜଳ ଅର୍ପଣ କଲେ ଜୀବନ ସୁଖମୟ ହୋଇଥାଏ। ଯଦି ଆପଣ ପ୍ରତିଦିନ ଜଳ ଅର୍ପଣ କରି ପାରୁ ନାହାନ୍ତି ତାହେଲେ ପ୍ରତ୍ୟେକ ସୋମବାର ଦିନ ଜଳ ଅର୍ପଣ କରନ୍ତୁ, ଏହାଦ୍ବାରା ଆପଣଙ୍କ ଜୀବନ ସୁଖମୟ ହୋଇଯିବ।

Google

ଶ୍ରାବଣ ମାସ ଏକ ପବିତ୍ର ମାସ ହୋଇ ଥିବାରୁ ଏହି ମାସରେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ହାଲୁକା ଖାଦ୍ୟ ଗ୍ରହଣ କରନ୍ତୁ ଯାହା ଖୁବ୍ ଶୀଘ୍ର ହଜମ ହୋଇ ପାରିବ। ଏହି ମାସରେ ଘରେ ଅଧିକ ପୋକଯୋକ ବାହାରନ୍ତି, ଯାହାଦ୍ଵାରା ଅଧିକ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏଥିପାଇଁ ଘରକୁ ସର୍ବଦା ସଫା ରଖନ୍ତୁ, ସୁଗନ୍ଧିତ ଧୂପ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ପରିବେଶ ପବିତ୍ର ରହିବ। ଏହାସହ ପ୍ରତ୍ୟେକଦିନ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ। ଯେଉଁ ଲୋକମାନେ ଦୀର୍ଘଦିନ ଧରି ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେମାନେ ମହାମୃ-ତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଏହାଦ୍ବାରା ସେମାନେ ବର୍ଷସାରା ନୀରୋଗ ଓ ସୁସ୍ଥ ରହିଥାନ୍ତି। ଶ୍ରାବଣ ମାସରେ ଯେଉଁମାନେ ମହାଦେବଙ୍କୁ ଆଳତୀ କରନ୍ତି, ସେମାନଙ୍କୁ ଭଗବାନ ମହାଦେବଙ୍କ ଆଶୀର୍ବାଦ ମିଳିଥାଏ। ଏହି ମାସରେ ମାଂସ, ମଦ ଆଦି ଖାଇବା ଅନୁଚିତ। ଏହି ମାସରେ ମିଛର ଆଶ୍ରା ନିଅନ୍ତୁ ନାହିଁ। ଭୋଳା ଶଙ୍କର ଛୋଟ ପୂଜାରେ ସନ୍ତୁଷ୍ଟ ହୋଇ ଯାଆନ୍ତି। କିନ୍ତୁ ଯେଉଁମାନେ ମିଛର ଆଶ୍ରା ନେଇ ପୂଜାର୍ଚ୍ଚନା କରନ୍ତି, ଭଗବାନ ସେମାନଙ୍କ ସପକ୍ଷରେ ରହନ୍ତି ନାହିଁ। ଏହାସହିତ ବଡ଼ ମାନଙ୍କୁ ଅନାଦର କରନ୍ତୁ ନାହିଁ। କାହାକୁ କଟୁ ବଚନ କୁହନ୍ତୁ ନାହିଁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯଦି ଆପଣ ମାନେ ଶ୍ରାବଣ ମାସରେ ଉପବାସ ରଖୁଛନ୍ତି ତାହେଲେ ଏହାକୁ ଅଧାରୁ ଛାଡ଼ନ୍ତୁ ନାହିଁ। ନିୟମ ଭଲଭାବରେ ପାଳନ କରନ୍ତୁ। ଯଦି ଆପଣ ବ୍ରତ କରିବାକୁ ସକ୍ଷମ ନାହାନ୍ତି ତାହେଲେ ସଂକଳ୍ପ ନିଅନ୍ତୁ ନାହିଁ। ବ୍ରତ ସମୟରେ ଆଚରଣ ଓ ଉଚ୍ଚାରଣ ପବିତ୍ର ରଖନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *