Excuse Me Odisha

ଯାହା କହିବୁ ସତ କହିବୁ

ଅନ୍ୟକୁ ମିଛ କହି ଠକିଲେ ନିଜର କଣ କ୍ଷତି ହୁଏ, ଆସନ୍ତୁ ଜାଣିବା

ସେୟାର୍ କରନ୍ତୁ

ଗୋଟିଏ ଗାଁରେ ଜଣେ ବ୍ୟବସାୟୀ ରହୁଥିଲା। ତାର ବ୍ୟବସାୟରେ ଅଧିକ କ୍ଷତି ହେବାରୁ ସେ ଧିରେ ଧିରେ ଗରିବ ହେବାକୁ ଲାଗିଲା। ତେଣୁ ସେ ଭାବିଲା ଗାଆଁ ଠାରୁ ସହରକୁ ଯାଇ ସେଠି କିଛି ନୂଆ ବ୍ୟବସାୟ ଆରମ୍ଭ କରିବ। ସହରକୁ ଯିବା ପାଇଁ ତାର ପାଖରେ କିଛି ଟଙ୍କାପଇସା ନଥିଲା। ତେଣୁ ସେ ତାପାଖରେ ଥିବା ଲୁହର ନିକିତି ଧରି ଗାଁର ସାହୁକାର ନିକଟକୁ ଗଲା। ସାହୁକାରଙ୍କୁ ପ୍ରଣାମ ଜଣେଇ କହିଲା, ସାହୁକାରେ ମୋର ଏହି ନିକିତିକୁ ନେଇ ମୋତେ କିଛି ଟଙ୍କା ଦିଅନ୍ତୁ। ମୁଁ ସହର ଯାଇ ବ୍ୟାପାର କରିବି ଏବଂ ଟଙ୍କା ଆସିଲେ ମୁଁ ଟଙ୍କା ଦେଇ ଏହି ନିକିତିକୁ ନେଇ ଯିବି। ସାହୁକାରଙ୍କ ନିକିତି ଦେଖି ଲୋଭ ହେଲା, ସେ ଲୋକଟିକୁ ଟଙ୍କା କିଛି ଦେଇ ନିକିତି ରଖିଦେଲେ। ବ୍ୟବସାୟୀ ଟଙ୍କା ନେଇ ବ୍ୟାପାର କରିବାକୁ ସହରକୁ ଚାଲିଗଲା। କିଛିଦିନ ପରେ ତାର ବ୍ୟବସାୟରେ ବହୁତ ଉନ୍ନତି ଘଟିଲା ଏବଂ ସେ ଟଙ୍କାପଇସା ଧରି ଘରକୁ ଫେରି ଆସିଲା। ତାର ସେହି ନିକିତି କଥା ମନେ ପଡ଼ିବାରୁ ସାହୁକାର ପାଖରେ ଯାଇ ଟଙ୍କା ଦେଇ ନିକିତି ଫେରେଇ ଦେବାକୁ କହିଲା। ସାହୁକାରଙ୍କ ସେହି ନିକିତି ଦେବାକୁ ଇଚ୍ଛା କଲେ ନାହିଁ। ତେଣୁ ସେ ମିଛରେ କହିଲେ ତୁମର ସେହି ନିକିତିକୁ କେତେଦିନ ମୂଷା ଖାଇ ଦେଇଛି। ସାହୁକାରଙ୍କ ମୁହଁରୁ ଏଭଳି କଥା ଶୁଣି ବ୍ୟବସାୟୀ ବହୁତ ମନ କଷ୍ଟ କଲା ଏବଂ ଆଶା କରି ନଥିଲା ସାହୁକାର ତାକୁ ଏପରି ଠକିବେ ବୋଲି। କିଛି ସମୟ ପରେ ସେ ସାହୁକାରଙ୍କୁ କହିଲା, ହଉ ସବୁ ମୋର ଭାଗ୍ୟର ଦୋଷ, ଯାହା ହେବାର ଥିଲା ହେଲା। ସାହୁକାର ବ୍ୟବସାୟୀ କଥା ଶୁଣି ଶାନ୍ତିରେ ନିଃଶ୍ୱାସ ମାରିଲେ। ଏହାପରେ ବ୍ୟବସାୟୀ କହିଲା, ମହାଶୟ ମୁଁ ଟିକେ ଗାଧେଇବାକୁ ଇଛା କରୁଛି। ଏହି ପାଖରେ କେଉଁଠାରେ ନଦୀ ବା ପୋଖରୀ ଅଛି କି ? ବ୍ୟବସାୟୀ ଜଣକ ସାହୁକାରଙ୍କୁ କହିଲା ମୋ ସହ ଟିକେ ଆପଣଙ୍କ ପୁଅକୁ ପଠାନ୍ତୁ, ସେ ଟିକେ ମୋ ଜିନିଷପତ୍ର ଉପରେ ନଜର ରଖିବ। ସାହୁକାର ଜଣକ ତାଙ୍କ ସାନ ପୁଅକୁ ନଦୀ ପଠାକୁ ପଠାଇଲେ। ବ୍ୟବସାୟୀ କନକ ସୁଯୋଗ ଖୁଜୁଥିଲା। ଯେତେବେଳେ ସେ ନଦୀ ପାଖକୁ ଗଲା, ସାହୁକାରଙ୍କ ପୁଅକୁ ଗୋଟେ ଗଛ ମୂଳରେ ବାନ୍ଧି ଦେଇ ଆସିଲେ। ସାହୁକାର ତାଙ୍କ ପୁଅକୁ ନଦେଖି ପଚାରିଲେ,ମୋ ପୁଅ କୁଆଡେ ଗଲା? ବ୍ୟବସାୟୀ ଜଣକ ମନଦୁଃଖ କରି କହିଲେ ଆପଣଙ୍କ ପୁଅକୁ ଗୋଟେ ଶାଗୁଣା ଆସି ନେଇ ଗଲା। ଏହାଶୁଣି ସାହୁକାର ରାଗ ଜର୍ଜରିତ ହୋଇ ରାଜାଙ୍କ ନିକଟରେ ପହଞ୍ଚିଲେ। ରାଜାଙ୍କୁ ସବୁକଥା ଜଣେଇ ବିଚାର କରିବାକୁ କହିଲେ।ରାଜା ବ୍ୟବସାୟୀ ଜଣଙ୍କୁ ଅନେଇ କହିଲେ ,ଆରେ ମୂର୍ଖ ଚଳନ୍ତା ପିଲାକୁ ଶାଗୁଣା ଉଠେଇ ନେବା ଏହା କଣ ସମ୍ଭବ କଥା? ଏହାଶୁଣି ବ୍ୟବସାୟୀ ଜଣକ କହିଲା, ହେ ପ୍ରଭୁ ଯଦି ଲୁହାର ନିକିତିକୁ ମୂଷା ଖାଇ ଦେଇ ପାରିଲା। ତାହେଲେ ଶାଗୁଣା କଣ ପୁଅଟିକୁ ନେଇ ପାରିବ ନାହିଁ। ରାଜା ବ୍ୟବସାୟୀ ପାଖରୁ ସମ୍ପୂର୍ଣ୍ଣ କଥା ବୁଝି ଜାଣି ପାରିଲେ ଏବଂ ପରେ ସାହୁକାରକୁ ନିର୍ଦ୍ଦେଶ ଦେଲେ ତୁ ତାର ନିକିତିକୁ ଫେରେଇଦେ ତାହେଲେ ସେ ତୋର ପୁଅକୁ ଫେରେଇ ଦେବ। ଏହାପରେ ସାହୁକାର ଲଜ୍ଜିତ ହୋଇ ବ୍ୟବସାୟୀ ର ନିକିତିକୁ ଫେରେଇ ଦେଲେ। ବନ୍ଧୁଗଣ ଏହି ଗଳ୍ପରୁ ଆମେ ଶିକ୍ଷା ପାଇଲେ ଯେ ସର୍ବଦା ସତ୍ୟର ଜୟ ହୋଇଥାଏ, ଯାହାକୁ ଆପଣ ଠକିବେ ବା ଲୁଚେଇବେ ତାହା ଆପଣଙ୍କ ଉପରେ ମଧ୍ୟ ସମାନ ପ୍ରଭାବ ପଡ଼ିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *