Excuse Me Odisha

ଯାହା କହିବୁ ସତ କହିବୁ

ଆପଣ ମାନଙ୍କୁ ଜଣେଇବୁ ୮ ପରେ ଗାଧୋଉଥିବା ମହିଳାଙ୍କ ବିଷୟରେ, ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ନିତିଦିନିଆ ଜୀବନରେ କିଛି କଥା ଏପରି ହୋଇଥାଏ ଯାହା ଆମକୁ ବହୁତ ସାମାନ୍ୟ ଲାଗେ ଆମେ ସେହି କଥାକୁ ବାସ ଗୋଟିଏ ରୁଟିନ ଭାବିକି କରିଚାଲୁ।କିନ୍ତୁ ତାହାର ପଛରେ ଥିବା ଶାସ୍ତ୍ରକୁ ବୁଝିବା ପାଇଁ ଚେଷ୍ଟା ମଧ୍ୟ କରନ୍ତି ନାହିଁ। ଯଦି ଭଲ ଭାବରେ ଦେଖିବେ ତ ଆମର ପୂର୍ବଜମାନେ ଆମ ଉପରେ ଯେତିକି ସଂସ୍କାର କରିଛନ୍ତି ଯାହାର ଅଭ୍ୟାସ ଢାଳିଛନ୍ତି ସେସବୁ ଆମ ପାଇଁ ବହୁତ ଲାଭଦାୟକ ଅଟେ। ଗାଧୋଇବା ବି ଆମ ପାଇଁ ଏକ ସବୁଦିନିଆ କାମ। ଏବଂ ଗାଧୋଇବା ଦ୍ୱାରା ଆମର ଶରୀରକୁ ବହୁତ ଫାଇଦା ମିଳିଥାଏ। ଶାସ୍ତ୍ର ଅନୁସାରେ ମଧ୍ୟ ଗାଧୋଇବା ବି ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ତମ କର୍ଯ୍ୟ ହୋଇଥାଏ। କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଗାଧୋଇବାର ଏକ ଠିକ ସମୟ ଏବଂ ତରିକା ଅଛି। ଆମେ ସମସ୍ତେ ଆମର ବିଚାର ଓ ସୁବିଧା ଅନୁସାରେ ଦିନରେ କେବେବି କୌଣସି ସମୟରେ ଗାଧୋଇଥାଉ। କିନ୍ତୁ ଆମର ଅଭ୍ୟାସ ବହୁତ ଭୁଲ ହୋଇଥାଏ। ଏଥିରେ ଫାଇଦା କମ ଏବଂ କ୍ଷତି ବହୁତ ଅଧିକା ହୋଇଥାଏ। ଆମର ମହାନ ଶାସ୍ତ୍ର ମଧ୍ୟରୁ ଗରୁଡ଼ ପୁରାଣରେ ଆମର ଜୀବନର ପ୍ରତ୍ୟକ ଛୋଟ ବଡ଼ କଥାର ଉଲ୍ଲେଖ କରାଯାଇଛି। ଏବଂ ଜୀବନ ମୃତ୍ୟୁ ତଥା ସ୍ୱର୍ଗ ନର୍କ ସହିତ ଧର୍ମ ବ୍ୟହାରିକ ଜ୍ଞାନ ସଂସ୍କାର ଆଚରଣ ବ୍ୟବହାର ଇତ୍ୟାଦି ଜିନିଷରେ ଇତ୍ୟାଦିରେ ମଧ୍ୟ ବହୁତ କିଛି କୁହାଯାଇଛି। ଆଜି ଆମେ ଜାଣିବା ଗରୁଡ଼ ପୁରାଣ ଅନୁସାରେ ଗାଧୋଇବା ପାଇଁ କେଉଁ ସମୟ ଉତ୍ତମ ହୋଇଥାଏ। ସ୍ନାନ କେତେ ପ୍ରକାରର ହୋଇଥାଏ ଏବଂ ଏହାର ଲାଭ କ୍ଷତି କଣ। ସର୍ବେପ୍ରଥମେ ଆମେ ଜାଣିବା ସ୍ନାନ କେତେ ପ୍ରକାରର। ଶାସ୍ତ୍ର ଅନୁସାରେ ବ୍ରହ୍ମ ସ୍ନାନ,ଦେବ ସ୍ନାନ, ଋଷି ସ୍ନାନ, ମାନବ ସ୍ନାନ ଏବଂ ଦାନବ ସ୍ନାନ। ଏହିସବୁ ଦାନ ମୁଖ୍ୟ ପ୍ରକାର ହୋଇଥାଏ। ଏହା ସମୟ ଅନୁସାରେ ବର୍ଗୀ କରଣ କରାଯାଇଛି। ଗରୁଡ଼ ପୁରାଣ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ କରାଯାଉଥିବା ସ୍ନାନକୁ ଶ୍ରେଷ୍ଠ ମାନାଯାଇଥାଏ। ବ୍ରହ୍ମ ମୁହୂର୍ତ୍ତ ବା ରାତ୍ରିର ଅନ୍ତୁମ ପ୍ରହର ଏବଂ ସୂର୍ଯ୍ୟ ଉଦୟର ଠିକ ୧ଘଣ୍ଟା କିମ୍ବା ୨ ଘଣ୍ଟା ପୂର୍ବରୁ ସମୟ। ସାଧାରଣତଃ ସକାଳ ୪ ରୁ ୫.୩୦ର ସମୟ। ଶାସ୍ତ୍ରର ଏହି ସମୟକୁ ଦିନର ସର୍ବଶ୍ରେଷ୍ଠ ସମୟ ମାନାଯାଏ। କାରଣ ଏହି ସମୟରେ ଅଦ୍ଭୁ-ତ ଚମ-ତ୍କାର ଉର୍ଜା ବ୍ୟାପ୍ତ ହୁଏ। କାରଣ ଏହି ସମୟ ଦେବତାଙ୍କର ସମୟ ହୋଇଥାଏ। ଏହି ସମୟରେ ଦେବତାଙ୍କର ସ୍ମରଣ କରି ବ୍ରହ୍ମ ମୁହୂର୍ତ୍ତରେ କରାଯାଉଥିବା ବ୍ରହ୍ମ ସ୍ନାନକୁ ସର୍ବଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ବା ସ୍ନାନ କରିବା ପରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଲେ ଆମର ଜୀବନରେ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସେ। ଦିନସାରା ଆମର ଶରୀର ମନ ସକାରାତ୍ମକ ଉର୍ଜାରେ ଭରପୁର ରହିଥାଏ।

ଦେବ ସ୍ନାନ। ସକାଳ ୫ ରୁ ୬ ଭିତରେ ହେଉଥିବା ସ୍ନାନକୁ ଦେବସ୍ନାନ କୁହାଯାଏ। ସବୁ ପବିତ୍ର ନଦୀର ସ୍ମରଣ କରି କରାଯାଉଥିବା ସ୍ନାନକୁ ଏବେ ମଧ୍ୟ ଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ଆମର ଶରୀରରେ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏବଂ ସବୁ ପ୍ରକାରର ନାକାରାତ୍ମକତା ଆମର ଶରୀରରୁ ବାହାରିଯାଏ। ଏହି ପ୍ରକାର ଦେବସ୍ନାନ କଲେ ଆମର ମନ ସହିତ ଶରୀର ମଧ୍ୟ ଶୁଦ୍ଧ ହୋଇଥାଏ।

ଋଷି ସ୍ନାନ। ସକାଳୁ ସକାଳୁ ଯେବେ ଆକାଶରେ ତାରା ନଜର ଆସେ ସେହି ସମୟରେ କରାଯାଉଥିବା ସ୍ନାନକୁ ଋଷି ସ୍ନାନ କୁହାଯାଏ। ଏହାକୁ ବି ଶ୍ରେଷ୍ଠ ସ୍ନାନ ମାନାଯାଏ। ଏହି ସମୟରେ ସ୍ନାନ କଲେ ଆମକୁ ମାନସିକ ଶାନ୍ତି ମିଳିଥାଏ।

ମାନବ ସ୍ନାନ। ୬ ରୁ ୮ ଟା ସମୟ ଭିତରେ କରାଯାଉଥିବା ସକାଳ ସ୍ନାନକୁ ମାନବ ସ୍ନାନ କୁହାଯାଏ। ଏହି ସ୍ନାନ ସୂର୍ଯ୍ୟ ଉଦୟ ସମୟରେ ବା ସୂର୍ଯ୍ୟ ଉଦୟ ପରେ କରାଯାଇଥାଏ। ଏହି ସମୟରେ ସ୍ନାନ କରିବାକୁ ମଧ୍ୟ ଭଲ ମାନାଯାଏ।ଶରୀରରେ ଦିନସାରା ସକାରାତ୍ମକ ଉର୍ଜା ବ୍ୟାପ୍ତ ରହିଥାଏ। ଆମେ ଯେଉଁ କାମ କରିବାକୁ ମଧ୍ୟ ଉତ୍ସାହ ରହିଥାଏ।

ସକାଳ ୮ଟା ପରେ ଆମର ସ୍ନାନ କରିବା ଆମର ଶାସ୍ତ୍ରରେ ଠିକ ସମୟ ବୋଲି ମାନାଯାଏନାହିଁ। ଏହି ସମୟ ବାତାବରଣରେ ବ୍ୟାପ୍ତ ଦେବୀ ଶକ୍ତି କମ ହୋଇଯାଏ।ଏଥିପାଇଁ ମନୁଷ୍ୟର ଉତ୍ସାହର ଉର୍ଜା କମ ଦେଖାଯାଏ। ଯେଉଁଥି ପାଇଁ ସେ ଦିନସାରା ଆଳସ୍ୟ ଅନୁଭବ କରେ। ପୁରା ଦିନ ଶୋଇରହେ। ଏବଂ କୌଣସି କାମରେ ମନ ଲାଗେ ନାହିଁ। ଏଥିପାଇଁ ସକାଳ ୮ ଟା ପରେ କେବେ ସ୍ନାନ କରିବା ଉଚିତ ନୁହେଁ। ଯେଉଁ ମହିଳା ସକାଳ ୮ ଟା ପରେ ସ୍ନାନ କରନ୍ତି ତାଙ୍କ ଜୀବନରେ ସବୁବେଳେ ଦୁର୍ଭାଗ୍ୟ ବନିରହେ ଏବଂ ଘରେ ସୁଖ ସମୃଦ୍ଧି ଚାଲିଯାଏ।

ଦାନବ ସ୍ନାନ। ଦିପ୍ରହରର ୧୨ ଟା ପରେ କରାଯାଉଥିବା ସ୍ନାନକୁ ଦାନବ ସ୍ନାନ କୁହାଯାଏ। ସୂର୍ଯ୍ୟ ଉଦୟ ହେବାର ବହୁତ ସମୟ ପରେ ମଧ୍ୟ ଯେଉଁ ଲୋକ ସ୍ନାନ କରନ୍ତି ନାହିଁ ତାଙ୍କ ମନରେ ଦିନସାରା କ୍ରୋଧ ରାଗ କ୍ଳେଶ ନକାରାତ୍ମକତା କମଜୁରୀ ଏବଂ ଚିଡିଚିଡାପଣ ବନିରହେ। ଯାହା ଦ୍ୱାରା ଏମାନଙ୍କ କାମରେ ଅସୁବିଧା ଆସେ। ଏଥିପାଇଁ ଗରୁଡ଼ ପୁରାଣରେ ଆମେ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ ଦେବ ସ୍ନାନ,ଋଷି ସ୍ନାନ କିମ୍ବା ମାନବ ସ୍ନାନ କରିବା ଉଚିତ। ପ୍ରତିଦିନ ଏହି ପବିତ୍ର ସମୟରେ ସ୍ନାନ କରିକି ଈଶ୍ୱରଙ୍କୁ ପୁରା ଶ୍ରଦ୍ଧାରେ ଆରୋଧନା ପ୍ରାର୍ଥନା ଏବଂ ପୂଜା ପାଠ କରି ତଥା ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଇ ଆମର ଶରୀର ସହିତ ମନ ବି ପବିତ୍ର ହୋଇଯାଏ। ଏବଂ ଆମର ବହୁତ ସମସ୍ୟାର ସମାଧାନ ମଧ୍ୟ ହୋଇଯାଏ।

ଏବେ ଆସନ୍ତୁ ଜାଣିବା ସ୍ନାନ କରିବା ସମୟରେ କେଉଁ ମନ୍ତ୍ର ଜପ କରିବା ଉଚିତ।

ଗଙ୍ଗା ଚେ ଯମୁନା ଚେ ଗଦାବରୀ ସ୍ୱରସ୍ୱତୀ ନର୍ମଦା ସିନ୍ଧୁ କାବେରୀ ଜଳସ୍ମେ ସ୍ମନଦ୍ଧେମ କୁରୁ।ମାନେ ହେ ଗଙ୍ଗା ଯମୁନା ଗଦାବରୀ ସ୍ୱରସ୍ୱତୀ ସିନ୍ଧୁ କାବେରୀ ମା ମୋର ସ୍ନାନ କରିବା ଜଳରେ ଦୟାକରି ଆପଣ ଧାରଣ କରନ୍ତୁ। ଏହି ପ୍ରକାର ମନ୍ତ୍ର ଜପକରି ସ୍ନାନ କଲେ ସବୁ ପ୍ରକାରର ନକାରାତ୍ମକତା ଖରାପ ନଜର ରୋଗ ବିମାର ନଷ୍ଟ ହୋଇଯାଏ। ଏବଂ ବ୍ୟକ୍ତି ଜୀବନରେ ସୁଖ ସମୃଦ୍ଧି ରହିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *