Excuse Me Odisha

ଯାହା କହିବୁ ସତ କହିବୁ

ଜୀବନ ସମସ୍ତଙ୍କୁ ସୁଯୋଗ ଦେଇ ଥାଏ ଏହାକୁ ହାତ ଛଡା କରନ୍ତୁ ନାହିଁ, କେମିତି ଜାଣିବେ ସୁଯୋଗ ଦେଖନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଜୀବନରେ ଯେତେବେଳେ ବଡ଼ ଅସୁବିଧା ଆସିଥାଏ ଏବଂ ଆପଣଙ୍କୁ ଲାଗିଥାଏ ଆପଣଙ୍କ ଜୀବନର ସବୁକିଛି ସରିଗଲା। ସେତେବେଳେ ଜୀବନ ଆପଣଙ୍କୁ ଆଗକୁ ବଢିବା ପାଇଁ ଏକ ଉତ୍ତମ ଅବସର ଦେଇଥାଏ। ବହୁତ ଲୋକ ଏହି ସୁଯୋଗକୁ ହାତଛଡ଼ା କରି ଦେଇଥାନ୍ତି। ଆଉକିଛି ଲୋକେ ଏହି ସୁଯୋଗକୁ ବୁଝନ୍ତି ଓ ଉପଯୋଗ କରି ଆଗକୁ ବଢି ଥାଆନ୍ତି। ଆଜି ମୁଁ ଆପଣଙ୍କୁ ସ୍ବାମୀ ବିବେକାନନ୍ଦଙ୍କ କାହାଣୀ ମାଧ୍ୟମରେ ଆପଣଙ୍କ ସହିତ ଆଲୋଚନା କରିବାକୁ ଯାଉଛି। ଏଥିମଧ୍ୟରୁ ଆପଣ ଜ୍ଞାନ ଅର୍ଜନ କରି ନିଜ ଜୀବନରେ ଉପଯୋଗ କରି ପାରିବେ। ଆପଣଙ୍କ ଜୀବନରେ ଯେତେବେଳେ ଏପରି ସୁଯୋଗ ଆସିବ ସେତେବେଳେ ଆପଣ ଏହାକୁ ଉପଯୋଗ କରିବେ।

ଯେତେବେଳେ ସ୍ବାମୀ ବିବେକାନନ୍ଦଙ୍କ ପିତାଙ୍କ ଦେ-ହାନ୍ତ ହୋଇଥିଲା ସେ ବହୁତ ଦୁଃଖିତ ଏବଂ ଚିନ୍ତାଗ୍ରସ୍ତ ହୋଇ ଯାଇଥିଲେ। ତାଙ୍କ ପାଖରେ କିଛି ଆର୍ଥିକ ସୁବିଧା ନଥିଲା। ସେ ତାଙ୍କ ମାଆ ଏବଂ ଭାଇଙ୍କୁ ଆଖି ଆଗରେ ଭୋକରେ ବିକଳ ହେବାର ଦେଖୁଥିଲେ, ସେତେବେଳେ ସେ ବହୁତ ଚିନ୍ତିତ ହୋଇ ପଡୁଥିଲେ। ଥରେ ଚିନ୍ତା କରୁ କରୁ ସେ ଜଙ୍ଗଲ ମଧ୍ୟକୁ ପ୍ରବେଶ କଲେ। ସେଠାରେ ଦେଖିଲେ ଗୋଟେ ବାଘ ତାଙ୍କୁ ଖାଇବା ପାଇଁ ଆସୁଛି। ଯେତେବେଳେ ଗୋଟେ ବାଘ ଆକ୍ର-ମଣ କରେ, ବ୍ୟକ୍ତି ସେତେବେଳେ ନିଜକୁ ବଞ୍ଚାଇବା ପାଇଁ ପ୍ରୟାସ କରି ଥାଏ। କିନ୍ତୁ ସେହି ସମୟରେ ସ୍ବାମୀ ବିବେକାନନ୍ଦ କିଛି କଲେ ନାହିଁ। ସେ ଏତେ ମାତ୍ରାରେ ଚିନ୍ତାଗ୍ରସ୍ତ ଥିଲେ ଯେ ତାଙ୍କୁ ଲାଗୁଥିଲା ସେ ମାଆ, ବାପା, ଭାଇଙ୍କ ପାଇଁ କିଛି କରି ପାରିଲେ ନାହିଁ। ତେଣୁ ହୁଏତ ମୋ ଶରୀର ବାଘ ଖାଇ ଦେଇ ତାର ପେଟ ପୁରିବ। ତେଣୁ ସେ ନିଜକୁ ସୁରକ୍ଷା ଦେଲେ ନାହିଁ, ସେ ଅପେକ୍ଷା କଲେ କି ବାଘ ଆସି ତାଙ୍କୁ ଖାଇବ। କିନ୍ତୁ ବାଘଟି ତାଙ୍କୁ ନଖାଇ ଚାଲିଗଲା। ଏହି କାହାଣୀ ଯେତେବେଳେ ସ୍ବାମୀ ବିବେକାନନ୍ଦ ଲୋକମାନଙ୍କୁ କହିଲେ କି, ହୁଏତ ଭଗବାନ ଚାହୁଁ ନଥିଲେ ମୋତେ ବାଘ ଆକ୍ର-ମଣ କରୁ ବୋଲି। ସେ କହିଲେ କି ମୋ ଜୀବନ ମୋତେ ଗୋଟେ ନୂଆ ସୁଯୋଗ ଦେଲା, ସେଥିପାଇଁ ମୁଁ ଆଗକୁ ବଢି ପାରିଲି। ସେହିପରି ସମସ୍ତଙ୍କ ଜୀବନରେ ଯେତେବେଳେ ଅସୁବିଧା ଅଧିକ ଆସିଥାଏ, ତାହେଲେ ଜୀବନ ସମସ୍ତଙ୍କୁ ନୂଆ ସୁଯୋଗ ନିଶ୍ଚିତ ଦେଇଥାଏ। ତେଣୁ ସେହି ସୁଯୋଗକୁ ଆପଣ କେବେବି ହାତଛଡ଼ା କରନ୍ତୁ ନାହିଁ। କିଛି ଲୋକ ଜୀବନ ଦେଉଥିବା ଏହି ସୁଯୋଗକୁ ଜାଣି ପାରନ୍ତି ନାହିଁ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *