Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳାଙ୍କ ଠାରେ ଏହି ୭ ଟି ଲକ୍ଷଣ ଅଛି ସେ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି, ଆଜି ହିଁ ଜାଣି ନିଅନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆମର ହିନ୍ଦୁଧର୍ମରେ ନାରୀମାନଙ୍କୁ ଦେବୀର ଆଖ୍ୟା ଦିଆଯାଇଛି। ସ୍ତ୍ରୀଙ୍କୁ ମା ଲକ୍ଷ୍ମୀ ମା ସ୍ୱରସ୍ୱତୀ ମା ପର୍ବତୀଙ୍କର ରୂପ ମାନାଯାଏ। ପ୍ରତ୍ୟକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାହାର ସ୍ତ୍ରୀ ହିଁ ହୋଇଥାଏ। ପୁରୁଷର ଜୀବନର ଉନ୍ନତିର କାରଣ ତାର ସ୍ତ୍ରୀକୁ ହିଁ ମାନାଯାଏ। ଗରୁଡ଼ ପୁରାଣରେ ଜଣେ ଶ୍ରେଷ୍ଠ ନାରୀର ବିର୍ଣ୍ଣନା କରାଯାଇଛି। ଯେଉଁ ସ୍ତ୍ରୀର ଏହି ୭ ଟି ଲକ୍ଷଣ ଥାଏ ସେ ସାକ୍ଷତ ମା ଲକ୍ଷ୍ମୀଙ୍କ ସ୍ୱରୂପ ହିଁ ମାନାଯାଏ। ଏପରି ସ୍ତ୍ରୀର ଚରଣ ଯେଉଁ ଘରେ ପଡେ ବା ସେ ଯେଉଁ ଘରକୁ ପାଦ ଥୋଇ ପ୍ରବେଶ କରେ ସେହି ଘରୁ ସବୁ ପ୍ରକାରର ଦୁଃଖର ନାଶ ହୋଇଥାଏ। ଏପରି ସ୍ତ୍ରୀ ଘରେ ପ୍ରବେଶ କରିବା ମାତ୍ରେ ହିଁ ସେହି ଘରୁ ସବୁ ନକାରାତ୍ମକ ଉର୍ଜା ଖରାପ ଶକ୍ତି ନଷ୍ଟ ହୋଇଯାଏ ଏବଂ ଘରେ ସୁଖ ସମୃଦ୍ଧି ଏବଂ ବୈଭବରେ ଭରିଯାଏ। ସେହି ଘରେ ରହୁଥିବା ଲୋକଙ୍କର ଶୋଇଥିବା ଭାଗ୍ୟ ଉଠିବାକୁ ଲାଗେ। ଗରୁଡ଼ ପୁରାଣ ଅନୁସାରେଦେବୀ ଲକ୍ଷ୍ମୀ ରୂପୀ ସ୍ତ୍ରୀଙ୍କର ଆଗମନରେ ହିଁ ସକାରାତ୍ମକ ଉର୍ଜାର ସଂଚାର ହୋଇଥାଏ। ଏହା ଦେଖାଯାଏ କି ଅତ୍ୟନ୍ତ ଦୁଃଖୀ ଦରିଦ୍ର ଏବଂ ମୃତ୍ୟୁ ପାଖରେ ଠିଆ ହୋଇଥିବା ଭିକାର ବି ଲକ୍ଷ୍ମୀ ରୂପୀ ସ୍ତ୍ରୀର ପ୍ରାପ୍ତି କରି ଚକ୍ରବର୍ତ୍ତି ରାଜାଙ୍କର ପଦ ପ୍ରାପ୍ତି କରିନିଅନ୍ତି। ଏହା ମହା ଲକ୍ଷ୍ମୀଙ୍କର ମାୟା ଅଟେ।ସେ ନିଜର ଭକ୍ତ ଉପରେ କୃପା ବର୍ଷା କରିଥାନ୍ତି। ଭାତୃ ଘରେ ଯେପରି ରାଜା ଭିକ୍ଷୁକ ହୋଇଯାଇଥିଲେ ଯେପରି ସତୀ ସାବିତ୍ରୀ ସ୍ତ୍ରୀ ନିଜର ପତିକୁ ଯମ ଲୋକରୁ ମଧ୍ୟ ଜୀବିତ କରି ନେଇ ଆସିଥିଲେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ଜଣେଇବୁ କି ଗରୁଡ଼ ପୁରାଣରେ କୁହାଯାଇଥିବା ଏପରି ସ୍ତ୍ରୀଙ୍କର ଲକ୍ଷଣ ବିଷୟରେ ଯାହାର ଲକ୍ଷଣ କାରଣରୁ ତାର ପତି ସଂସାରରେ ନାମ ପାଇଥାନ୍ତି। ଘରେ ସୁଖ ସମୃଦ୍ଧି ଏବଂ ଐଶ୍ଵର୍ଯ୍ୟ ପ୍ରାପ୍ତି କରିଥାନ୍ତି। ଏପରି ସ୍ତ୍ରୀ ନିଜର ଗୁଣରେ ହିଁ ଐଶ୍ଵର୍ଯ୍ୟସାଳିନୀ ହୋଇଥାନ୍ତି। ତ ଆସନ୍ତୁ ଜାଣିନେବା ଲକ୍ଷ୍ମୀ ରୂପୀ ସ୍ତ୍ରୀଙ୍କ ବିଷୟରେ। ତା ସହିତ ସେମାନଙ୍କ ଲକ୍ଷଣ ବିଷୟରେ।

୧- ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା:-

ଗରୁଡ଼ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଉଠୁଥାଏ ତା ଉପରେ ମା ଲକ୍ଷ୍ମୀଙ୍କର କୃପା ସବୁବେଳେ ବର୍ଷୁ ଥାଏ। ଯେଉଁ ସ୍ତ୍ରୀ ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇ ରହୁଥାଏ ସେ ପାପ କର୍ମ କରିବା ଭଳି ହୋଇଥାଏ। ସୂର୍ଯ୍ୟ ଉଦୟ ଆଗରୁ ଉଠୁଥିବା ସ୍ତ୍ରୀ ସବୁ ଦେବୀ ଦେବତାଙ୍କର କୃପା ପ୍ରାପ୍ତ କରିଥାନ୍ତି ଏବଂ ତାର ଏହି ଅଭ୍ୟାସ କାରଣରୁ ଘରେ ସୁଖ ସମୃଦ୍ଧି ବାସ କରିଥାଏ।

୨- ଦେବ ପୂଜା କରୁଥିବା ସ୍ତ୍ରୀ:-

ଯେଉଁ ସ୍ତ୍ରୀ ନିତ୍ୟକର୍ମ ସାରିକି ସବୁ କାର୍ଯ୍ୟ ସମ୍ପର୍ଣ୍ଣ କରିକି ସ୍ୱଚ୍ଛ ବସ୍ତ୍ର ଧାରଣ କରିକି ବିଧି ବିଧାନ ଅନୁସାରେ ସବୁ ଦେବୀ ଦେବତାଙ୍କର ପୂଜା ଆରୋଧନା କରିଥାଏ ଏବଂ ଆଳତି କରି ଧୂପ ଦୀପ କରିଥାଏ ଏପରି ସ୍ତ୍ରୀ କାରଣରୁ ହିଁ ଘରେ ସୁଖ ସମୃଦ୍ଧି ବାସ କରିଥାଏ। ଯେଉଁ ସ୍ତ୍ରୀ ନିତ୍ୟ ସ୍ନାନ କରେ ନାହିଁ ଦେବ ପୂଜା କରେ ନାହିଁ ଦେବୀ ଦେବତାଙ୍କୁ ବିଶ୍ୱାସ କରେ ନାହିଁ ସେ ଅବଶ୍ୟ ହିଁ ପାପକର୍ମ ବାଲୀ ହୋଇଥାଏ।

୩- ସ୍ୱଚ୍ଛତା ପ୍ରିୟ:-

ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ସ୍ତ୍ରୀ ସ୍ୱଚ୍ଛତା ପ୍ରିୟ ହୋଇଥାନ୍ତି। ଯେଉଁ ସ୍ତ୍ରୀର ଘର ସବୁବେଳେ ଅସନା ରହୁଥାଏ ବୁଢିଆଣି ଜାଲ ରହୁଥାଏ ଅଗଣା ଅପରିଷ୍କାର ରହୁଥାଏ ପ୍ରତ୍ୟକ ଜାଗାରେ ଅଳିଆ ଆବର୍ଜନା ପଡି ରହୁଥାଏ ସେ ସ୍ତ୍ରୀ ଦୁର୍ଭାଗ୍ୟ ଆଣିଥାଏ ବୋଲି ମାନାଯାଏ। ଏପରି ସ୍ତ୍ରୀ ଘରେ ଥିଲେ ଦୁଃଖ ଏବଂ ଶୋକ ଘରକୁ ପ୍ରବେଶ କରିଥାଏ। ଯେଉଁ ସ୍ତ୍ରୀ ନୀତି ଅଗଣା ସଫା କରିକି ରଙ୍ଗଲି ପକାଇଥାଏ ଦେବୀ ଦେବତାଙ୍କୁ ଆମନ୍ତ୍ରଣ କରିଥାଏ, ସେହି ସୌଭାଗ୍ୟଶାଳୀ ହୋଇଥାଏ।

୪- ଦେବତାଙ୍କୁ ଜଳ ଅର୍ପଣ କରିବା:-

ଯେଉଁ ସ୍ତ୍ରୀ ନିତ୍ୟକର୍ମ ସାରିସବୁବେଳେ ଦେବୀ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥାନ୍ତି ତୁଳସୀଙ୍କୁ ଜଳ ଅର୍ପଣ କରି ତାଙ୍କୁ ନମସ୍କାର କରନ୍ତି ତାଙ୍କୁ ସାକ୍ଷତ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଏ। ଏପରି ସ୍ତ୍ରୀର ଘରେ ରୋଗ ଶୋକ ଏବଂ ଗରିବ କେବେବି ପ୍ରବେଶ କରେନାହିଁ।

୫- ପତିଙ୍କର ସେବା କରିବା:-

ଯେଉଁ ସ୍ତ୍ରୀ ସବୁଦିନ ପତିଙ୍କର ଚରଣ ଛୁଇଁ ଆଶୀର୍ବାଦ ନେଇଥାଏ ଶୋଇବା ପୁର୍ବରୁ ନିଜର ପତିର ପାଦ ଚିପିଥାଏ ସେ ମା ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ସମସ୍ତ ସଂସାରର ଲକ୍ଷ୍ମୀ ନିଜର ପତି ଭଗବାନ ବିଷ୍ଣୁଙ୍କର ଚରଣ ଚିପି ଥାନ୍ତି କିନ୍ତୁ ଯେଉଁ ସ୍ତ୍ରୀ ସାଧାରଣ ମାନବ ହୋଇ ମଧ୍ୟ ମା ଲକ୍ଷ୍ମୀଙ୍କର ଅନୁସରଣ କରେ ନାହିଁ ସେ ଦୁର୍ଭାଗ୍ୟଶାଳୀ ହୋଇଥାଏ। ସ୍ତ୍ରୀକୁ ସବୁଦିନ ନିଜ ପତିର ସେବା କରି ପୁଣ୍ୟ ପ୍ରାପ୍ତ କରିବା ଉଚିତ।

୬- ମିଠା କଥା କହିବା:-

ଯେଉଁ ସ୍ତ୍ରୀ ସବୁବେଳେ ମିଠା କଥା କହୁଥାଏ କେବେ ଅନ୍ୟକୁ କଟୁ କଥା କହୁନଥାଏ ସେ ହିଁ ମା ଲକ୍ଷ୍ମୀଙ୍କ ପ୍ରିୟ ହୋଇଥାଏ।ଯେଉଁ ସ୍ତ୍ରୀ କଟୁ କଥା କହୁ ଥାଏ କପଟ କରୁଥାଏ ଏବଂ ସବୁବେଳେ ଅନ୍ୟକୁ ଭଲ ଖରାପ କହୁଥାଏ ଏପରି ସ୍ତ୍ରୀଙ୍କ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ।

୭- ସ୍ୱାଦିଷ୍ଟ ଭୋଜନ:-

ଯେଉଁ ସ୍ତ୍ରୀଙ୍କ ହାତରେ ସ୍ୱାଦିଷ୍ଟ ଅନ୍ନ ବନିଥାଏ ସେ ସ୍ତ୍ରୀ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିଥାଏ। ଯେଉଁ ସ୍ତ୍ରୀ ଦ୍ୱାରା ବଢ଼ା ଯାଇଥିବା ଅନ୍ନର ପ୍ରଶଂସା କରାଯାଏ ସେ ଭାଗ୍ୟଶାଳୀ ହୋଇଥାଏ। ଏପରି ସ୍ତ୍ରୀଙ୍କର ଘରେ ସ୍ଵୟଂ ଦେବତା ଅନ୍ନ ଗ୍ରହଣ କରିବା ପାଇଁ ଆସନ୍ତି। କିନ୍ତୁ ଯେଉଁ ସ୍ତ୍ରୀରର ଖାଦ୍ୟ ସ୍ୱାଦ ହୋଇନଥାଏ ଯେଉଁ ସ୍ତ୍ରୀ ଅନ୍ନକୁ ଥୁପି ଥାଏ ଅଥବା ଜଣା ଅଜଣାତରେ ଅପବିତ୍ର ଭୋଜନ ବନାଇଥାଏ ଏପରି ସ୍ତ୍ରୀ ଘରକୁ ଦୁର୍ଭାଗ୍ୟ ଆଣିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *