Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଚଉରା ଏପରି ପୂଜା କଲେ ଘରକୁ ଆସିଥାଏ ଧନ, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି ତୁଳସୀର କିଛି ଖାସ୍ ଓ ଚମତ୍କାର ଉପାୟ ବିଷୟରେ। ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ସୁଖପୁର୍ଣ୍ଣ ହୋଇଯିବ ଏବଂ ସମସ୍ତ ସମସ୍ୟା ଦୂର ହୋଇଯିବ। ବନ୍ଧୁଗଣ ସମସ୍ତଙ୍କ ଘରେ ତୁଳସୀ ଗଛ ନିଶ୍ଚିତ ଥାଏ, କିନ୍ତୁ ଅନେକ ଲୋକଙ୍କୁ ଏହାର ଚମତ୍କାର ଗୁଣ ବିଷୟରେ ଜଣା ନଥାଏ। ସେଥିପାଇଁ ଏମାନେ ଉଚିତ ଲାଭ ଉଠାଇ ପାରନ୍ତି ନାହିଁ।

ବନ୍ଧୁଗଣ ଅନେକ ଲୋକ ତୁଳସୀ ଗଛ ଲଗାଇବାରେ ଭୁଲ କରିଥାନ୍ତି। କାରଣ ତାହାର ଦିଗ ବିଷୟରେ ଧ୍ୟାନ ଦେଇ ନଥାନ୍ତି। ଅନେକ ଲୋକ ଭୁଲ ଦିଗରେ ତୁଳସୀ ଗଛ ଲଗାଇ ଥାଆନ୍ତି। ଯାହାଫଳରେ ଅଯଥା କ-ଳହ, ଅଶାନ୍ତି ସୃଷ୍ଟି ହୋଇଥାଏ। ଏହାସହିତ ଘରର ମୁଖିଆଙ୍କ ଆମଦାନୀ ହ୍ରାସ ପାଇଥାଏ। ଚାକିରି ଏବଂ ବ୍ୟବସାୟରେ ସମସ୍ୟା ଆସିଥାଏ। ଏହିସବୁ ତୁଳସୀ ଗଛକୁ ଭୁଲ ଦିଗରେ ରଖିବା ଯୋଗୁଁ ହୋଇଥାଏ। ବନ୍ଧୁଗଣ ତୁଳସୀ ଗଛ ସର୍ବଦା ପୂର୍ବ ଦିଗ, ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ କୋଣରେ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ଭୁଲରେ ମଧ୍ୟ ଦକ୍ଷିଣ ଦିଗ ଓ ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ। କାରଣ ଏହି ଦକ୍ଷିଣ ଦିଗ ଏବଂ ପଶ୍ଚିମ ଦିଗରେ ତୁଳସୀ ରହିବା ଦ୍ଵାରା ଘରକୁ ନକାରାତ୍ମକ ଉର୍ଜା ପ୍ରବେଶ କରିଥାଏ, ଯାହାର ପ୍ରଭାବ ଘରର ସମସ୍ତ ସଦସ୍ୟଙ୍କ ଉପରେ ନିଶ୍ଚିତ ପଡ଼ିଥାଏ। ଏହାଦ୍ବାରା ସମସ୍ତେ ସର୍ବଦା ଚିନ୍ତାରେ ରହିଥାନ୍ତି ଏବଂ ଗୃହ କଳହ ସୃଷ୍ଟି ହୋଇଥାଏ। ଏଣୁ ଏଥିପ୍ରତି ଧ୍ୟାନ ଦେବେକି ତୁଳସୀ ଗଛକୁ ଭୁଲ ଦିଗରେ ରଖିବେ ନାହିଁ। କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଭୁଲ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ ତୁଳସୀ ଗଛକୁ ସାକ୍ଷାତ ଲକ୍ଷ୍ମୀ ବୋଲି କହିଥାନ୍ତି। ଭଗବାନ ବିଷ୍ଣୁଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସ୍ୱଚ୍ଛ ମନ, ଶୁଦ୍ଧପୂତ ହୋଇ ତୁଳସୀ ଗଛକୁ ପୂଜା କରିଥାନ୍ତି, ତାଙ୍କର ଜୀବନରେ କେବେବି ଧନଲକ୍ଷ୍ମୀର ଅଭାବ ହୋଇ ନଥାଏ। ଯଦି ଆପଣ ତୁଳସୀ ଗଛ ମୂଳରେ ସବୁଦିନ ଜଳ ଅର୍ପଣ କରନ୍ତି ତାହେଲେ ଆପଣଙ୍କର ଗ୍ରହ ଦୋଷ ଦୂର ହୋଇଥାଏ। ଯଦି ଆପଣଙ୍କ ଜୀବନରେ କୌଣସି ଗ୍ରହ ଦୋଷ ଚାଲୁ ଥାଏ ବା ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥାଏ, ତାହେଲେ ଏହି କାର୍ଯ୍ୟ କରନ୍ତୁ। ସର୍ବପ୍ରଥମେ ଦେଖିବେ କି ତୁଳସୀ ଗଛ ଠିକ୍ ଦିଗରେ ଅଛି କି ନାହିଁ ଏବଂ ତୁଳସୀ ଗଛରେ ପାଣି ଦେଇ ତାପରେ ୧୦୮ ଥର ପରିକ୍ରମା କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ସମସ୍ତ ଗ୍ରହ ପୀଡା ଦୂର ହେବା ସହିତ ତୁଳସୀ ମାତାଙ୍କର ବିଶେଷ କୃପା ମିଳିଥାଏ। ଯାହାଦ୍ଵାରା ଆପଣଙ୍କର ଗ୍ରହ ଦୋଷ ଦୂର ହୋଇଥାଏ ଏବଂ ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ଯଦି ଆପଣଙ୍କର କାଳସର୍ପ ଦୋଷ ଥାଏ ବା ପିତୃ ଦୋଷ ଥାଏ, ତାହେଲେ ଏକ ତୁଳସୀ ଗଛ ରୋପଣ କରନ୍ତୁ ଏବଂ ସେହି ଗଛ ତଳେ ଗୋଟେ ରୁପାର ମୁଦ୍ରା ପୋତି ଦିଅନ୍ତୁ ଏବଂ ପ୍ରତିଦିନ ସେହି ଗଛ ମୂଳରେ ପାଣି ଦିଅନ୍ତୁ। ସେହି ଗଛଟି ଯେତେ ଯେତେ ବଢ଼ି ଚାଲେ ଆପଣଙ୍କର କାଳସର୍ପ ଦୋଷ ବା ଅନ୍ୟାନ୍ୟ ଦୋଷ ଦୂର ହୋଇଥାଏ। ଏହାଦ୍ବାରା ଦେବୀ ଲକ୍ଷ୍ମୀଙ୍କର ଅଶେଷ କୃପା ମଧ୍ୟ ମିଳିଥାଏ। ଯଦି ଆପଣ ବା ଆପଣଙ୍କ ପରିବାରର କୌଣସି ସଦସ୍ୟ କାଳ ସଦସ୍ୟ ଦେଖୁ ଥାଆନ୍ତି, ତାହେଲେ ସୂର୍ଯ୍ୟାସ୍ତ ପୂର୍ବରୁ ୫ଟି ତୁଳସୀ ପତ୍ର ତୋଳି ରାତିରେ ତକିଆ ତଳେ ରଖି ଶୋଇବା ଦ୍ବାରା କାଳସ୍ଵପ୍ନ ବା ଦୁଃସ୍ୱପ୍ନ ଆସି ନଥାଏ। ଧ୍ୟାନ ରଖିବେ କି ତୁଳସୀ ପତ୍ରକୁ କେବେବି ସୂର୍ଯ୍ୟାସ୍ତ ପରେ ତୋଳିବେ ନାହିଁ। ନଚେତ ଅନେକ ଅସୁବିଧା ବା ଅଘଟଣ ଜୀବନରେ ଘଟିଥାଏ। ଏହି ପ୍ରୟୋଗ ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ଏବଂ ସୁଖ ସମୃଦ୍ଧି ମିଳିଥାଏ। ଏହାସହିତ ପ୍ରତି ମାସରେ ତୁଳସୀ ଗଛକୁ ଧୋଇ ବସ୍ତ୍ର ପିନ୍ଧାଇଲେ ତୁଳସୀ ଦେବୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳି ଥାଏ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ଉପାୟ ରହିଛି ଯାହାକୁ କରିବା ଦ୍ଵାରା ଆପଣଙ୍କ ଶରୀରରେ ନକାରାତ୍ମକ ଉର୍ଜା ପ୍ରବେଶ କରିବ ନାହିଁ ଏବଂ ସମସ୍ତ ଗ୍ରହଦୋଷ ଦୂର ହେବା ସହିତ ସବୁ କ୍ଷେତ୍ରରେ ବିଜୟଲାଭ ହୋଇଥାଏ। ଏହାସହିତ ଅନେକ ଲୋକଙ୍କୁ ନିଜ ନିୟନ୍ତ୍ରଣରେ ରଖିବାର ଶକ୍ତି ବଢ଼ିଥାଏ। ଉପାୟ ହେଉଛି ପ୍ରତ୍ୟେକଦିନ ତୁଳସୀ ଗଛ ମୂଳରେ ପାଣି ଦେଇସାରି ସେହି ତୁଳସୀ ମୂଳର ମାଟି ଟିକେ ଆଣି ନିଜ ମଥାରେ, କଣ୍ଠରେ, ଜିଭରେ ଲଗାଇବା ଦ୍ଵାରା ଏହିସବୁ ସୁଖ ପ୍ରାପ୍ତ ହୋଇଥାଏ। ଦୁନିଆରେ କେହି ଆପଣଙ୍କୁ ହରାଇ ପାରି ନଥାଏ। କାରଣ ଏପରି କରିବା ଦ୍ୱାରା ତୁଳସୀ ଦେବୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ଅପାର କୃପା ମଧ୍ୟ ମିଳିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *