Excuse Me Odisha

ଯାହା କହିବୁ ସତ କହିବୁ

ବାରରୁ ଜାଣନ୍ତୁ ମହିଳାମାନଙ୍କ ଚରିତ୍ର ଏବଂ ସ୍ୱଭାବ,ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ କଥାରେ ଅଛି ନାରୀମାୟା ନାରାୟଣଙ୍କୁ ଅଗଚର ଅଟେ। ଅର୍ଥାତ ନାରୀଙ୍କ ଚରିତ୍ର ଏବଂ ସ୍ୱଭାବ ବିଷୟରେ ସ୍ୱୟଂ ନାରାୟଣ ମଧ୍ୟ ଜାଣି ପାରନ୍ତି ନାହିଁ। ଜଣେ ନାରୀଙ୍କ ସ୍ୱଭାବ ବିଷୟରେ କିଛି ଜାଣିବାକୁ ଦରକାର ପଡ଼ିଲେ ଲୋକେ ଜ୍ୟୋତିଷ ଶାସ୍ତ୍ରର ସାହାର୍ଯ୍ୟ ନେଇ ବିଭିନ୍ନ ଗୁଡିଏ ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ବହୁତ କମ ଲୋକ ଏହି ବିଷୟରେ ଜାଣିଥିବେ ଯେ ଜନ୍ମ ବାରରୁ ମଧ୍ୟ ଗୋଟିଏ ନାରୀର ସ୍ୱଭାବ ବିଷୟରେ ଜାଣିହେବ। ତେବେ ଆସନ୍ତୁ ଜାଣିବା ଜନ୍ମ ବାରରୁ ନାରୀଙ୍କ ସ୍ୱଭାବ ବିଷୟରେ।

ସୋମବାର:-

ସୋମବାର ଦିନ ଜନ୍ମ ହୋଇଥିବା ନାରୀ ଖୁବ ସୁନ୍ଦର ହୋଇଥାନ୍ତି। ଏହି ନାରୀ ମାନଙ୍କ ମନ ବହୁତ ନିର୍ମଳ ମଧ୍ୟ ହୋଇଥାଏ। ସେମାନେ ତାଙ୍କର ମଧୁର କଥାରେ ଅନ୍ୟ ମାନଙ୍କ ମନ କିଣି ନେଇଥାନ୍ତି। ଏମାନଙ୍କ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣ ହୋଇଥାଏ।

ମଙ୍ଗଳବାର:-

ଏହି ବାର ଦିନ ଜନ୍ମ ହୋଇଥିବା ନାରୀ ସ୍ୱଭାବରେ ଟିକେ ସାଧାରଣତଃ ପଥର ହୋଇଥାନ୍ତି। ଏମାନେ କାହା ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ। ଭୁଲ କରିଥିବା ଲୋକଙ୍କୁ ଦଣ୍ଡ ଦେବାରେ ଏମାନେ ବିଶ୍ୱାସ କରନ୍ତି। ମିଛ କହୁଥିବା ଲୋକଙ୍କୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଏମାନେ ଦେଖିବାକୁ ପତଳା ହେଲେ ମଧ୍ୟ ଶକ୍ତିଶାଳୀ ହୋଇଥାନ୍ତି। ଏହି ନାରୀମାନେ ସର୍ବଦା ଠିକ କଥା ହିଁ କହିଥାନ୍ତି।

ବୁଧବାର:-

ଏହି ବାର ଦିନ ଜନ୍ମ ହୋଇଥିବା ନାରୀମାନେ ଶିକ୍ଷା କ୍ଷେତ୍ରରେ ବହୁ ପ୍ରାରଙ୍ଗମ ହୋଇଥାନ୍ତି।କାରଣ ଏମାନଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ। ଏମାନେ ଦେଖିବା ପାଇଁ ସୁନ୍ଦର ହେବା ସହିତ ଏମାନଙ୍କ ହୃଦୟ ମଧ୍ୟ କୋମଳ ହୋଇଥାଏ। କେବଳ ଶିକ୍ଷା ନୁହେଁ ଏମାନେ ଅନେକ କଳାର ଅଧିକାରୀ ମଧ୍ୟ ହୋଇଥାନ୍ତି। ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥାନ୍ତି।

ଗୁରୁବାର:-

ଏହି ବାର ଦିନ ଜନ୍ମ ହୋଇଥିବା ନାରୀମାନଙ୍କୁ ସର୍ବଗୁଣସମ୍ପର୍ଣ୍ଣ ବୋଲି କୁହାଯାଇଛି। ଏହି ନାରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହିତ ସବୁ କାର୍ଯ୍ୟରେ ମଧ୍ୟ ବେଶ ପ୍ରାରଙ୍ଗମ ହୋଇଥାନ୍ତି। ଏହି ବାରରେ ଜନ୍ମିତ ନାରୀମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସବୁଦିନ ପାଇଁ ରହିଥାଏ। ତେଣୁ ଏମାନେ ଧନ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି।

ଶୁକ୍ରବାର:-

ଏହି ବାର ଦିନ ଜନ୍ମ ହୋଇଥିବା ନାରୀମାନେ ଖୁବ ଚଞ୍ଚଳ ସ୍ୱାଭାବର ହୋଇଥାନ୍ତି। ଏମାନେ ବିଳାସମୟ ଜୀବନଯାପନ କରିବା ପାଇଁ ପସନ୍ଦ କରିଥାନ୍ତି। ଏମାନଙ୍କର ଭାବନା ଏବଂ ଚିନ୍ତାଧାରା ଖୁବ ସୁନ୍ଦର ଅଟେ।

ଶନିବାର:-

ଏହି ବାର ଦିନ ଜନ୍ମ ହୋଇଥିବା ନାରୀମାନଙ୍କ ଉପରେ ଭଗବାନ ଶନିଙ୍କ କୃପା ରହିଥାଏ। ଏମାନେ ସ୍ୱଭାବରେ ରାଗୁ ହୋଇଥିଲେ ମଧ୍ୟ ନିଜସ୍ୱ ପରିଚୟ ତିଆରି କରିଥାନ୍ତି। ଏମାନେ ଦେଖିବାକୁ ଡେଙ୍ଗା ଏବଂ ପତଳା ହୋଇଥାନ୍ତି। ଏମାନେ ସ୍ୱାଭିମାନି ଏବଂ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି।ନିଜ କାମକୁ ନିଜେ କରିବା ପାଇଁ ଖୁବ ପସନ୍ଦ କରିଥାନ୍ତି। କାହା ଉପରେ ନିର୍ଭର କରି ରହିବାକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ।

ରବିବାର:-

ଏହି ବାର ଦିନ ଜନ୍ମ ହୋଇଥିବା ନାରୀ ଭଗବାନଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ରଖିଥାନ୍ତି। ଏହି ନାରୀମାନେ ଦାନପୁଣ୍ୟ କରିଥାନ୍ତି। ଏମାନେ ଶକ୍ତିଶାଳୀ ହେବା ସହିତ ଶାନ୍ତିପୁର୍ଣ ମନଭାବ ରଖିଥାନ୍ତି। ଏହି ନାରୀମାନେ ଖୁବ ଚତୁର ମଧ୍ୟ ହୋଇଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *