Excuse Me Odisha

ଯାହା କହିବୁ ସତ କହିବୁ

ନାରୀର ଏହି ୪ଟି ଗୁଣ ଘରକୁ ଆଣିଥାଏ ସୁଖ ସମୃଦ୍ଧି, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ସ୍ରଷ୍ଟାଙ୍କ ସୃଷ୍ଟିରେ ନାରୀ ସ୍ଵତନ୍ତ୍ର ସ୍ଥାନ ଅଧିକାର କରେ। ଜଣେ ଗୁଣବତୀ ନାରୀ ତାର ସ୍ବାମୀ ଓ ସମାଜକୁ ଶୀର୍ଷରେ ପହଞ୍ଚାଇବାରେ ସାହାଯ୍ୟ କରି ଥାଆନ୍ତି। କିନ୍ତୁ ଅନେକ ନାରୀ ଏପରି ରହିଛନ୍ତି ଯେଉଁମାନେ ନିଜର ପରିବାରକୁ ତଥା ସମାଜକୁ ତଳିତଳାନ୍ତ କରି ଦେଇଥାନ୍ତି। ତେଣୁ କିପରି ସ୍ୱଭାବର ନାରୀ ହେଲେ ସଫଳତା ହାତମୁଠାରେ ରହିବ, ସେହି ସମ୍ପର୍କରେ ଚାଣକ୍ୟ କଣ କହିଛନ୍ତି ଆସନ୍ତୁ ଜାଣିବା। ପ୍ରମୁଖ ଚାରୋଟି ଗୁଣକୁ ଚାଣକ୍ୟ ଗୁରୁତ୍ଵ ଦେଇଛନ୍ତି। ନାରୀମାନେ ବିନମ୍ର, ଧର୍ମପରାୟଣ, ସାହସୀ, ସତ୍ୟାନୁଗାମୀ ହେଲେ ପରିବାରରେ ସୁଖ ହିଁ ସୁଖ ଭୋଗ ହେବ ବୋଲି ଚାଣକ୍ୟ କହିଛନ୍ତି।

୧/ ନମ୍ରତି ଫଳିନ ବୃକ୍ଷା- ନମ୍ରତା ସବୁଠାରୁ ଶ୍ରେଷ୍ଠ ଗୁଣ ଅଟେ। ନାରୀ ମାନଙ୍କ କ୍ଷେତ୍ରରେ ନମ୍ର ଗୁଣ ରହିଲେ , ସେମାନେ ସବୁଠାରେ ପୂଜ୍ୟ ହୋଇଥାନ୍ତି। ନମ୍ରତା ଏପରି ଏକ ଗୁଣ ଯାହା ଶତ୍ରୁର ମୁଣ୍ଡ ନୁଆଇଁ ଦେଇଥାଏ। ଯେଉଁ ମହିଳା ନମ୍ରତା ଗୁଣ ରହିଛି, ସେମାନେ ସମସ୍ତଙ୍କ ପ୍ରୀୟଭାଜନ ହୋଇଥାନ୍ତି। ନମ୍ର ସ୍ଵଭାବ ମହିଳା ଅଧିକ ସମ୍ବେଦନଶୀଳ ଏବଂ ସମସ୍ତଙ୍କର ଭଲମନ୍ଦ ଚିନ୍ତା କରିଥାନ୍ତି।

୨/ ଧର୍ମପରାୟଣତା – ନାରୀମାନେ ଧର୍ମପରାୟଣ ହୋଇ ବେଦ ପାଠ କରିବା ଉଚିତ। ଯେଉଁ ମହିଳା ବେଦ ଗ୍ରନ୍ଥ ଆଦି ପାଠ କରନ୍ତି ଏବଂ ଧର୍ମ ଦିଗରେ ଚାଲନ୍ତି, ସେହି ମହିଳା ସବୁ କ୍ଷେତ୍ରରେ ସମ୍ମାନିତ ହୋଇଥାନ୍ତି। କାରଣ ବେଦ, ଗ୍ରନ୍ଥ ଆମକୁ ସତ୍ୟ ଆଡକୁ ଅଗ୍ରସର କରାଇଥାଏ।

୩/ସାହସୀ – ନାରୀ ମାନେ ସାହସୀ ହୋଇଥାନ୍ତି। ଚାଣକ୍ୟ କୁହନ୍ତି ପୁରୁଷ ମାନଙ୍କ ତୁଳନାରେ ସ୍ତ୍ରୀଲୋକମାନେ ସାହସୀ ହୋଇଥାନ୍ତି। କିନ୍ତୁ ଏହି ସାହସିକତାକୁ ସଠିକ ସମୟରେ ପ୍ରୟୋଗ କରିବା ଆବଶ୍ୟକ। ସାହସୀ ସ୍ତ୍ରୀ ନିଜ ପରିବାରକୁ ରକ୍ଷା କରିବାରେ ସକ୍ଷମ ହୋଇଥାନ୍ତି। ଇତିହାସରେ ଆମେ ଏପରି ଅନେକ ନାରୀ ମାନଙ୍କ ବିଷୟରେ ଜାଣିଛୁ କି ମୀରାବାଇ, ଲକ୍ଷ୍ମୀବାଈ, ଇନ୍ଦିରା ଗାନ୍ଧୀ, କଳ୍ପନା ଚାଓଲା, ନନ୍ଦିନୀ ଶତପଥୀ। ଏମାନଙ୍କୁ ଲୋକେ ଏବେ ପର୍ଯ୍ୟନ୍ତ ମଧ୍ୟ ମନେ ରଖିଛନ୍ତି।

୪/ ସତ୍ୟାନୁଗାମୀ – ଚାଣକ୍ୟ ଙ୍କ ଅନୁସାରେ ସ୍ତ୍ରୀ ମାନଙ୍କୁ ସର୍ବଦା ସତ୍ ପଥରେ ଚାଲିବା ଉଚିତ। ଯେଉଁ ସ୍ତ୍ରୀ ସର୍ବଦା ସତ୍ୟ ମାର୍ଗରେ ଚାଲିଥାଏ, ସେ ପରିବାରର ଖ୍ୟାତି ବଢାଇ ଥାଆନ୍ତି। ସତ୍ୟପ୍ରିୟା ସ୍ତ୍ରୀ ସବୁ କ୍ଷେତ୍ରରେ ସମ୍ମାନ ହାସଲ କରିଥାନ୍ତି। ମାନବ କଲ୍ୟାଣ ପାଇଁ ସ୍ତ୍ରୀ ମାନଙ୍କର ଏହି ଚାରୋଟି ଗୁଣ ରହିବା ନିଶ୍ଚିତ ଆବଶ୍ୟକ

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *