Excuse Me Odisha

ଯାହା କହିବୁ ସତ କହିବୁ

ଭୋଜନ ଯଦି ଆପଣ ଖଟ ବା ସେଜ ଉପରେ ବସି କରୁଛନ୍ତି ତାହେଲେ ଜାଣି ନିଅନ୍ତୁ ଭ-ୟ-ଙ୍କର କଥା।

ସେୟାର୍ କରନ୍ତୁ

ଆପଣ ଯଦି ଖଟ ବା ସେଜ ଉପରେ ବସି ଖାଉଛନ୍ତି ତେବେ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଆଧୁନିକ ଯୁଗର ରଙ୍ଗ ଢଙ୍ଗରେ ପଡି ଲୋକମାନେ ନିଜର ସଂସ୍କୃତି ଭୁଲି ସାରିଲେଣି। ଯାହାର ପ୍ରଭାବ ସେମାନଙ୍କ ଜୀବନ ଉପରେ ପଡୁଅଛି। ସେତେବେଳର ପ୍ରାଚୀନ କାଳର ଲୋକମାନେ ସମୃଦ୍ଧି ଏବଂ ଅଧିକ ଆୟୁ ପର୍ଯ୍ୟନ୍ତ ବଞ୍ଚି ରହୁଥିଲେ। କିନ୍ତୁ ଏବେକାର ଲୋକମାନଙ୍କର ଆୟୁ କମ ଏବଂ ବହୁତ କମ ସମୟରେ ସେମାନେ ଦୁ-ର୍ବଳ ହୋଇଯାଉଛନ୍ତି।ସେତେବେଳର ଲୋକମାନେ ଚଟାଣ ବା ତଳେ ଖାଦ୍ୟ ଖାଇବା ସହିତ ସେହି ଚଟାଣରେ ଶୋଉଥିଲେ। ଯାହା ଫଳରେ ସେମାନଙ୍କର ଶରୀରର ଏବଂ ପୃଥିବୀର ଉର୍ଜାର ମିଳନ ହୋଇ ପାରୁଥିଲା। ତେଣୁ ସେମାନେ ଶକ୍ତ ଓ ବଳଶାଳୀ ହୋଇପାରୁଥିଲେ ଏବଂ ବାସ୍ତୁଶାସ୍ତ୍ରରେ ଘର ମଧ୍ୟରେ ସକାରାତ୍ମକ ବଜାୟ ରଖିବା ପାଇଁ ଏବଂ ସୁଖ ସମୃଦ୍ଧି ଆଣିବା ପାଇଁ ବିଶେଷ ମହତ୍ତ୍ୱପୂର୍ଣ୍ଣ ଉପାୟ କୁହାଯାଇଅଛି। ଏବଂ କିଛି ଏପରି କାର୍ଯ୍ୟ ଯାହାକୁ ମଣିଷମାନେ କରିବା ଅନୁଚିତ ହୋଇଥାଏ। ସେହିପରି ଶାସ୍ତ୍ର ଓ ଗ୍ରନ୍ଥରେ ଖାଦ୍ୟ ଖାଇବାର କେତୋଟି ନିୟମ କୁହାଯାଇଅଛି। ଯାହାକୁ ଆପଣଙ୍କ ପାଇଁ ଧ୍ୟାନ ରଖିବା ନିହାତି ଦରକାର। ଏବଂ ଏହିସବୁ ନିୟମ ବିଜ୍ଞାନ ଦୃଷ୍ଟିରୁ ସଠିକ ସାବ୍ୟସ୍ତ ହେଉଅଛି। ଯାହାକି ପ୍ରାଚୀନ କାଳରେ ହଜାର ହଜାର ବର୍ଷପୂର୍ବେ ମୁନି ଋଷିଙ୍କ ଦ୍ଵାରା କୁହାଯାଇଥିଲା। ଏବଂ ଖାଦ୍ୟ ଖାଇବା ଦ୍ୱାରା ଜନ୍ମ କୁଣ୍ଡଳୀରେ ମଧ୍ୟ ଅନେକ ପ୍ରଭାବ ପଡିଥାଏ। ଆଜିର ଏହି ପୋଷ୍ଟରେ ଆମେ ଜାଣିବା ବାସ୍ତୁ ଅନୁସାରେ ଖାଦ୍ୟ ଖାଇବା ସମୟରେ କେଉଁ କେଉଁ କଥାର ଧ୍ୟାନ ରଖିବା ନିହାତି ଆବଶ୍ୟକ।

ଭୋଜନ କକ୍ଷ ବା ଖାଦ୍ୟ ଗ୍ରହଣ କରିବାର କକ୍ଷ ବାସ୍ତୁ ବିଜ୍ଞାନ ଅନୁସାରେ ଗ୍ରହ ବୃହସ୍ପତି ଗ୍ରହଙ୍କ ସହିତ ତୁଳନା କରାଯାଇଥାଏ। ପ୍ରାଚୀନ କାଳରେ ରାଜା ମହାରାଜାଙ୍କର ଭୋଜନ କକ୍ଷ ଏହି କଥାର ଧ୍ୟାନ ରଖି ନିର୍ମାଣ କରାଯାଉଥିଲା ଭୋଜନ କକ୍ଷକୁ କଦାପି ଘରର ଶୌଚାଳୟ ବା ସ୍ନାନ ଘର ଉପରେ କିମ୍ବା ସ୍ନାନ ଘର ତଳେ ନିର୍ମାଣ କରିବା ଅନୁଚିତ ହୋଇଥାଏ। ଏହା ସହିତ ଭୋଜନ କକ୍ଷ ଏବଂ ସ୍ନାନ କକ୍ଷ ସାମ୍ନା ସାମ୍ନି ରଖିବା ଏବଂ ଗୋଟିଏ ପାଚେରୀରେ ସ୍ନାନ କକ୍ଷ ଏବଂ ଭୋଜନ କକ୍ଷ ରଖିବା ଅନୁଚିତ ହୋଇଥାଏ।ଏହା ସହିତ ଖାଦ୍ୟ ଗ୍ରହଣ କରିବା ସମୟରେ ଦିଗ ମାନଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖିବାକୁ ମଧ୍ୟ ପଡିଥାଏ। ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି ଖାଦ୍ୟ ଗ୍ରହଣ କରିବା ଶୁଭ ହୋଇଥାଏ। ଏହି ଦୁଇ ଦିଗକୁ ମୁଖ କରି ଖାଇବା ଦ୍ୱାରା ମନୁଷ୍ୟର ସ୍ୱାସ୍ଥ୍ୟ ସଠିକ ରହିଥାଏ। ଏବଂ ଘର ମଧ୍ୟରେ ଦେବା ଦେବୀଙ୍କର କୃପା ସଦା ସର୍ବଦା ରହିଥାଏ। ଦକ୍ଷିଣ ଦିଗକୁ ମୁଖ କରି ଖାଦ୍ୟ ଖାଇବା ଦ୍ୱାରା ମନୁଷ୍ୟକୁ ପୂର୍ବ ପୁରୁଷ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବା ସହିତ ମନୁଷ୍ୟକୁ ମାନ ସମ୍ମାନ ଏବଂ ଉନ୍ନତି ପ୍ରାପ୍ତି ହୋଇଥାଏ। କିନ୍ତୁ ଯେଉଁମାନଙ୍କର ମାତା ପିତା ଜୀବିତ ରହିଛନ୍ତି ସେମାନଙ୍କ ପାଇଁ ପଶ୍ଚିମ ଦିଗକୁ ମୁଖକରି ଖାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ଧନ ବୃଦ୍ଧି ସ୍ଥଗିତ ରହିଥିବା କାର୍ଯ୍ୟର ପୁନର୍ବାର ଆରମ୍ଭ ହେବା ପରି ଶୁଭ କାର୍ଯ୍ୟ ହେବାକୁ ଲାଗିଥାଏ। ଏବଂ ପଶ୍ଚିମ ଦକ୍ଷିଣ ଦିଗ ମଧ୍ୟରେ ରହିଥିବା କୋଣ ଦିଗକୁ କଦାପି ମୁଖକରି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଶରୀରରେ ପାଚନ କ୍ରିୟାରେ ବାଧା ସୃଷ୍ଟି କରିବା ସହିତ ଶରୀରରେ ବାସ୍ତି ଜନିତ ସମସ୍ୟା ଉତ୍ପନ କରିଥାର।ଖାଦ୍ୟ ଖାଇବା ପୂର୍ବରୁ ହାତ ଗୋଡ଼ ମୁଖକୁ ଭଲ ଭାବରେ ଧୋଇ ଓଦା ପାଦରେ ଖାଦ୍ୟ ଗ୍ରହଣ କରିବା ରାଜଯତକ ପ୍ରାପ୍ତି ହୋଇଥାଏ ଏବଂ ଏହା ଆପଣଙ୍କର ଆୟୁ ବୃଦ୍ଧିବି ମଧ୍ୟ କରାଇଥାଏ। ଜଳ ପାଞ୍ଚଟି ତତ୍ୱ ମଧ୍ୟରୁ ଏପରି ଏକ ତତ୍ୱ ଯାହାର ସ୍ପର୍ଶ ପ୍ରତ୍ୟକ ବସ୍ତୁ ଜୀବକୁ ସ୍ୱଚ୍ଛ ଏବଂ ପବିତ୍ର କରିଥାଏ। ଏବଂ ତଳେ ବସି ଖାଇବା ଦ୍ୱାରା ଶରୀର ଓ ପୃଥିବୀର ଉର୍ଜାର ସଠିକ ଭାବରେ ମିଳନ ହେବା ଫଳରେ ମନ ଶାନ୍ତ ଏବଂ କ୍ରୋଧ ନାଶ ହୋଇଥାଏ। ଶାସ୍ତ୍ରରେ ବି ଚଟାଣ ଉପରେ ବସି ଖାଇବା ସର୍ବ ଉତ୍ତମ ବୋଲି ବର୍ଣ୍ଣିତ ରହିଛି।ଯେଉଁମାନଙ୍କର ଧନର ଅଭାବ କ୍ଷତି ପରି ସମସ୍ୟାର ସାମ୍ନା କରିବାକୁ ପଡୁଅଛି ସେମାନଙ୍କୁ ପଶ୍ଚିମ ଦିଗକୁ ମୁଖ କରି ଖାଦ୍ୟ ଖାଇବା ଅତ୍ୟନ୍ତ ଶୁଭଫଳଦାୟକ ହୋଇଥାଏ। ଏହି ଇଦିଗକୁ ମୁଖ କରି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ବ୍ୟକ୍ତିଙ୍କର ଆର୍ଥିକ ସମୃଦ୍ଧିର ପରିବର୍ତ୍ତନ ଆସିଥାଏ। କଦାପି ଭଙ୍ଗା କିମ୍ବା ଚିପା ହୋଇଥିବା ଖାଦ୍ୟ ବାସନରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଆପଣଙ୍କ ଦରିଦ୍ରତା ଗରିବ ଏବଂ ଅଭାବକୁ ନିମନ୍ତ୍ରଣ କରିଥାଏ। ଶୟନ କକ୍ଷର ଖଟ କିମ୍ବା ଶେଜ ଉପରେ ବସି କଦାପି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏପରି ଖଟ କିମ୍ବା ଶେଜ ଉପରେ ବସି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଖାଦ୍ୟ ଖାଇବା ସମୟରେ ଆପଣଙ୍କ ଶରୀରରୁ ବାହାରୁ ଥିବା ଉର୍ଜା ଏବଂ ପୃଥିବୀର ଉର୍ଜା ସହିତ ସଠିକ ଭାବରେ ମିଳନ ହୋଇପାରି ନଥାଏ। ଫଳରେ ଶରୀରରେ ହିଁ ସେହି ଉର୍ଜା ରହିଥାଏ। ଏବଂ ଏହା ଆପଣଙ୍କର ମାନସିକ ହାନି କରାଇଥାଏ। ମନରେ ପରିଵର୍ତନ ହିଂସା ଖରାପ ଚିନ୍ତାଧାରା ଭାବନା ଆସିଥାଏ। ତେଣୁ ସଦା ସର୍ବଦା ଖାଦ୍ୟ ଗ୍ରହଣ କରିବା ସମୟରେ ତଳେ ବା ଚଟାଣରେ ବସି ଖାଦ୍ୟ ଗ୍ରହଣ କରନ୍ତୁ।ଏବଂ କେତେକ ଲୋକ ଖାଦ୍ୟ ଗ୍ରହଣ କରିବା ପରେ ନିଜର ହାତକୁ ସେହି ଅଇଁଠା ଥାଳିରେ ଧୋଇ ଦିଅନ୍ତି। ଏପରି କରିବା ଆପଣଙ୍କ ପାଇଁ ଗ୍ରହ ରାହୁ ଏବଂ କେତୁ ଜନ୍ମ କୁଣ୍ଡଳୀକୁ ଆକର୍ଷିତ କରିଥାଏ। ଏବଂ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଏବଂ ଶେଷରେ କଦାପି ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଆଣି ନଷ୍ଟ କରିବା ମା ଲକ୍ଷ୍ମୀ ଅନ୍ନପୂର୍ଣାଙ୍କୁ ଅପମାନ କରାଇଥାଏ। ଯାହାକି ଆପଣଙ୍କର ଭାଗ୍ୟର ଆସୁଥିବା ଆର୍ଥିକ ଅଭାବର କାରଣ ସାଜିଥାଏ। ଏହି କେତୋଟି ମୁହୂର୍ତ୍ତପୁର୍ଣ କଥାର ଖାଦ୍ୟ ଗ୍ରହଣ କରିବା ସମୟରେ ଆପଣଙ୍କୁ ଧ୍ୟାନ ନିହାତି ଦେବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *