Excuse Me Odisha

ଯାହା କହିବୁ ସତ କହିବୁ

ଗୁରୁବାର ଦିନ କରନ୍ତୁ ଏହି ୫ କାମ, ଘରେ ହେବ ଧନ ବର୍ଷା

ସେୟାର୍ କରନ୍ତୁ

ଦର୍ଶକ ବନ୍ଧୁ ଗୁରୁବାର ଦିନ କରନ୍ତୁ ଏହି ୫ଟି କାମ, ଘରକୁ ଆସିବେ ନିଜେ ଦେବୀ ଲକ୍ଷ୍ମୀ। ଏବେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅର୍ଥ ବା ଧନର ଆବଶ୍ୟକତା ଅନୁଭବ କରିଥାନ୍ତି। ଏହିପରି ଅନେକ ଲୋକ ରହିଛନ୍ତି ଯେଉଁମାନେ ଅଧିକ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ରହି ନଥାଏ, ଯେଉଁଥିପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଧନ ସେହି ମାନଙ୍କ ପାଖରେ ରହିଥାଏ, ଯେଉଁମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି। ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜାର୍ଚ୍ଚନା କରିବା ଉଚିତ ଏବଂ କିଛି ନୀତି ନିୟମ ପାଳନ କରିବା ଆବଶ୍ୟକ। ଆସନ୍ତୁ ଜାଣିବା ପ୍ରତ୍ୟେକ ଗୁରୁବାର ଦିନ କେଉଁ ୫ଟି କାମ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇ ଯାଇଥାଏ ଏବଂ ସବୁ ଦୁଃଖକଷ୍ଟର ନିବାରଣ ହୋଇଥାଏ। ଆସନ୍ତୁ ଜାଣିବା ସେହି ୫ଟି କାମ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କ ଘରେ ଧନର ବର୍ଷା ହେବ। ଏହାସହିତ ଆପଣଙ୍କ ଘରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ସର୍ବଦା ଧନର ଆଗମନ ହୋଇଥାଏ। ଘରେ କେବେବି କଳହ ଲାଗି ନଥାଏ। ସର୍ବଦା ଖୁସିର ଲହରୀ ଦେଖିବାକୁ ମିଳେ। ଏହାସହିତ ଘରେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ଏବଂ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ।

୧/ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ ଅଟେ। ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ଗୁଡ଼ିକର ଅନ୍ତ ଘଟିଥାଏ।

୨/ ଗୁରୁବାର ଦିନ ହଳଦିଆ ପୋଷାକ ପିନ୍ଧନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ଫୁଲ ଚନ୍ଦନ, ହଳଦିଆ ରଙ୍ଗର ଭୋଗ ଅର୍ପଣ କରନ୍ତୁ।

୩/ ଗୁରୁବାର ଦିନ ଆପଣ ହଳଦୀ ପାଣିରେ ଆପଣ ସ୍ନାନ କରନ୍ତୁ। ଗୋଟିଏ କଦଳୀ ଗଛ ମୂଳରେ କଦଳୀ ପାଣି ଅର୍ପଣ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ଘରକୁ କେବଳ ଧନ ହିଁ ଧନ ଆସିଥାଏ।

୪/ ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ। ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ। ଏହା କରିବା ଦ୍ଵାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଘରେ ସଦା ସର୍ବଦା ବାସ କରି ଥାଆନ୍ତି। ଆପଣଙ୍କ ଘରେ ଖୁସିର ଲହରୀ ସର୍ବଦା ଲାଗି ରହିଥାଏ।

୫/ ଗୁରୁବାର ଦିନ ଆପଣ ତୁଳସୀ ଚଉରା ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ଏବଂ ଗୁରୁବାର ଦିନ ଆପଣଙ୍କ ବୃହସ୍ପତି ଗ୍ରହ ସୁଦୃଢ କରିବା ପାଇଁ ଭଗବାନ ଶିବଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ। ଏହା କରିବା ଦ୍ଵାରା ଆପଣଙ୍କ ବୃହସ୍ପତି ଗ୍ରହ ପ୍ରସନ୍ନ ହୋଇଥାଏ ଏବଂ ସବୁ ଗ୍ରହ ଦୋଷ କଟି ଥାଏ। ତେବେ ଦର୍ଶକ ବନ୍ଧୁ ଏବେ ଆପଣ ଜାଣିଲେ ଯେ କେଉଁ ପାଞ୍ଚଟି କାମ ଗୁରୁବାର ଦିନ କରିବା ଦ୍ଵାରା ଆପଣଙ୍କ ପାଇଁ ପ୍ରତ୍ୟେକଦିନ ସୁଖମୟ ହୋଇଥାଏ। ଏହିସବୁ ନିୟମ ପାଳନ କରିବା ଦ୍ୱାରା ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଆପଣଙ୍କ ଘରେ କେହି ଯଦି ବେରୋଜଗାର ରହିଛନ୍ତି ତାହେଲେ ତାଙ୍କୁ ଚାକିରି ମିଳି ଯାଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *