Excuse Me Odisha

ଯାହା କହିବୁ ସତ କହିବୁ

ଘର କେଉଁ ମାସରେ ନିର୍ମାଣ କଲେ ଧନ ସମ୍ପତ୍ତି ବଢିଥାଏ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ନିଜର ଘର ତିଆରି କରିବା ପାଇଁ ଇଛା କରିଥାନ୍ତି। ଗୋଟେ ନିଜର ଘର କରିବାର ସ୍ୱପ୍ନ ଏଦୁନିଆର ସମସ୍ତ ମଣିଷଙ୍କର ରହିଥାଏ। ଏଥିପାଇଁ ମଣିଷ ଦିନରାତି କଷ୍ଟ କରିଥାଏ। ବନ୍ଧୁଗଣ ଘର କରିବାର କିଛି ଠିକ ମାସ ଏବଂ ସମୟ ରହିଛି। ଯାହାକୁ ମାନି ଘର କରିବା ନିହାତି ଆବଶ୍ୟକ। ଅବଶ୍ୟ ଯଦି ଆପଣ ଠିକ ମାସରେ ଘର ନକରିବେ ତାହେଲେ ଆପଣଙ୍କର ଘରେ ସବୁବେଳେ କଳହ ବିଶୃଙ୍ଖଳା ଲାଗିରହିବ। ଏହା ସହିତ ଅପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ। ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ନିଜର ଠିକ ଭାବରେ ଘର ତିଆରି କରିପାରନ୍ତି ନାହିଁ। ସେମାନଙ୍କର ଘର ଅଧା ହୋଇ ରହିଯାଏ। ଯଦି ବନ୍ଧୁଗଣ ଘର ମଧ୍ୟରେ ସୁଖ ଶାନ୍ତି ରହିବ ନାହିଁ ତାହେଲେ ସେ ଘର କୌଣସି ଘର ହୋଇ ରହିବ ନାହିଁ। ସେ ଘର କରି ଆପଣଙ୍କର କୌଣସି ଲାଭ ମଧ୍ୟ ହେବ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ମାସ ରହିଛି ଯେଉଁ ସମୟରେ ଘର ତିଆରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିଥାଏ। ବନ୍ଧୁଗଣ ଘରର ସବୁଠାରୁ ମୁଖ୍ୟ ଅଂଶ ହେଉଛି ଘରର ମୁଖ୍ୟ ଦ୍ୱାର। ଯଦି ମୁଖ୍ୟ ଦ୍ୱାର ଠିକ ଦିଗରେ ନରହିବ ତାହେଲେ ଘରେ ସବୁବେଳେ ବିଶୃଙ୍ଖଳା ଲାଗିରହିବ। ଘରର ମୁଖ୍ୟ ଦ୍ୱାର ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗରେ ରହିବା ସବୁଠାରୁ ଶୁଭ ହୋଇଥାଏ। ଆପଣ ଚେଷ୍ଟା କରିବେ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଯେପରି ଭାବରେ ପୂର୍ବ କିମ୍ବା ଉତ୍ତର ଦିଗ ଆଡ଼କୁ ରହିବ।

ବୈଶାଖ ମାସ। ଯଦି ବନ୍ଧୁଗଣ ଆପଣ ବୈଶାଖରେ ଘର କରିବେ ତାହେଲେ ଆପଣଙ୍କ ଘର କେବଳ ଧନର ଅଭାବ ହେବ ନାହିଁ ବରଂ ଏହି ମାସରେ ଘର କରିବା ଦ୍ୱାରା ଆପଣଙ୍କ ଘର ସୁଖ ସମୃଦ୍ଧି ଭରିଯିବ ଏବଂ ଆପଣଙ୍କ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ।

ଆଷାଢ଼ ମାସ। ବନ୍ଧୁଗଣ ଯଦି ଆପଣ ଆଷାଢ଼ ମାସରେ ଘର କରିବେ ଧନ ପ୍ରାପ୍ତି ଗୃହ ପାଳିତ ପଶୁ ପକ୍ଷୀଙ୍କର ବୃଦ୍ଧି ହୋଇଥାଏ। ଏହି ମାସରେ ଘର କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ତେଣୁ ଆପଣ ଚେଷ୍ଟା କରନ୍ତୁ ଏହି ମାସରେ ଘର ତିଆରି କରିବା ପାଇଁ।

ମାର୍ଗଶିର ମାସ। ବନ୍ଧୁଗଣ ଯଦି ଆପଣ ଏହି ମାସରେ ଘର କରିବେ ତାହେଲେ ଆପଣଙ୍କ ଘରେ କେବେବି ଧନର ଅଭାବ ରହିବ ନାହିଁ। ଆପଣଙ୍କ ଘର ଉପରେ ସର୍ବଦା ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ। ଏବଂ ଆପଣ ବହୁତ ଉନ୍ନତି ମଧ୍ୟ କରିବେ ଏବଂ ଟଙ୍କା ପଇସା ମଧ୍ୟ ରୋଜଗାର କରିବେ।

ଫାଲ୍ଗୁନ ମାସ। ବନ୍ଧୁଗଣ ଯଦି ଆପଣ ଏହି ମାସରେ ଘର କରିବେ ତାହେଲେ ଆପଣଙ୍କର ଧନଲାଭ ହେବା ସହିତ ଆପଣଙ୍କର ଉନ୍ନତି ମଧ୍ୟ ହେବ। ଆପଣଙ୍କ ଘର ପରିବାରରେ ସବୁବେଳେ ଆନନ୍ଦ ଖେଳି ରହିବ। ଆପଣଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।

ତେହେଲେ ବନ୍ଧୁଗଣ ଏହି ୪ ଟି ମାସକୁ ଧ୍ୟାନରେ ରଖନ୍ତୁ ଏବଂ ନୂତନ ଘର ନିର୍ମାଣ କରନ୍ତୁ। ଏବଂ ଆପଣ ହସ ଖୁସିରେ ସମୟ ବ୍ୟତୀତ କରନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *