Excuse Me Odisha

ଯାହା କହିବୁ ସତ କହିବୁ

ହଳଦୀ ଆପଣଙ୍କୁ କରିଦେବ ଧନୀ, ଘରକୁ ଆଣିଥାଏ ସୁଖ ସମୃଦ୍ଧି

ସେୟାର୍ କରନ୍ତୁ

ବନ୍ଧୁଗଣ ହଳଦୀ, ଏହା ସାଧାରଣତଃ ସମସ୍ତଙ୍କ ଘରେ ପ୍ରତ୍ୟେକଦିନ ବ୍ୟବହାର ହୋଇଥାଏ। କୁହାଯାଏ କି ହଳଦୀ ଦେବୀ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏଣୁ ହଳଦୀ ଖାଦ୍ୟପଦାର୍ଥରେ ବା ରୋଷେଇରେ ବ୍ୟବହାର ନହେଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି। କେହି କେହି କୁହନ୍ତି କି ଖାଦ୍ୟରେ ହଳଦୀ ନ ପଡ଼ିଲେ ଖାଦ୍ୟ ଅସୁନ୍ଦର ଦେଖା ଯାଇଥାଏ। ଏଣୁ ହଳଦୀ ରୋଷେଇ କାର୍ଯ୍ୟରେ ଲଗା ଯାଇଥାଏ। କିନ୍ତୁ ଏହି ହଳଦୀରେ ଅନେକ ଚମତ୍କାରୀ ଗୁଣ ରହିଥାଏ, ଯେଉଁ କାରଣରୁ ଏହା ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ବହୁତ ପ୍ରଚଳନ ହୋଇଥାଏ। ଏଣୁ ଏହାକୁ ଖାଦ୍ୟପଦାର୍ଥରେ ବ୍ୟବହାର ସହିତ ମାଙ୍ଗଳିକ କାର୍ଯ୍ୟ ବା ପୂଜାପାଠରେ ବ୍ୟବହାର କରାଯାଇଥାଏ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଏ, ରୋଷେଇ ହଳଦୀକୁ ବ୍ୟବହାର କଲେ ଶରୀରରେ କୌଣସି ନକାରାତ୍ମକ ଉର୍ଜା ପ୍ରବେଶ କରି ପାରି ନଥାଏ। ହଳଦୀକୁ ଖାଇବା ସହିତ ଶରୀରରେ ଲଗାଇବା ଦ୍ଵାରା ଶରୀରରୁ ରୋଗ ଜୀବାଣୁ ନଷ୍ଟ କରିବା ସହିତ ସକାରାତ୍ମକ ଉର୍ଜା ଶରୀରରେ ବଢ଼ିଥାଏ। ଯାହାଦ୍ଵାରା ଶରୀର ଏବଂ ମନ ଶାନ୍ତ ଏବଂ ନିର୍ମଳ ହୋଇଥାଏ।ଏଥିପାଇଁ ଅତୀତରେ ଲୋକେ ହଳଦୀ ଲଗେଇ ଗାଧୋଇ ଥାଆନ୍ତି। କିନ୍ତୁ ଆଜିକାଲି ଏହା ଆଉ ଦେଖିବାକୁ ମିଳୁ ନାହିଁ। ଲୋକେ ହଳଦୀ ଲଗେଇ ଗାଧୋଇବାକୁ ପସନ୍ଦ କରୁ ନାହାନ୍ତି। ଏଥିପାଇଁ ଆପଣ ଗୋଟେ ଛୋଟ ଉପାୟ କରି ପାରିବେ, ଯାହାଦ୍ଵାରା ଆପଣଙ୍କର ମାଙ୍ଗଳିକ ଦୋଷ ଦୂର ହୋଇଥାଏ, ମନ ପସନ୍ଦର ଜୀବନସାଥୀ ମିଳି ଯାଇଥାଏ। ଆପଣ ଏକ ଉପାୟ କରି ପାରିବେ, ରାଗ ହେଉଛି ଆପଣ ପ୍ରତ୍ୟେକଦିନ ଗାଧୋଇବା ପାଣିରେ କିଛି ହଳଦୀ ମିଶେଇ ଗାଧୋଇଲେ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ଏବଂ ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ। ବନ୍ଧୁଗଣ ଆପଣମାନେ ଦେଖିଥିବେ ବିବାହ ପୂର୍ବରୁ ହଳଦୀ ଲଗେଇ ଗାଧୁଆ ଯାଏ। କାରଣ ଏହା ବହୁତ ଶୁଭ ହୋଇଥାଏ ଏବଂ ଶରୀର ସକାରାତ୍ମକ ହୋଇଯାଏ। ଏହି ବିବାହରେ କୌଣସି ଅଶୁଭ ଗ୍ରହର କୁପ୍ରଭାବ ନ ପଡ଼ିବା ପାଇଁ ବିବାହରେ ହଳଦୀ ଲଗା ଯାଇଥାଏ। ବନ୍ଧୁଗଣ ଆପଣ ମାନେ ଦେଖିଥିବେ ବିବାହ ପରେ ଅନେକ ଝଗଡ଼ା ମଧ୍ୟ ଲାଗି ଥାଆନ୍ତି। ଘରେ ସର୍ବଦା ମନୋମାଳିନ୍ୟ ଦେଖା ଦେଇଥାଏ। ଏହିପରି ହେଉଥିଲେ ପ୍ରତ୍ୟେକଦିନ ଗୋଟେ ଲୋଟାରେ ପାଣି ଭରି ସେଥିରେ ଚିମୁଟିଏ ହଳଦୀ ପକେଇ ଭଗବାନ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ। ଏହି ସମସ୍ତ ପ୍ରକାରର ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ଯେଉଁମାନଙ୍କ ବିବାହ ବିଳମ୍ବ ହୋଇଥାଏ, ସେମାନେ ଏହିପରି କଲେ, ସେମାନଙ୍କ ବିବାହ ଖୁବ୍ ଶୀଘ୍ର ହୋଇଥାଏ। ବନ୍ଧୁଗଣ ଯେଉଁ ପିଲାମାନଙ୍କର ପାଠ ମନେ ରହୁ ନଥାଏ ବା ସର୍ବଦା ବିଚଳିତ ରହୁ ଥାଆନ୍ତି, ଏଭଳି କ୍ଷେତ୍ରରେ ଯଦି ଆପଣ ସେହି ପିଲାର ମଥାରେ ହଳଦୀର ଟିକା ପ୍ରତ୍ୟେକ ଦିନ ଲଗାନ୍ତି, ତାହେଲେ ସେହି ପିଲାର ମନ ଶାନ୍ତ ହୋଇଥାଏ ଏବଂ ପାଠପଢ଼ାରେ ମନ ଲାଗିଥାଏ।

ବନ୍ଧୁଗଣ ଖାଲି ଛୋଟ ପିଲାମାନେ ନୁହନ୍ତି, ଯେଉଁ ବ୍ୟକ୍ତିର ବୃହସ୍ପତି ଗ୍ରହ ଦୁର୍ବଳ ଥାଏ, ଏହି କ୍ଷେତ୍ରରେ ମୂଲ୍ୟବାନ ଧାତୁ ବା ପଥର ବ୍ୟବହାର କରିବା ପାଇଁ ଅସମର୍ଥ ରହୁଥିଲେ, ତେବେ ସାତଟି ଗୋଟା ହଳଦୀ କୁ ଏକ କପଡ଼ାରେ ବାନ୍ଧି ଶୋଇବା ଘରେ ଟାଙ୍ଗି ଦିଅନ୍ତୁ ବା ପ୍ରତିଦିନ ସ୍ନାନ ଶୌଚ ଆଦି ସାରି ହଳଦୀର ଟିକା ମଥାରେ ଲଗାନ୍ତୁ, ଏହାଦ୍ବାରା ବୃହସ୍ପତି ଗ୍ରହ ସୁଦୃଢ ହୋଇଥାନ୍ତି। ବନ୍ଧୁଗଣ ଯଦି ଆପଣଙ୍କର ଶନି ଗ୍ରହର ପ୍ରଭାବ ଖରାପ ଥିଲେ ବା ଶନି ଦଶା ଚାଲୁ ଥିଲେ ଶନି ମନ୍ଦିର ହେଉ ବା ଘରେ ହେଉ ଦୀପ ଜାଳିବା ସମୟରେ ସେଥିରେ ସାମାନ୍ୟ ହଳଦୀ ପକାଇ ଦୀପ ଜଳାଇଲେ ଶନି ଦଶା ଖୁବ୍ ଶୀଘ୍ର ସମାପ୍ତ ହୋଇଯାଏ।

ବନ୍ଧୁଗଣ ଯଦି ଆପଣ ନୂଆ ଘର କରି ଗୃହ ପ୍ରବେଶ କରୁଛନ୍ତି , ସେହି ସମୟରେ ସ୍ବାମୀ ସ୍ତ୍ରୀ ଦୁହେଁ ଏକ ପାତ୍ରରେ ହଳଦୀ ଗୋଳେଇ ହାତରେ ଲଗାଇ ଘରର କାନ୍ଥରେ ଥାପି ଦିଅନ୍ତୁ। ସେହିପରି ସ୍ବାମୀ ସ୍ତ୍ରୀ ଦୁହେଁ ଚିତା ପକାଇଲା ଭଳି କାନ୍ଥରେ ଥାପି ଦିଅନ୍ତୁ। ଏପରି କଲେ ସେହି ଘରେ ଅଭାବ ଅନଟନ ଦେଖ ଦେଇ ନଥାଏ। ଏହାସହିତ କୌଣସି ବାସ୍ତୁ ଦୋଷ ମଧ୍ୟ ରହି ନଥାଏ। ଆପଣ ଯଦି ପୁରୁଣା ଘରେ ରହୁଥାନ୍ତି, ସେହି ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଏବଂ ସୁଖ ସମୃଦ୍ଧି ପାଇବା ପାଇଁ ଚାହୁଁଥିଲେ ଆପଣଙ୍କ ମୁଖ୍ୟ ଦ୍ଵାରର ଦୁଇ ପାର୍ଶ୍ଵରେ ସ୍ଵସ୍ତିକ ଚିହ୍ନ କରି ପାରିବେ। ଏହା କରିବା ଦ୍ଵାରା ଘରେ କୌଣସି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇ ନଥାଏ ଏବଂ ଧନ ବୈଭବ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଜୀବନରେ ଯଦି ଆପଣ ଉନ୍ନତି ଚାହୁଁଥାନ୍ତି, ଚାକିରି, ବିବାହ, ସନ୍ତାନ ଆଦିରେ ବିଘ୍ନ ଆସିଥାଏ, ବା ସମସ୍ୟା ଲାଗି ରହିଥାଏ, ତେବେ ପ୍ରତ୍ୟେକ ଗୁରୁବାର ଦିନ ଗଣେଶଙ୍କୁ ହଳଦୀ ଅର୍ପଣ କରନ୍ତୁ, ଦେଖିବେ ଏହି ସବୁ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ। ଭଗବାନ ଗଣେଶଙ୍କର ଅପାର କୃପା ପ୍ରାପ୍ତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *