Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ଗଛ କେଉଁ ଜାଗାରେ ରହିଲେ ଭଲ, ଘରକୁ ଧନ, ସୁଖ , ସମୃଦ୍ଧି ଆସି ଥାଏ, ଆଜି ହିଁ ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ନିଜର ଏକ ସୁନ୍ଦର ବଗିଚା ହେଉ ବୋଲି ଏବଂ ଅନେକ ପ୍ରକାରର ଗଛଲତା ଲଗେଇବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଗଛ ଘର ପାଇଁ ଅଶୁଭ ହୋଇଥାଏ। ଏମିତିକି ଅନେକ ବିପ-ଦ ମଧ୍ୟ ଆଣିଥାଏ। ଅନେକ ଗଛଲତା ରହିଛି ଯାହାକି ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ଧନ ବୃଦ୍ଧି କରାଇ ଥାଏ ଏବଂ ସମସ୍ତ ପ୍ରକାରର ବିପ-ଦରୁ ରକ୍ଷା କରିଥାଏ। ଘରୁ ବାସ୍ତୁ ଦୋଷ ଦୂର କରିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ଯେଉଁସବୁ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।

୧/ ତୁଳସୀ ଗଛ – ହିନ୍ଦୁଧର୍ମରେ ତୁଳସୀ ଗଛକୁ ମାତାଙ୍କ ସ୍ଥାନ ଦିଆଯାଇଛି। କୁହାଯାଏ କି ଯେଉଁ ଘରେ ତୁଳସୀ ଗଛକୁ ପୂଜାର୍ଚ୍ଚନା କରାଯାଏ, ସେହି ଘରେ ଭଗବାନ ବିଷ୍ଣୁଙ୍କ କୃପା ରହିଥାଏ। ଏହା ଆପଣଙ୍କ ଘରେ ଥିବା ସମସ୍ତ ନକାରାତ୍ମକ ଉର୍ଜାକୁ ଦୂର କରିବାର କ୍ଷମତା ରଖିଥାଏ। କିନ୍ତୁ ବନ୍ଧୁଗଣ ଧ୍ୟାନ ରଖିବେ ଏହି ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବେ ନାହିଁ, କାରଣ ଏହା ଉନ୍ନତି ବଦଳରେ ଅଧିକ କ୍ଷତି ପହଞ୍ଚାଇବ। ତୁଳସୀ ଗଛକୁ ସର୍ବଦା ପୂର୍ବ ଐଶାନ୍ୟ କୋଣରେ ଲଗାଇବା ଉଚିତ। ସମସ୍ତ ମନୁଷ୍ୟ ସକାଳୁ ସ୍ନାନ ସାରି ତୁଳସୀ ଗଛରେ ପାଣି ଦେବା ଶୁଭ ମାନା ଯାଇଥାଏ। କୁହାଯାଏ କି ତୁଳସୀ ଗଛରେ ପ୍ରତ୍ୟେକ ଗୁରୁବାର ଦିନ ସକାଳେ କ୍ଷୀର ଛିଞ୍ଚିବା ଦ୍ଵାରା ଏବଂ ପ୍ରତ୍ୟେକଦିନ ସକାଳେ ଦେଶୀ ଗାଈ ଘିଅରେ ଦୀପ ବା ସଞ୍ଜ ସଳିତା ଜାଳିବା ଦ୍ଵାରା , ସେହି ଘରେ ଦେବୀ ଲକ୍ଷ୍ମୀ ପ୍ରସନ୍ନଚିତରେ ବାସ କରିଥାନ୍ତି।

୨/ ବେଲ ଗଛ – ବେଲ ଗଛ ଭଗବାନ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ। ମାନ୍ୟତା ରହିଛି କି ଏହି ବେଲ ଗଛରେ ସ୍ଵୟଂ ଶିବ ବାସ କରିଥାନ୍ତି। ଭଗବାନ ଶିବଙ୍କର ଅତିପ୍ରିୟ ବେଲଗଛ ଅଟେ। କୁହାଯାଏ ଯେଉଁ ଘରେ ବେଲଗଛ ରହିଥାଏ, ସେଠାରେ ଦେବୀ ଲକ୍ଷ୍ମୀ ଅନେକ ପିଢ଼ି ପର୍ଯ୍ୟନ୍ତ ବାସ କରିଥାନ୍ତି। ଏହାକୁ ଘରେ ଲଗାଇବା ଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇଥାନ୍ତି ଏବଂ ଘରର ସମସ୍ତ ବି-ପଦ ଆପଦ ଦୂର ହୋଇଥାଏ। ସବୁଦିନ ବେଲଗଛ ମୂଳରେ ପାଣି ଦେଲେ ପିତୃ ପୁରୁଷ ତୃପ୍ତ ହୋଇଥାନ୍ତି। ଏହା ମଧ୍ୟ ମାନ୍ୟତା ରହିଛି ବେଲଗଛ ସହିତ ଶ୍ୱେତ ଅରଖ ଗଛ ପୂଜା କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ବେଲଗଛ କୁ ପ୍ରତ୍ୟେକଦିନ ସକାଳେ ଏବଂ ସନ୍ଧ୍ୟାରେ ଦର୍ଶନ କରନ୍ତୁ। ଏପରି କରିବା ଦ୍ବାରା ଅନେକ ପାପ ନଷ୍ଟ ହୋଇଥାଏ। ବେଲଗଛ ଘରେ ଲଗାଇବା ଦ୍ଵାରା ବଂଶ ବୃଦ୍ଧି ମଧ୍ୟ ହୋଇଥାଏ ଏବଂ ଏହାକୁ ନଷ୍ଟ କଲେ ମନୁଷ୍ୟ ଘୋର ପାପର ଭାଗୀ ହୋଇଥାଏ।

୩/ ସମୀ ଗଛ – ସମୀ ଗଛ ଘରେ ରହିବା ମଧ୍ୟ ବହୁତ ଶୁଭ ହୋଇଥାଏ। ଏହି ସମୀ ଗଛ ଘରର ମୁଖ୍ୟ ଦୁଆରର ବାମ ପାର୍ଶ୍ଵରେ ଲଗାଇବା ଉଚିତ। ଏହି ସମୀ ଗଛର ମୂଳରେ ସୋରିଷ ତେଲ କିମ୍ବା ରାଶି ତେଲର ଦୀପ ପ୍ରଜ୍ବଳନ କରିବା ଉଚିତ। ଏହାଦ୍ବାରା ଶନି ପ୍ରକୋପରୁ ମୁକ୍ତି ମିଳିଥାଏ ଏବଂ ଶନି ମହାରାଜ ଅଧିକ ପ୍ରସନ୍ନ ହୋଇଥାନ୍ତି। ବିଜୟା ଦଶମୀ ଦିନ ଏହି ସମୀ ଗଛର ଧୁମଧାମରେ ପୂଜା କରିବା ଦ୍ୱାରା ସେହି ଘରେ କେବେବି ଧନଧାନ୍ୟର ଅଭାବ ରହି ନଥାଏ। ସମୀ ଗଛକୁ ଏପରି ଲଗାନ୍ତୁ, ଯାହାଦ୍ଵାରା ଘରୁ ବାହାରିବା ସମୟରେ ଡାହାଣ ପାର୍ଶ୍ଵରେ ରହୁଥିବ।

୪/ ଅଶ୍ବଗନ୍ଧା ଗଛ – ଏହି ଗଛକୁ ମଧ୍ୟ ଶୁଭ ମାନା ଯାଇଥାଏ। ଏହାକୁ ଘରେ ଲଗାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଏହା ଜୀବନର ସୁଭତ୍ୱକୁ ବଢାଇ ଥାଏ। ଏହା ଜୀବନକୁ ଆହୁରି ସୁଖମୟ କରିଥାଏ। ଏହା ଅତ୍ୟନ୍ତ ଲୋକପ୍ରିୟ ଏବଂ ଔଷଧୀୟ ଗୁଣ ବିଶିଷ୍ଟ ଗଛ ଅଟେ।

୫/ ଅଁଳା ଗଛ – ଯଦି ଘରେ ଅଁଳା ଗଛ ଲାଗିଥାଏ , ତାହା ପୁଣି ଉତ୍ତର ଦିଗ ବା ପୂର୍ବ ଦିଗରେ ଲାଗିଥାଏ , ତାହେଲେ ଅଧିକ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ କଷ୍ଟକୁ ନିବାରଣ କରିଥାଏ। ଅଁଳା ଗଛକୁ ପୂଜା କଲେ ଏହା ଆପଣଙ୍କ ଅଭିଳାଷା ପୂରଣ କରିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ଗଛରେ ସମସ୍ତ ଦେବତା ବାସ କରିଥାନ୍ତି। ଏହାସହିତ ଅଁଳା ଗଛର ଫଳ ଭଗବାନ ବିଷ୍ଣୁଙ୍କୁ ଅଧିକ ପ୍ରିୟ ହୋଇଥାଏ। ପୁରାଣ ଅନୁସାରେ ଶୁଭ ମାସ କାର୍ତ୍ତିକ ମାସରେ ବିଷ୍ଣୁ ପ୍ରତ୍ୟକ୍ଷ କରିଥାନ୍ତି , ଏହା ମଧ୍ୟ ମାନ୍ୟତା ରହିଛି କି ଯେଉଁ ଘରେ ଏହି ଗଛ ଉତ୍ତର ଦିଗରେ ରହିଥାଏ, ସେହି ଘରେ ଭଗବାନ ବିଷ୍ଣୁଙ୍କ କୃପାରୁ ସୁଖ ସମୃଦ୍ଧି, ଧନଧାନ୍ୟ ବୃଦ୍ଧି ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଗୋଟେ ଅଁଳା ଗଛ ଲଗାଇ ତାହାର ଯତ୍ନ ନେଇଥାଏ , ତାକୁ ରାଜସ୍ଵୀ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅଁଳା ଗଛ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆପଣ ଜୀବନରେ ଆଶାନୁରୂପ ଫଳ ପାଇବା ପାଇଁ ଚାହୁଁଥାନ୍ତି ତାହେଲେ ଅଁଳା ଗଛ ଲଗାଇ ତାହାର ସେବା କରନ୍ତୁ।

୬/ ଅଶୋକ ଗଛ – ହିନ୍ଦୁ ଧର୍ମରେ ଅଶୋକ ଗଛକୁ ବହୁତ ଶୁଭ ଓ ଲାଭକାରୀ ମାନା ଯାଇଥାଏ। ଅଶୋକର ଅର୍ଥ ହେଉଛି ଯେଉଁଠାରେ ଶୋକ ନଥାଏ ବା ଦୁଃଖହୀନ ସ୍ଥାନ। ଏହି ଅଶୋକ ଗଛ ଦୁଃଖ ନାଶ କରି ସୁଖ ଶାନ୍ତି ପ୍ରଦାନ କରିଥାଏ। ଏହି ଗଛ ଯେଉଁ ଘରେ ଥାଏ, ସେଠାରେ ସ୍ନେହ ସହାନୁଭୂତି ରହିଥାଏ। ମାନ୍ୟତା ରହିଛି କି ଅଶୋକ ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି, ଧନଧାନ୍ୟ ବୃଦ୍ଧି ହୋଇଥାଏ। ସେହି ପରିବାରରେ କାହାର ମଧ୍ୟ ଅକାଳ ମୃ-ତ୍ୟୁ ହୋଇ ନଥାଏ।

୭/ ଶ୍ୱେତ ଅରଖ ଗଛ – ଶ୍ୱେତ ଅରଖ ଗଛରେ ହଳଦୀ, ଅରୁଆ ଚାଉଳ, ଗଙ୍ଗାଜଳ ଦେଇ ପୂଜା କରିବା ଦ୍ଵାରା ଏହି ଅରଖ ଗଛ ଯେତେ ବଢ଼ିଥାଏ, ସେଠାରେ ରହୁଥିବା ଲୋକ ମାନଙ୍କୁ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ। ଏହା ମଧ୍ୟ ମାନ୍ୟତା ରହିଛି କି ଯେଉଁ ଘର ପାଖରେ ଶ୍ୱେତ ଅରଖ ଗଛର ଫୁଲ ଫଳ ଭରି ଯାଇଥାଏ , ସେହି ଘରେ ସର୍ବଦା ଉନ୍ନତି ହୋଇଥାଏ ଏବଂ ସେହି ଘରେ ଗୁପ୍ତ ଧନ ରହିଥାଏ ଅବା ସେହି ଘରର ମୁଖିଆଙ୍କୁ ଆକସ୍ମିକ ଧନ ପ୍ରାପ୍ତି ହୋଇଥାଏ।

୮/ ମନ୍ଦର ଗଛ – ମନ୍ଦାର ଗଛକୁ ଘରେ କୌଣସି ସ୍ଥାନରେ ଲଗାଇ ପାରିବେ। କିନ୍ତୁ ଧ୍ୟାନ ରଖିବେ କି ଏହି ମନ୍ଦାର ଗଛକୁ ପର୍ଯ୍ୟାପ୍ତ କିରଣ ଆବଶ୍ୟକ ହୋଇଥାଏ। ତେଣୁ ଏହି ଗଛକୁ ସୂର୍ଯ୍ୟ କିରଣ ପଡ଼ୁଥିବା ସ୍ଥାନରେ ଲଗାଇବା ଉଚିତ। ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଅର୍ପଣ କଲେ , ଆଖି ରୋଗ, ଅସ୍ଥି ରୋଗ ଦୂର ହୋଇଥାଏ ଏବଂ ନାମ ଖ୍ୟାତି ବଢ଼ିଥାଏ। ମଙ୍ଗଳ ଗ୍ରହର ସମସ୍ୟା, ସଂପତ୍ତି ବାଧା, ଆଇନଗତ ସମସ୍ୟା ଥିଲେ ପ୍ରତ୍ୟେକ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଅର୍ପଣ କରିବା ଉଚିତ ହୋଇଥାଏ। ମାଆ ଦୁର୍ଗାଙ୍କୁ ପ୍ରତ୍ୟେକଦିନ ମନ୍ଦାର ଫୁଲ ଅର୍ପଣ କଲେ ସମସ୍ତ ପ୍ରକାରର ବିପଦ ଦୂର ହୋଇଥାଏ।

୯/ ନଡ଼ିଆ ଗଛ – ଏହା ମଧ୍ୟ ଶୁଭ ହୋଇଥାଏ। କୁହାଯାଏ କି ଯେଉଁ ଘରେ ନଡ଼ିଆ ଗଛ ରହିଥାଏ, ସେହି ଘରେ ମାନସମ୍ମାନ ବୃଦ୍ଧି ହୋଇଥାଏ।

୧୦/ ନିମ୍ବ ଗଛ – ଘରର ଉତ୍ତର ପଶ୍ଚିମ ଦିଗରେ ନିମ୍ବ ଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ସକାରାତ୍ମକ ଉର୍ଜା ସହିତ ଅନେକ ପ୍ରକାରର କଲ୍ୟାଣ କରିଥାଏ। ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ପ୍ରାଣୀ ନିମ୍ବ ଗଛ ଲଗାଇ ଥାଏ, ତାହାକୁ ମୃତ୍ୟୁ ପରେ ଶିବ ଲୋକ ଏବଂ ସୂର୍ଯ୍ୟ ଲୋକ ପ୍ରାପ୍ତ ହୋଇଥାଏ।

୧୧/ କଦଳୀ ଗଛ – କଦଳୀ ଗଛ ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଐଶାନ୍ୟ ବା ଉତ୍ତର ପୂର୍ବ କୋଣରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବୃହସ୍ପତି କାରକ ହୋଇଥିବାରୁ ଏହାକୁ ଐଶାନ୍ୟ କୋଣରେ ଲଗାଇଲେ ଧନଧାନ୍ୟରେ ବୃଦ୍ଧି ହୋଇଥାଏ। ଏହାଦ୍ବାରା ଲକ୍ଷ୍ମୀନାରାୟଣଙ୍କ କୃପା ପ୍ରାପ୍ତ ହୋଇଥାଏ। ଏହି କଦଳୀ ଗଛରେ ଛାଇରେ ପାଠ ପଢିଲେ ସ୍ମରଣ ଶକ୍ତି ବୃଦ୍ଧି ପାଏ।

ବନ୍ଧୁଗଣ ଡାଳିମ୍ବ ଗଛ ମଧ୍ୟ ଅଧିକ ଶୁଭ ହୋଇଥାଏ। ଏହା ସୁଖଶାନ୍ତି ବୃଦ୍ଧି କରିଥାଏ, ବଂଶ ବୃଦ୍ଧି କରିଥାଏ। ଏହାଛଡା ମୁଖ୍ୟ ଦୁଆରରେ ଡାଳିମ୍ବ ଗଛ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ବନ୍ଧୁଗଣ ଯେଉଁ ଘରର ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଐଶାନ୍ୟ କୋଣରେ ବଗିଚା ରହିଥାଏ, ସେହି ଘରେ ଧନ, ଯଶ, ସମ୍ମାନ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *