Excuse Me Odisha

ଯାହା କହିବୁ ସତ କହିବୁ

ଧନୁ ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ଧନୁ ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁଲାଇ ମାସରେ ଧନୁ ରାଶି ଜାତ ବ୍ୟକ୍ତିମାନଙ୍କର କେମିତି କଟିବ।ବକଣ କରିବେ ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର। ଯେଉଁ ମାନଙ୍କର ଅଶୁଭ ଦଶା ଅନ୍ତର୍ଦଶା ପ୍ରତ୍ୟାନ୍ତର ଦଶା ଭୋଗ ହେଉଛି କିମ୍ବା ଯେଉଁମାନେ ସମସ୍ୟାର ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି ସେମାନେ ଯଦି ଆମର ଦେଇଥିବା ପ୍ରତିକାରଟି ମାସ ସାରା ଆପଣେଇ ନେଇ ପାରିବେ ତାହେଲେ ଯେତେ ଯେତେ ଅଶୁଭତ୍ୱ ଭୋଗ ହେଉଥିଲେ ମଧ୍ୟ ଅଶୁଭତ୍ୱ ଖଣ୍ଡନ ହୋଇ ନିଶ୍ଚିତ ଶୁଭଫଳ ପ୍ରାପ୍ତି ହେବ। ତେବେ ଅନେକ ବ୍ୟକ୍ତିଙ୍କର ଜାତକ ନାହିଁ। ଯେଉଁମାନଙ୍କର ଜାତକ ନାହିଁ କିମ୍ବା ଜାତକ ବିଷୟରେ ଜାଣି ନାହାନ୍ତି,ରାଶି ନକ୍ଷତ୍ର ବିଷୟରେ ମଧ୍ୟ ଅବଗତ ନୁହଁନ୍ତି ଯଦି ଜନ୍ମ ତାରିଖ ଜନ୍ମ ତିଥି ଅବା ଜନ୍ମ ସମୟ ଜାଣିଥିବେ ଅଥବା ନାମର ପ୍ରଥମ ଅକ୍ଷର ଯଦି ଆପଣଙ୍କର ଯେ,ଜ,ଭା,ଭି,ଭୁ,ଥା,ଠା,ଫା,ଢା,ଫେ ହୋଇଥିବ ସେମାନଙ୍କର ମଧ୍ୟ ଧନୁ ରାଶି ହେବ।ଏଇ ନାମ ରାଶିରେ ଧନୁ ରାଶି ଜାଣି ସାରିବା ପରେ ରାଶିଫଳ ଦେଖନ୍ତୁ ନିଶ୍ଚୟ ଶୁଭ ଫଳ ପ୍ରାପ୍ତି ହେବ। ତେବେ ଯଦି ବି ଯେଉଁମାନେ ନିହାତି ଜାଣିଥିବେ ନିଜର ଜନ୍ମ ତାରିଖ ସମୟ ଜାଣି ନଥିବେ କେବଳ ଜନ୍ମ ତାରିଖଟି ଜାଣିଛନ୍ତି କିମ୍ବା ଜନ୍ମ ତିଥି ଜାଣିଥିବେ ମା ମାନେ ଯଦି କହି ପାରନ୍ତି ଏଇ ମାସର ଏଇ ତିଥିର ତୋର ଜନ୍ମ ତାହେଲେ ଯେଉଁମାନଙ୍କର ଇଂରାଜୀ ମାସର ବା ଯେକୌଣସି ଇଂରାଜୀ ମାସର ୭ ତାରିଖ,୧୬ ତାରିଖ କିମ୍ବା ୨୫ ତାରିଖରେ ଜନ୍ମ ହୋଇଥିବ ସେମାନଙ୍କର ଧନୁ ରାଶି ହେବ ଯେଉଁମାନଙ୍କର ସପ୍ତମୀ ତିଥିରେ ଜନ୍ମ ହୋଇଥିବେ ତେବେ ସେମାନଙ୍କର ମଧ୍ୟ ଅଙ୍କ ଜ୍ୟୋତିଷ ହିସାବରେ ରାଶି ନିଶ୍ଚୟ ହେବ ଧନୁ ରାଶି।ଏହି ରାଶିର ଅଧିପତି ଗ୍ରହ ବା ସ୍ୱାମୀ ଗ୍ରହ ହେଉଛନ୍ତି ବୃହସ୍ପତି ଏବଂ କେତୁ।ଏହି କେତୁ ଗ୍ରହ ଏହି ଧନୁ ରାଶିର ଅଧିପତି ହୋଇଥିବାରୁ ବା ଏହି ସଂଖ୍ୟା ମୂଳାଙ୍କର ଅଧିପତି ହୋଇଥିବାରୁ ୭ ହେଉଛି ଏହି ସଂଖ୍ୟା। ୭ ସଂଖ୍ୟାର ଅଧିପତି ଗ୍ରହ ହେଉଛନ୍ତି କେତୁ ଗ୍ରହ। ତେଣୁ ଧନୁ ରାଶି ଜାତ ବ୍ୟକ୍ତି ମାନଙ୍କର ମୂଳା ନକ୍ଷତ୍ର ପୂର୍ବାଶାଢା ନକ୍ଷତ୍ର ଉତ୍ତରା ସାଢା ନକ୍ଷତ୍ରରେ ହିଁ ଜନ୍ମ ହୋଇଥିବ। ତେଣୁ ୧୯/୯ଧନୁ, ୨୦/୯ ଧନୁ ୨୧/୯ ଧନୁ। ଏଇ ଯେଉଁ ୩ ଟି ନକ୍ଷତ୍ରରେ ଧନୁ ରାଶିର ଯେଉଁମାନଙ୍କର ଜନ୍ମ ସେମାନଙ୍କର ଏହି ଜୁଲାଇ ମାସରେ କେମିତି କଣ କରିବେ କେମିତି କଟିବ ଏହି ମାସଟି। ସେହି ବିଷୟରେ ଆଲୋଚନା କରିବା। ତେବେ ଧନୁ ରାଶି ଜାତ ବ୍ୟକ୍ତି ମାନଙ୍କର ଶୁଭ ରଙ୍ଗ ହେଉଛି ହଳଦିଆ ରଙ୍ଗ। ହଳଦିଆ ରଙ୍ଗକୁ କିମ୍ବା ହଲଦୀକୁ ଯଦି ବିଶେଷ ପ୍ରୟୋଗ କରନ୍ତି ଖାଦ୍ୟ ପେୟ ଠାରୁ ବସ୍ତ୍ର ଭୂଷଣ ପର୍ଯ୍ୟନ୍ତ ତାହେଲେ ବହୁତ ଭଲ ଫଳ ପ୍ରାପ୍ତି ହେବ। ରାଶିର ଶୁଭବାର ହେଉଛି ଗୁରୁବାର। ରାଶିର ଶୁଭ ଦେବତା ହେଉଛନ୍ତି ବିଷ୍ଣୁ ନାରାୟଣ। ରାଶିର ଶୁଭ ଦେବୀ ହେଉଛନ୍ତି ଉଗ୍ରତାରା ତାରା ତାରିଣୀ। ରାଶିର ବ୍ରତ ଉପବାସ ବାର ହେଉଛି ଗୁରୁବାର।ଗୁବରୁବାର ମାନଙ୍କରେ ଯଦି କୌଣସି ବ୍ରତ ଉପାସନା କରିବାକୁ ଚାହୁଁଥାନ୍ତି ବା ଗୁରୁ ଗୁରୁଜନ ମାନଙ୍କୁ ଯଦି ସମ୍ମାନ ଦିଅନ୍ତି ବା ଗୁରୁଙ୍କୁ ଯଦି ପ୍ରଣାମ କରୁଥାନ୍ତି ମା ବାପା ଗୁରୁ ଗୁରୁଜନଙ୍କୁ ଯଦି ସମ୍ମାନ ଦିଅନ୍ତି ବା ଗୁରୁଙ୍କୁ ଯଦି ପ୍ରଣାମ କରୁଥାନ୍ତି ତାହେଲେ ସମସ୍ତ ବିଘ୍ନ ଖଣ୍ଡନ ହୋଇ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ। ତେବେ ରାଶିର ଶୁଭ ଅଙ୍କ ବା ସଂଖ୍ୟା ହେଉଛି ୩। ରାଶିର ପ୍ରତ୍ୟକ ମାସରେ ଶୁଭ ତାରିଖ ହେଉଛି ୩ ତାରିଖ ,୧୨ ତାରିଖ ଏବଂ ୩୦ ତାରିଖ ହେଉଛି ଶୁଭ ତାରିଖ।ରାଶିର ମିତ୍ର ରାଶି ମେଷ ରାଶି, କର୍କଟ ରାଶି, ସିଂହ ରାଶି, ବିଛା ରାଶି ଏବଂ ମୀନ ରାଶି। ଶତ୍ରୁ ରାଶି ବୃଷ ରାଶି, ମିଥୁନ ରାଶି,କନ୍ୟା ରାଶି, ତୁଳା ରାଶି। ରାଶିର ଘାତ ବାର ହେଉଛି ଶୁକ୍ରବାର। ଘାତ ନକ୍ଷତ୍ର ହେଉଛି ବିଜା ନକ୍ଷତ୍ର। ଘାତ ତିଥି ହେଉଛି ଦ୍ୱିତୀୟା। ଘାତ ଚନ୍ଦ୍ର ହେଉଛି ମୀନ ଚନ୍ଦ୍ର।ମୀନ ରାଶିରେ ଯେତେବେଳେ ଚନ୍ଦ୍ରମା ବିଦ୍ୟମାନ କରୁଥିବା ବେଳେ ବା ସଂକ୍ରମଣ କରୁଥିବା ବେଳେ ଗ୍ରହାରମ୍ଭ ଦୂର ଯାତ୍ରା କିମ୍ବା କ୍ଷର ହେବା ଏଇ ସବୁ ଘାତ ଚନ୍ଦ୍ରରେ ଏହିସବୁ କେବେବି କରନ୍ତୁ ନାହିଁ।ଯାନ ଆରୋହଣ କରିବା ବା କ୍ରୟ ବିକ୍ରୟ କରିବା ଜାଗା ଆଦି କ୍ରୟ ବିକ୍ରୟ କରନ୍ତୁ ନାହିଁ। ତାହେଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ ଏବଂ ଭବିଷ୍ୟତ ମଧ୍ୟ ଉଜ୍ଵଳମୟ ହେବ।

ତେବେ ଜୁଲାଇ ମାସରେ ୨୦୨୧ ମସିହା ଜୁଲାଇ ମାସରେ ଧନୁ ରାଶି ଜାତ ମହିଳା ପୁରୁଷ ମାନଙ୍କର କେମିତି କଟିବ। କଣ କରିବେ ପ୍ରତିକାର। ଆସନ୍ତୁ ଜାଣିବା। ଜୁଲାଇ ମାସରେ ୨୦୨୧ ମସିହା ଜୁଲାଇ ମାସରେ ମହିଳା ଓ ପୁରୁଷ ମାନଙ୍କର ଜମି ଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯାଇପାରେ। ମାନସିକ ଶାନ୍ତି ସହ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟିବ।ବନ୍ଧୁ ମିତ୍ରଙ୍କ ସହ ମୋନରଞ୍ଜନ ଭ୍ରମଣ ଫଳରେ ହସ ଖୁସିର ବାତାବରଣ ସୃଷ୍ଟି ହେବ। ନୂତନ କର୍ମ ନିଯୁକ୍ତିରେ ମଧ୍ୟ ସଫଳ ହୋଇପାରନ୍ତି।ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ ଆଗ୍ରହୀ ହୋଇପାରନ୍ତି। ଗୃହ ପାଳିତ ପଶୁ ଏବଂ ଯାନ ବାହନ ଇତ୍ୟାଦି କ୍ରୟ କରି ବିଶେଷ ଲାଭବାନ ହେବେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିବା ବେଳେ ଅନ୍ୟ ପାଖରେ ଉପେକ୍ଷା ଅଶାନ୍ତିର ବାତାବରଣ ଦେଖାଦେବ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହ ଉପକରଣ କ୍ରୟ କରିବା ଯୋଗୁ ଅଧିକ ବ୍ୟୟ ମଧ୍ୟ ହୋଇଯାଇପାରେ। ଘରୋଇ ସଂସ୍ଥା କର୍ମ କ୍ଷେତ୍ରରେ ମଧ୍ୟ ସହଯୋଗୀମାନେ ବିଶେଷ ସହଯୋଗ କରିପାରନ୍ତି। ଧାର୍ମିକ କାର୍ଯ୍ୟରେ ମନ ଦେବା ଫଳରେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବ। କ୍ରୀଡା ବାଦ ବିବାଦ ମାଲି ମକର୍ଦମା ପ୍ରତିଦ୍ୱନ୍ଦିତା ପରୀକ୍ଷା,ପ୍ରତିଯୋଗିତା ପରୀକ୍ଷା ଏବଂ ସାକ୍ଷତକାରରେ ବିଶେଷ କୃତକାର୍ଯ୍ୟ ହେବେ। ଅଧିକ ଶୁଭତ୍ୱ ପ୍ରାପ୍ତି ପାଇଁ ବା ଅଶୁଭ ଗ୍ରହ ମାନଙ୍କୁ ଖଣ୍ଡନ କରିବା ପାଇଁ ଅଶୁଭତ୍ୱକୁ ଖଣ୍ଡନ କରିବା ପାଇଁ ବିଶେଷ କରି ଗୁରୁବାର ମାନଙ୍କରେ। ଗୁରୁବାର,ରବିବାର,ମଙ୍ଗଳବାର ବା ଶନିବାର ମାନଙ୍କରେ ଯଦି ପାରୁଛନ୍ତି ତାହେଲେ ଷଣ୍ଢକୁ କିଛି କିଛି ଖାଇବାକୁ ଦିଅନ୍ତୁ। ଏଇ ବାର ମାନଙ୍କରେ ଏହି ମାସରେ ଏଇ ବାର ମାନଙ୍କରେ ସବୁ ଦିନ ଯଦି ସମ୍ଭବ ନୁହେଁ ତାହେଲେ ଏଇ ବାର ମାନଙ୍କରେ ଷଣ୍ଢକୁ କିଛି କିଛି ଖାଇବାକୁ ଦିଅନ୍ତୁ ତାହେଲେ ଦେଖିବେ ଯାହା ଅଶୁଭତ୍ୱ ଫଳ ଭୋଗ କରିବାର ଅଛି ସେସବୁ ଖଣ୍ଡନ ହୋଇଯିବ। ଯାହା ଆମର ରାଶିଫଳ ଯାହା କହୁଛି ଏ ନିଶ୍ଚୟ ଫଳପଦ ଭୋଗ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *