Excuse Me Odisha

ଯାହା କହିବୁ ସତ କହିବୁ

ହେରା ପଞ୍ଚମୀ କଣ ? ହେରା ପଞ୍ଚମୀ ଦିନ ଘରକୁ ଆଣନ୍ତୁ ଏହି ଫୁଲ ଘରେ ଟଙ୍କାର ଅଭାବ ରହିବ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଜାଣିବା ହେରାପଞ୍ଚମୀ କଣ ଏବଂ ଶେଷରେ ଆପଣ ମାନଙ୍କୁ ଏକ ଫୁଲ ବିଷୟରେ କହିବି ତାହା ଆପଣ ଯଦି ଘରେ ରଖିବେ, ତାହେଲେ କେବେବି ଅର୍ଥର ଅଭାବ ହେବ ନାହିଁ।

ଜଗତର ନାଥ ଶ୍ରୀଜଗନ୍ନାଥ ଭାବର ପ୍ରତୀକ ଅଟନ୍ତି। ସେ ନିଜେ ରହସ୍ୟ ହେବା ସହିତ ତାଙ୍କର ପ୍ରତ୍ୟେକ ଯାତ୍ରା ପଛରେ ରହିଥାଏ ଅନେକ ରହସ୍ୟ। ରଥଯାତ୍ରା ହେଉଛି ତାଙ୍କର ଏକ ପ୍ରମୁଖ ଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହୋତ୍ସବରେ ଗୋଟେ ଯାତ୍ରା ହେଉଛି ହେରାପଞ୍ଚମୀ। ହେରା ବା ହେରିବା ଅର୍ଥ ଚାହିଁବା। ରଥଯାତ୍ରାର ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀରେ ହୋଇଥାଏ। ଆଷାଢ଼ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ପ୍ରଭୁ ଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବାର ଦେଖିବାକୁ ଯାଇଥାନ୍ତି। ଜଗତର ମାତା ଦେବୀ ଲକ୍ଷ୍ମୀ ଶ୍ରୀ ଜଗନ୍ନାଥଙ୍କର ଗୁଣ୍ଡିଚା ଉତ୍ସବରେ ବାଦ୍ ପଡ଼ି ଯାଆନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ଶ୍ରୀ ଜଗନ୍ନାଥଙ୍କୁ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ହୋଇପାରେ କିଛି କାରଣ ବଶତଃ ମା ଲକ୍ଷ୍ମୀ ନିଜେ ଯିବାକୁ ଚାହିଁଲେ ନାହିଁ। ଆମର ଓଡ଼ିଆ ସଂସ୍କୃତିରେ ସବୁବେଳେ ଦେଢ଼ସୁର ବା ସ୍ଵାମୀଙ୍କ ବଡଭାଇଙ୍କ ଠାରୁ ମୁହଁ ଲୁଚେଇ ରଖନ୍ତୁ। ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ ଶ୍ରୀଜଗନ୍ନାଥଙ୍କ ଉଦାସୀନତା ଯୋଗୁଁ ମା ଲକ୍ଷ୍ମୀଙ୍କର ଅଭିମାନ ହୋଇଥାଏ। ଏହିପରି ଭାବରେ ୪ଦିନ କଟିଯାଏ, କିନ୍ତୁ ଜଗନ୍ନାଥ ଫେରନ୍ତି ନାହିଁ। ମହାଲକ୍ଷ୍ମୀଙ୍କ ଅଭିମାନ ଦିନକୁ ଦିନ ବଢିବାକୁ ଲାଗେ। ଶେଷରେ ସେ ଧର୍ଯ୍ୟ ହରେଇ ବିମଳା ଦେବୀଙ୍କ ପାଖରେ ନିଜର ମନର ବ୍ୟଥା କୁହନ୍ତି। ବିମଳା ଦେବୀଙ୍କ ପରାମର୍ଶ ଅନୁସାରେ ମା ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦେଖିବା ପାଇଁ ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଶ୍ରୀ ଜଗନ୍ନାଥଙ୍କୁ ବଶୀଭୂତ କରି ଫେରେଇ ଆଣିବା ପାଇଁ ମହର୍ଚୁନ ମଧ୍ୟ ଦେଇ ଥାଆନ୍ତି।ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିର ଭଣ୍ଡାର ଘରେ ମା ଲକ୍ଷ୍ମୀଙ୍କର ମାଜଣ ହୋଇଥାଏ। ପାଟ ଅଳଙ୍କାର ଲାଗି ହୁଏ ଏବଂ ବେଶଭୂଷା ହୁଅନ୍ତି। ତାପରେ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ ହୁଅନ୍ତି। ବିମାନରେ ଘଣ୍ଟ ଘଣ୍ଟା ବାଜି ସିଂହଦ୍ଵାର ଦେଇ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ମାଆ ଲକ୍ଷ୍ମୀଙ୍କ ବିମାନକୁ ଜୟବିଜୟ ଦ୍ଵାର ନିକଟକୁ ନିଆଯାଏ।ସେହିଠାରେ ସେ ବିମଳା ଦେବୀଙ୍କ ଠାରୁ ଥିବା ମହଚୂର୍ଣ୍ଣକୁ ଶ୍ରୀଜଗନ୍ନାଥଙ୍କ ରଥକୁ ଫିଙ୍ଗି ଥାଆନ୍ତି। ଏହାପରେ ତୁରନ୍ତ ଲକ୍ଷ୍ମୀଙ୍କୁ ଶ୍ରୀଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ମିଳେ। କିଛିଦିନ ପରେ ସେ ଶ୍ରୀମନ୍ଦିରକୁ ଫେରିବେ ବୋଲି ପ୍ରତିଶ୍ରୁତି ମିଳେ। କିନ୍ତୁ ସନ୍ଧ୍ୟା ହୋଇଯିବାରୁ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପାରନ୍ତି ନାହିଁ। ସେଥିପାଇଁ ମହାଲକ୍ଷ୍ମୀ ରୁଷ୍ଟ ହୋଇ ନନ୍ଦିଘୋଷ ରଥରେ ଘଣ୍ଡିଏ କାଠ ଭାଙ୍ଗି ଦେଇ ଚାଲି ଯାଇଥାନ୍ତି। ସେବକଙ୍କ ଭିତରୁ ଜଣେ କାଠ ଭାଙ୍ଗି ଦେଇ ହରଗୌରୀ ସେହି ଦେଇ ଶ୍ରୀମନ୍ଦିରକୁ ଫେରି ଯାଇଥାନ୍ତି। ପ୍ରଭୁଙ୍କ ଲୀଳା ବହୁତ ବିଚିତ୍ର ଅଟେ। ସାଧାରଣ ମାନବଙ୍କ ଭଳି ଅଭିମାନ ତାପରେ ବୁଝାସୁଝା ହେବା ପରେ ଏକ ସୁନ୍ଦର ଉଦାହରଣ ଯାହା ଆମ ଜୀବନରେ ପ୍ରତିଫଳିତ ହୋଇଥାଏ।

ବନ୍ଧୁଗଣ ହେରାପଞ୍ଚମୀ ଦିନ ଯଦି ଆପଣ ଅପରାଜିତା ଫୁଲକୁ ପୂଜା କରି ଧନ ଭଣ୍ଡାର ସ୍ଥାନରେ ରଖିଲେ ଶୁଭ ହୋଇଥାଏ। ଅପରାଜିତା ଫୁଲ ହେଉଛନ୍ତି ବିଷ୍ଣୁ, ଏହାଦ୍ବାରା ଆପଣଙ୍କର ଧନ ସମ୍ପତ୍ତି ବୃଦ୍ଧି ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *