Excuse Me Odisha

ଯାହା କହିବୁ ସତ କହିବୁ

ମିଥୁନ ରାଶିର ମାସିକ ରାଶିଫଳ ଜୁଲାଇ ୨୦୨୧: ଏହି ମାସ ମିଥୁନ ରାଶିର ବ୍ୟକ୍ତିମାନଙ୍କର କେମିତି କଟିବ, ଜାଣିବା ପାଇଁ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ୨୦୨୧ ମସିହା ଜୁଲାଇ ମାସରେ ମିଥୁନ ରାଶି ଜାତ ବ୍ୟକ୍ତି ମାନଙ୍କର କେମିତି କଟିବ। କଣ କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର। ଯଦି ଦଶା ଅନ୍ତର୍ଦଶା ପ୍ରତ୍ୟନ୍ତର ଦଶା ଭୋଗ ହେଉଥାଏ ତାହେଲେ ରାଶିଫଳରେ ବିଶେଷ ମହତ୍ତ୍ୱ ରହିବ ନାହିଁ। ଯଦି ଅଶୁଭ ଦଶା ଅନ୍ତର୍ଦଶା ପ୍ରତିଅନ୍ତର୍ଦଶା ଭୋଗ ହେଉଛି ତାହେଲେ ରାଶିଫଳରୁ ମାତ୍ର ୨୫ % ବା ସିମିତି ଫଳ ଭୋଗ ହେବ। ତେବେ ରାଶିଫଳକୁ ଗୁରୁତ୍ୱ ଦେଉଥିଲେ ଏ ରାଶି ଫଳ ବିଷୟରେ ଜାଣିକରି ଯଦି ଯଥା ବିଧି ପ୍ରତିକାର ବା ଯେଉଁ ପ୍ରତିକାର କୁହାଯାଉଛି ଯଦି କରି ଚାଲିଥାଆନ୍ତି ତାହେଲେ କୌଣସି ବିପଦ ପାଖ ମାଡିବନି ଏବଂ ଏହି ଯେଉଁ ରାଶିଫଳ ଯାହା କୁହାଯାଉଛି ତାହା ନିଶ୍ଚୟ ଏହି ମାସରେ ଘଟିବ। ତେବେ ଯେଉଁମାନେ ରାଶି ନକ୍ଷତ୍ର ବିଷୟରେ ଜାଣିନାହାନ୍ତି ଯେଉଁମାନଙ୍କର ଜାତକ ନାହିଁ ବା ଯେଉଁ ଜାତକ ବିଷୟରେ ସେମାନେ କେବେ ଜାଣିନାହାଁନ୍ତି ତେବେ ସେମାନେ ମଧ୍ୟ ଏହି ରାଶିଫଳ ଜାଣିପାରିବେ। ଯଦି ଆପଣଙ୍କର ଜନ୍ମ ତାରିଖ ବା ଜନ୍ମ ସମୟ ଜନ୍ମ ତିଥି ଜାଣିଥିବେ ବା ଆପଣଙ୍କ ନାମର ପ୍ରଥମ ଅକ୍ଷର କା, କି,କୁ,ଥ,ଡ଼,ଛ,କେ,କୋ,ହା ହୋଇଥାଏ କିମ୍ବା ଯେଉଁମାନଙ୍କର ଯେକୌଣସି ମାସର ୪ ତାରିଖ,୧୩ ତାରିଖ, ୨୨ ତାରିଖ, ୩୧ ତାରିଖରେ କିମ୍ବା ଚତୁର୍ଥୀ ବା ତ୍ରୟୋଦୋଷୀ ତିଥିରେ ଜନ୍ମ ହୋଇଥାନ୍ତି ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ରାଶି ମିଥୁନ ରାଶି ହିଁ ହେବ।ରାଶିର ନକ୍ଷତ୍ର ୩ ଟି ନକ୍ଷତ୍ର ହେବ। ୫/୩, ୬/୩,୭/୩ ହିସାବରେ ଧରାଯିବ।ମୃଗଶିରା ନକ୍ଷତ୍ର, ଆଦ୍ରା ନକ୍ଷତ୍ର,ପୁନର୍ବାସୁ ନକ୍ଷତ୍ର ଏହି ମିଥୁନ ରାଶି ବ୍ୟକ୍ତିମାନଙ୍କର ଭୋଗ ହେବ। ରାଶିର ଶୁଭ ରଙ୍ଗ ହେଉଛି ଶାଗୁଆ ଏବଂ ସବୁଜ ରଙ୍ଗ ହେବ।ରାଶିର ଗ୍ରହ ହେଉଛନ୍ତି ବା ଶୁଭ ଗ୍ରହ ବା ଅଧିପତି ଗ୍ରହ ହେଉଛନ୍ତି ବୁଧ। ରାଶିର ଶୁଭ ବାର ହେଉଛି ବୁଧବାର। ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ଶ୍ରୀ ଗଣେଶ। ରାଶିର ଶୁଭ ଦେବୀ ହେଉଛନ୍ତି ତ୍ରିଫୁଲା ସୁନ୍ଦରୀ। ରାଶିର ବ୍ରତ ଏବଂ ଉପବାସ ବୁଧବାର ବା ବୁଧବାରରେ ଯଦି ବ୍ରତ ଉପବାସ ରଖନ୍ତି ବା କୌଣସି କାର୍ଯ୍ୟ କରନ୍ତି ତାହେଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତି ହେବ। ରାଶିର ଅଙ୍କ ବା ଶୁଭ ସଂଖ୍ୟା ହେଉଛି ୪।ରାଶିର ଶୁଭ ତାରିଖ ୪,୧୩,୨୨ କିମ୍ବା ୩୧ ମାସର ୩୧। ପ୍ରତ୍ୟକ ମାସର ୪,୧୩,୨୨ କିମ୍ବା ୩୧ ମାସର ୩୧ ଯଦି କୌଣସି ଶୁଭ କାର୍ଯ୍ୟ କରିବାକୁ ମନ କରୁଛନ୍ତି ତାହେଲେ ଏହି ତାରିଖ ମାନଙ୍କରେ କରନ୍ତୁ। ଯେଉଁମାନଙ୍କର ଏହି ତାରିଖରେ ଜନ୍ମ ହେଇଛି ବା ଏଇ ଯେଉଁ ୪ ଶୁଭ ସଂଖ୍ୟା ଯେଉଁମାନଙ୍କର ୪। ତେଣୁ ଗାଡିର ନମ୍ବର, ଘରର ନମ୍ବର ବା ଯେକୌଣସି ନମ୍ବର ଯଦି ରଖିବାକୁ ଚାହୁଁଥାନ୍ତି ତାହେଲେ ଯଦି ୪ ନମ୍ବର ରଖୁଛନ୍ତି ତାହେଲେ ବହୁତ ଭଲ ଫଳ ମିଳିବ। ତେବେ ମିଥୁନ ରାଶିର ମିତ୍ର ରାଶି ହେଉଛନ୍ତି ମେଷ ରାଶି,ତୁଳା ରାଶି, ସିଂହ ରାଶି,କୁମ୍ଭ ରାଶି,କନ୍ୟା ରାଶି। କିନ୍ତୁ ରାଶିର ଶତ୍ରୁ ରାଶି ହେଉଛନ୍ତି କର୍କଟ ରାଶି। ଘାତ ବାର ହେଉଛି ସୋମବାର।ଘାତ ନକ୍ଷତ୍ର ହେଉଛି ସ୍ବାଧି ନକ୍ଷତ୍ର। ଘାତ ତିଥି ହେଉଛି ଅଷ୍ଟମୀ ତିଥି।ଘାତ ଚନ୍ଦ୍ର ହେଉଛି କୁମ୍ଭ ଚନ୍ଦ୍ର।କୁମ୍ଭ ରାଶିରେ ଚନ୍ଦ୍ରମା ବିଦ୍ୟମାନ କରିଥିବା ବେଳେ ଗାଡି କିଣନ୍ତୁ ନାହିଁ,ଯାନ ବାହନ ଆରୋହଣ କରନ୍ତୁ ନାହିଁ,ଗୃହାରମ୍ଭ କରନ୍ତୁ ନାହିଁ, କ୍ଷର ହୁଅନ୍ତୁ ନାହିଁ, ଏହିସବୁ ସମୟରେ ଏହିସବୁ କାର୍ଯ୍ୟ କେବେବି କରିବେ ନାହିଁ।

ତେବେ ଜୁଲାଇ ମାସରେ ୨୦୨୧ ମସିହା ଜୁଲାଇ ମାସରେ ମହିଳା ଓ ପୁରୁଷ ମାନଙ୍କର କ୍ରୀଡା ପ୍ରତିଯୋଗିତା ପ୍ରତିଯୋଗିତା ପରୀକ୍ଷା ସାକ୍ଷତକାରରେ କୃତକାର୍ଯ୍ୟ ହେବେ। ଆମୋଦ ପ୍ରମୋଦ ମୋନରଞ୍ଜନ ନୃତ୍ୟ ଗୀତ କଳା ସଙ୍ଗୀତ ଭୋଜିଭାତ ମୋଉଜ ମଜଲିସ ଆଡ଼ମ୍ବରର ଉତ୍ସାହ ବଢିବ। ଶିକ୍ଷକ ପ୍ରଶିକ୍ଷକ ଚିକିତ୍ସକ ମାନଙ୍କର କର୍ମକ୍ଷେତ୍ରରେ ପଦନ୍ନତି ବିଭାଗୀୟ ଅଧିକାରୀଙ୍କ ସହିତ ସାନିଧ୍ୟ ଲାଭ। ସ୍ଥାନୀ ଇଛିତ ସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ ଚେଷ୍ଟା କରନ୍ତୁ ନିଶ୍ଚୟ କାର୍ଯ୍ୟ ସମ୍ପର୍ଣ୍ଣ ହେବ। ତେବେ ଯେଉଁମାନେ ମଧୁମେହ ଚକ୍ଷୁ ହୃଦୟ ଯୌ-ନ ରୋଗରେ ପୀଡିତ ଅଛନ୍ତି ସେମାନେ ମଧ୍ୟ ସେ ରୋଗରୁ ଉପଶମ ପାଇବେ। ଭ୍ରମଣ ରାଜନୀତି ପ୍ରଶାସନ ପ୍ରଶାସକ ସଂଗଠନ ଅନୁସନ୍ଧାନ କାର୍ଯ୍ୟରେ ମଧ୍ୟ ବିଶେଷ ଲାଭାନ୍ନିତ ହେବେ। ଦାମ୍ପତ୍ୟ ସୁଖରେ ମଧୁରତା ସୃଷ୍ଟି ହେବ। ପ୍ରେମିକା ପ୍ରେମକି ମାନଙ୍କର ପ୍ରେମ ସମ୍ପର୍କରେ ଅଧିକ ଘନିଷ୍ଠତା ହେବ। ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇବେ। ଦୁଶ୍ଚିନ୍ତା ଦୂର ହୋଇ ଯଶ ମାନ ବୃଦ୍ଧି ହେବ। ସମସ୍ତ କାର୍ଯ୍ୟମାନ ଏହି ମାସରେ ସୁରୁଖୁରୁରେ ହୋଇଯିବ। ତେବେ ଯେଉଁ ଟିକେ ଅଶୁଭତ୍ୱ ଅଛି ସେ ଅଶୁଭତ୍ୱକୁ ଖଣ୍ଡନ କରିବା ପାଇଁ ପ୍ରତ୍ୟକ ଦିନ କିମ୍ବା ରବିବାର ଦିନ ବିଶେଷ କରି ରବିବାର ଦିନ ବୁଧବାର ଦିନ ଅସହାୟ ମାନଙ୍କୁ ଯଦି ନିରାଶ ନକରନ୍ତି ତାହେଲେ ଏ ସମସ୍ତ ଫଳ ନିଶ୍ଚୟ ଭୋଗ କରିବେ।ଏଥିରେ କୌଣସି ତ୍ରୁଟି ହେବନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *