Excuse Me Odisha

ଯାହା କହିବୁ ସତ କହିବୁ

ଏହି ଉପାୟରେ ଥରେ ଦାନ୍ତ ବ୍ରସ କରନ୍ତୁ, ଦାନ୍ତ ମୋତି ଭଳି ଧଳା ହେଇଯିବ

ସେୟାର୍ କରନ୍ତୁ

ବନ୍ଧୁଗଣ ସୁନ୍ଦର ଚମକୁଥିବା ଧଳା ଦାନ୍ତ କାହାକୁ ବା ପସନ୍ଦ ନୁହେଁ। ଆଜିର ସମୟରେ ଅନେକ ପ୍ରକାର କାରଣ ଯୋଗୁଁ ଆମ ଦାନ୍ତ ହଳଦିଆ ଏବଂ ଖରାପ ହେବାକୁ ଲାଗୁଛି। ଆଜିକାଲି ଲୋକେ ଧଳା ଦାନ୍ତ ପାଇଁ ଅନେକ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରୁଛନ୍ତି। ପରିଣାମ ସ୍ବରୂପ ଦାନ୍ତ ଜନିତ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି। ଦାନ୍ତ କଳା, ହଳଦିଆ ପଡ଼ିବାର ଅନେକ କାରଣ ରହିଥାଏ। ଯେପରି ଆପଣ ଯଦି ଅଧିକ ମ-ଦ୍ୟପା-ନ କରୁଛନ୍ତି , ସେଥିରେ ଟେନିକ ଏସିଡ ପ୍ରଚୁର ମାତ୍ରାରେ ରହିଛି ଯାହା ଆପଣଙ୍କ ଦାନ୍ତକୁ ହଳଦିଆ କରି ଦେଇଥାଏ। ଯଦି ଆପଣ ଅଧିକ କଫି ଓ ସୋଡାର ସେ-ବନ କରୁଛନ୍ତି ତାହେଲେ ଏହା ସୋନଙ୍କ ଦାନ୍ତର ଇନାମନ ସହିତ ମିଶିଯାଏ ଏବଂ ଆପଣଙ୍କ ଦାନ୍ତକୁ ହଳଦିଆ କରି ଦିଏ। ଧୁ-ମ୍ରପା-ନ ଏବଂ ଗୁ-ଟକା ଖାଇବା ମଧ୍ୟ ଆପଣଙ୍କ ଦାନ୍ତ ହଳଦିଆ ଓ କଳା ହେବାର କାରଣ ଅଟେ। କିଛି ରୋଗ କାରଣରୁ ମଧ୍ୟ ଆପଣଙ୍କ ଦାନ୍ତ ହଳଦିଆ ପଡି ଯାଇଥାଏ। ଯେପରି ଆପଣ ଯଦି କେମୋ ଥେରାପି ନେଉଛନ୍ତି, ଆସ୍ଥମା, ବ୍ଲଡ଼ ପ୍ରେସର ରହିଛି ତାହେଲେ ଆପଣଙ୍କ ଦାନ୍ତ ହଳଦିଆ ପଡିପାରେ। କିଛି ଲୋକ ନିଜ ଦାନ୍ତକୁ ଭଲଭାବରେ ସଫା ରଖନ୍ତି ନାହିଁ, ସେଥିପାଇଁ ସେମାନଙ୍କ ଦାନ୍ତ ଅପରିଷ୍କାର ହୋଇଥାଏ। ଆପଣଙ୍କୁ ସୂଚନା ଦେବା ପାଇଁ କହି ରଖୁଛୁ ବ୍ରସ ଆମକୁ ଦିନକୁ ଦୁଇଥର ତିନି ମିନିଟ ପର୍ଯ୍ୟନ୍ତ କରିବା ଆବଶ୍ୟକ। ଏହା ହୋଇଗଲା ଦାନ୍ତ କଳା ଓ ହଳଦିଆ ହେବାର ମୁଖ୍ୟ କାରଣ। ଯଦି ଆପଣ ଏହାର ଧ୍ୟାନ ରଖିବେ ନାହିଁ, ତାହେଲେ ଆପଣଙ୍କ ଦାନ୍ତ କେବେବି ଧଳା ହେବ ନାହିଁ। ଆଜି ମୁଁ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛି ଯାହାଦ୍ଵାରା ଆପଣଙ୍କ ଦାନ୍ତ ପରିଷ୍କାର ଏବଂ ଧଳା ହୋଇଯିବ। ଆପଣ କେବଳ ଏହାର ପ୍ରକ୍ରିୟା ଜାଣି ନିଅନ୍ତୁ।

ପ୍ରଥମେ ଆପଣ ଏକ ପାତ୍ରରେ ସୈନ୍ଧବ୍ୟ ଲୁଣ ନିଅନ୍ତୁ। ଏହା ଆପଣଙ୍କୁ କୌଣସି ତେଜରାତି ଦୋକାନରୁ ସୁବିଧାରେ ମିଳିଯିବ। ନଚେତ ଆପଣ ସାଧାରଣ ଲୁଣ ମଧ୍ୟ ନେଇ ପାରିବେ। ଏହାଦ୍ବାରା ଶାନ୍ତ ଧଳା ଓ ପରିଷ୍କାର ହୋଇଥାଏ। ଏଥିରେ ଆମେ ଗୋଟେ ଚାମୋଚ ବେକିଂ ସୋଡା ମିଶାଇବା। ଏହା ଆପଣଙ୍କୁ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। କାରଣ ଏହା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହାକୁ ସୋଡ଼ିୟମ ବାୟୋକାର୍ବୋନେଟ ମଧ୍ୟ କୁହାଯାଏ। ଏହା ଦାନ୍ତରେ ଥିବା ଦାଗକୁ ଦୂର କରିବାରେ ସହାୟତା କରିଥାଏ। ଏବେ ଆପଣ ଏଥିରେ ଲେମ୍ବୁରସ ମିଶାଇ ଦିଅନ୍ତୁ। ଲେମ୍ବୁରେ ଆଣ୍ଟି ବ୍ଲିଚିଂ ଗୁଣ ରହିଛି। ଏବେ ଆପଣ ଏଥିରେ ଗୋଟେ ଚାମୋଚ ପାଣି ମିଶାନ୍ତୁ। ଏହାକୁ ଭଲଭାବରେ ମିଶାଇ ଦିଅନ୍ତୁ ଏବଂ ବ୍ରସ ନେଇ ଘସନ୍ତୁ। ସାଧା ପାଣିରେ ମୁହଁ ଧୁଅନ୍ତୁ। ଏବେ ଆପଣ ପେଷ୍ଟରେ ଯେପରି ଦାନ୍ତ ଘସନ୍ତି ଘସି ପାରିବେ। ଏବେ ଜାଣି ରଖନ୍ତୁ କେତେ ଦିନ ପର୍ଯ୍ୟନ୍ତ ପ୍ରୟୋଗ କରିବେ? ସପ୍ତାହରେ ଥରେ ବା ୧୫ ଦିନକୁ ଥରେ ବ୍ୟବହାର କରନ୍ତୁ। କିଛି ଲୋକଙ୍କୁ ସମୟ ନଥାଏ ଏଭଳି ଲୋକଙ୍କ ପାଇଁ ମୁଁ ଆଉଏକ ଉପଚାର କହିବାକୁ ଯାଉଛି। ଆପଣଙ୍କ ଘରେ ପିଜୁଳି ଗଛ ଥିବ। ଆପଣ ଦୁଇଟି ପିଜୁଳି ପତ୍ର ନିଅନ୍ତୁ ଏବଂ ଏହାକୁ ବାଟି ପେଷ୍ଟ କରନ୍ତୁ। ଏବେ ଏହାକୁ ଆପଣ ନିଜ ଆଙ୍ଗୁଳିରେ ନିଅନ୍ତୁ ଏବଂ ନିଜ ଦାନ୍ତରେ ଘଷନ୍ତୁ। ଦୁଇ ମିନିଟ ପରେ ସାଧା ପାଣିରେ ଧୋଇ ନିଅନ୍ତୁ। ଏହାପରେ ପେଷ୍ଟ ରେ ଯେପରି ଦାନ୍ତ ଘଷନ୍ତି, ସେହିପରି କରନ୍ତୁ। ଏହି ପ୍ରକ୍ରିୟାକୁ ଆପଣ କିଛି ଦିନ କରନ୍ତୁ ଏବଂ ଏହା ଆପଣଙ୍କ ଦାନ୍ତ ସଫା ରଖିବାରେ ସାହାଯ୍ୟ କରିବ। ଏହା ପାଟିରେ ସଂକ୍ରମଣକୁ ଦୂର କରିଥାଏ।

ଆପଣଙ୍କୁ ଆଉ ଏକ ଉପାୟ କହିବାକୁ ଚାହୁଁଛି। କଦଳୀ ଖାଇ ତାହାର ଚୋପା ଫିଙ୍ଗନ୍ତୁ ନାହିଁ। ସେହି କଦଳୀ ଚୋପାର ଭିତର ଅଂଶରେ ନିଜ ଦାନ୍ତକୁ ଘଷନ୍ତୁ। ଏହା ପ୍ରତିଦିନ କଲେ ମଧ୍ୟ କିଛି ଅସୁବିଧା ନାହିଁ। କଦଳୀ ଚୋପାରେ ମାଙ୍ଗାନିଜ, ଜିଙ୍କ ଭଳି ଖଣିଜ ପଦାର୍ଥ ଥାଏ, ଯାହା ଆପଣଙ୍କ ଦାନ୍ତକୁ ସଫା ରଖିବାରେ ପ୍ରୟାସ କରେ। ଦାନ୍ତ ଧଳା କରିବା ପାଇଁ ଆଉ ଏକ ଛୋଟ ଟିପ୍ସ ହେଉଛି ଆପଣ ନଡ଼ିଆ ତେଲ ନିଅନ୍ତୁ ଏବଂ ନିଜ ଦାନ୍ତରେ ଘଷନ୍ତୁ। ଧ୍ୟାନ ରଖିବେ କି ଆପଣ ଏହାକୁ ଢୋକିବେ ନାହିଁ। ଆପଣ ଏହାକୁ ଯଦି ପ୍ରତ୍ୟେକଦିନ କରିବେ ତାହେଲେ ଆପଣଙ୍କ ଦାନ୍ତ ସଫା ରହିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *