Excuse Me Odisha

ଯାହା କହିବୁ ସତ କହିବୁ

ଜୀବନକୁ ବଦଳେଇ ଦେବା ଭଳିଆ ମୋଟିଭେସନ୍ , ଥରେ ନିଶ୍ଚିତ ପଢନ୍ତୁ

ସେୟାର୍ କରନ୍ତୁ

ଜୀବନର ହାତ ନଥାଏ, କିନ୍ତୁ କେବେକେବେ ସେ ଏପରି ଚାପୁଡ଼ା ମାରି ଥାଏ, ଯାହା ଜୀବନସାରା ମନେ ରହିଥାଏ। କେହି ଆପଣଙ୍କୁ ଭୁଲ ବୁଝେ ତ କହି ଦିଅନ୍ତୁ, ମୋ ବା-ବଦରେ କୌଣସି ମତ ଦିଅନ୍ତୁ ନାହିଁ। ମୋର ସମୟ ବି ବଦଳିବ ଏବଂ ତୁମର ମତ ମଧ୍ୟ ବଦଳିବ। କେହି ଧୋକା ଦେଲେ ମନେ ରଖନ୍ତୁ। ପଥର ଭାବିକରି ଆମକୁ ଧୋକା ଦେବା ଲୋକ ମନେରଖନ୍ତୁ, କାଲି ଆମେ ମନ୍ଦିରରେ ରହିପାରୁ। ଖରାପ ସମୟ ଆସିଲେ ମନେ ରଖନ୍ତୁ ଦୋଳି ଯେତିକି ପଛକୁ ଯାଇଥାଏ, ସେତିକି ଆଗକୁ ମଧ୍ୟ ଆସିଥାଏ। ଏହିପରି ଜୀବନର ଦୋଳି ପଛକୁ ଯାଏ ତ ଭୟ କରନ୍ତୁ ନାହିଁ, ତାହା ଆଗକୁ ମଧ୍ୟ ଆସିବ। ଖୁସି ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରିଥାଏ, ଆପଣଙ୍କ ପାଖରେ କଣ ଅଛି ବା କଣ ନାହିଁ ତାହା ଉପରେ ନୁହେଁ। ମାନି ନିଅନ୍ତୁ କି ଆପଣ ଏତେ ଧନୀ ନୁହନ୍ତି ଯେ ସବୁକିଛି କିଣି ପାରିବେ, କିନ୍ତୁ ଏତେ ମଧ୍ୟ ଗରିବ ନୁହନ୍ତି ନିଜେ ବିକ୍ରି ହୋଇଯିବେ। ଲୋକେ ବହୁତ ଉପଦେଶ ଦେଇଥାନ୍ତି କି ଖୁସିରେ ରୁହ। କିନ୍ତୁ ଖୁସିରେ ରହିବାର କୌଣସି କାରଣ କହି ନଥାନ୍ତି। ଯଦି କେହି ଆପଣଙ୍କୁ ନୀଚ ଦେଖେଇବାକୁ ଚାହୁଁ ଅଛି, ଏହାର ଅର୍ଥ ଏହା ଅଟେ କି ଆପଣ ତାଠାରୁ ଉପରେ ରହିଛନ୍ତି। ଯାହା ଠାରେ ଆତ୍ମବିଶ୍ବାସ ଦୁର୍ବଳ ରହିଥାଏ, ଏପରି ଲୋକେ ଅନ୍ୟ ମାନଙ୍କୁ ନୀଚା ଦେଖାଇବାର ପ୍ରୟାସ କରି ଥାଆନ୍ତି। ଆମର ସବୁଠାରୁ ବଡ଼ ଭୁଲ ଏହା ଅଟେ କି ଏବେ ସେମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ସମୟ ଦେଇଥାଉ, ଯିଏ କି ଆମ ସହିତ କିଛି ସମୟ ଅତିବାହିତ କରିବା ପାଇଁ ଆମ ଜୀବନରେ ଆସିଥାନ୍ତି। ଏହା କଠିନ ଅଟେ କିନ୍ତୁ ପ୍ରକୃତ ସତ୍ୟ। ସଙ୍ଗୀତ ଶୁଣି ଜ୍ଞାନ ମିଳେ ନାହିଁ ଏବଂ ମନ୍ଦିର ଯାଇ ଭଗବାନ ମିଳନ୍ତି ନାହିଁ। ପଥର ଏଥିପାଇଁ ପୂଜା କରିଥାନ୍ତି ଲୋକେ, କାରଣ ବିଶ୍ୱାସ ଯୋଗ୍ୟ କୌଣସି ମଣିଷ ମିଳେ ନାହିଁ। ଏବେ ମୁଁ ଭୟ କରୁଅଛି ଯେବେ ମୋତେ କେହି କହିଥାନ୍ତି, ମୋତେ ବିଶ୍ୱାସ ତ କରନ୍ତୁ। ମନେ ରଖନ୍ତୁ ଆମର ବ୍ୟବହାର ଗଣିତର ଶୂନ୍ୟ ଭଳି ହେବା ଉଚିତ। ଯିଏ ନିଜେ କିଛି ମୂଲ୍ୟ ରଖେ ନାହିଁ କିନ୍ତୁ ଯାହା ସହିତ ଲାଗି ଯାଏ ତାହେଲେ ମୂଲ୍ୟ ବଢେଇ ଦେଇଥାଏ। ଏଥିପାଇଁ ଚେହେରାର ହସରେ ଅହଙ୍କାରକୁ ଭୁଲି ଯାଅ।ଅଳ୍ପ କୁହ କିନ୍ତୁ ସବୁକିଛି କହିଦିଅ। ଆପଣଙ୍କ ହୃଦୟ ଆପଣଙ୍କର ସବୁଠାରୁ ବଡ଼ ବେଷ୍ଟ ଫ୍ରେଣ୍ଡ ଅଟେ। ତାହା କେବଳ ଆପଣଙ୍କ ପାଇଁ ଚାଲୁ ଥାଏ, ଯାହାଦ୍ଵାରା ଆପଣ ନିଜର ଲକ୍ଷ୍ୟକୁ ପାଇ ପାରିବେ। ଆପଣଙ୍କ ଶରୀରର ପ୍ରତ୍ୟେକ ରକ୍ତ ବିନ୍ଦୁ ଏବଂ ପ୍ରତ୍ୟେକ ଗୁଡ଼ିଏ ଅଙ୍ଗ ସବୁବେଳେ ଚାଲୁ ଥାଆନ୍ତି ଏବଂ ଏହାହିଁ କହିଥାନ୍ତି କି ଲଗାତାର ଆଗକୁ ବଢି ଚାଲିବା ହିଁ ସଫଳ ଜୀବନ ଅଟେ। ଜୀବନରେ ଯେଉଁଦିନ ଆପଣ ଅଟକି ଯିବେ ସେହିଦିନ ସବୁ ଶେଷ ହୋଇଯିବ। ଜୀବନରେ ଆଗକୁ ବଢିବାର ଅଛି, ତାହେଲେ ନିଜେ ହାରିବାର କାରଣ ଖୋଜି ବାହାର କରନ୍ତୁ। ଅନ୍ୟ କେହି ଜିତିଲେ ଆପଣଙ୍କ କାନ୍ଦିବାରେ କିଛି ଲାଭ ନାହିଁ। ମନେ ରଖନ୍ତୁ ଅସୁବିଧା ଦିନ ମଧ୍ୟ ଚାଲି ଯିବ। ଆପଣଙ୍କ ହସର ମଜା ନେଉଥିବା ଲୋକଙ୍କ ଚେହେରା ମଉଳି ଯିବ। ସାଙ୍ଗମାନେ ଯଦି କାମ ଭୁଲ ହୋଇଯାଏ ତାହେଲେ ଚଳି ଯିବ, କିନ୍ତୁ କେବେ ଭୁଲ କାମ କର ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *