Excuse Me Odisha

ଯାହା କହିବୁ ସତ କହିବୁ

ଜୀବନକୁ ବଦଳାଇବାକୁ ଚାହୁଁଅଛନ୍ତି ତ ଏହି ୩ ଟି ପ୍ରଶ୍ନ ନିଜକୁ ପଚାରନ୍ତୁ।

ସେୟାର୍ କରନ୍ତୁ

ଆପଣ ଜୀବନରେ କଣ ହେବାକୁ ଚାହୁଁଛନ୍ତି ଏହି କଥା ଇମ୍ପଟାଣ୍ଟ ଅଟେ ଏହାର ଉତ୍ତର ଆପଣଙ୍କୁ ଜଣାଥିବା ଦରକାର।

ଆପଣ ଜୀବନରେ ଯାହାବି ହେବାକୁ ଚାହୁଁଛନ୍ତି ତାହା କାହିଁକି ହେବାକୁ ଚାହୁଁଛନ୍ତି ଏହି କଥା ଅଧିକ ଜରୁରୀ ଅଟେ। ଆପଣଙ୍କୁ ଏହାର ଉତ୍ତର ଜଣାଥିବା ଦରକାର ମୁଁ ଆପଣଙ୍କ କଥା କହୁ ନାହିଁ। କିନ୍ତୁ ଅଧିକ ଲୋକ ଯାହାବି ହେବାକୁ ଚାହୁଁଛନ୍ତି ସେ ଅନ୍ୟର ନକଲ କରି ହେବାକୁ ଚାହିଁଥାନ୍ତି।

ଅନ୍ୟ ଲୋକଙ୍କୁ ତାର ଫିଲ୍ଡରେ success ହେବାର ଦେଖିକରି ତାଙ୍କ ମନରେ ବି ସେପରି ଜୀବନ ବଞ୍ଚିବାର ବିଚାର କରିଥାନ୍ତି।

ଗୋଟିଏ ଥର ନିଜେ ନିଜକୁ ପଚାରି ନିଅନ୍ତୁ ଆପଣ ଯାହାବି ହେବାକୁ ଚାହୁଁଛନ୍ତି ତାହା ଆପଣ କାହିଁକି ହେବାକୁ ଚାହୁଁଛନ୍ତି।ଯେ ପର୍ଯ୍ୟନ୍ତ ତା ପଛରେ କୌଣସି ମୁଖ୍ୟ କାରଣ ନଥିବ ଆପଣଙ୍କୁ ସଫଳତା ମିଳିବ ନାହିଁ। ଏବେ ଆମେ ଆପଣଙ୍କୁ କହୁଅଛୁ ଏପରି ଏକ ପ୍ରଶ୍ନ ଯାହା ଆପଣ ନିଜେ ନିଜକୁ ନିତାନ୍ତ ପଚାରନ୍ତୁ। କିନ୍ତୁ ଏହା ସବୁଠାରୁ ଅଧିକ ଜରୁରୀ ଅଟେ,ପ୍ରଶ୍ନ ଏହା ଅଟେ କି ଆପଣ କିଏ? ଆପଣ କଣ ଅଟନ୍ତି?ହୋଇପାରେ କି ଆପଣଙ୍କ ଭିତରେ ବହୁତ ଭଲ କ୍ରିକେଟର ଗୁଣ ଅଛି,କିନ୍ତୁ ଅନ୍ୟ କାହାକୁ ଦେଖିକରି ଆପଣ ଡକ୍ଟର ହେବାକୁ ଚାହୁଁଛନ୍ତି। ନାଁ ଆପଣ ଡକ୍ଟର ହୋଇ ପାରିବେ ନାଁ ଜଣେ କ୍ରିକେଟର। ଆପଣ କୌଣସିଥିରେ ହୋଇପାରିବେ ନାହିଁ। ଯଦି ବି ଡକ୍ଟର ହୋଇଗଲେ ଜୀବନସାରା ଖୁସିରେ ରହିବେ ନାହିଁ। କାହିଁକିନା ଆପଣଙ୍କ ଭିତରେ ଲୁଚିଥିବା କ୍ରିକେଟର ଆପଣଙ୍କୁ ଖୁସି ହେବାକୁ ଦେବ ନାହିଁ। ଏହା ସବୁବେଳେ ଆମ ସହିତ ହୋଇଥାଏ ଆମକୁ ସମୟ ହିଁ ଦିଆଯାଏ ନାହିଁ କି ଆମେ ନିଜେ ନିଜକୁ ହିଁ ଚିହ୍ନିପାରୁ ଓ ନିଜ ଭିତରେ ଲୁଚିରହିଥିବା talent କୁ ଚିହ୍ନି ପାରୁ ଏବଂ ବୁଝିପାରୁ।କେବଳ ଆମକୁ ଗୋଟିଏ ରେସରେ ଦୌଡା ଯାଇଥାଏ। ଆମକୁ ଗରିବ ଓ ମିଡ଼ିଲା କ୍ଳାସ ହେବାର ନାଁ ଦେଇକରି ଆମକୁ ତାହା ହେବା ପାଇଁ ବାଧ୍ୟ କରାଯାଇଥାଏ, ଯାହା ଆମ ଭିତରେ ହିଁ ନାହିଁ। ଯଦି ଆପଣ ତାହା ହେବେ ଯାହା ଆପଣ ଭିତରରୁ ଚାହିଁଥାନ୍ତି ତ ଆପଣ ସେହି କାମକୁ ଭଲ କରିବେ। ଯେଉଁ କାମକୁ ଆପଣ ଭଲ ପାଇଥାନ୍ତି, ବିଶ୍ୱାସ କରନ୍ତୁ ଆପଣ ବହୁତ ଭଲ କରିବେ ଆପଣ ବହୁତ ଖୁସି ହେବେ ଓ ଆପଣଙ୍କ ସବୁ ସ୍ଵପ୍ନ ବି ପୂରଣ ହେବ। କିନ୍ତୁ ପ୍ରକୃତ ସତ୍ୟ ଏହା ଅଟେ ଏ ଦୁନିଆ ଆମକୁ ଚେଷ୍ଟା କରିବାକୁ ହିଁ ଦିଏ ନାହିଁ। ପ୍ରଥମରୁ ହିଁ ଦୁନିଆ ସାରାର ଉଦାହରଣ ଦେଇକରି ଆମକୁ Demotivate କରି ଦିଆଯାଏ। ଆମକୁ ସେହି ଦୌଡ଼ରେ ଦୌଡା ଯାଇଥାଏ ଯେଉଁଠି ସମସ୍ତେ ଦୌଡୁଛନ୍ତି ଯେଉଁ ଦୌଡ଼ର କୌଣସି ଶେଷ ନାହିଁ।

ନିଜ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡିସିସନ ଆପଣଙ୍କ କ୍ୟାରୀୟରର ଡିସିସନ ହୋଇଥାଏ। ଏହାକୁ ନେବାରେ ହୁଏତ ଆପଣ ଲମ୍ବା ସମୟ ଲଗାନ୍ତୁ କିନ୍ତୁ ସଠିକ ଡିସିସନ ନିଅନ୍ତୁ।ବହୁତ ଦୂରକୁ ଦେଖିକରି ଏହାକୁ ନେବା ଦରକାର। କେବଳ ଅନ୍ୟର କଥାରେ ଆସିକରି ଶୀଘ୍ର ଡିସାଇଡ଼ କରିନେବା କେବଳ ଅନ୍ୟକୁ ଶୁଣାଇବା ନିମନ୍ତେ ନିଜର ଲକ୍ଷ୍ୟକୁ ବାଛିନେବା। ଅନ୍ୟ କାହାକୁ କ୍ଷତି କରିବ ନାହିଁ କେବଳ ଆପଣଙ୍କ ଜୀବନକୁ ଖରାପ କରିଦେବ। ବହୁତ ଖରାପ ଭାଗ୍ୟବାନ ତ ଏପରି ଅଟନ୍ତୁ, ଯିଏ ଏହି ଭୁଲ କରିସାରିଛନ୍ତି ଓ ଏବେ ଦୁଇ ପଇସାର ଜୀବନ କାଟୁଛନ୍ତି ଆଉ କିଛି ହୋଇପାରିଥାନ୍ତେ ଏବଂ ଆଉ କିଛି ହୋଇକରି ରହି ଯାଇଛନ୍ତି।ତଥାପି ତାକୁ ଆଜି ପର୍ଯ୍ୟନ୍ତ ନିଜର ଭୁଲର କୌଣସି ଅନୁଭବ ହେଲା ନାହିଁ। କାହିଁକିନା ସେ ଏପରି ଲୋକଙ୍କ ସହିତ ବାଦ୍ଧି ହୋଇସାରିଛନ୍ତି ଯାହା କେବେ ତାଙ୍କୁ ସତ୍ୟର ସାମ୍ନା ହେବାକୁ ଦେଇ ନାହିଁ। ନିଜର ଜୀବନ ତ ବର୍ବାଦ ହୋଇଗଲାଣି ଅନ୍ୟକୁ ବି ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ ତାର ସପନକୁ ବି ଭାଙ୍ଗି ଦେଇଥାନ୍ତି। ବନ୍ଧୁଗଣ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ଗୋଟିଏ କାମ ଦେଉଅଛି ଆପଣ ସମୟ ବାହାର କରି ନିଜେ ନିଜକୁ ଥରେ ପଚାରିଣନ୍ତୁ,ତମେ କିଏ? ଓ କଣ ହେବାକୁ ଚାହୁଁଅଛ। ତୁମ ଭିତରୁ କେଉଁ ସ୍ୱର ଆସୁଅଛି ଏବଂ ତୁମେ ଯାହା ହେବାକୁ ଚାହୁଁଅଛ ତା ପଛରେ କାରଣ କଣ ଅଟେ। ବିଶ୍ୱାସ କରନ୍ତୁ ପ୍ରତ୍ୟକ ମଣିଷ ଯଦି ନିଜେ ନିଜକୁ ପଚାରିନେବେ ସେ କବେ ଅସଫଳ ହେବ ନାହିଁ। କେବେବି ଭୁଲ ନିର୍ଣ୍ଣୟ ନେବେ ନାହିଁ,କେବେ ତାକୁ ଭାବିଷ୍ୟତରେ ପଶ୍ଚତାପ ହେବ ନାହିଁ। ବନ୍ଧୁଗଣ ଆମେ ଚାହୁଁନାହୁଁ ଏହାକୁ ପଢ଼ୁଥିବା କୌଣସି ବ୍ୟକ୍ତି ଭବିଷ୍ୟତ୍ୱରେ ପଶ୍ଚତାପ କରୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।,

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *