Excuse Me Odisha

ଯାହା କହିବୁ ସତ କହିବୁ

ଏକ ମହାନ ଶିକ୍ଷା ବିଷୟରେ ଜାଣିବା ଏକ ସୁନ୍ଦର କାହାଣୀ ମାଧ୍ୟମରେ, ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ସବୁବେଳେ ମନୁଷ୍ୟ ମନରେ ଏ ପ୍ରଶ୍ନ ରହିଥାଏ କର୍ମ ଫଳ ତ ମିଳିଥାଏ ଯଦି ମିଳିଥାଏ ତ କେମିତି। ଯଦି କର୍ମ ଫଳ ମିଳିଥାଏ ତାକୁ କେବଳ ସେଇ ଲୋକକୁ ଭୋଗ କରିବାକୁ ପଡେ ବା ତାର ସାଙ୍ଗସାଥୀ ବା ତାକୁ ଯିଏ ସାହାର୍ଯ୍ୟ କରିଥାନ୍ତି ସେମାନଙ୍କୁ ମଧ୍ୟ ଭୋଗ କରିବାକୁ ପଡିଥାଏ। ଆଉ ଆମର କର୍ମଫଳ ଯଦି ଭୋଗିବାକୁ ପଡୁଛି ତାହେଲେ ସମାଜରେ ଆଜି କିଛି ଲୋକ ବହୁତ କୁକର୍ମ କରି ମଧ୍ୟ ତାଙ୍କ ଜୀବନକୁ ସୁନ୍ଦର ଭାବେ କେମିତି କାଟୁଛନ୍ତି। ଏ ପ୍ରଶ୍ନ ମଣିଷ ମନରେ ବହୁତ ଥର ଆସିଥାଏ। ଆସନ୍ତୁ ଏସବୁଜାକ ପ୍ରଶ୍ନର ସମାଧାନ ଆମେ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଜାଣିବା।

ଥରେ ଜଣେ ଯୁବକ ଏସମସ୍ତ ପ୍ରଶ୍ନ ନେଇଯାଇ ପହଁଚିଲେ ମାହାତ୍ମା ବୁଦ୍ଧଙ୍କ ପାଖରେ। ବୁଦ୍ଧଙ୍କୁ ପଚାରିଲେ ଯେ ହେ ପରାମାତ୍ମା କର୍ମ ଫଳ କେମିତି ମିଳିଥାଏ। ତ କେଉଁ କର୍ମ ସତ କର୍ମ କେଉଁ କର୍ମ ଖରାପ କର୍ମ। କେମିତି ମୁଁ ଜାଣିବି କାହାକୁ ମୁଁ ପଚାରିବି। ଏ ନିଷ୍ପତି ମୁଁ କେମିତି ନେବି। ବୁଦ୍ଧ ତାଙ୍କୁ କହିଛନ୍ତି ମୁଁ ତୁମକୁ ସୁନ୍ଦର କାହାଣୀ କହୁଛି ତାକୁ ଶୁଣ। ଥରେ ଜଣେ ଯୁବକ କୌଣସି ଏକ ଦୂର ସ୍ଥାନକୁ ଯାତ୍ରା କରୁଥିଲେ ଯାତ୍ରା କଲାବେଳେ ରାସ୍ତାରେ ଏକ ସୁନ୍ଦର ବଗିଚା ଦେଖିଛି ବଗିଚାରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଫଳ ଫଳିଛି। ଫଳକୁ ଦେଖିକି ତାର ଆଖି ଲାଗି ଯାଇଛି ସେଇ ଫଳରେ। ଯେତେବେଳେ ସେ ଆଖି ସେ ସୁନ୍ଦର ସୁନ୍ଦର ଫଳକୁ ଦେଖିଛି ମନରେ ଲୋଭ ଆସିଛି ସେ ଫଳକୁ ମୁଁ ଖାଆନ୍ତି। ଆଖି ଦେଖିଛି ଲୋଭ କରିଛି ମନ। ମନ ସିନା ଲୋଭ କରିଛି କିନ୍ତୁ ମନ ତ ଯାଇ ପାରିବନାହିଁ ଯାଇଛି ପାଦ। ପାଦ ଯାଇଛି କିନ୍ତୁ ଫଳ ତୋଳିଛି ହାତ। ହାତ ତୋଳିଲା ଫଳ। କିନ୍ତୁ ଖାଇଲା ପାଟି। ପାଟି ଖାଇଲା କିନ୍ତୁ ରଖିପାରିଲା ନାହିଁ ରଖିଲା ପେଟ। ସେହି ସମୟରେ ମାଳି ଆସି ପହଁଚିଛି। ଆଉ ଶକ୍ତ ପ୍ରହାର ଦେଇଛି ପିଠିରେ। ପିଠିକୁ ବହୁତ କଷ୍ଟ ହୋଇଛି। ପିଠି କହିଛି ଏଥିରେ ମୋର କଣ ଦୋଷ ଥିଲା। ମୁଁ ତ କିଛି କରିନାହିଁ। ନାଁ ମୁଁ ତୋଳିଛି ନାଁ ମୁଁ ଫଳକୁ ଖାଇଛି। ତଥାପି ମତେ କଷ୍ଟ ସହିବାକୁ ପଡିଲା। ଯେତେବେଳେ କଷ୍ଟ ହେଲା ଲୁହ ଝରିଲା ଆଖିରୁ। କୋଉ ଆଖି ନାଁ ଯେଉଁ ଆଖି ପ୍ରଥମେ ସେ ଫଳକୁ ଦେଖିଥିଲା। ଯିଏ ଖରାପ କର୍ମରେ ପ୍ରଥମେ ଅଂଶଗ୍ରହଣ କରିଥିଲା। ସେଇ ଆଖିରୁ ପ୍ରଥମେ ଲୁହ ଝରିଲା। ତେଣୁ ଖରାପ କର୍ମର ଫଳ କେବେ ନାଁ କେବେ କୌଣସି ନାଁ କୌଣସି ଉପାୟରେ ଫଳ ନିଶ୍ଚିତ ଭାବରେ ଭୋଗିବାକୁ ପଡ଼ିବ।

ସେ ଭଲ କର୍ମ ହେଉ କିମ୍ବା ଖରାପ କର୍ମ ହେଉ। କର୍ମର ଫଳ ତ ଭୋଗିବାକୁ ହିଁ ପଡିବ। ଆଖିରୁ ଝରିଲା ଲୁହ ପିଠିକୁ କଷ୍ଟ ହେଲା ଶବ୍ଦ କରି କାନ୍ଦିଲା ପାଟି।ଯେତେବେଳେ ପାଟି ଶବ୍ଦ କରିକି କାନ୍ଦିଲା ଛୋଟ ପଟ ହୋଇ ହାତ ଆଉଁସିଲା। ଦେଖନ୍ତୁ ଏ ସୁନ୍ଦର କାହାଣୀରୁ ଆମେ ଭଲ ଭାବରେ ବୁଝି ପାରିବା। ଆଖି ଦେଖିଥିଲା ମନ ଲୋଭ କଲା ପାଦ ତୋଳିବା ପାଇଁ ଗଲା ହାତ ତୋଳିଲା ପାଟି ଖାଇଲା ଏ କୁକର୍ମରେ ଯେତେ ସମସ୍ତ ଯେଉଁମାନେ ସାଥ ଦେଇଛନ୍ତି ସମସ୍ତଙ୍କୁ ଏ କୁକର୍ମର ଫଳ ଭୋଗିବାକୁ ପଡିଲା। ତେଣୁ ଆମେ ଯେକୌଣସି କର୍ମ କରୁଛେ କିମ୍ବା ସେହି କର୍ମରେ କାହାକୁ ସାହାର୍ଯ୍ୟ କରିବା ପାଇଁ ଯାଉଛେ ତା ପୂର୍ବରୁ ଆମକୁ ସଚେତ ରହିବା ଉଚିତ। ତେଣୁ ସେ ସତ କର୍ମ ହେଉ କିମ୍ବା କୁକର୍ମ ହେଉ। ଭଲ ଭାବରେ କୌଣସି କର୍ମ କରିବା ପୂର୍ବରୁ ଏହି କାହାଣୀକୁ ମନେ ପକାଇବା ଉଚିତ। କାରଣ ଆପଣ ଯଦି କୌଣସି ସୁକର୍ମରେ କାହାକୁ ସାହାର୍ଯ୍ୟ କରୁଛନ୍ତି ତାର ସାଥ ଦେଉଛନ୍ତି ଆପଣ ତାର ସୁଫଳ ମଧ୍ୟ ପ୍ରାପ୍ତ କରିବେ। ଯଦି କୁକର୍ମରେ କାହାକୁ ସାହାର୍ଯ୍ୟ କରୁଛନ୍ତି ସେ କର୍ମର ଛିଟା ମଧ୍ୟ ଆମକୁ ସହ୍ୟ କରିବାକୁ ପଡିବ। କର୍ମଫଳ କେବଳ ଏକୁଟିଆ ନୁହଁ କର୍ମରେ ସାହାର୍ଯ୍ୟ କରୁଥିବା ସାଙ୍ଗ ସାଥି ପରିବାରକୁ ମଧ୍ୟ ଭୋଗିବାକୁ ପଡ଼ିବ। କର୍ମ ଫଳ ନିଶ୍ଚୟ ଭୋଗିବାକୁ ହିଁ ପଡିବ। ଗୋଟେ ଗରିବ ପିଲା ଆସି ତା ମାକୁ କହୁଛି ମା ଗୋଟେ ଭଲ କାମ ମିଳିଛି ବହୁତ ପଇସା କିନ୍ତୁ ମନ କାହିଁକି ମାନୁନି। କଣ କରିବି ନାଁ ନାହିଁ। ମା କହୁଛନ୍ତି ମୁଁ ଏତେ ପାଠ ସାଠ ପଢିନି ମୁଁ ତ ଏତେ ପଢ଼ା ଶୁଣା ନୁହଁ କିନ୍ତୁ ମୁଁ ଯେତେବେଳେ ପ୍ରତ୍ୟକ ଦିନ ତତେ ସକାଳୁ ଉଠାଇବା ପାଇଁ ଆସେ ତ ବିଛଣାରେ ଶାନ୍ତିରେ ଶୋଇଥାଉ।ମୁଁ ଏତିକି କହୁଛି ଏମିତି କାମ କରିବୁନି ମୁଁ ତତେ ଦିନେ ବିଛଣାରୁ ଉଠାଇବା ପାଇଁ ଆସିବି। ଆଉ ଦେଖିବି ତୁ ସେଇ ବିଛଣାରେ ଅନିଦ୍ରା ଅବସ୍ଥାରେ ବସିଥିବୁ। ତେଣିକି ଆଗକୁ ତୁ ବହୁତ ପାଠ ସାଠ ପଢ଼ା ପିଲା ଏ ଯୁଗର ପିଲା ତୁ ସବୁଦିନ ସୁବୁକିଛି ବୁଝିଯିବୁ। କେତେ ମହତ ବାଣୀ କହିଗଲେ। ମଣିଷ ଏମତି କର୍ମ କରିବା ଉଚିତ ନୁହଁ ଯାହା ଦ୍ୱାରା ତାର ନିଦ୍ରା ହଜିଯିବ। ତାକୁ ରାତିସାରା ବିଛଣାରେ ଜାଗ୍ରତ ଅବସ୍ଥାରେ ବସିବାକୁ ପଡିବ। ଆଉ ସେ ଅବସ୍ଥା ସେତେବେଳେ ଆସିଥାଏ ଯେତେବେଳେ ମଣିଷ କୁକର୍ମରେ ଲିପ୍ତ ଥାଏ। ଲୋଭ ମୋହ ହିଂସାରେ ଯେତେବେଳେ ଜଡିତ ହୁଏ। ଆଉ ଯଦି କୌଣସି ମଣିଷ କୁକର୍ମ କରି ମଧ୍ୟ ଶୋଇ ଯାଉଛି ଶାନ୍ତିରେ ଶୋଇଯାଉଛି ତାର ଅର୍ଥ ତାର ଅନ୍ତରଆତ୍ମା ମରିଯାଇଛି।ପିଲାଟି ପୁଣି ବୁଦ୍ଧଙ୍କୁ ପ୍ରଶ୍ନ କଲା ହେ ମହାତ୍ମା ମୁଁ ତ ଏତେ ଜ୍ଞାନୀ ନୁହଁ କେମିତି ଜାଣିବି କେଉଁ କର୍ମ ଖରାପ, କେଉଁ କର୍ମ ସତ କର୍ମ,ମୁଁ କେମିତି ଏ ଜିନିଷରେ ନିଷ୍ପତି ନେବି ସବୁ କର୍ମ କଲା ପୂର୍ବରୁ ମୁଁ କେମିତି ଠିକ ନିଷ୍ପତି ନେବି। ବୁଦ୍ଧ କହିଛନ୍ତି କୌଣସି କର୍ମ ଠିକ କର୍ମ ବା ଭୁଲ କର୍ମ ସେ ବିଷୟରେ ଜାଣିବା ପାଇଁ ଜ୍ଞାନୀ ହେବାର ଆବଶ୍ୟକତା ନାହିଁ। ବହୁତ କିଛି ଜାଣିବାର ଆବଶ୍ୟକତା ଅଛି। ଖାଲି ଏତିକି ମାତ୍ର କର ମନ ଯେତେବେଳେ ଦ୍ଵନ୍ଦରେ ରହୁଛି ମାନେ ଯେତେବେଳେ କୌଣସି ପ୍ରକାର ନିଷ୍ପତି ନନେଇ ପାରୁଛି ଆଖି ବନ୍ଦ କରି କିଛି ସମୟ ଚୁପଚାପ ବସନ୍ତୁ। ଆଉ ନିଜର ଅନ୍ତରଆତ୍ମାକୁ ପଚାରନ୍ତୁ। ମୁଁ ଯାହା କରିବା ପାଇଁ ଯାଉଛି ତାହା ଠିକ ତ ଆଜି ପର୍ଯ୍ୟନ୍ତ ମୁଁ ଯାହା କରିଛି କୌଣସି ବି କ୍ଷେତ୍ରରରୁ ହେଉ ତାହା ଠିକ ତ ଦେଖିବ ତୁମକୁ ତୁମର ପ୍ରଶ୍ନର ଉତ୍ତର ମିଳିଯିବ। କାରଣ ଏ ଅନ୍ତର ଆତ୍ମା ଏ ଅନ୍ତର କେବେବି ମିଛ କହେ ନାହିଁ। ଆପଣ ମାନେ ସମସ୍ତେ ପରୀକ୍ଷା କରନ୍ତୁ ଏ ପୋଷ୍ଟଟିକୁ ପଢି ସାରିବା ପରେ ଏ ସୁନ୍ଦର କାହାଣୀଟି ଜାଣି ସାରିବା ପରେ କିଛି ସମୟ ପାଇଁ ଆପଣ ଆଖି ବନ୍ଦ କରି ବସନ୍ତୁ ଏବଂ ନିଜ ଅନ୍ତରକୁ ପଚାରନ୍ତୁ। ମୁଁ ଯାହା କରିଛି ଏବଂ ଯାହା କରିବା ଯାଉଛି ତାହା କେତେ ଦୂର ଠିକ। ଆପଣଙ୍କୁ ଆପଣଙ୍କ ପ୍ରଶ୍ନର ଉତ୍ତର ମିଳିଯିବ। ଯେ କେଉଁ କର୍ମ ସତ କର୍ମ, କେଉଁ କର୍ମ ଭୁଲ କର୍ମ। ସେଥିପାଇଁ ଆମ ଶାସ୍ତ୍ରରେ ଏ ମହତ ବାଣୀ ଅଛି ଯେ ” ମନ ତହର ନିଜ ଗୁରୁ ଉଧବ କେତେ ତୁ ପଚାରୁ” କାହାରିକୁ ପିଚାରିବାର ଆବଶ୍ୟକତା ନାହିଁ। ନିଜର ସ୍ୱଚ୍ଛ ମନରେ ନିଜର ଅନ୍ତରଆତ୍ମାକୁ ପଚାରି କର୍ମ କରନ୍ତୁ ତାହା ନିଶ୍ଚିତ ଭାବରେ ସତ କର୍ମ ହେବ। ଆପଣଙ୍କ ଅନ୍ତର ଆତ୍ମା ଆପଣଙ୍କ ସ୍ୱଚ୍ଛ ମନ ଆପଣଙ୍କୁ ଠିକ ମାର୍ଗ ଦର୍ଶନ ଦେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *