Excuse Me Odisha

ଯାହା କହିବୁ ସତ କହିବୁ

କଳିଯୁଗରେ ୫ ଟି କଟୁ ସତ୍ୟ, ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣ ମହାଭାରତ କାଳରୁ ହିଁ କଳିଯୁଗରେ ବିସ୍ତାର ପୂର୍ବକ ବର୍ଣ୍ଣନା କରିଯାଇଛନ୍ତି। କଳିଯୁଗରେ ଲୋକମାନେ କିପରି ହେବେ ଜୀବନ କିପରି ବ୍ୟତୀତ ହେବ ଲୋକମାନଙ୍କର ବ୍ୟବହାର ଅନ୍ୟମାନଙ୍କ ପ୍ରତି କିପରି ରହିବ ଏହା ସବୁ ସେହି କାଳରୁ ହିଁ କୁହାଯାଇସାରିଛି। ଆଜିର ଏହି ପୋଷ୍ଟରେ ଆମେ ଜାଣିବା କି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ୫ ଟି କଟୁ ସତ୍ୟ କଥା। ଯାହାକି ଆଜି ମଧ୍ୟ ସତ ପ୍ରତିଶତ ସତ ହେଉଅଛି। ମହାଭାରତ କାଳରେ ପାଣ୍ଡବ ମାନଙ୍କ ମନରେ କଳିଯୁଗ ବିଷୟରେ ଜାଣିବାର ଜିଜ୍ଞାସା ଆସିଲା। ତ ସେମାନେ ଥରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ କି କଳିଯୁଗରେ ମଣିଷ ମାନେ କିପରି ହେବେ। ଲୋକମାନଙ୍କର ବିଚାର କିପରି ହେବ ଏବଂ ମୋକ୍ଷ ପ୍ରାପ୍ତି କିପରି ହେବ। ଏହି ପ୍ରଶ୍ନ ଶୁଣିକରି ଭଗବାନ ଶ୍ରୀକୃଷ୍ଣଙ୍କୁ ବଣ କୁ ଜିବା ପାଇଁ କହିଲେ।ଏବଂ ଏହାବି କହିଲେ କି ତମେ ସେଠାରେ ଦେଖିବ ଏବଂ ଯାହାବି ଦେଖିକରି ଆସିବ ତାହାକୁ ବିସ୍ତାର ଭାବରେ ମୋ ଆଗରେ କହିବ। ତ ୫ ଭାଇ ବଣକୁ ଯାଇ ଫେରି ଆସିଲେ। ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ କଣ କହିଲେ ଆସନ୍ତୁ ଜାଣିବା।

ପ୍ରଥମେ ଯୁଧିଷ୍ଠିର ମହାରାଜ ଦେଖିଥିବା କଥାଟିକୁ କହିବାକୁ ଲାଗିଲେ କି ସେ ଗୋଟିଏ ଦୁଇଟି ଶୁଣ୍ଢ ଥିବା ହାତୀକୁ ଦେଖିଲେ ଏବଂ ଏହା ଦେଖି ସେ ବହୁତ ହି ଆ-ଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। ଯେବେ ସେ ଏହି ବିଷୟଟିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଆଗରେ କହିବାକୁ ଲାଗିଲେ ତ ଭଗବାନ ଉତ୍ତର ଦେଲେ କି କଳିଯୁଗରେ ଏପରି ଲୋକମାନେ ଶାସନ କରିବେ ଯିଏକି କହିବେ ଗୋଟେ କଥା ଏବଂ କରିବେ ଆଉ ଗୋଟେ କଥା। ଏପରି ଲୋକମାନେ ଦୁଇ ଦିଗରୁ ଶୋଷଣ କରିବେ।

Google

ବର୍ତ୍ତମାନ ଭୀମ କହିବାକୁ ଲାଗିଲେ ଭୀମ ଦେଖିଥିଲେ କି ଗୋଟିଏ ଏପରି ଗାଈ ଯିଏକି ନିଜର ବାଛୁରୀକୁ ସ୍ନେହରେ କେତେ ଅଧିକ ଚାଟୁ ଥିଲା କି ସେହି ଛୋଟ ବାଛୁରୀର ଦେହରୁ ରକ୍ତ ଝରୁଥିଲା ତଥାପି ମଧ୍ୟ ସେହି ଗାଈଟି ତାର ଛୁଆକୁ ଚାଟିବା ବନ୍ଦ କରୁନଥାଏ। ଭୀମ ଏହା ଦେଖି ଆ-ଶ୍ଚର୍ଯ୍ୟ ହୋଇଗଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ଏହାର ଅର୍ଥ ପଚାରିଲେ ତ ଭଗବାନ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ମନୁଷ୍ୟ ମାନେ ନିଜର ପିଲା ମାନଙ୍କ ପ୍ରତି ଏତେ ଆସକ୍ତ ହେବେ ଯାହାକି ଏପରି ମମତା କାରଣରୁ ପିଲା ମାନଙ୍କର ବିକାଶ ଅଟକି ଯିବ। ଯଦି ଅନ୍ୟ କାହାର ପୁତ୍ର ସାଧୁ ହେଲା ତ ସମସ୍ତେ ତାଙ୍କର ଦର୍ଶନ କରିବେ କିନ୍ତୁ ନିଜର ପୁତ୍ର ସାଧୁ ହେଲେ ତାହାକୁ ସହ୍ୟ କରିପାରିବେ ନାହିଁ ଏବଂ ଭାବିବେ କି ପୁଅଟି ଭୁଲ ରାସ୍ତାରେ ଯାଉଛି ଏହାର ଜୀବନ ନଷ୍ଟ ହୋଇଗଲା। କଳିଯୁଗରେ ପିତାମାତା ନିଜର ପିଲା ମାନଙ୍କୁ ଧର୍ମ ଜ୍ଞାନ ଛାଡି ମୋହ ମାୟାରେ ଅଧିକ ଆସକ୍ତି କରାଇବେ।ଏପରି ଭାବରେ ହିଁ ପିଲାମାନଙ୍କର ଜୀବନ କଟିଯିବ। ସଂସାର ପ୍ରତି ଆଶକ୍ତିରେ ହିଁ ଏମାନଙ୍କର ଜୀବନ ନଷ୍ଟ ହୋଇଯିବ। ପୁଣି ଭଗବାନ କହିଲେ କି ଦେଖ ତୁମର ପୁତ୍ର ତୁମର ନୁହେଁ ସେ ତାଙ୍କ ସ୍ତ୍ରୀଙ୍କର ଅମାନତ ଅଟନ୍ତି ଯାହାକି ତୁମ ପାଖରେ ଅଛନ୍ତ ଏବଂ ଝିଅଟି ସ୍ୱାମୀର ଅମାନତ ଅଟେ। ଏବଂ ଏହି ଶରୀର ମୃ-ତ୍ୟୁର ଅମାନତ ଅଟେ। ଏବଂ ଆତ୍ମା ପରମାତ୍ମାଙ୍କର ଅମାନତ ଅଟେ।

ତ ଏବେ ବାରି ଆସିଲା ଅର୍ଜୁନଙ୍କର। ଅର୍ଜୁନ ଦେଖିଥିଲେ କି ଗୋଟିଏ ପକ୍ଷୀ ଯାହାର ପରରେ ବେଦର ଶ୍ଳୋକ ଲେଖା ଯାଇଥିଲା। କିନ୍ତୁ ସେ ଗୋଟିଏ ମନୁଷ୍ୟର ମାଂ-ସ ଖାଉଥିଲା। ଏହା ଦେଖି ଅର୍ଜୁନ ବହୁତ ହିଁ ଆ-ଶ୍ଚର୍ଯ୍ୟରେ ପଡିଗଲେ। ଏହାର ଅର୍ଥ ଭଗବାନ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ଏପରି ଲୋକ ହୋଇଯିବେ ଯାହାକୁ ବିଦ୍ୱାନ କୁହାଯିବ କିନ୍ତୁ ଏହା ହିଁ ମନସ ଅଭିଳାଷ ସର୍ବଦା ଅନ୍ୟର ସମ୍ପତି ଏବଂ ଧନ ଲୁଟିବାରେ ରହିବ। ବ୍ୟକ୍ତି ଯେତେ ବଡ଼ ହୋଇଥାଉନା କାହିଁକି କିନ୍ତୁ ତାଙ୍କର ଦୃଷ୍ଟି ସର୍ବଦା ପରର ସମ୍ପତି ଉପରେ ହିଁ ରହିବ। ଏପରି ଲୋକେ ବହୁତ ହୋଇଯିବେ ଯିଏକି ଅନ୍ୟ ମାନଙ୍କର ଧନକୁ ନେବା ପାଇଁ ଆତୁଳ ରହିବେ। ବାସ୍ତବିକ ସାଧୁ ଅଳ୍ପ ହିଁ ରହିଯିବେ

ତ ଏବେ ନକୁଳଙ୍କ ବିଷୟ ଆସିଲା। ନକୁଳ ଦେଖିଥିଲେ କି ଗୋଟିଏ ବହୁତ ବଡ଼ ପଥର ଯାହାକି ପର୍ବତର ଶିଖରରୁ ପଡିଲା। ଏବଂ ବଡ଼ରୁ ବଡ଼ ବୃକ୍ଷ ବି ଯାହାକୁ ଅଟକାଇ ପାରିଲା ନାହିଁ। କିନ୍ତୁ ତାହା ଅତି ଦ୍ରୁତ ବେଗରେ ଆସି ମଧ୍ୟ ଗୋଟିଏ ଛୋଟିଆ ଗଛରେ ବାଜି ତାହା ଅଟକି ଗଲା। ଯାହାକି ତାଙ୍କୁ ଅସମ୍ଭବ ପରି ଲାଗିଲା ଏବଂ ଆ-ଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ। ତ ଏହାର ଅର୍ଥ କହିବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହିଲେ କି କଳିଯୁଗରେ ମନୁଷ୍ୟ ମାନଙ୍କର ବୁଦ୍ଧି କ୍ଷୀଣ ହୋଇଯିବ। ତାଙ୍କର ଜୀବନ ପତନ ଆଡ଼କୁ ଅଗ୍ରସର ହେବ। ପ୍ରାୟତଃ ଅଧିକାଂଶ ଲୋକ ପାପଚାରରେ ମାତି ଚାଲିବେ। ଏବଂ ଏହିସବୁକୁ ରୋକିବାରେ କୌଣସି ବି ଶିକ୍ଷା ବୁଦ୍ଧିବଳ କିଛିବି କାମ କରିପାରିବ ନାହିଁ। କିନ୍ତୁ ସାଧାରଣ ହରିନାମ ହିଁ ସମସ୍ତ ପାପରୁ ରକ୍ଷା କରିବ। ହରି କୀର୍ତ୍ତନ ଦ୍ୱାରା ମନୁଷ୍ୟ ମାନଙ୍କର ବୁଦ୍ଧି ପ୍ରବଳ ହେବ।

Google

ସହଦେବ ବଣରେ ଯିବା ସମୟରେ ଅନେକ କୂଅ ଦେଖିଥିଲେ କିନ୍ତି ସେମାନଙ୍କ ମଧ୍ୟରେ କେବଳ ମଝି ଭାଗରେ ଥିବା କୂଅଟେ ହିଁ ଖାଲି ରହିଥିଲା ଯିଏକି ସବୁଠାରୁ ଗଭୀର ଥିଲା ତ ଏହା ଦେଖି ନକୁଳ ଆ-ଶ୍ଚର୍ଯ୍ୟ ହୋଇଗଲେ ତ ଭଗବାନ ଏହାର ଅର୍ଥ ବୁଝାଇବାକୁ ଯାଇ କହିଲେ କି କଳିଯୁଗରେ ଧନୀ ବ୍ୟକ୍ତି ନିଜର ପୁଅ ଏବଂ ଝିଅ ମାନଙ୍କର ବିବାହରେ ପ୍ରଚୁର ଧନ ଖର୍ଚ୍ଚ କରିବେ ବହୁତ ଅନାବଶ୍ୟକ ଧନ ଖର୍ଚ୍ଚ କରିବେ ମଦିରା ପାନ ମାଂସ ଭକ୍ଷଣ ଏବଂ ବ୍ୟସନରେ ଧନ ଖର୍ଚ୍ଚ କରିବେ। କିନ୍ତୁ କୌଣସି ଦୁଃଖିକି ଦେଖିଲେ ଦୂରକୁ ତଡିବେ। କୌଣସି ବି ଦୁଃଖିକୁ ସାହାର୍ଯ୍ୟ କରିବେ ନାହିଁ। ଏହାସବୁ କହିବା ପରେ ଭଗବାନ କହିଲେ କି ଯେଉଁମାନେ ବି ଏହିସବୁ ଦୁର୍ଗୁଣ ଠାରୁ ଦୂରରେ ରହିବେ ଏବଂ ହରିନାମର ଆଶ୍ରୟ ନେବେ ତାଙ୍କ ଉପରେ କଳିଯୁଗର ପ୍ରଭାବ ନୁହେଁ ବରଂ ଭଗବାନଙ୍କର ଆଶୀର୍ବାଦ ରହିବ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ|

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *