Excuse Me Odisha

ଯାହା କହିବୁ ସତ କହିବୁ

ଶାସ୍ତ୍ର ଅନୁସାରେ ଶିଶୁ ଜନ୍ମ ହେବା ସମୟରେ କଣ ପାଇଁ କାନ୍ଦିଥାଏ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ କି ଯେତେବେଳେ ଶିଶୁଟି ଜନ୍ମ ନେଇ ଥାଏ, ସେ ବହୁତ ଜୋରରେ କାନ୍ଦିବାକୁ ଲାଗିଥାଏ। ଆମର ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ପିଲାଟି ଜନ୍ମ ହେବା ସମୟରେ ଭଗବାନଙ୍କୁ ପଚାରି ଥାଏ କି ହେ ପ୍ରଭୁ ଆପଣ ପୁନଶ୍ଚ କାହିଁକି ଏହି ସଂସାରକୁ ମୋତେ ପଠାଇଛନ୍ତି? କିନ୍ତୁ ବନ୍ଧୁଗଣ ଏହା ତ ବିଧିର ବିଧାନ ଅଟେ କି ଯିଏ ଏହି ମୃ-ତ୍ୟୁଲୋକକୁ ଆସିଛି ତାର ମୃ-ତ୍ୟୁ ଦିନେ ନା ଦିନେ ହେବ। ଯାହାର ମୃ-ତ୍ୟୁ ହୋଇଯାଏ, ପୁନଶ୍ଚ ତାକୁ ଏକ ନୂଆ ଶରୀର ଧାରଣ କରି ଏହି ପୃଥିବୀଲୋକକୁ ଆସିବାକୁ ପଡ଼ିବ। ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ଏହି ବିଷ୍ଣୁ ପୁରାଣ ଅନୁସାରେ ଜଣେ ନବଜାତ ଶିଶୁ ଜନ୍ମ ନେଇଥାଏ, ସେ କାହିଁକି ଜୋରରେ କା-ନ୍ଦିଥାଏ

ବନ୍ଧୁଗଣ ବୈଜ୍ଞାନିକ ମାନଙ୍କ ଅନୁସାରେ ଶିଶୁ ଯେତେବେଳେ ଜନ୍ମ ନେଇଥାଏ , ତାର ଫୁସଫୁସ ମଧ୍ୟରେ ଏମ୍ନିଓଟିକ ନାମକ ଏକ ତରଳ ରାସାୟନିକ ପଦାର୍ଥ ଭରି ରହିଥାଏ। ଏହା ଏକ ଏଭଳି ରାସାୟନିକ ପଦାର୍ଥ ଅଟେ, ଯାହା ଫଳରେ ଶିଶୁ ମାଆର ଗର୍ଭ ଭିତରେ ସୁର-କ୍ଷିତ ରହି ପାରି ଥାଏ। ଶିଶୁଟି ଜନ୍ମ ହୋଇ ସାରିବା ପରେ ସେହି ତରଳ ରାସାୟନିକ ପଦାର୍ଥକୁ ଶିଶୁର ଶରୀର ମଧ୍ୟରୁ ବାହାର କରି ଦିଆଯାଇଥାଏ, ଯାହାଦ୍ଵାରା ଶିଶୁ ନିଶ୍ବାସ ପ୍ରଶ୍ୱାସ ନେବାରେ ସକ୍ଷମ ହୋଇଥାଏ। ଏଥିପାଇଁ ଶିଶୁଟି ଜୋରରେ କା-ନ୍ଦିବା ଜରୁରୀ ଅଟେ। କିନ୍ତୁ ବନ୍ଧୁଗଣ ଆମ ହିନ୍ଦୁଧର୍ମର ବିଷ୍ଣୁ ପୂରଣ ମାନ୍ୟତା ଅନୁସାରେ ଯେବେ ବ୍ରହ୍ମାଣ୍ଡର ସୃଷ୍ଟି କର୍ତ୍ତା ସୃଷ୍ଟି କରୁଥିଲେ, ସେତେବେଳେ ସେ ନିଜପରି ଏକ ପୁତ୍ର ସନ୍ତାନ ଚାହୁଁ ଥିଲେ ଏହାପରେ ତାଙ୍କର ଇଛା ଅନୁସାରେ ତାଙ୍କ କୋଳରୁ ଏକ ନୀଳବର୍ଣ୍ଣ ବାଳକ ଉତ୍ପତ୍ତି ହୋଇଥିଲା। ଏହାପରେ ସେହି ବାଳକ ଜୋରରେ କା-ନ୍ଦି କା-ନ୍ଦି ବ୍ରହ୍ମଦେବଙ୍କ କୋଳରୁ ଏପଟ ସେପଟ ଯିବାକୁ ଲାଗିଲା। ଏହାପରେ ବ୍ରହ୍ମଦେବ ସେହି ବାଳକକୁ ପଚାରିଲେ , ” ତମେ କଣ ପାଇଁ କା-ନ୍ଦୁଛ? ” ଏହାର ଉତ୍ତରରେ ବଳକଟି କହିଲା, “ମୁଁ କିଏ? ମୁଁ କେଉଁଠାରେ ଅଛି ? ମୋର ନାମ କଣ?” । ବ୍ରହ୍ମଦେବ ଏହାପରେ କହିଥିଲେ, ” ହେ ଶିଶୁ , ତମେ ଯେତେବେଳେ ଜନ୍ମ ହେଲ ଜୋରରେ କାନ୍ଦିବାକୁ ଲାଗିଲ। ତେଣୁ ତୁମର ନାମ ରୁଦ୍ର ରଖାଗଲା ” । କାରଣ ତମେ ଜନ୍ମ ନେବା ପୂର୍ବରୁ କୌଣସି ଶିଶୁ କା-ନ୍ଦି ନଥିଲେ। ଏହାପରେ ଯେତେ ଶିଶୁ ଜନ୍ମ ହେଲେ ସେମାନେ ପ୍ରଥମେ କାନ୍ଦିବାକୁ ଲାଗିଲେ। ବନ୍ଧୁଗଣ ବିଷ୍ଣୁ ପୁରାଣ ଅନୁସାରେ ଶିଶୁଟି ଜନ୍ମ ନେବା ସମୟରେ ଭଗବାନଙ୍କୁ ସେହି ପ୍ରଶ୍ନ ପଚାରି ଥାଏ, ଯାହା ରୁଦ୍ର ଜନ୍ମ ହେବା ସମୟରେ ବ୍ରହ୍ମାଙ୍କୁ ପଚାରି ଥିଲା।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *