Excuse Me Odisha

ଯାହା କହିବୁ ସତ କହିବୁ

ଯେତେବେଳେ ଜୀବନରେ ଦୁଃଖ କଷ୍ଟ ବୋଝଭଳି ଲାଗୁଥିବ ସେତେବେଳେ ନିଶ୍ଚୟ ଏହି ପୋଷ୍ଟଟିକୁ ପଢିବେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆସନ୍ତୁ ଜୀବନରେ ଗୋଟେ ମହାନ କଥା ଜାଣିବେ। ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଯାଇ ପହଁଚିଛନ୍ତି। ଯାଇ ପହଁଚି ଯାଇ ଦେଖୁଛନ୍ତି ଭଗବାନ ଶ୍ରୀକୃଷ୍ଣ ଖୁସିରେ ବହୁତ ଆନନ୍ଦରେ ଗୁଡି ଉଡ଼ଉଛନ୍ତି ଗୁଡିର ସୂତାକୁ ଧୀରେ ଧୀରେ ଟାଣୁଛନ୍ତି ଛାଡ଼ୁଛନ୍ତି ଗୁଡିଟି ଉପରକୁ ଯାଉଛି ତଳକୁ ଖସୁଛି। ଗୁଡି ଉଡେଇବାର ସୁନ୍ଦର ମଜା ସେ ନେଉଛନ୍ତି। ଅର୍ଜୁନ ବହୁତ ମନ ଦୁଃଖିତ ଓ ବୋଝର ସହିତ ଯାଇଛନ୍ତି।ଯେତେବେଳେ ସେ ଯାଇ ପହଁଚିଛନ୍ତି ନମସ୍କାର କରିଛନ୍ତି ଏବଂ ଯାଇ କହିଛନ୍ତି ହେ ସଖା ମୁଁ କିଛି ପ୍ରଶ୍ନ ନେଇ ଆସିଛି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ହଁ କୁହ। ସେ କହିଛନ୍ତି ମତେ ଲାଗୁଛି ଏ ସଂସାରରେ ମଣିଷ ଉପରେ ବୋଝ ବହୁତ ଅଧିକା ବଢ଼ିଗଲାଣି। ତାର କର୍ତବ୍ୟର ବୋଝ କର୍ମମୟ କର୍ତବ୍ୟର ବୋଝ ପରିବାରର ବୋଝ ପିଲା ମାନଙ୍କର ଦାୟିତ୍ୱ ଏସବୁ ଭିତରେ ମଣିଷ ଧୀରେ ଧୀରେ ଦବି ଗଲାଣି। ତାର ଯେତିକି ଅଗ୍ରଗତି ହେବା କଥା ମୋ ହିସାବରେ ସେ ସେତିକି ଅଗ୍ରଗତି ହୋଇପାରୁ ନାହିଁ କାରଣ ସେ ବନ୍ଧନ ଭିତରେ ବହୁତ ବାନ୍ଧି ହୋଇଗଲାଣି। ଯଦି ହୁଏତ ଏହି ବୋଝରୁ ତାକୁ ମୁକ୍ତି ମିଳନ୍ତା ସେ ହୁଏତ ଆଉ କିଛି ଅଗ୍ରଗତି କରନ୍ତା। ଜୀବନରେ ଆଉ ଟିକେ ଆଗକୁ ବଢି ପାରନ୍ତା। ଭଗବାନ ଶ୍ରୀକୃଷ୍ଣ ସେତେବେଳେ କିଛି ନକହି ଟିକେ ହସିଛନ୍ତି ଏବଂ ପୁଣି ଖୁସିର ସହିତ ଗୁଡି ଉଡେଇଛନ୍ତି। ଅର୍ଜୁନ କିଛି ସମୟ ଚୁପ ରହିଛନ୍ତି। ଏବଂ ତାପରେ ଦେଖୁଛନ୍ତି ସଖା ବହୁତ ଆନନ୍ଦର ସହିତ ଗୁଡି ଉଡଉଛନ୍ତି।ସେତେବେଳେ ସେ କହୁଛନ୍ତି ହେ ସଖା ହେ ଶ୍ରୀକୃଷ୍ଣ ଆପଣ ଗୁଡିର ସୂତାକୁ ଏତେ ତଳକୁ ଟାଣୁଛନ୍ତି ମତେ ଲାଗୁଛି ତାକୁ ଯଦି ତମେ ଢିଲା ଦିଅନ୍ତ ସେ ସୂତାକୁ ଛାଡି ଦିଅନ୍ତ ସେ ଗୁଡିଟା ଆଉ ଟିକେ ଉପରକୁ ଉଡିପାରନ୍ତା। ଆହୁରି ଭଲ ଭାବରେ ସେ ଖୋଲି ଆକାଶରେ ଉଡିପାରନ୍ତା। ଉପରକୁ ଉଠି ପାରନ୍ତା। ଏ କଥା ଶୁଣି ଶ୍ରୀକୃଷ୍ଣ ଗୁଡିର ସୂତାକୁ ଯାହାକୁ ହାତରେ ଧରି ଧିରେ ଧିରେ ତଳକୁ ଟାଣୁ ଥିଲେ ସେ ତାକୁ ଛାଡି ଦେଇଛନ୍ତି କିଛି ସମୟ ପରେ ଗୁଡିଟି ବହୁତ ଶୀଘ୍ର ଉପରକୁ ଉଡି ଯାଇଛି। ଆଉ ଅଳ୍ପ ସମୟ ମଧ୍ୟରେ ଯେତେବେଳେ ଗୁଡିଟି ତଳକୁ ଖସିବା ଆରମ୍ଭ କରିଛି। ଏବଂ ଉଡି ଉଡି ଯାଇକି ଏକ ବଣବୁଦା ଭିତରେ ପଡିଯାଇଛି।

ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଫେରିଆସିଛନ୍ତି ଅର୍ଜୁନ କାନ୍ଧରେ ହାତ ରଖିଛନ୍ତି ଏବଂ କହିଛନ୍ତି ବନ୍ଧୁ ତୁମର ପ୍ରଶ୍ନର ଉତ୍ତର ମତେ ଲାଗୁଛି ତମକୁ ମିଳିଯାଇଥିବ। ଆଉ ଯଦି ନମିଳିଛି ମୁଁ ତୁମକୁ ତାହେଲେ ଏ ଜିନିଷକୁ ଭଲ ଭାବରେ ବୁଝେଇବି। ତମେ ମତେ କହୁଥିଲ ସେ ଗୁଡିର ସୂତାକୁ ମୁଁ ଟାଣିବା ଦ୍ୱାରା ସେ ଗୁଡିଟି ଭଲ ଭାବରେ ଉଡି ପାରୁନାହିଁ। କିନ୍ତୁ ମୁଁ ତାକୁ ଛାଡିଦେଲି। କିନ୍ତୁ ତାର ପରିଣାମ କଣ ହେଲା ସେ କିଛି ସମୟ ତ ଉପରକୁ ଉଡିଲା କିନ୍ତୁ ତାପରେ ସେ ଏମିତି ଏକ ଅଜଣା ଜାଗାରେ ଯାଇ ପଡିଲା ଯେଉଁଠୁ ତାକୁ ଫେରାଇ ଆଣିବା ଅସମ୍ଭବ। ଆଉ ମଣିଷ ଜୀବନରେ ଏଇୟା ହିଁ ହୋଇଥାଏ। ସୁନ୍ଦର କାହାଣୀ ପ୍ରତ୍ୟକ ମଣିଷ ପଢିବା ଦରକାର। ଏବଂ ମହାନ ଶିକ୍ଷାକୁ ତା ଜୀବନରେ ଲଗେଇବା ଉଚିତ। ଆମକୁ ବହୁତ ସମୟ ଲାଗିଥାଏ ପ୍ରତ୍ୟକ ମଣିଷକୁ ଯେ ପରିବାରର ବୋଝ ଚାକିରିରୀର ବୋଝ ପିଲା ମାନଙ୍କର ଦାୟିତ୍ୱ ଏ ସମାଜର ଦାୟିତ୍ୱ। ଘର ପରିବାରର ବିଭିନ୍ନ ପ୍ରକାରର କର୍ମ। ଆମକୁ ସଫଳତା ରାସ୍ତାରେ ବାଧା ହେଉଛି। ଆଉ ଆମକୁ ଏଇ ଜିମିଦାରୀ ଦାୟିତ୍ୱ ଯଦି ନଥାନ୍ତା ହୁଏତ ଆମେ ଆଉ ଟିକେ ଆଗକୁ ଯାଇପାରିଥାନ୍ତେ ବା ଅଗ୍ରଗତି କରିପାରି ଥାନ୍ତୁ ଆମେ। ଏ ପ୍ରଶ୍ନ କେବେନା କେବେ ମଣିଷ ମନରେ ଆସିଥାଏ। ତାଙ୍କୁ ଲାଗିଥାଏ ହୁଏତ ଯଦି ଦାୟିତ୍ୱ ବୋଧ ଏ ଦାୟିତ୍ୱର ଭାର ମୋ ଉପରେ କମ ଥାନ୍ତା ମୁଁ ହୁଏତ ଆଜି ଆଗକୁ ଉଠିଥାନ୍ତି। କିନ୍ତୁ ପ୍ରକୃତରେ ତାହା ନୁହେଁ ମଣିଷ ଜୀବନରେ ସଫଳତାର ଅର୍ଥ ହେଉଛି ଯେଉଁ ସ୍ଥାନରେ ସେ ପହଁଚିଛି ତା ଠାରୁ ଉପରକୁ ଯିବ ବା ସେହି ଜାଗାରେ ସନ୍ତୁଳିତ ବାଲାନ୍ସ ଅବସ୍ଥାରେ ରହିବ।

ଯଦି ମଣିଷ ଜୀବନରେ ସଫଳତା ଏବଂ ଅଗ୍ରଗତି ସୈଳି ସହିତ ସନ୍ତୁଳନ ଆବଶ୍ୟକ ତାହେଲେ ତା ଜୀବନରେ ଜିମିଦାରୀ ଆଉ ପରିବାର ମାତା ପିତା ତା ଚାକିରୀ ଏବଂ ତା ସନ୍ତାନର ଦାୟିତ୍ୱ ଠିକ ତା ପାଇଁ ସେମିତି କାମ କରିଥାଏ ଯେମିତି ଗୋଟେ ଗୁଡିର ସୂତା ପରି। ଯଦି ଏ ବୋଝରୁ ମଣିଷ ମୁକ୍ତି ମିଳିଯାଏ ହୁଏତ ସେ କିଛି ସମୟ ପାଇଁ ଅଗ୍ରଗତି କରିପାରେ ଯେଉଁ ଜିନିଷ ବୋଝ ପରି ଲାଗୁଛି ଯଦି ମଣିଷକୁ ତା ଠାରୁ କିଛି ସମୟ ପାଇଁ ମୁକ୍ତି ଦିଆଯାଏ ସେ ହୁଏତ କିଛି ସମୟ ପାଇଁ ଅଗ୍ରଗତି କରିଯାଇପାରେ କିଛି ସମୟ ଉପରକୁ ଉଠି ଯାଇପାରେ, କିନ୍ତୁ ତାପରେ ସେ ଏମିତି ଏକ ରାସ୍ତାକୁ ଖସିଯାଏ ଯେଉଁଠୁ ହୁଏତ ତାକୁ ଫେରିବା ଅସମ୍ଭବ। କାରଣ ମଣିଷ ଯେତେବେଳେ ଦାୟିତ୍ୱ ଭିତରେ ବନ୍ଧା ହୋଇଥାଏ ଶୃଙ୍ଖଳା ଭିତରେ ବନ୍ଧା ହୋଇଥାଏ ସେତେବେଳେ ତାକୁ ସମୟ ମିଳେନି କୌଣସି ନାକାରାତ୍ମକ ଶକ୍ତିକୁ ପ୍ରବେଶ କରିବା ପାଇଁ, କୌଣସି ନାକାରାତ୍ମକ କର୍ମରେ ଲିପ୍ତ ହେବା ପାଇଁ।ତାକୁ ଯଦି ଦାୟିତ୍ୱର ବୋଝରୁ ମୁକ୍ତି ଦେଇଦିଆଯାଏ ସେ ସେତେବେଳେ ଯେତେବେଳେ ସେ ପର୍ଯ୍ୟାପ୍ତ ସମୟ ମିଳିବ। ସେ ସେତେବେଳେ ଅନ୍ୟାନ୍ୟ ଜିନିଷ ନାକାରାତ୍ମକ ଶକ୍ତିକୁ ଆକର୍ଷିତ ହେବ। ନିଶା ପ୍ରତି ଆକର୍ଷିତ ହେବ। ଅନ୍ୟାନ୍ୟ ଦୁସମାର୍ଗରେ ଚାଲିବା ପାଇଁ ଇଛା ପ୍ରକାଶ କରିବ। ସେ ଦାୟିତ୍ୱରେ ଏବେ ମୁକ୍ତ। ତା ପାଇଁ ଏକ ରକ ସମ୍ଭବ ହୋଇପାରେ। ତେଣୁ ମଣିଷ ଜୀବନରେ ପରିବାରର ଦାୟିତ୍ୱ ଓ ମାତା ପିତାର ଦାୟିତ୍ୱ ପିଲା ମାନଙ୍କର ଦାୟିତ୍ୱ ସାମାଜିକ ଦାୟିତ୍ୱ ମଣିଷ ଜୀବନକୁ ସଫଳ ଏବଂ ଶୃଙ୍ଖଳିତ କରିବା ପାଇଁ ସାହାର୍ଯ୍ୟ କରିଥାଏ। ତେଣୁ ଜୀବନରେ ଯେଉଁ ଦାୟିତ୍ୱ ଅଛି ତାକୁ ଖୁସିର ସହିତ ସମ୍ବାଳନ୍ତି। ଏବଂ ଆପଣଙ୍କ ଜୀବନକୁ ଆନନ୍ଦର ସହିତ ବ୍ୟତୀତ କରନ୍ତୁ। ଏ କଥା କହି ଭଗବାନ ଶ୍ରୀକୃଷ୍ଣ ଚାଲିଗଲେ। ଏବଂ ଅର୍ଜୁନ ହସି ହସି କହିଲେ ହେ ସଖା ପ୍ରକୃତରେ ଆପଣ ମହାନ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *