Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସର ସୋମବାର ଦିନ ଶିବ ଲି-ଙ୍ଗ ଉପରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ, ସବୁ ମନସ୍କାମନା ହେବ ପୂରଣ

ସେୟାର୍ କରନ୍ତୁ

ବନ୍ଧୁଗଣ ଶ୍ରାବଣ ମାସ ଶିବଲି-ଙ୍ଗରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ। ସମସ୍ତ ମନସ୍କାମନା ହେବ ପୂରଣ। ଭଗବାନ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ସୋମବାର ଦିନ ବହୁତ ଶୁଭ ମାନା ଯାଇଥାଏ। ଶ୍ରାବଣ ମାସ ହିନ୍ଦୁ ମାନଙ୍କ ପାଇଁ ବହୁତ ଶୁଭ ହୋଇଥାଏ। ଏହି ମାସରେ ପଡ଼ୁଥିବା ସୋମବାରକୁ ବହୁତ ବିଶେଷ ମାନା ଯାଇଥାଏ। ଯଦି ଶ୍ରାବଣ ମାସ ସୋମବାର ଦିନ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଏ ତାହେଲେ ଏହାର ଶୁଭ ଫଳ ଅନ୍ୟ ସୋମବାର ଅପେକ୍ଷା ୧୦୦ ଗୁଣା ବଢ଼ି ଯାଇଥାଏ। ତେଣୁ ଭଗବାନ ଶିବଙ୍କ କୃପା ପାଇବା ପାଇଁ ତାଙ୍କୁ ପ୍ରସନ୍ନ କରିବା ନିହାତି ଆବଶ୍ୟକ ହୋଇଥାଏ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏପରି କିଛି ଉପାୟ କହିବାକୁ ଯାଉଛୁ ଯାହାକୁ ପାଳନ କରି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରି ପାରିବେ। ଯାହାଦ୍ଵାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ତେଣୁ ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ କିଛି ଜିନିଷ ଅର୍ପଣ କରିବାକୁ ପଡ଼ିବ। ସେହି ଜିନିଷ ଗୁଡ଼ିକ କଣ ଏବଂ ତାହାର ପ୍ରଭାବ କଣ ରହିଛି ଆସନ୍ତୁ ଜାଣିବା।

୧/ ଜଳ – ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଶିବ ଲି-ଙ୍ଗ ଉପରେ ଜଳ ଅର୍ପଣ କରିବେ ତାହେଲେ ଆପଣଙ୍କର ସବୁ ଚିନ୍ତା ଦୂର ହୋଇଯିବ।

୨/ କ୍ଷୀର – ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କ୍ଷୀରରେ ଶିବ ଅଭିଷେକ କରାଇବେ, ତାହେଲେ ଆପଣଙ୍କୁ ଲାଭ ମିଳିବା ଏବଂ ଶାରୀରିକ ରୂପରେ ସୁସ୍ଥ ରହିବେ।

୩/ ଚିନି – ଯଦି ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ ଶିବଲି-ଙ୍ଗ ଉପରେ ଚିନି ଅର୍ପଣ କଲେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଏହାସହିତ ଭଗବାନ ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ।

୪/ ଘିଅ – ଯଦି ଆପଣ ଶିବଲି-ଙ୍ଗର ଅଭିଷେକ ଘିଅରେ କରିବେ ତାହେଲେ ଆପଣଙ୍କୁ ଶାନ୍ତି ପ୍ରାପ୍ତ ହେବ। ଯେଉଁମାନେ ସନ୍ତାନ ସୁଖ ପ୍ରାପ୍ତ କରି ପାରୁ ନାହାଁନ୍ତି, ସେମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ।

୫/ ମହୁ – ଯଦି ଆପଣ ନିଜର ବାଣୀକୁ ମଧୁର କରିବାକୁ ଚାହୁଁଛନ୍ତି , ତାହେଲେ ଆପଣ ଶିବଲି-ଙ୍ଗ ଉପରେ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ମହୁ ଅର୍ପଣ କରନ୍ତୁ।

୬/ ଭାଙ୍ଗ – ଯଦି ଆପଣ ଶ୍ରାବଣ ମାସରେ ଭଗବାନ ଶିବଲି-ଙ୍ଗ ଉପରେ ଭାଙ୍ଗ ଅର୍ପଣ କରିବେ ତାହେଲେ ଭଗବାନ ମହାଦେବ ପ୍ରସନ୍ନ ହୋଇଯିବେ। କାରଣ ଶିବଙ୍କର ଭାଙ୍ଗ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି। ତେଣୁ ଆପଣ ମାନେ ଶ୍ରାବଣ ମାସରେ ଶିବଲି-ଙ୍ଗ ଉପରେ ଭାଙ୍ଗ ଅର୍ପଣ କରନ୍ତୁ।

୭/ ଚନ୍ଦନ – ଯଦି ଆପଣମାନେ ଶିବଲି-ଙ୍ଗ ଉପରେ ଚନ୍ଦନ ଅର୍ପଣ କରିବେ, ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ। ଏହାକୁ ଆପଣ ଶ୍ରାବଣ ମାସରେ ଯେକୌଣସି ସୋମବାର ଦିନ କରି ପାରିବେ।

୮/ କେଶର – ଯଦି ଆପଣ ଶିବଲିଙ୍ଗ ଉପରେ କେଶର ଆପଣ କରିବେ ତାହେଲେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ତେଣୁ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଏହିସବୁ ଜିନିଷ ଗୁଡ଼ିକ ଅର୍ପଣ କରି ଆପଣମାନେ ଦେବଦେବ ମହାଦେବଙ୍କୁ ଅର୍ପଣ କରି ପାରିବେ। ଯାହାଦ୍ଵାରା ଆପଣଙ୍କ ଜୀବନର ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *