Excuse Me Odisha

ଯାହା କହିବୁ ସତ କହିବୁ

ଘର ଏମିତି ପୋଛା ମାରିବା ଦ୍ୱାରା ଆସିଥାଏ ଭ-ୟଙ୍କର ସ-ଙ୍କଟ।

ସେୟାର୍ କରନ୍ତୁ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଘରକୁ ସଫା ସୁତରା ରଖିବା ଦ୍ୱାରା ଘରେ ସକାରତ୍ମକ ପ୍ରଭାବ ପଡିଥାଏ ଏବଂ ସୁଖ ଶାନ୍ତି ସମୃଦ୍ଧି ବୃଦ୍ଧି ପାଇଥାଏ। ସେଥିପାଇଁ ଆମ ପୂର୍ବପୁରୁଷ ମାନେ ମଧ୍ୟ କହି ଯାଇଛନ୍ତି ଘରର ମଇଳା ଆବର୍ଜନା ଘର ଠାରୁ ଅନେକ ଦୂରରେ ହିଁ ରଖିବା ଉଚିତ। ଯାହା ଦ୍ୱାରା ଦୁଃଖ ଦାରିଦ୍ର୍ୟତା ସବୁବେଳେ ଦୂର ହୋଇଥାଏ। ବନ୍ଧୁଗଣ ଆପଣ ସମସ୍ତେ ଘରକୁ ସୁନ୍ଦର ରଖିବା ପାଇଁ ପୋଛା ମାରୁଛନ୍ତି କିନ୍ତୁ ଯଦି ଆପଣ ତାର ଭୁଲ ବାଟରେ ବ୍ୟବହାର କରୁଛନ୍ତି ତେବେ ତାର ପରିଣାମ ନିଶ୍ଚିତ ଭୋଗିବାକୁ ପଡିଥାଏ। ଯଦି ପୋଛା ମାରିବା ସମୟରେ ଆପଣ ଏହି ଭୁଲ କରୁଛନ୍ତି ତାହେଲେ ଦାରିଦ୍ର୍ୟତାକୁ ନିମନ୍ତ୍ରଣ କରିବା ସହିତ ସମାନ। ଯେମିତି ଆମେ ଝାଡୁ ମାରିବା ସମୟରେ କିଛି କଥାକୁ ଧ୍ୟାନ ରଖିଥାଉ ଠିକ ସେମିତି ଆମେ ପୋଛା ମାରିବା ସମୟରେ ମଧ୍ୟ ଏହି ସବୁ କଥାକୁ ଆଖି ଆଗରେ ରଖିବା ଉଚିତ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ପୋଛା ମାରିବା ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ରଖିବା ଆବଶ୍ୟକ। ଆଉ ଏମିତି କଣ ଜିନିଷ ଅଛି ଯାହା ରଖି ପୋଛା ମାରିବା ଦ୍ୱାରା ଲାଭ ପ୍ରାପ୍ତ ହୋଇଥାଏ।

କେବେବି ଦିନ ୧୨ ଟା ପରେ ଏବଂ ସନ୍ଧ୍ୟା ସମୟରେ ପୋଛା ମାରିବା ଅନୁଚିତ। ପୋଛା ସବୁବେଳେ ସକାଳ ସମୟରେ କରିବା ଉଚିତ। ଯାହାକି ରାତିରେ ପଡିଥିବା ଅଳିଆ ସବୁ ସଫା ହୋଇ ସୁନ୍ଦର ଦେଖାଯିବ। ଆଉ ସକାରତ୍ମକ ପ୍ରଭାବ ମଧ୍ୟ ପଡିବ। ଗୁରୁବାର ଦିନ କେବେବି ପୋଛା ମାରନ୍ତୁ ନାହିଁ। ଏହା ଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ଯଦି ଗୁରୁବାର ଦିନ ପୋଛା ମାରୁଛନ୍ତି ତେବେ ସେଥିପାଇଁ ନୂଆ ପୋଛା ଜିନିଷ ବ୍ୟବହାର କରନ୍ତୁ। କିଛି ଲୋକ ଭାଙ୍ଗିଯାଇଥିବା ବାଲ୍ଟିକୁ ପୋଛା ପାଇଁ ବ୍ୟବହାର କରନ୍ତି। କିନ୍ତୁ ତାହା ଭୁଲ ଅଟେ। ଏମିତି କରନ୍ତୁ ନାହିଁ ନଚେତ ଏହାର ବିପରୀତ ପରିଣାମ ଆପଣଙ୍କୁ ଭୋଗିବାକୁ ପଡିପାରେ। ପୋଛା ଲଗେଇବା ପାଇଁ ସବୁବେଳେ ଉତ୍ତର ଦିଗରୁ ହିଁ ଆରମ୍ଭ କରିବା ଉଚିତ। ଆଜ୍ଞା ହଁ ଉତର ଦିଗକୁ ଭଗବାନ କୁବେରଙ୍କ ଦିଗ ବୋଲି ମାନନ୍ତି। ଉତ୍ତର ଦିଗରୁ ଆରମ୍ଭ କରିବାର ତତ୍ତ୍ୱ ପୁରା ଘରକୁ ପ୍ରଭାବ ଦେଖାଇଥାଏ। ମାନ୍ୟତା ଅଛି ଏହା ଦ୍ୱାରା ମା ଲକ୍ଷ୍ମୀ ଖୁବଶୀଘ୍ର ପ୍ରବେଶ କରିଥାନ୍ତି। ଉତ୍ତର ଦିଗରେ ସଫା କରିବା ପୂର୍ବରୁ ପାଣି ସଫା ଅଛି କି ନାହିଁ ଧ୍ୟାନ ରଖନ୍ତୁ। ଆଗରୁ ଅନ୍ୟ କାମ ପାଇଁ ଆଣୁ ଥିବା ପାଣିକୁ ବିଲକୁଲ ବ୍ୟବହାର କରନ୍ତୁ ନାହିଁ।

ଆସନ୍ତୁ ଜାଣିବା ପୋଛା ମାରିବା ପାଇଁ ପାଣିରେ କଣ ମିଶେଇବା ଉଚିତ। ଯଦି ଆପଣଙ୍କ ଘରେ ଦୁଃଖ କ୍ଳେଶ ନକାରାତ୍ମକ ପ୍ରଭାବ ପଡିଲା ପରି ଅନୁଭବ ହେଉଛି ତେବେ ଆପଣ ଏହି କାମ ନିଶ୍ଚିତ କରନ୍ତୁ। ଆପଣଙ୍କୁ ଗୋଟିଏ କାମ କରିବାକୁ ହେବ ପୋଛା ମାରିବାକୁ ଆଣିଥିବା ପାଣିରେ ନିମ ପତ୍ର ପକାଇ ପୋଛା ମାରନ୍ତୁ। ଯଦି ଏହା ନକରୁଛନ୍ତି ତେବେ ନିମ ପତ୍ରକୁ ଗରମ କରି ତା ପାଣିକୁ ପୋଛା ପାଣିରେ ମିଶାଇ ପ୍ରତିଦିନ ଘରକୁ ସଫା କରନ୍ତୁ। ଏହି ନିମ ପତ୍ରର ପାଣି ଘରର ନକାରାତ୍ମକ ଦୃଷ୍ଟିକୁ ଦୂର କରି ସକାରତ୍ମକ କରିଥାଏ। ଏହା ଦ୍ବାରା ଆପଣଙ୍କ କାମରେ ବାଧା ସୃଷ୍ଟି ହେବା ମଧ୍ୟ ବନ୍ଦ ହୋଇଯିବ। ଯଦି ଆପଣ ଘରେ ଶାନ୍ତି ସମୃଦ୍ଧି ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *