Excuse Me Odisha

ଯାହା କହିବୁ ସତ କହିବୁ

ଝିଟିପିଟି ଘରେ ଦେଖିଲେ ଶୁଭ ନାଁ ଅଶୁଭ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଏହା ସତ ଅଟେକି ଝିଟିପିଟି ଶୁଭ ଓ ଅଶୁଭ ସଂକେତର ଏକ ଉଦାହରଣ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଝିଟିପିଟି ସହ ଜଡିତ ଥିବା କିଛି ଶୁଭ ଓ ଅଶୁଭ ସଂକେତ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଆଗାମୀ ଦିନ ମାନଙ୍କରେ କଣ ହେବ ଏହା ତ କାହାରିକୁ ବି ଜଣାନାହିଁ। କିନ୍ତୁ ଜୀବଜନ୍ତୁ ମାନେ ଆମକୁ ସମୟ ସମୟରେ ବିଭିନ୍ନ ପ୍ରକାରର ସାବଧାନ କରାଇଥାନ୍ତି। ଘର ମାନଙ୍କରେ ଦେଖାଯାଉଥିବା ସାଧାରଣ ଝିଟିପିଟିକୁ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ ସଂକେତ ଦେଇଥାଏ। ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଝିଟିପିଟି ସହିତ ଜଡ଼ିତ ଥିବା କିଛି ଶୁଭ ଓ ଅଶୁଭ ସଂକେତ ବିଷୟରେ।ଦେଖନ୍ତୁ ନୂଆ ଘରର ପ୍ରବେଶ କରିବା ସମୟରେ ଯଦି ଗୃହ କର୍ତାଙ୍କୁ ଝିଟିପିଟି ମରିପଡିଥିବାର ଦେଖାଯାଏ କିମ୍ବା ଝିଟିପିଟି ଦେହରେ ମାଟି ଲାଗିଥିବାର ଦେଖାଯାଏ ତେବେ ସେହି ଗୃହରେ ନିବାସ କରିବା ଲୋକମାନେ ରୋଗୀ ହୋଇପାରନ୍ତି। ଏହି ଅଶୁଭତ୍ୱରୁ ବଞ୍ଚିବା ନିମନ୍ତେ ସମ୍ପୂର୍ଣ ବିଧିବିଧାନରେ ଗୃହ ପୂଜା କରି ସାରିବା ପରେ ହିଁ ଗୃହ ପ୍ରବେଶ କରିବା ଉଚିତ। ଯଦି ଝିଟିପିଟି ଝ-ଗଡା କରୁଥିବାର ଆପଣମାନେ ଦେଖନ୍ତି ତେବେ ଆପଣଙ୍କର ମଧ୍ୟ କାହା ସହିତ ଝ-ଗଡା ହେବାର ସମ୍ଭାବନା ଥାଏ। ଯଦି ଝିଟିପିଟିକୁ ଆପଣ ମାନେ ଅଲଗା ହେଉଥିବାର ଦେଖନ୍ତି ତେବେ କୌଣସି ପ୍ରିୟଜନଙ୍କ ଠାରୁ ଆପଣଙ୍କୁ ଅଲଗା ହେବାକୁ ପଡିପାରେ। ଶାସ୍ତ୍ର ଅନୁସାରେ ଦିନରେ ଭୋଜନ କରୁଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣାଯାଏ ତେବେ ଶୀଘ୍ର ହିଁ କୌଣସି ଶୁଭ ସମାଚାର ମିଳିପାରେ କିମ୍ବା କୌଣସି ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଅବଶ୍ୟ ଏହି ଘଟଣା ବହୁତ କମ ହୋଇଥାଏ। କାରଣ ଝିଟିପିଟିମାନେ ପ୍ରାୟତଃ ରାତ୍ରି ସମୟରେ ହିଁ ବୋବାଇ ଥାନ୍ତି। ଝିଟିପିଟି ଯଦି ମୁଣ୍ଡ ଉପରେ ପଡେ ତେବେ ଧନ ସମ୍ପତ୍ତି ବଢିବାର ସମ୍ଭାବନା ରହିଥାଏ। କିନ୍ତୁ ଝିଟିପିଟି ଯଦି ଆପଣଙ୍କର ଚୁଟି ଉପରେ ପଡେ ତାହାର ଅର୍ଥ ମୃ-ତ୍ୟୁ ଆପଣଙ୍କ ସମୁଖରେ ଉପସ୍ଥିତ। ଝିଟିପିଟି ଡାହାଣ କାନ ଉପରେ ପଡିବାର ଅର୍ଥ କୌଣସି ଆଭୂଷଣ ପ୍ରାପ୍ତ ହୋଇପାରେ। ବାମ କାନ ଉପରେ ଝିଟିପିଟି ପଡିବାର ଅର୍ଥ ଆୟୁ ବୃଦ୍ଧି ହୋଇଥାଏ। ନାକ ଉପରେ ଯଦି ଝିଟିପିଟି ପଡେ ତେବେ ଅତିଶୀଘ୍ର ଭାଗ୍ୟ ଉଦୟ ହୋଇଥାଏ। ମୁହଁ ଉପରେ ଯଦି ଝିଟିପିଟି ପଡିଥାଏ ତାହେଲେ ମଧୁର ଭୋଜନ ପ୍ରାପ୍ତ ହେବାର ସମ୍ଭାବନା ଥାଏ। ବାମ ଗାଲରେ ଝିଟିପିଟି ପଡିବାର ଅର୍ଥ କୌଣସି ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ। ଡାହାଣ ଗାଲ ଉପରେ ଝିଟିପିଟି ପଡିବାର ଅର୍ଥ ଆପଣଙ୍କର ଆୟୁଷ ବୃଦ୍ଧି ହୋଇଥାଏ। ଯଦି ବେକ ଉପରେ ଝିଟିପିଟି ପଡେ ତାହାର ଅର୍ଥ ଆପଣ ନିକଟରେ ହିଁ କୌଣସି କାର୍ଯ୍ୟ ପାଇଁ ସମ୍ମାନୀତ ହୋଇପାରନ୍ତି। ଦାଢ଼ି ଉପରେ ଝିଟିପିଟି ପଡିବାର ଅର୍ଥ ଅତିଶୀଘ୍ର ହିଁ ଆପଣଙ୍କ ଉପରେ କୌଣସି ଭ-ୟଙ୍କର ଘଟଣା ଘଟିପାରେ। ଆୟବ୍ର ଉପରେ ଝିଟିପିଟି ପଡିବାର ଅର୍ଥ ଅର୍ଥହାନି ହୋଇପାରେ। ଡାହାଣ ଆଖି ଉପରେ ଝିଟିପିଟି ପଡିଲେ କୌଣସି ବନ୍ଧୁଙ୍କ ସହ ସାକ୍ଷତ ହୋଇପାରେ। କିନ୍ତୁ ବାମ ଆଖି ଉପରେ ଝିଟିପିଟି ପଡିବାର ଅର୍ଥ ଅତିଶଘ୍ର କୌଣସି ବଡ଼ କ୍ଷତିର ସମୁଖୀନ ହେବାକୁ ପଡିବ। ଛାତିର ଡାହାଣ ପଟେ ଯଦି ଝିଟିପିଟି ପଡେ ତେବେ ଅତିଶଘ୍ର ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ। କିନ୍ତୁ ଝିଟିପିଟି ଛାତିର ବାମ ପଟେ ପଡେ ତାହେଲେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *