Excuse Me Odisha

ଯାହା କହିବୁ ସତ କହିବୁ

ଆମେ ସୁଖୀ ରହିବା କିପରି? ଏହି ଆର୍ଟିକିଲକୁ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ସାଙ୍ଗ କେହି ଜଣେ ଭଲ କଥାଟିଏ କହିଥିଲେ, ହାର ମାନନେ ସେ ପେହଲେ ଖୁଦସେ କୋସିଷ କରନା ଶିଖୋ। ରିସ୍ତା ବନାନେ ସେ ପେହଲେ ନିଭାନା ସିଖୋ। ରୋନେସେ ପେହଲେ କିସିକୋ ହସାନା ସିଖୋ ଓର ମରନେ ସେ ପେହଲେ ଖୁଲକର ଜିନା ସିଖୋ।

ସାଙ୍ଗ ଜୀବନରେ ଯେତେବେଳେ ଆପଣ ବୁଝିଯିବେ କି ଆପଣଙ୍କ ହାରିବା ଓ ଜିତିବାର ଦାୟୀ କେବଳ ଆପଣ ଅଟନ୍ତି, ସେହିଦିନଠାରୁ ଆପଣଙ୍କୁ ସଫଳତା ମିଳିବା କଷ୍ଟ ହେବ ନାହିଁ। ପୂଜା କରିବା ପୂର୍ବରୁ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। କାହାକୁ କିଛି କହିବା ଆଗରୁ ତାର କଥା ପ୍ରଥମେ ଶୁଣନ୍ତୁ। ବାପାଙ୍କ ଟଙ୍କା ଅଯଥା ଖର୍ଚ୍ଚ କରିବା ପୂର୍ବରୁ ଗୋଟିଏ ଟଙ୍କା ରୋଜଗାର କରିବା ଶିଖନ୍ତୁ। ଦେଖିବେ ଜୀବନରେ କେବେବି ବିପ-ଦଗାମୀ ହେବେ ନାହିଁ। ଜୀବନରେ ସମସ୍ତଙ୍କୁ କ୍ଷମା କରିଦେବା ପାଇଁ ପ୍ରୟାସ କରନ୍ତୁ। ସମସ୍ତଙ୍କୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ। ଯଦି କାହାକୁ ପ୍ରେମ କରୁଛନ୍ତି ତାହେଲେ ସଚ୍ଚୋଟ ରୁହନ୍ତୁ। ସବୁବେଳେ ନିଜେ ଜୋରରେ ହସୁ ଥାଆନ୍ତୁ ଏବଂ ଅନ୍ୟମାନଙ୍କ ଓଠରେ ହସ ଦେବା ପାଇଁ ପ୍ରୟାସ କରନ୍ତୁ। ଦେଖିବେ ଆପଣଙ୍କ ଜୀବନ ସୁଖମୟ ରହିବ। ଦୁଇଟି କଥାରେ ପକ୍କା ରୁହନ୍ତୁ ଗୋଟେ ହେଉଛି ଇମାନ ଆଉ ଗୋଟେ ଯୁବାନ। ଦୁଇଟି କଥା କେବେ ଭୁଲିବ ନାହିଁ, ଗୋଟେ ହେଉଛି ଭଗବାନଙ୍କ ନାମ ଏବଂ ଅନ୍ୟଟି ହେଉଛି ସମ୍ମାନ। ଦୁଇଟି କଥା ମନେ ରଖିଥିବ ସେଇଟା କୁହ ଯାହା ସତ୍ୟ ଅଟେ, ସେହି କାର୍ଯ୍ୟ କର ଯାହା ସଠିକ ହୋଇଥିବ। ପରିବାର ଠାରୁ ବଡ଼ ଏହି ଦୁନିଆରେ କିଛି ନାହିଁ। ବାପା ଠାରୁ ବଡ଼ ଏହି ଦୁନିଆରେ ପରାମର୍ଶଦାତା କେହି ନାହିଁ। ମାଆ ଠାରୁ ବଡ଼ ମମତାମୟୀ କେହି ନାହିଁ। ଭାଇ ଠାରୁ ବଡ଼ ଭାଗିଦାରୀ କେହି ନାହିଁ। ଭଉଣୀ ଠାରୁ ବଡ଼ ଶୁଭଚିନ୍ତକ କେହି ନାହିଁ। ସ୍ତ୍ରୀ ଠାରୁ ବଡ଼ ସାଙ୍ଗ ଏହି ଦୁନିଆରେ କେହି ନାହିଁ। ଏହି ଦୁନିଆରେ ଆମର ଦୁଇଟି ବଡ଼ ଶତ୍ରୁ, ଗୋଟେ ହେଉଛି କ୍ରୋଧ, ଅନ୍ୟଟି ହେଉଛି ଚିନ୍ତା। କ୍ରୋଧ ଦ୍ଵାରା ଆମର ବିବେକ ମରିଯାଏ। ଚିନ୍ତା ଦ୍ଵାରା ଆମର ମନୋବଳ ମରିଯାଏ। କ୍ରୋଧରେ ଶାନ୍ତି ନଷ୍ଟ ହୁଏ, ଚିନ୍ତାରେ ସୌନ୍ଦର୍ଯ୍ୟ ନଷ୍ଟ ହୁଏ। ସତସଙ୍ଗ କରିବାର ଥିଲେ ସ୍ଥାନକୁ ଦେଖ ନାହିଁ, ସେବା କରିବାର ଥିଲେ ସମୟକୁ ଦେଖ ନାହିଁ। କାହାକୁ ସାହାଯ୍ୟ କରିବାର ଥିଲେ ନିଜ ସ୍ବାର୍ଥ ଦେଖ ନାହିଁ। କାହାକୁ ସମର୍ପଣ କରିବାର ଅଛି ତାହେଲେ ହୃଦୟକୁ ଦେଖ, କିନ୍ତୁ ମସ୍ତିଷ୍କ ଦେଖ ନାହିଁ। ଆଶୀର୍ବାଦ ପାଇବାକୁ ହେଲେ ସମସ୍ତଙ୍କ ମଧ୍ୟରେ ଈଶ୍ୱରଙ୍କୁ ଦେଖ। କାରଣ ଏହି ଜିନିଷ ପାଇବା ପାଇଁ ଲୋକେ ଦିନରାତି ସଂଗ୍ରାମ କରୁଛନ୍ତି। ଯାହା ଆପଣଙ୍କ ପାଖରେ ଅଛି ତାକୁ ନେଇ ଖୁସି ହୁଅନ୍ତୁ। ଲୋକଙ୍କ କଥାକୁ ନଜର ଦିଅନ୍ତୁ ନାହିଁ। ଲୋକଙ୍କ କାମ ହେଉଛି କହିବା। ଲୋକେ ଭଲ ହେଲେ ବି କହିବେ ଓ ଖରାପ ହେଲେ ବି କହିବେ। କାରଣ ନିନ୍ଦାକୁ ଡରିଯାଇ ଯଦି ଆପଣ ମାର୍ଗ ବଦଳେଇ ଦେଲେ ତାହେଲେ ଆପଣ ନିଶ୍ଚିତ ହଜି ଯିବେ। ଯେଉଁ କାର୍ଯ୍ୟ କରୁଛନ୍ତି ସମ୍ପୂର୍ଣ୍ଣ ମନୋଭାବ ଦେଇ କରନ୍ତୁ, ତାହା ବିଦ୍ୟା ହେଉକି ଭକ୍ତି, ଭକ୍ତି ହେଉବା ସାଧନା, ସାଧନା ହେଉ ଅବା ତପସ୍ୟା, ତପସ୍ୟା ହେଉ ଅବା ପ୍ରେମ। ଆମେ ଦେହ ଖରାପ ହେଲେ ଯେପରି ଔଷଧ ଖାଇବା ସମୟରେ ପିତା ଲାଗୁଥିବା ଔଷଧକୁ ସଙ୍ଗେ ସଙ୍ଗେ ଗିଳି ଦେଇଥାଉ। ସେହିପରି ଅପମାନ, ଅସଫଳତା, ନିନ୍ଦାକୁ ଗିଳି ଦେଇ ଆଗକୁ ମାଡି ଚାଲନ୍ତୁ। ଜୀବନରେ ସମସ୍ତେ ଟଙ୍କା ତ ଉପାର୍ଜନ କରିଥାନ୍ତି, କିନ୍ତୁ ଆପଣ ଆଶୀର୍ବାଦ ସାଉଁଟିବାରେ ନିଜକୁ ବ୍ୟସ୍ତ ରଖନ୍ତୁ। କାରଣ ଯେଉଁଠାରେ ଟଙ୍କା କାମରେ ଆସି ନଥାଏ, ଆଶୀର୍ବାଦ କାମରେ ଆସିଥାଏ। ଜୀବନରେ ଟଙ୍କା ଦ୍ଵାରା ନିଜର ଦୁଃଖକୁ ଏବଂ ଅନ୍ୟର ସୁଖକୁ ମାପିବା ଏବେଠାରୁ ବନ୍ଦ କରନ୍ତୁ। ମଣିଷ ସମସ୍ତେ ସମାନ ହେଲେବି ସଂସ୍କାର ଅଲଗା ଅଲଗା ହୋଇଥାଏ। ଆମେ କେବେ ନିଜକୁ ଆ-ଲିଙ୍ଗ-ନ କରି ପାରିବା ନାହିଁ କି ନିଜ ମୁଣ୍ଡରେ କାନ୍ଧ ରଖି କାନ୍ଦି ପାରିବା ନାହିଁ। ସେହି ମାନଙ୍କୁ ସମୟ ଦିଅନ୍ତୁ ଯେଉଁମାନେ ଆପଣଙ୍କୁ ହୃଦୟରୁ ଚାହୁଁଥିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *