Excuse Me Odisha

ଯାହା କହିବୁ ସତ କହିବୁ

ଏହି ଦିଗରେ ମୁହଁକୁ କରି ଭୋଜନ କରିବା ଉଚିତ ନୁହେଁ, ଭୋଜନ କରିବାର ସଠିକ ନିୟମ

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ ତାଙ୍କର ଉପଦେଶ ମନୁଷ୍ୟ ମାନଙ୍କୁ ଭୋଜନ ସମୟରେ କେଉଁସବୁ କଥାର ଧ୍ୟାନ ରଖିବାକୁ କହିଛନ୍ତି। କେଉଁ ପ୍ରକାରର ଭୋଜନ ମନୁଷ୍ୟ ପାଇଁ କଷ୍ଟକର ଏବଂ କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଦ୍ଵାରା ମନୁଷ୍ୟର ଆୟୁଷ କମି ଯାଇଥାଏ ଏବଂ କେଉଁ ପ୍ରକାର ଭୋଜନ କରିବା ଦ୍ୱାରା ସମୃଦ୍ଧି ପ୍ରାପ୍ତ କରାଇ ଥାଏ ଏବଂ ଏହାସହିତ ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ କରିବା ସମୟରେ କିଛି ନିୟମ ବିଷୟରେ କୁହାଯାଇଛି। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି କି ମନୁଷ୍ୟକୁ ଭୋଜନ କରିବା ସମୟରେ ସଠିକ ଦିଗରୁ ମୂଖ କରିବା ଆବଶ୍ୟକ। ଭୁଲ ଦିଗକୁ ମୁହଁ କରି ଭୋଜନ କଲେ ମଣିଷ ଶରୀରରେ ଖରାପ ପ୍ରଭାବ ପଡିଥାଏ। ଭୋଜନ ଆରମ୍ଭ କରିବା ଆଗରୁ ମଣିଷକୁ ମନ୍ତ୍ର ଉଚ୍ଚାରଣ କରିବା ଆବଶ୍ୟକ। ଆଜି ଆମେ ସେହି ବିଷୟରେ ଆଲୋଚନା କରିବା। ଯଦି ଭୋଜନ କରିବା ସମୟରେ ପରିବାର ସଦସ୍ୟ ଠିକ୍ ଦିଗରେ ଧ୍ୟାନ ଦେବେ ତାହେଲେ ଘରେ କେବେବି ବିବାଦ ହେବ ନାହିଁ। ଏହାସହିତ ଦେବୀ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହେ। ଏଥିପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ ଥିବା ନିୟମ ଗୁଡ଼ିକ ପାଳନ କରିବା ଉଚିତ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ କୌଣସି ବ୍ୟକ୍ତିକୁ ଭୋକିଲା ରଖି ନିଜେ ଖାଦ୍ୟ ସେବନ କରିବା ଉଚିତ ନୁହେଁ। ଯେପରି ସୁଦାମା ନିଜ ବନ୍ଧୁଙ୍କୁ ଭୋକିଲା ରଖି ଖାଇ ଦେଇ ଥିଲେ, ସେହିପରି କରିବା ଉଚିତ ନୁହେଁ। ପାଖକୁ ଆସୁଥିବା ପଶୁପକ୍ଷୀଙ୍କୁ ମଧ୍ୟ ଖାଦ୍ୟ ଦେବା ଆବଶ୍ୟକ। ସମସ୍ତଙ୍କୁ ବାଣ୍ଟି ସାରି ଭୋଜନ କଲେ ହିଁ ବ୍ୟକ୍ତିକୁ ପୁଣ୍ୟ ମିଳିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗା ବାସନରେ କେବେବି ଭୋଜନ କରିବା ଉଚିତ ନୁହେଁ। ଭୋଜନ ସବୁବେଳେ ସ୍ୱଚ୍ଛ ଥାଳିରେ କରିବା ଉଚିତ। ଖରାପ ଥାଳିରେ ଭୋଜନ କରିବା ଉଚିତ ନୁହେଁ। ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ଏକାଦଶୀ ଦିନ ମଦ ମାଂସ ସେବନ କରିବା ଉଚିତ। ଭୋଜନକୁ ଅପବ୍ୟବହାର କରିବା ଶାସ୍ତ୍ରରେ ଖରାପ ମାନା ଯାଇଛି। ଏଥିପାଇଁ ଆପଣ ଥାଳିରେ ଯେତିକି ଭୋଜନ ଆବଶ୍ୟକ, ସେତିକି ହିଁ ଖାଦ୍ୟ ଗ୍ରହଣ କରନ୍ତୁ। ଯଦି ଖାଦ୍ୟ ନଷ୍ଟ କରିବେ ତାହେଲେ ପିତୃ ଦୋଷ ଲାଗିବାର ସମ୍ଭାବନା ରହିଛି। ଖାଦ୍ୟ ଗ୍ରହଣ କରିବା ପରେ ଥାଳିରେ ହାତ ଧୋଇବା ଉଚିତ ନୁହେଁ। ଥାଳିରେ ହାତ ଧୋଇଲେ ଅନ୍ନର ଅପମାନ ହୋଇଥାଏ। ଓଜନ ଆରମ୍ଭ କରିବା ପୂର୍ବରୁ ଓଁ ସହ ନବବତୁ ସହ ନୌ ଭୁନକତୁ ସହ ବିରୟଂ କରବବାହୈ ତେଜସ୍ଵୀ ନବଧିତମସ୍ତୁ ମା ବିଦ୍ବୀସାବହୈ ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ଏହି ମନ୍ତ୍ରରେ ସମସ୍ତ ଦେବୀ ଦେବତା ପ୍ରସନ୍ନ ହୋଇଥାନ୍ତି। ଏହି ମନ୍ତ୍ର ଜପ କରି ଭୋଜନ ଆରମ୍ଭ କରିବା ଉଚିତ ଏବଂ ପ୍ରାର୍ଥନା କରିବା ଉଚିତ କି ସମସ୍ତ ପ୍ରାଣୀ ମାନଙ୍କୁ ଭୋଜନ ପ୍ରାପ୍ତି ହେଉ। ଏହି କଥାର ଧ୍ୟାନ ରଖନ୍ତୁ କି ଖଟରେ ବସି କେବେବି ଭୋଜନ କରନ୍ତୁ ନାହିଁ। ଏପରି କଲେ ବ୍ୟକ୍ତିକୁ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଭୋଜନ କେବଳ ଭୂମି ବା ଆସନ ଉପରେ ବସି କରିବା ଉଚିତ।

ଏବେ ଆସନ୍ତୁ ଜାଣିବା ଭୋଜନ କରିବାର ସଠିକ ଦିଗ ବିଷୟରେ, ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ଣ୍ଣ ଦିଗକୁ ମୁହଁ କରି ଖାଦ୍ୟ ସେବନ କରିବା ଉଚିତ। ଏହାଦ୍ବାରା ମାନସିକ ଚିନ୍ତା ଦୂର ହୋଇଥାଏ। ରୋଗୀ ମାନଙ୍କୁ ପୂର୍ଣ୍ଣ ଦିଗକୁ ମୁହଁ କରି ଖାଦ୍ୟ ସେବନ କରିବା ଆବଶ୍ୟକ। ଏହା ସ୍ବାସ୍ଥ୍ୟ ପକ୍ଷେ ଉତ୍ତମ ବୋଲି ମାନା ଯାଇଥାଏ। କାରଣ ପୂର୍ବ ଦିଗରେ ସୂର୍ଯ୍ୟଙ୍କ ଉଦୟ ଶୁଭ ମାନା ଯାଇଛି। ଯଦି କୌଣସି ବ୍ୟକ୍ତି ଚାକିରି ପାଇବା ପାଇଁ ଇଛୁକ ବା ବ୍ୟବସାୟ ରେ ବୃଦ୍ଧି ପାଇଁ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ସେବନ କରିବା ଆବଶ୍ୟକ। ଉତ୍ତର ଦିଗ ହେଉଛି ମାଆ ସରସ୍ୱତୀଙ୍କ ଦିଗ। ଧ୍ୟାନ ରଖନ୍ତୁ ଦକ୍ଷିଣକୁ ମୁହଁ କରି କେବେବି ଖାଦ୍ୟ ସେବନ କରନ୍ତୁ ନାହିଁ। ଏହାକୁ ମୃ-ତ୍ୟୁର ଦିଗ ମାନା ଯାଇଥାଏ। ଏହି ଦିଗକୁ ମୁହଁ କରି ଭୋଜନ କଲେ ଅଳ୍ପ ବୟସରୁ ମୃ-ତ୍ୟୁ ହୋଇ ଯାଇଥାଏ ବୋଲି ମାନା ଯାଇଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *