Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ ଏହି ୩ଟି ସ୍ୱପ୍ନ କେବେବି କାହାକୁ କହିବେ ନାହିଁ,ଜାଣନ୍ତୁ ସେ ସ୍ବପ୍ନ ବିଷୟରେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ସ୍ୱପ୍ନ ଆମକୁ ଆମର ଭବିଷ୍ୟତର ଆଇନା ଦେଖାଇଥାଏ। ଆମେ ସବୁବେଳେ ସ୍ୱପ୍ନ ଦେଖିଥାଉ। କିନ୍ତୁ କେବେ କେବେ କିଛି ସ୍ୱପ୍ନ ଆମର ମନେ ରହିଯାଏ। ଆଉ କିଛି ସ୍ୱପ୍ନ କୁ ଆମେ ଭୁଲିଯାଉ। କେତେଥର ଆମେ ଏପରି କିଛି ବିଚିତ୍ର ସ୍ୱପ୍ନ ଦେଖିଥାଏ ଯାହାର ଅର୍ଥ ହିଁ ଆମେ ବୁଝି ପାରିନଥାଉ। କିନ୍ତୁ ଆମର ପ୍ରତ୍ୟକ ସ୍ୱପ୍ନ ନୂଆ ସନ୍ଦେଶ ନୂଆ ଚେତାବନି ନେଇଆସିଥାଏ। ଇଶ୍ଵର ଆମକୁ ଅଲଗା ଅଲଗା ମାଧ୍ୟମରେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର ସଂକେତ ଦେଇଥାନ୍ତି। ସେଥିରି ଗୋଟିଏ ମାଧ୍ୟମ ଆମର ସ୍ୱପ୍ନ ହୋଇଥାଏ। ଆମର ସ୍ୱପ୍ନରେ ବି କେବେ କୌଣସି ବିଶେଷ ବସ୍ତୁ କବେ ମନୁଷ୍ୟ କେବେ କୌଣସି ପଶୁ ଏବଂ କେବେ ନିଜେ ଭଗବାନ ଆସି ଆମକୁ ସନ୍ଦେଶ ଦେଇଥାଆନ୍ତି। ଆଜି ଆମେ ଏପରି ସ୍ୱପ୍ନ ବିଷୟରେ କହିବୁ ଯେଉଁ ସ୍ୱପ୍ନ ଅନ୍ୟକୁ କହିବା ଠିକ ନୁହେଁ। ଏବଂ ଏପରି ପଶୁ ବିଷୟରେ ଜାଣିବା ଯିଏ ଆମର ସ୍ୱପ୍ନରେ ଆସି ଆମକୁ ବିଶେଷ ସନ୍ଦେଶ ଦେଇଥାନ୍ତି। ଏପରି ତ ସବୁ ପ୍ରାଣୀ ଦ୍ୱାରା ଆମକୁ ସଂକେତ ମିଳିଥାଏ। କିନ୍ତୁ ଏହି ୩ ପ୍ରାଣୀ ବହୁତ ମହତ୍ତ୍ୱ ରଖିଥାନ୍ତି। ତ ଆସନ୍ତୁ ଜାଣିନେବା ସେହି ସ୍ୱପ୍ନ ବିଷୟରେ।

ସ୍ୱପ୍ନରେ ସାପ ଦେଖିବା। ସ୍ୱପ୍ନରେ ସାପ ଦେଖିବା ଶୁଭ ହୋଇଥାଏ ନାଁ ଅଶୁଭ। ଏହା ତ ଏହି କଥା ଉପରେ ନିର୍ଭର କରିଥାଏ କି ସାପ ଆପଣଙ୍କୁ କେଉଁ ଅବସ୍ଥାରେ ଦେଖାଦେଲା। ବହୁତ କମ ଲୋକଙ୍କୁ ସ୍ୱପ୍ନରେ ସାପ ଦେଖାଦେଇଥାଏ। କିନ୍ତୁ ଯଦି ଆପଣଙ୍କ ସ୍ୱପ୍ନରେ ଅଧିକାଂଶ ସମୟରେ ସାପ ଦେଖା ଦେଇଥାଏ ତାହେଲେ ନିଶ୍ଚିତ ରୂପେ ପୂର୍ବ ଜନ୍ମର କୌଣସି ବ୍ୟକ୍ତି ସହିତ ଜଡିତ ବୋଲି କୁହାଯାଏ। କାରଣ ସାପ ମରିବା ପରେ ପୁଣି ଜନ୍ମ ନେଇଥାଏ। ଆଉ ପୂର୍ବ ଜନ୍ମ ବିଷୟରେ ଜାଣିଥାଏ। ତେଣୁ ସେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ଚାହିଁଥାଏ।ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସ୍ୱପ୍ନରେ ଉଡୁଥିବା ସାପ ଦେଖିବା, ମରିଯାଇଥିବା ସାପ ଦେଖିବା। ସାପ ପିଛା କରୁଥିବାର ଦେଖିବା ଏବଂ ନାଗ ନାଗୁଣୀଙ୍କର ପ୍ରଳୟ ଦେଖିବା। ଏସବୁକୁ ଅଶୁଭ ମାନାଯାଏ। ଏବଂ ଏଥିଦ୍ୱାରା ଆପଣଙ୍କୁ ଆର୍ଥିକ ପାରିବାରିକ ସଂକଟ ଆସିବାର ସମ୍ଭାବନା ଦେଇଥାଏ। ଏହାର ବିପରୀତ ସ୍ୱପ୍ନରେ ଧଳା ରଙ୍ଗର ସାପ ଦେଖାଦେବା କୌଣସି ମନ୍ଦିର ଆଖପାଖରେ ସାପ ଦେଖିବା କିମ୍ବା ଶାନ୍ତ ହୋଇ ରହିଥିବା ସାପ ଦେଖିବା ବହୁତ ଶୁଭ ଫଳଦାୟକ ହୋଇଥାଏ।

ସ୍ୱପ୍ନରେ ଝିଟିପିଟି ଦେଖିବା। ସ୍ୱପ୍ନରେ ଯଦି ଆପଣଙ୍କୁ ଝିଟିପିଟି ଦେଖାଦିଏ ତ ଏହା ଶୁଭ ମାନାଯାଏ। ଝିଟିପିଟିକୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଏ। ଏଥିପାଇଁ ଯଦି ଆପଣଙ୍କୁ ସ୍ୱପ୍ନରେ ଝିଟିପିଟି କାନ୍ଥରେ ଚଢ଼ୁଥିବାର ଦେଖାଦିଏ ତାହେଲେ ଆପଣଙ୍କୁ ନିଶ୍ଚିତ ଧନ ପ୍ରାପ୍ତ ହେବ କିମ୍ଵା ଅଟକି ରହିଥିବା ଧନ ଆପଣଙ୍କୁ ମିଳିଯିବ। କିନ୍ତୁ ସ୍ୱପ୍ନରେ ଦୁଇଟି ଝିଟିପିଟି ଲଢ଼ୁଥିବାର ଦେଖାଯିବା ଅଶୁଭ ମାନାଯାଏ। ଏହା ଦ୍ୱାରା ଘରେ ଝ-ଗଡା ହୋଇପାରେ।

ସ୍ୱପ୍ନରେ ଗୋମାତା ଦେଖିବା। ଆମର ହିନ୍ଦୁ ଧର୍ମରେ ଗୋମାତାଙ୍କୁ ଇଶ୍ୱରଙ୍କ ରୂପ ମାନାଯାଏ। ଗୋମାତାଙ୍କ ଦର୍ଶନରେ ହିଁ ଆମର କାମ ସଫଳ ହୋଇଯାଇଥାଏ। ତ ସ୍ୱପ୍ନରେ ଗୋମାତା ଦେଖାଯିବା ବହୁତ ଶୁଭ ହୋଇଥାଏ। ଗୋମାତା ସ୍ୱପ୍ନରେ ଆସିବାର ସଂକେତ ଏହା ହୋଇଥାଏ ଆପଣଙ୍କର କୌଣସି ବଡ଼ କାମରେ ସଫଳତା ମିଳିବ ଏବଂ ସବୁ ବାଧା ବିଘ୍ନ ଦୂର ହେବ। ଯଦି ସ୍ୱପ୍ନରେ ଧଳା ରଙ୍ଗର ଗାଈ ଦେଖାଦିଏ ତ ମାତା କାମଧେନୁ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି।ଏବଂ ଆପଣଙ୍କର ମନସ୍କାମନା ଅବଶ୍ୟ ପୂରଣ ହେବ।

ଏବେ ଆସନ୍ତୁ ଜାଣିବା ଆମେ କେଉଁ ସ୍ୱପ୍ନ ବିଷୟରେ ଅନ୍ୟକୁ କହିବା ଉଚିତ ନୁହେଁ।

ସ୍ୱପ୍ନରେ ଇଶ୍ଵରଙ୍କୁ ଦେଖିବା। ବହୁତ କମ ଲୋକଙ୍କୁ ଏପରି ସ୍ୱପ୍ନ ଦେଖାଦିଏ। ସ୍ୱପ୍ନରେ ସ୍ୱୟଂ ଇଶ୍ଵରଙ୍କ ଦର୍ଶନ ମିଳିଥାଏ। ଆପଣଙ୍କୁ ସ୍ୱପ୍ନରେ ଇଶ୍ୱର ଆସି ଯଦି କିଛି କୁହନ୍ତି ତ ଆପଣଙ୍କୁ ସେହି କଥାର ଅର୍ଥ ବୁଝିବାକୁ ଚେଷ୍ଟା କରିବା ପାଇଁ ପଡିବ।ନିଶ୍ଚିତ ରୂପେ ଆପଣଙ୍କୁ କୌଣସି ବିଶେଷ ସୂଚନା କିମ୍ବା ଚେତାବନୀ ପାଇଁ ଆସିଥାନ୍ତି।ଯାହା ଆପଣଙ୍କର ବହୁତ ବଡ଼ ଲାଭ ଯୋଡି ହୋଇ ରହିଥାଏ। ସ୍ୱପ୍ନର ଅର୍ଥ ବୁଝି ଏବଂ ତାହା ଅନୁସାରେ କାମ କରନ୍ତୁ। ଆପଣଙ୍କୁ ଭବିଷ୍ୟତରେ ନିଶ୍ଚିତ ରୂପେ କୌଣସି ବଡ଼ ଲାଭ ହେବ। କିନ୍ତୁ ଆପଣଙ୍କୁ ଆପଣଙ୍କ ସ୍ୱପ୍ନ ବିଷୟରେ କେବେ କାହାକୁ କିଛି କହିବା ଉଚିତ ନୁହେଁ। ନଚେତ ଏହି ସ୍ୱପ୍ନର ମୂଳ ଅର୍ଥ ବଦଳିଯିବ ଏବଂ ଏହାର ଲାଭ ବଦଳରେ ଆପଣଙ୍କୁ କ୍ଷତି ହେବ।

ସ୍ୱପ୍ନରେ ସମୁଦ୍ର ଦେଖିବା। ଆପଣ ଭାବୁଥିବେ ସ୍ୱପ୍ନରେ ସମୁଦ୍ର ଦେଖିବା ବହୁତ ଗୋଟେ ବଡ଼ କଥା। କିନ୍ତୁ ସମୁଦ୍ର ବି ପ୍ରତ୍ୟକଙ୍କ ସ୍ୱପ୍ନରେ ଆସିନଥାଏ। ଆପଣ ସ୍ୱପ୍ନରେ ନଦୀ ଝରଣା ଇତ୍ୟାଦି ତ କେତେଥର ଦେଖିଥିବେ କିନ୍ତୁ ବହୁତ କମ ଏପରି ହୋଇଥାନ୍ତି କି ସ୍ୱପ୍ନରେ ସମୁଦ୍ର ଦେଖିଥାଆନ୍ତି। ସମୁଦ୍ର ବିଶାଳତା ମହାନତା ଏବଂ ବୈଭବ ପ୍ରତୀକ ଏଥିପାଇଁ ଏହାର ଅଳ୍ପ ଶୀଘ୍ର ହିଁ ଆମକୁ କୌଣସି ବଡ଼ ଜିନିଷ ମିଳିପାରେ କିମ୍ଵା କୌଣସି ବଡ଼ ଜିନିଷ ଆମ ଜୀବନରେ ହୋଇପାରେ କିମ୍ବା ଏହା ବି ହୋଇପାରେ କି କୌଣସି ମହାନ ବ୍ୟକ୍ତି କିମ୍ବା ସାଧୁ ସନ୍ଥଙ୍କ ସହ ମିଶିବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ଆପଣଙ୍କୁ ଏହି ସ୍ୱପ୍ନ ବିଷୟରେ କାହାକୁ କହିବା ଉଚିତ ନୁହେଁ।

ସ୍ୱପ୍ନରେ ନିଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିର ମୃ-ତ୍ୟ ଦେଖିବା। ନିଜର ପ୍ରିୟଜନଙ୍କ ମୃ-ତ୍ୟୁର କଳ୍ପନା ମଧ୍ୟ ଆମେ କରିନଥାଉ।ତ ଏମିତିରେ ଆପଣ ସ୍ୱପ୍ନରେ କୌଣସି ପ୍ରିୟଜନଙ୍କର କିମ୍ବା ନିଜର ମୃ-ତ୍ୟୁ ଦେଖି ଆମର ହସ ଉଡିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱପ୍ନରେ ନିଜର କିମ୍ୱା ପ୍ରିୟଜନଙ୍କର ମୃ-ତ୍ୟୁ ଦେଖିବା ବହୁତ ଶୁଭ ହୋଇଥାଏ। ଏହା ଏହି କଥାର ସଂକେତ ଦେଇଥାଏ କି ଆପଣଙ୍କ ଉପରେ ଆପଣଙ୍କ ପ୍ରିୟଜନଙ୍କ ଉପରେ ଆସିବାକୁ ଥିବା ସଙ୍କଟ କିମ୍ବା ମୃ-ତ୍ୟୁ ଟଳି ଗଲା ଏବଂ ଆପଣ ଏବେ ସୁରକ୍ଷିତ ଅଟନ୍ତି। କିନ୍ତୁ ଆପଣଙ୍କୁ ଏହି ସ୍ୱପ୍ନ ବିଷୟରେ କାହାକୁ କହିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *