Excuse Me Odisha

ଯାହା କହିବୁ ସତ କହିବୁ

ଏହି ତାରିଖରେ ଜନ୍ମ ହେଉଥିବା ଲୋକେ ନେଇଥାନ୍ତି ଜୀବନର ଅସଲି ମଜା, ଏମାନଙ୍କୁ ବିବାହ କରିଥିବା ଲୋକେ ହୁଅନ୍ତି ସୁଖୀ।

ସେୟାର୍ କରନ୍ତୁ

ଯେତେବେଳେ କାହାର ଭବିଷ୍ୟତ ବିଷୟରେ ଜାଣିବାର ଥାଏ ଆମେ ଶାସ୍ତ୍ରର ସାହାଯ୍ୟ ନେଇ ଥାଉ। ଏହାଦ୍ବାରା ଆମେ ବ୍ୟକ୍ତିର ଅତୀତ, ଭବିଷ୍ୟତ ଏବଂ ବର୍ତ୍ତମାନ ବିଷୟରେ ଜାଣି ପାରିବା। ଏହାସହିତ କୌଣସି ବ୍ୟକ୍ତିର ସ୍ଵଭାବ ମଧ୍ୟ ଜାଣି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଶାସ୍ତ୍ର ମଧ୍ୟ ଆପଣଙ୍କ ବିଷୟରେ ସବୁକିଛି ଜଣାଇବାର କ୍ଷମତା ରଖିଥାଏ। ଯେପରି ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ରହିଥାଏ, ସେହିଭଳି ଅଙ୍କ ଶାସ୍ତ୍ରରେ ଏକରୁ ନେଇ ନଅ ପର୍ଯ୍ୟନ୍ତ ଅଙ୍କ ନିର୍ଦ୍ଧାରିତ ହୋଇଥାଏ। ଏହି ଅଙ୍କକୁ ମୂଳାଙ୍କ କୁହାଯାଏ।

ଉଦାହରଣ ସ୍ୱରୂପ ୬,୨୪, ୧୫ ତାରିଖରେ ଜନ୍ମ ହେଉଥିବା ଜାତକଙ୍କ ମୂଳାଙ୍କ ୬ ହେବ। ଏହି ପ୍ରକାରର ୭, ୧୬, ୨୫ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ମୂଳାଙ୍କ ୭ ହେବ। ଆମେ ଆଜି ଆପଣଙ୍କୁ ଏଭଳି ମୂଳାଙ୍କ ବା ଏଭଳି ଏକ ଜଙ୍କ ତାରିଖ କହିବାକୁ ଯାଉଛୁ ଯେଉଁଥିରେ ଜନ୍ମ ହୋଇଥିବା ଜାତକ ଜୀବନ ସାରା ଭରପୁର ଆନନ୍ଦ ନେଇ ଥାଆନ୍ତି। ଏମାନଙ୍କର ନିଜର ଭବିଷ୍ୟତକୁ ନେଇ କୌଣସି ଚିନ୍ତା ନଥାଏ। ଏମାନଙ୍କ ଭିତରେ କିଛି ଖାସ୍ ରହିଛି ଯାହା ଏମାନଙ୍କୁ ସମସ୍ତଙ୍କ ଠାରୁ ଅଲଗା କରିଥାଏ। ଆପଣଙ୍କ ଜନ୍ମ ତାରିଖ ଏଥିରେ ସାମିଲ ରହିଛି ନା ନାହିଁ, ଏହା ଜାଣିବା ପାଇଁ ଖବରର ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ଏହା ହେଉଛି ବିଶେଷତା –

୧/ ଏହି ଲୋକ ଜୀବନରେ ଆ-ଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାନ୍ତି। ଏମାନଙ୍କର ପ୍ରତିଭା ଏମାନଙ୍କ ଆଖପାଖ ଲୋକଙ୍କ ଭିତରେ ମଧ୍ୟ ନଥାଏ। ଏମାନଙ୍କ ସ୍ବାମୀ ଗ୍ରହ ରାହୁ ହୋଇଥାଏ। ଏମାନେ ନିଜ କାର୍ଯ୍ୟ ଦ୍ଵାରା ଲୋକଙ୍କୁ ଆକର୍ଷିତ କରିଥାନ୍ତି। ଏମାନଙ୍କ କୌଶଳ ଦେଖି ଲୋକେ ଏମାନଙ୍କ ପ୍ରଶଂସକ ହୋଇ ଯାଆନ୍ତି।

୨/ ଏମାନଙ୍କ ମଧ୍ୟରେ ସାହାସ ଏବଂ ଆତ୍ମବିଶ୍ବାସ ଭରି ରହିଥାଏ। ଏମାନେ କାହାକୁ ଭୟ କରନ୍ତି ନାହିଁ। ଏମାନେ ସବୁବେଳେ ନିଜ ସାହସିକତାର ପରିଚୟ ଦେଇଥାନ୍ତି। ଏମାନଙ୍କ ଉତ୍ତମ ଗୁଣ ହେଉଛି ଏମାନଙ୍କ ଆତ୍ମବିଶ୍ବାସ କେବେବି କମ୍ ହୋଇ ନଥାଏ। ଏମାନେ ଯେଉଁଠିକୁ ଯାଇଥାନ୍ତି ବା ଯେଉଁ କାର୍ଯ୍ୟ କରିଥାନ୍ତି, ଆତ୍ମବିଶ୍ବାସରେ ଭରି ରହିଥାନ୍ତି।

୩/ ଏହି ଲୋକେ ସ୍ୱଭାବରେ ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କ ଉପରେ ଆଖି ବନ୍ଦ କରି ଭରସା କରି ହେବ। ଏମାନେ କେବେବି ଆପଣଙ୍କ ସହିତ ବିଶ୍ବାସଘାତକତା କରିବେ ନାହିଁ, ଏଥିଯୋଗୁଁ ଏମାନଙ୍କ ପ୍ରେମ ଜୀବନ ସୁଖମୟ ହୋଇଥାଏ।ଏମାନଙ୍କ ପାର୍ଟନର ଏମାନଙ୍କ ସଚ୍ଚୋଟ ପଣିଆ ଯୋଗୁଁ ଖୁସି ରହିଥାନ୍ତି। ଯିଏ ଏମାନଙ୍କୁ ବିବାହ କରିଥାଏ,ତାଙ୍କର ବୈବାହିକ ଜୀବନ ସୁଖମୟ ରହିଥାଏ।

୪/ ଏମାନେ ଯେଉଁ କାର୍ଯ୍ୟ କରିଥାନ୍ତି ତାହା ସଠିକ ସମୟ ମଧ୍ୟରେ ପୂରଣ ହୋଇଥାଏ। ଏମାନେ ସମସ୍ୟାର ମୂଲ୍ୟ ଭଲଭାବରେ ବୁଝି ପାରନ୍ତି। ପ୍ରତ୍ୟେକ ସ୍ଥାନରେ ସଠିକ ସମୟରେ ପହଞ୍ଚି ଥାନ୍ତି। ଏମାନଙ୍କୁ ସବୁ ବିଷୟରେ ସୂଚନା ଥାଏ, ସେଥିପାଇଁ ସବୁ କାର୍ଯ୍ୟ ଉଚିତ ଢଙ୍ଗରେ କରି ପାରନ୍ତି ।

୫/ ରାଜନୀତି ଏବଂ ବିଜ୍ଞାନ କ୍ଷେତ୍ରରେ ଏମାନଙ୍କ କ୍ୟାରିୟର ଉତ୍ତମ ରହିଥାଏ। ଏମାନେ ଉତ୍ତମ ନେତା ଓ ବୈଜ୍ଞାନିକ ହୋଇଥାନ୍ତି।

୬/ ଜୀବନରେ ଏମାନଙ୍କୁ ଆର୍ଥିକ ସମସ୍ୟା ସହିତ ସାମ୍ନା କରିବାକୁ ପଡ଼ିଥାଏ। ତଥାପି ଏମାନେ ନିଜକୁ ସମ୍ଭାଳି ନେଇ ଥାଆନ୍ତି।

୭/ ଏମାନେ ଜଣେ ବିଶ୍ବାସୀ ବନ୍ଧୁ ହୋଇଥାନ୍ତି। ନିଜ ବନ୍ଧୁତାକୁ ଉତ୍ତମ ରଖିବା ପାଇଁ ଏମାନେ କିଛି ମଧ୍ୟ କରି ପାରନ୍ତି।

୮/ ଏମାନେ କ୍ରାନ୍ତିକାରୀ ବା ନେତୃତ୍ୱକର୍ତ୍ତା ବ୍ୟକ୍ତିତ୍ୱର ହୋଇଥାନ୍ତି ।

ଏହି ତାରିଖରେ ଜନ୍ମ ହୋଇଥିବା ଲୋକେ ନେଇଥାନ୍ତି ଜୀବନର ଭରପୁର ଆନନ୍ଦ –

ଏହି ସବୁ ବିଶେଷତା ୪,୧୩,୨୨ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ହୋଇଥାଏ। ଏହିସବୁ ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ୪ ହୋଇଥାଏ। ଏହି ତାରିଖରେ ଜନ୍ମିତ ଲୋକମାନେ ନିଜ ଜୀବନର ଭରପୁର ଆନନ୍ଦ ନେଇ ଥାଆନ୍ତି। ଏମାନେ ବର୍ତ୍ତମାନ ବଞ୍ଚିବାରେ ବିଶ୍ୱାସ ରଖିଥାନ୍ତି। କାଲି କଣ ହେବ ଏହିକଥାର ଚିନ୍ତା ଏମାନଙ୍କୁ ନଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *