Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ କାହିଁକି ଚୁପ ରହିଥାନ୍ତି, ଏହା ପଢିଲା ପରେ ଆଉ କେବେ ଅ-ଭିଯୋ-ଗ କରିବେ ନାହିଁ

ସେୟାର୍ କରନ୍ତୁ

ଥରେ ଗୋଟେ ମନ୍ଦିର ପୂଜକ ଭଗବାନଙ୍କୁ କହିଲା ହେ ଭଗବାନ ଆପଣ ଗୋଟିଏ ଜାଗାରେ ବସିଛନ୍ତି କିଛି କାମ କରୁନାହାନ୍ତି କିନ୍ତୁ ସକାଳଠୁ ସନ୍ଧ୍ୟା ଯାଏଁ ସବୁଦିନ ସବୁବେଳେ କାମ କରୁଛି। ଆପଣଙ୍କ ଜୀବନ ବହୁତ ସୁନ୍ଦର। ଗୋଟିଏ ଦିନ ପାଇଁ ମୋ ସ୍ଥାନକୁ ଆପଣ ଆସନ୍ତୁ ମୁଁ ଆପଣଙ୍କ ସ୍ଥାନକୁ ଯିବି।ଗୋଟିଏ ଦିନ ଟିକେ ଶାନ୍ତିରେ ବସିବି। ସେଇଠୁ ଭଗବାନ କହିଲେ ତୁ ମୋ ସ୍ଥାନରେ ବସି ପାରିବୁ ନାହିଁ କାରଣ ଗୋଟିଏ ଜାଗାରେ ବସିବା ଭାରି କଷ୍ଟ। ତୁ ଏ କାମ କରିପାରିବୁ ନାହିଁ। ତଥାପି ପୂଜାରୀ ଭଗବାନଙ୍କ ପାଖରେ ଗୁହାରି କଲା ମୋତେ ତ ଥରେ ସୁଯୋଗ ଦିଅନ୍ତୁ। ଭଗବାନ ତ ପରମ ଶ୍ରଦ୍ଧାଳୁ ସେ ତାର ମନବାଞ୍ଛା ପୂରଣ କଲେ। କହିଲେ ତୁ ଖାଲି ବସିବୁ କିନ୍ତୁ କିଛି କହିବୁ ନାହିଁ କି କିଛି କରିବୁ ବି ନାହିଁ। କାରଣ ଏଠି ବହୁତ ପ୍ରକାରର ଲୋକ ଆସନ୍ତି। ପରେ ପୂଜକ ଭଗବାନଙ୍କ ସ୍ଥାନରେ ବସିଲେ। ସେଦିନ ପ୍ରଥମେ ପ୍ରଥମ ଭକ୍ତ ଆସିଲା ଭଗବାନଙ୍କୁ ପ୍ରଣାମ କଲା ଏବଂ ୫୦ ହଜାର ଟଙ୍କା ଭଗବାନଙ୍କ ହୁଣ୍ଡିରେ ପକାଇଲା। ପରେ ତା ପର୍ସଟି ଅଚାନକ ଖସିପଡ଼ିଲା। ପଣ୍ଡିତ ଭଗବାନଙ୍କ ସ୍ଥାନରେ ବସିଛି ତାକୁ କହିବାକୁ ଇଛା ହେଉଥିଲା ରେ ଭକ୍ତ ତ ପର୍ସ ଖସିପଡ଼ିଲା କିନ୍ତୁ ସେ କହିଲା ନାହିଁ କାରଣ ତାକୁ ଭଗବାନ ମନା କରିଛନ୍ତି ତୁ କାହାକୁ କିଛି କହିବୁ ନାହିଁ। ପରେ ଆଉ ଜଣେ ଭକ୍ତ ଆସିଲା ଗୋଟିଏ ଟଙ୍କା ହୁଣ୍ଡିରେ ପକାଇଲା ଆଉ କହିଲା ହେ ଭଗବାନ ମୋର ୫୦ ହଜାର ଟଙ୍କା ଦରକାର ଅଛି ମୋତେ ଆଶୀର୍ବାଦ କରନ୍ତୁ ପଇସା ମିଳିଯାଉ। ଏତିକି ବେଳେ ସେ ମନ୍ଦିରରେ ପଡିଥିବା ପର୍ସଟି ପାଇଲା ଭାରି ଖୁସି ହୋଇଗଲା। କହିଲା ଭଗବାନ ତୁ କେତେ ମହାନ ସାଙ୍ଗେ ସାଙ୍ଗେ ମୋ ଦୁଃଖ ବୁଝିଲୁ। ପଣ୍ଡିତ ଭଗବାନଙ୍କ ସ୍ଥାନରେ ଅଛି। ଟିକେ ରାଗିଗଲା ମନେ ମନେ କହୁଥିଲା ଗୋଟିଏ ଟଙ୍କା ଦେଲୁ ୫୦ହଜାର ଟଙ୍କା ନେଇଗଲୁ। ଚୋରଟା ଗୋଟେ ଠକଟା ତୁ। କିନ୍ତୁ କିଛି କହି ପାରୁନଥାଏ କାରଣ ତାକୁ ଭଗବାନ ମନା କରିଛନ୍ତି। ପରେ ଆଉ ଜଣେ ଭକ୍ତ ଆସିଲା ତା ପରିବାର ସହ ସାଙ୍ଗରେ ଭୋଗ ଧରି ଆସିଥାଏ। ଭଗବାନଙ୍କୁ ପ୍ରଣାମ କରି କହୁଥାଏ ହେ ପ୍ରଭୁ ମୁଁ ୧୫ ଦିନ ପାଇଁ ପାଣି ଜାହାଜରେ ଯିବି ମୋତେ ଆଶୀର୍ବାଦ କର ମୁଁ ଭଲରେ ଭଲରେ ଯାଇ ଭଲରେ ଭଲରେ ଫେରି ଆସିବି। ଆସିଲେ ତ ପାଖରେ ୧୦୮ ନଡ଼ିଆ ଦେବି। ଏତିକି ବେଳେ ପ୍ରଥମ ଭକ୍ତ ଯାହାର ପର୍ସ ଖସି ପଡିଥିଲା ସେ ପୁଲିସ ଧରି ଆସିଲା ତୃତୀୟ ଭକ୍ତକୁ କହିଲା ମୋ ପର୍ସ ଏଠି ଖସି ପଡ଼ିଥିଲା ତମେ ନେଇଯାଇଛ ସେ ଭକ୍ତଟି ମନା କଲା କିନ୍ତୁ ପୁଲିସର ସେ ଲୋକ ଉପରେ ସନ୍ଦେହ ହେଲା। ସେ ଜବରଦସ୍ତ କଲା ପୁଲିସଷ୍ଟେସନକୁ ଯିବା ପାଇଁ। ଏସବୁ କଥା ପୂଜକ ଭଗବାନଙ୍କ ସ୍ଥାନରେ ବସି ଦେଖୁଥିଲା। ସେ ଆଉ ଜମା ସହି ପାରିଲା ନାହିଁ। ସେ କହିଲା ସମସ୍ତେ ରହିଯାଅ ମୁଁ ଭଗବାନ ସବୁ କଥା ଶୁଣିଛି ଦେଖିଛି ଏ ଲୋକ ପର୍ସ ନେଇନାହିଁ। ଗୋଟିଏ ଭିକାରୀ ଆସିଥିଲା ଗୋଟିଏ ଟଙ୍କା ହୁଣ୍ଡିରେ ପକାଇ ୫୦ ହଜାର ଟଙ୍କା ନେଇଗଲା। ପରେ ସେ ଲୋକର ଚେହେରା ବି ପଣ୍ଡିତ ପୁଲିସକୁ କହିଲା।ପୁଲିସ ଚେକ କଲା ପରେ ସେ ଲୋକଟି ଆରେଷ୍ଟ ହେଲା। ଏ ଲୋକକୁ ପୁଲିସ ଛାଡିଦେଲା। ଏ ଭକ୍ତ ଜଣଙ୍କ ଜଣେ ନାବିକ ଥିଲା। ସେ ପାଣି ଜାହାଜରେ ଗଲା। ପରେ ରାତି ହୋଇଗଲା ଭଗବାନ ଆସିଲେ ପୂଜକୁ ପଚାରିଲେ ଦିନଟି କେମିତି କଟିଲା। ପୂଜକ କହିଲା ଭାରି ଭଲ। ମୁଁ ଆଜି ବଡ଼ କାମଟିଏ କରିଛି। ଗୋଟିଏ ନିର୍ଦୋଷକୁ ରକ୍ଷା କରିଛି। ଭଗବାନ ସେଇଠୁ କହିଲେ ମୁଁ ତତେ ମନା କରିଥିଲି କିଛି କଥା କହିବୁନି ବୋଲି ତୁ ସବୁ କିଛି ନିୟମ ଭାଙ୍ଗିଦେଲୁ ବିଗାଡି ଦେଲୁ। ଆରେ ମୂର୍ଖ ପଣ୍ଡିତ ଯିଏ ପ୍ରଥମେ ଆସି ୫୦ ହଜାର ଟଙ୍କା ଦେଲା ସେ ଚୋରି କରି ଲକ୍ଷେ ଟଙ୍କା ଆଣିଥିଲା। ଯେତେବେଳେ ସେ ଚୋରି କରି ପଇସା ଆଣେ ଅଧା ପଇସା ମନ୍ଦିରରେ ଦିଏ ଅଧା ପଇସା ସିଏ ରଖେ। ଦ୍ୱିତୀୟ ଭକ୍ତ ଯିଏ ପଇସା ନେଇଗଲା ସେ ତାର ମାର ଅପରେସନ କରିବାର ଥିଲା।ସେ ପଇସାର ତା ମା ଅପେରସନ ହୋଇଥାନ୍ତା ଏବଂ ତା ମା ବଞ୍ଚି ଯାଇଥାନ୍ତା। ଯେଉଁ ତୃତୀୟ ବ୍ୟକ୍ତି ଆସିଥିଲା ସେ ଚୋରି ଅଭିଯୋଗରେ ଜେଲ ଯାଇଥାନ୍ତା। ଜେଲରେ ରହିଥିଲେ ସେ ସମୁଦ୍ରକୁ ଯାଇପାରିନଥାନ୍ତା ତା ଜୀବନ ବଞ୍ଚି ଯାଇଥାନ୍ତା କାରଣ ସମୁଦ୍ରରେ ଏବେ ସୁନାମି ଆସିବାର ଅଛି। ଏଥର ବୁଝିଲୁ ତ ପୂଜକ ମୁଁ କଣ ପାଇଁ ଚୁପ ରହିଥାଏ କାରଣ ଆଗକୁ କଣ ହେବ ମୁଁ ଭଲ ଭାବରେ ଜାଣିପାରିଥାଏ। ଏ ସୃଷ୍ଟି ମୋର ଏ ସମସ୍ତ ପ୍ରାଣୀ ବି ମୋର। ମୁଁ କେବେ କାହାର କିଛି କ୍ଷତି କରିବି ନାହିଁ। ପୂଜକ ତାର ଭୁଲ ବୁଝିପାରିଲା। ଭଗବାନଙ୍କୁ କ୍ଷମା ମାଗିଲା। ଆଉ କହିଲା ଆମେ ସାଧାରଣ ମାନବ ଆପଣଙ୍କର ଗୁଡ଼ ରହସ୍ୟକୁ ବୁଝି ପାରିଲିନି ପ୍ରଭୁ।

ବନ୍ଧୁଗଣ ଆମ ଜୀବନରେ କିଛି ଘ-ଟ-ଣା ଦୁ-ର୍ଘଟ-ଣା ଘଟିଲେ ଆମେ ବିଚଳିତ ହୋଇଯାଉ। ଭଗବାନଙ୍କୁ ଗାଳି ଦେଉ। ଆୟ କହୁ ହେ ଭଗବାନ ଏତେ ଦୁଃଖ କଣ ପାଇଁ ଦେଉଛୁ କିନ୍ତୁ ବୁଝିବାକୁ ହେବ ଏ ଘଟଣା ପଛରେ ଏ ଦୁଃଖ ପଛରେ ତାଙ୍କରି ହିଁ ହାତ ଥାଏ। ଯାହା ହେଇଛି ଭଲ ହେଇଛି ଯାହା ହଉଛି ଭଲ ହେଉଛି ଯାହା ହେବ ଭଲ ହିଁ ହେବ। କାରଣ ଏ ସୃଷ୍ଟି ଭଗବାନଙ୍କର। ଆମେ ସମସ୍ତେ ପରମ ପିତାଙ୍କ ସନ୍ତାନ। ଏଣୁ ଭଗବାନ ଆମର କୌଣସି କ୍ଷତି କରିବେ ନାହିଁ। ଖାଲି ଭକ୍ତିରେ ଧର୍ଯ୍ୟରେ ମାନସିକ ଭାବରେ ତାଙ୍କୁ ପୁଣିବାକୁ ପଡିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *