Excuse Me Odisha

ଯାହା କହିବୁ ସତ କହିବୁ

ଜୀବନରେ କାହାକୁ ମନେ ରଖିବା କାହାକୁ ଭୁଲି ଯିବା ନିଶ୍ଚିତ ଜାଣି ରଖନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଗୋଟେ କାହାଣୀ କହିବାକୁ ଯାଉଛି, ଯାହାକୁ ସମସ୍ତେ ଶୁଣିବା ଆବଶ୍ୟକ। କାରଣ ଏହି କାହାଣୀରେ ଲୁଚି ରହିଛି ଏକ ମହାନ ଶିକ୍ଷା। କାରଣ ପ୍ରତ୍ୟେକ ମଣିଷକୁ ପ୍ରତ୍ୟେକ ମୁହୂର୍ତ୍ତରେ ସାହାଯ୍ୟ କରିବ। ଆପଣଙ୍କୁ ଏକ ଉଚିତ ଦିଗଦର୍ଶନ ଦେବ , ଯାହାଦ୍ଵାରା ଆପଣ ନିଜର ଜୀବନକୁ ସୁନ୍ଦର ଓ ସରଳ ଭାବରେ କାଟି ପାରିବେ। ଆମ ଜୀବନରେ ସମାଜରେ ଯେତେବେଳେ ରହୁଛନ୍ତି ବିଭିନ୍ନ ପ୍ରକାରର ଲୋକଙ୍କ ସହିତ ମିଶିବାକୁ ପଡୁଛି। ଭିନ୍ନ ଲୋକଙ୍କର ଭିନ୍ନ ଚିନ୍ତାଧାରା। କେହି ଆମକୁ ଭଲ ବ୍ୟବହାର ଦେଖାଉଛି ତ କେହି ଆମକୁ କଷ୍ଟ ହେଲା ଭଳି ବ୍ୟବହାର ଦେଖାଉଛି। ସେମାନେ ଆମ ମନରେ ଜୀବନସାରା ତାଙ୍କର ଛାପ ଛାଡ଼ି ଯାଉଛନ୍ତି। ବେଳେବେଳେ ଆମେ ଦ୍ବିଧାରେ ଥାଉ କି ଆମେ କେଉଁ ଲୋକଙ୍କୁ ମନେ ରଖିବା? ଏହି ଜିନିଷ ଅଧିକାଂଶ ଲୋକ ଜାଣି ନାହାନ୍ତି ଯେ ଆମେ ଜୀବନରେ ଯେଉଁମାନେ ଆମକୁ କଷ୍ଟ ଦେଉଛନ୍ତି ସେମାନଙ୍କୁ ମନେ ରଖିବା ନା ଯେଉଁମାନେ ଆମକୁ ଭଲ ବ୍ୟବହାର ଦେଉଛନ୍ତି ସେମାନଙ୍କୁ ମନେ ରଖିବା। କାହାକୁ ମନେ ରଖିବା ଓ କାହାକୁ ଭୁଲି ଯିବା। ସୁନ୍ଦର ଶିକ୍ଷାକୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଜାଣିବା।

ଥରେ ତିନିଜଣ ସାଙ୍ଗ ଗୋଟେ ଦୂର ସ୍ଥାନକୁ ଯାତ୍ରା କରୁଥିଲେ। ଯାତ୍ରା କରିବା ସମୟରେ କିଛି ମନୋମାଳିନ୍ୟ ଘଟିଛି। ଏହାପରେ ପ୍ରଥମ ସାଙ୍ଗ ଜଣକ ଦ୍ଵିତୀୟ ସାଙ୍ଗଟିକୁ ଶାରୀରିକ ଆ-ଘାତ ଦେଇଛି। ଦିତୀୟ ସାଙ୍ଗ କହିଲା, ଆମେ ଅନେକ ବର୍ଷର ସାଙ୍ଗ, ତୁ କୌଣସି କାରଣରୁ ମୋତେ ଆଘାତ କଲୁ। ଠିକ୍ ଅଛି। ତାପରେ ସେ ନଇଁ ପଡି ବାଲିରେ ପ୍ରଥମ ସାଙ୍ଗର ନାମଟି ଲେଖିଲା। ଦିତୀୟ ସାଙ୍ଗ ଜଣକ ଯେତେବେଳେ ଏହି କାମ କରୁଛି ତୃତୀୟ ସାଙ୍ଗ କହିଲା, ଭାଇ ତୁ ଏଇ କଣ କରୁଛୁ? ଦିତୀୟ ସାଙ୍ଗ କହିଲା, ମୋତେ ଯିଏ ଆଘାତ ଦେଲା ମୁଁ ତାର ନାମକୁ ବାଲିରେ ଲେଖୁଛି। ଏହି ଘଟଣା ସରିବା ପରେ ତିନିଜଣ ସାଙ୍ଗ ପୁଣି ଆଗକୁ ବଢ଼ିଲେ। କିଛି ବାଟ ଯିବାପରେ ଦିତୀୟ ସାଙ୍ଗ ଗୋଟେ ଖାଲରେ ଖସି ପଡିଲା। ଏହାପରେ ତୃତୀୟ ସାଙ୍ଗ ତାର ଜୀବନକୁ ପାଣି ଛଡେଇ ପ୍ରଥମ ସାଙ୍ଗକୁ ସେହି ଖାଲରୁ ଉଦ୍ଧାର କଲା। କିଛି ସମୟ ଗଲାପରେ ଦ୍ୱିତୀୟ ସାଙ୍ଗକୁ ଗୋଟେ ପଥର ଦେଖା ଗଲା ଓ ସେ ଗୋଟେ ତୀକ୍ଷ୍ଣ ବସ୍ତୁ ଆଣି ସେହି ପଥର ଉପରେ ତୃତୀୟ ସାଙ୍ଗର ନାମ ଲେଖିଲା। ତୃତୀୟ ସାଙ୍ଗଟି ପୁଣି ପଚାରିଲା, ଭାଇ ସେ ତୋତେ ଆଘାତ କଲା ତୁ ତାର ନାମ ବାଲିରେ ଲେଖିଲୁ ଏବଂ ମୁଁ ତୋତେ ଉଦ୍ଧାର କଲି ବୋଲି ମୋ ନାମ ପଥରରେ ଲେଖୁଛୁ। ଦିତୀୟ ସାଙ୍ଗ ଜଣକ କହିଲା, ଜୀବନରେ ତୁମକୁ ବହୁତ ଲୋକ ମିଳିବେ, ଯେଉଁମାନେ କଷ୍ଟ ଦେବେ , ତାହା ଶାରୀରିକ ହେଉ ବା ମାନସିକ ଭାବରେ। ସେହି ଆ-ଘାତ ଦୀର୍ଘଦିନ ଧରି ରହିବ। କିନ୍ତୁ ସେହି ବ୍ୟବହାରକୁ ମନେ ପକେଇ ଆମେ ଆହୁରି କଷ୍ଟ ପାଇଥାଉ। ସେ ମୋତେ ଆ-ଘାତ ଦେଇଥିଲା, ସେଥିପାଇଁ ମୁଁ ତାଙ୍କ ନାମଟି ବାଲିରେ ଲେଖିଥିଲି। ଆପଣମାନେ ଜାଣିଥିବେ ବାଲିରେ ଯାହା ଲେଖିଲେ ତାହା ଶୀଘ୍ର ଲିଭି ଯାଇଥାଏ। ତେଣୁ ଜୀବନରେ ଯିଏ ଆ-ଘାତ ଦେଉଛି, ତାକୁ ମନରୁ ଭୁଲି ଯାଅ। ଯେଉଁ ମଣିଷ ନିଜର ଜୀବନକୁ ସୁନ୍ଦର ଭାବରେ କାଟିବାକୁ ଚାହେଁ ସେ କେବେବି ନିଜକୁ ଆଘା-ତ ଦେବା ପାଇଁ। ସେଥିପାଇଁ ତାର ନାମକୁ ମୁଁ ବାଲିରେ ଲେଖିଥିଲି। ଦୁନିଆରେ ଏଭଳି ଲୋକ ମିଳିବେ ଯେଉଁମାନେ ଆମର ଆବଶ୍ୟକତା ପଡ଼ିଲେ ଆମକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ, ତାହା ଶାରୀରିକ ହେଉ ବା ମାନସିକ। ଏଭଳି ଲୋକଙ୍କୁ ଆମେ ସର୍ବଦା ମନେ ରଖିବା ଉଚିତ। ତାକୁ ବାରମ୍ବାର ନିଜ ମନ ଭିତରୁ କୃତଜ୍ଞତା ଜ୍ଞାପନ କରିବା ଉଚିତ। ଏହା ହେଉଛି ପ୍ରକୃତିର ନିୟମ। ଆମେ ଯାହାକୁ ଭଲପାଇବା ଦେଇଥାଉ, ତାହା ଅଦୃଶ୍ୟ ଶକ୍ତିରେ ପରିଣତ ହୋଇ ଯାଇଥାଏ। ଯଦି ଆମେ କାହା ପ୍ରତି ଖରାପ ଚିନ୍ତା କରୁଛୁ ବା ଘୃଣା ଭାବ ରଖୁଛୁ, ତାହା ମଧ୍ୟ ଆମ ସମ୍ପର୍କକୁ ଖରାପ କରି ଦେଇଥାଏ। ତେଣୁ ପ୍ରକୃତିର ନିୟମ ଅନୁସାରେ ଯିଏ ଆମକୁ କଷ୍ଟ ଦେଉଛି ଆମେ ତାକୁ ମନ ଭିତରୁ ଭୁଲି ଯିବା ଉଚିତ। ଯେଉଁମାନେ ଆମକୁ ଆର୍ଥିକ ରୂପରେ ହେଉ ବା ନିଜର ବ୍ୟବହାରରେ ହେଉ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଆମେ ସବୁବେଳେ ମନେ ରଖିବା ଉଚିତ। ଯଦି ଆପଣ ସୁଖ ଓ ସରଳ ଊପୟରେ ବଞ୍ଚିବାକୁ ଚାହୁଁଛନ୍ତି ତାହେଲେ ଆପଣ ପ୍ରଥମେ ନିଜକୁ ଭଲପାଇବା ଶିଖନ୍ତୁ। କାରଣ ଯିଏ ନିଜକୁ ଭଲପାଏ, ସେ କେବେ ଚାହିଁବେ ନାହିଁ କୌଣସି ପ୍ରକାରର ଦୁଃଖରେ ରୁହନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *