Excuse Me Odisha

ଯାହା କହିବୁ ସତ କହିବୁ

ସପ୍ତାହରେ ଏହି ତିନିଦିନ ନୂଆ ପୋଷାକ ପିନ୍ଧିବା ଅଶୁଭ ହୋଇଥାଏ, ହେଉଥିବା କଥା ମଧ୍ୟ ବିଗିଡି ଯାଇଥାଏ, ଜାଣନ୍ତୁ ଏହାର ଉପାୟ।

ସେୟାର୍ କରନ୍ତୁ

‘ନୂଆ ନୂଆ ପୋଷାକ କିଣିବା ଏବଂ ଏହାକୁ ପିନ୍ଧି ସୁନ୍ଦର ଦେଖାଯିବା ‘ ଏହାର ଅନୁଭବ ଏକ ଅଲଗା ପ୍ରକାରର ହୋଇଥାଏ। ନୂଆ ପୋଷାକ ପିନ୍ଧିବାର ଏକ ଅଲଗା ସ୍ତରରେ ଉତ୍ସାହ ରହିଥାଏ। କିଛି ଲୋକ ବିନା କାରଣରେ ମଧ୍ୟ ନୂଆ ପୋଷାକ କିଣି ଥାଆନ୍ତି। ଆଉକିଛି ଲୋକେ କିଛି ଖାସ ଅବସରରେ ନୂଆ ପୋଷାକ କିଣିବା ଓ ପିନ୍ଧିବା ପସନ୍ଦ କରିଥାନ୍ତି। ଆପଣ ମଧ୍ୟ ନୂଆ ପୋଷାକ କିଣି ନିଜ ପସନ୍ଦ ଦିନରେ ପିନ୍ଧି ଥିବେ। କିନ୍ତୁ କଣ ଆପଣ ଜାଣିଛନ୍ତି ନୂଆ ପୋଷାକ ସପ୍ତାହର ୩ ଟି ବିଶେଷ ଦିନରେ ପରିଧାନ କରିବା ଉଚିତ ନୁହେଁ। ଯଦି ଆପଣ ଏଭଳି କରନ୍ତି ତାହେଲେ ଆପଣଙ୍କର ବହୁତ ବଡ଼ କ୍ଷତି ହୋଇପାରେ।

କହିବାକୁ ଗଲେ ସପ୍ତାହର ପ୍ରତ୍ୟେକଦିନ ଭିନ୍ନ ଭିନ୍ନ ଦେବ ଏବଂ ଗ୍ରହ ମାନଙ୍କ ସମ୍ବନ୍ଧିତ ହୋଇଥାଏ। ଏପରି ଭାବରେ ପ୍ରତ୍ୟେକଦିନର ନିଜର ଏକ ଅଲଗା ପ୍ରଭାବ ମଧ୍ୟ ହୋଇଥାଏ। ଏଥିପାଇଁ କିଛି ଖାସ ଦିନ ନୂଆ ପୋଷାକ ପିନ୍ଧିବା ଶୁଭ ହୋଇଥାଏ ଯାହାକି କିଛି ଅନ୍ୟ ଦିନରେ ଏହାକୁ ପିନ୍ଧିବା ଅଶୁଭ ମାନା ଯାଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ କିପରି ଶୁଭ ଦିନ ଗୁଡ଼ିକରେ ନୂଆ ପୋଷାକ ପିନ୍ଧିବାର ଲାଭ ନେଇ ପାରିବେ ଏବଂ ଅଶୁଭ ଦିନରେ ନୂଆ ପୋଷାକ ପରିଧାନ ନକରି କ୍ଷତି ହେବାରୁ ବଞ୍ଚିତ ହୋଇ ପାରନ୍ତି। ଏହାଛଡା ଯଦି ଅଶୁଭ ଦିନରେ ନୂଆ ପୋଷାକ ପିନ୍ଧିବା ଜରୁରୀ ଅଟେ, ସେହି ବିଷୟରେ ମଧ୍ୟ ଚର୍ଚ୍ଚା କରିବା।

ସପ୍ତାହରେ କେବେ ନୂଆ ପୋଷାକ ପିନ୍ଧିବା ଶୁଭ ହୋଇଥାଏ?

ଶୁକ୍ରବାର ଦିନ ନୂଆ ପୋଷାକ ପିନ୍ଧିବା ଅଧିକ ଶୁଭ ହୋଇଥାଏ। ଏହାର କାରଣ ଏହା ଯେ ଶୁକ୍ରବାର ଭୌତିକ ସୁଖର କାରକ ଶୁକ୍ରଙ୍କୁ ସମର୍ପିତ ହୋଇଥାଏ।ଏହିଦିନ ନୂଆ ବସ୍ତ୍ର ପିନ୍ଧିବା ଦ୍ଵାରା ଦିନଟି ସୁଖମୟ ହୋଇଥାଏ। ସୋମବାର,ବୁଧବାର ଏବଂ ଗୁରୁବାର ଦିନ ନୂଆ ବସ୍ତ୍ର ପରିଧାନ କରାଯାଇ ପାରିବ। ଏହିଦିନ ନୂଆ ପୋଷାକ ପିନ୍ଧିବା ପାଇଁ ଶୁଭ ମାନା ଯାଇଥାଏ। ଏହିଦିନ ନୂଆ ପୋଷାକ ପିନ୍ଧି ଆପଣ ନୂଆ କାର୍ଯ୍ୟ ଆରମ୍ଭ କରି ପାରିବେ, ଏହାଦ୍ବାରା ସଫଳତା ମିଳିଥାଏ।

ଏହିଦିନ ଭୁଲରେ ପରିଧାନ କରନ୍ତୁ ନାହିଁ ନୂଆ ପୋଷାକ –

ମଙ୍ଗଳବାର, ଶନିବାର ଏବଂ ରବିବାର ନୂଆ ପୋଷାକ ପିନ୍ଧିବାରୁ ବଞ୍ଚିତ ହେବା ଉଚିତ। ମଙ୍ଗଳବାର ଦିନ ନୂଆ ବସ୍ତ୍ର ପରିଧାନ କରିବା ଦ୍ଵାରା ଆପଣଙ୍କ କ୍ରୋଧରେ ବୃଦ୍ଧି ଏବଂ ବିବାଦ ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥାଏ।ଆପଣ କ୍ରୋଧ ବଶତଃ କୌଣସି ଭୁଲ କାର୍ଯ୍ୟ କରି ପାରନ୍ତି। କ୍ରୋଧରେ ବ୍ୟକ୍ତି ଭୁଲ ନିଷ୍ପତ୍ତି ନେଇଥାଏ।ଆପଣଙ୍କର ସମ୍ପନ୍ନ ହେବାକୁ ଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ। ଶନିବାର ଏବଂ ରବିବାର ନୂଆ ପୋଷାକ ପିନ୍ଧିବା ଦ୍ଵାରା ରୋଗ ବଢ଼ିଥାଏ। ମାନ୍ୟତା ରହିଛି କି ଏହିଦିନ ନୂଆ ନୂଆ ବସ୍ତ୍ର ଧାରଣ କରିବା ଦ୍ୱାରା ନୂଆ ନୂଆ ବେମାରୀ ଆପଣଙ୍କୁ ଘେରି ପାରନ୍ତି।ଏଥିପାଇଁ ମଙ୍ଗଳବାର, ଶନିବାର ଏବଂ ରବିବାର ଦିନ ନୂଆ ବସ୍ତ୍ର ପରିଧାନ କରିବାରୁ ବଞ୍ଚିତ ହେବା ଉଚିତ। ଯଦି ଆପଣ ଏପରି କରିବେ ନାହିଁ ତାହେଲେ ଆପଣଙ୍କର କ୍ଷତି ହୋଇପାରେ।

ପ୍ରତିବନ୍ଧିତ ଦିନ ନୂଆ ପୋଷାକ ପିନ୍ଧିବା ଜରୁରୀ ହୋଇଥିଲେ କଣ କରିବେ?

ଅନେକଥର ଏଭଳି ହୋଇଥାଏ କି ଆମେ ଚାହୁଁ ନଥିଲେ ମଧ୍ୟ ରବିବାର, ଶନିବାର ଏବଂ ମଙ୍ଗଳବାର ଦିନ ନୂଆ ପୋଷାକ ପିନ୍ଧିବାକୁ ପଡ଼ିଥାଏ। ଉଦାହରଣ ସ୍ୱରୂପ ଏହିଦିନ ଘରେ ବା ବାହାରେ କୌଣସି ସ୍ପେଶଲ ପ୍ରୋଗ୍ରାମ ରହିଥାଏ। ଏହି ସ୍ଥିତିରେ ଆପଣ କିଛି ସୁବିଧା ଉପାୟ କରି ନିଜ ନୂଆ ପୋଷାକକୁ ପିନ୍ଧି ପାରିବେ। ଏଥିପାଇଁ ଆପଣ ଶୁଭ ଦିନ ଯେପରି ସୋମବାର, ବୁଧବାର, ଗୁରୁବାର ଏବଂ ଶୁକ୍ରବାର ଦିନ କୌଣସି ସମୟରେ କିଛି ସମୟ ପାଇଁ ନିଜର ନୂଆ ପୋଷାକକୁ ପିନ୍ଧି ନିଅନ୍ତୁ। ଏହାପରେ ଏହି ପୋଷାକକୁ କାଢି ରଖି ଦିଅନ୍ତୁ। ତାପରେ ଯେବେ ରବିବାର, ମଙ୍ଗଳବାର, ଶନିବାର ଦିନ ଆସିବ ସେହି ପୋଷାକକୁ ଆଉଥରେ ପିନ୍ଧି ନିଅନ୍ତୁ। ଏହି ପ୍ରକାରର ପୋଷାକ ନୂଆ ରହିବ ନାହିଁ ଏବଂ ଆପଣ ନିଜର ନିୟମ ମଧ୍ୟ ପାଳନ କରି ନେବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *