Excuse Me Odisha

ଯାହା କହିବୁ ସତ କହିବୁ

ପ୍ରକୃତରେ ଗୁରୁ କିଏ, ଜୀବନରେ ଗୁରୁର ଆବଶ୍ୟକତା କଣ ରହିଛି, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ବିଷୟଟି ହେଉଛି ଗୁରୁ ଦିବସ ବିଷୟରେ। ପ୍ରତ୍ୟେକ ମାସ ଆମେ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପରେ ପାଳନ କରିଥାଉ। ଆଜି ଆମେ ଜାଣିବା ପ୍ରକୃତରେ ଗୁରୁ କିଏ ବୋଲି? ଏହିକଥା ସମସ୍ତେ ଶୁଣିଛନ୍ତି, ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର। ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମଇଶ୍ରୀ ଗୁରୋବେ ନମଃ।। ଗୁରୁଙ୍କୁ ସର୍ବଶ୍ରେଷ୍ଠ ସ୍ତରରେ ରଖା ଯାଇଛି। କାହିଁକି ଜୀବନରେ ଗୁରୁଙ୍କ ମହତ୍ୱ ରହିଛି। ଆଜି ଆମେ ଜାଣିବା ଗୁରୁ କିଏ? ଜୀବନରେ ଯିଏ ଜ୍ଞାନର ଦୀପ ପ୍ରଜ୍ବଳନ କରନ୍ତି ସେ ହେଉଛନ୍ତି ଗୁରୁ। ଗୁରୁ ଏକ ଜ୍ଞାନର ଶବ୍ଦ। ଗୁରୁ ଶବ୍ଦର ଅର୍ଥ ହଜି ଯିବା। ଗୁରୁ ସିଏ ଯିଏ ଆମକୁ ଅନ୍ଧାରରୁ ଆଲୋକକୁ ଟାଣି ଆଣି ଥାଆନ୍ତି। ଯିଏ ଜୀବନରେ ନକାରାତ୍ମକ ସ୍ଥାନରୁ ସକାରାତ୍ମକ ଆଡକୁ ଅଗ୍ରସର କରାଇ ଥାଆନ୍ତି ସେ ହେଉଛନ୍ତି ଗୁରୁ। ଗୁରୁ ଆମକୁ ସଠିକ ମାର୍ଗ ପ୍ରଦର୍ଶନ କରିଥାନ୍ତି। ଗୁରୁ ଆପଣଙ୍କ ଜୀବନରେ କେହିବି ହୋଇ ପାରନ୍ତି। ଜରୁରୀ ନୁହେଁ ଗୁରୁ ଆପଣଙ୍କ ପାଖରେ ରହିବା ଆବଶ୍ୟକ। ଗୁରୁଙ୍କର କୌଣସି ବୟସ ନଥାଏ। ସେ କୌଣସି ଜାତିବର୍ଣର ହୋଇ ପାରନ୍ତି। ଘରେ ପିତାମାତା ହେଉଛନ୍ତି ଗୁରୁ। ବିଦ୍ୟାଳୟରେ ଶିକ୍ଷକ ହେଉଛନ୍ତି ଗୁରୁ। ଜୀବନରେ ସେ ହେଉଛନ୍ତି ପ୍ରକୃତ ଗୁରୁ, ଯିଏ ଅଜ୍ଞାନର ଅନ୍ଧକାରକୁ ଦୂର କରିଦେଇ ଥାଆନ୍ତି ଏବଂ ସଫଳତାର ରାସ୍ତା ଦେଖାନ୍ତି। ସେଥିପାଇଁ ଗୁରୁ ମହାନ୍ ଅଟନ୍ତି।

ଯେତେବେଳେ ଗୁରୁ ଶିଷ୍ୟ ଉଦାହରଣ ଆସେ, ସେତେବେଳେ ମନେ ପଡେ ଏକ ସୁନ୍ଦର ଉଦାହରଣ, ତାହା ହେଉଛି ଏକଲବ୍ୟ ଓ ଗୁରୁ ଦ୍ରୋଣାଚାର୍ଯ୍ୟ। ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କୁ କେବେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଦାନ କରି ନାହାନ୍ତି। ଗୁରୁଙ୍କୁ ଦୂରରୁ ଦେଖି ଓ ଶୁଣି ସେହି ମହାନ ଶିଷ୍ୟ ଜଣେ ଧନୁର୍ଦ୍ଧର ହେବାର ପ୍ରୟାସ କରୁଥିଲେ। ନିଜର ସଫଳତା ପାଇଁ ସେ ଯେତେ ମହାନ ହୋଇ ନାହିଁ, ଗୁରୁଙ୍କ ପ୍ରତି ତାର ଦାନ ଓ ଆଗ୍ରହରେ ସେ ଶିଷ୍ୟ ରୂପରେ ମହାନ ହୋଇ ଦେଖାଇ ଥିଲେ ଏବଂ ତାର ତ୍ୟାଗରେ ସେ ମହାନ ହୋଇଛି। ଏକଲବ୍ୟ ନିଜର ବୃଦ୍ଧା ଆଙ୍ଗୁଠି ଯାହାଦ୍ଵାରା ସେ ତୀର ସାଧନା କରୁଥିଲା ତାକୁ ଗୁରୁଙ୍କ ପାଇଁ ଅର୍ପଣ କରିଛି। ଏଠି ଆମେ ବିଚାର କରିବା କଥା ଯଦି ଜଣେ ଶିଷ୍ୟ ନିଜ ଜୀବନର ସବୁଠାରୁ ପ୍ରିୟ ଜିନିଷ ଦାନ କରି ପାରୁଛି ତାହେଲେ ଆମେ କଣ ଓ ଆପଣମାନେ କଣ? ଗୁରୁଙ୍କ ଉଦ୍ଦେଶ୍ୟରେ ଆମକୁ ନକାରାତ୍ମକ ଜିନିଷ ଦାନ କରିବା ଉଚିତ ନୁହେଁ। ଆପଣ ଯାହାଙ୍କୁ ମଧ୍ୟ ଗୁରୁ ମାନୁଛନ୍ତି ସେ କେହିବି ହୋଇ ପାରନ୍ତି ତାଙ୍କୁ ଆଜି ପ୍ରତିଜ୍ଞା କରନ୍ତୁ ଏବଂ ସମସ୍ତ ନକାରାତ୍ମକ ଜିନିଷ ତାଙ୍କୁ ପ୍ରଦାନ କରନ୍ତୁ। ସେହି ସମସ୍ତ ନକାରାତ୍ମକ ଜିନିଷ ତ୍ୟାଗ କରି ସଫଳତାର ମାର୍ଗ ଆଡକୁ ଅଗ୍ରସର ହୁଅନ୍ତୁ। ରାଗ, ହିଂସା, ଭୟ, କ୍ରୋଧ ଆଦିକୁ ଆଜି ଜଳାଞ୍ଜଳି ଦିଅନ୍ତୁ। ଗୁରୁ ଶବ୍ଦକୁ ଶ୍ରେଷ୍ଠ ଶବ୍ଦରେ ପରିଣତ କରନ୍ତୁ।

ଯଦି ଆବଶ୍ୟକ ସ୍ଥଳେ ଏକଲବ୍ୟ ନିଜର ସବୁକିଛି ଦାନ କରୁଛନ୍ତି , ତାହେଲେ ଆମେ ଆମର ନକାରାତ୍ମକ ଭାବନାକୁ କଣ ଦାନ କରି ପାରିବାନି? ତେଣୁ ଗୁରୁଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର କଥା ରହିଛି। କଥାଟି ହେଉଛି – ମାତା ଦେତେ ହେଁ ଜୀବନ , ପିତା ଦେତେ ହେଁ ସୁରକ୍ଷା। ଜୀବନ ଥା ତୋ ଅଧୁରା, ଗୁରୁ ଆପନେ ବନାୟା ସଫଳ ଦେକେ ଅନମୋଲ ସୁରକ୍ଷା। ମାତା ଆମକୁ ଜନ୍ମ ଦେଇଥାନ୍ତି। ପିତା ଆମକୁ ସୁରକ୍ଷା ପ୍ରଦାନ କରିଥାନ୍ତି। ତଥାପି ମଣିଷ ଜନ୍ମ ଅସମ୍ପୂର୍ଣ୍ଣ ଥାଏ, ଗୁରୁ ହିଁ ଜୀବନକୁ ଆସି ପୂରଣ କରିଥାନ୍ତି। ତାଙ୍କର ଜ୍ଞାନ ରୂପକ ଆଲୋକରେ ଆମର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିଥାନ୍ତି। ତେଣୁ ଗୁରୁଙ୍କୁ ବ୍ରହ୍ମ ବିଷ୍ଣୁ ମହେଶ୍ୱରଙ୍କ ଠାରୁ ମଧ୍ୟ ବଡ଼ ବୋଲି ମାନା ଯାଇଛି। ଆମକୁ ଆମ କର୍ତ୍ତବ୍ୟ ପାଳନ କରିବା ପାଇଁ ଗୁରୁଙ୍କ ଆଗରେ ପ୍ରତିଜ୍ଞା କରିବା ଉଚିତ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *